Advertisment

ତିହାର ଜେଲରୁ ବାହାରିଲେ କେଜ୍ରିୱାଲ୍, ସୁପ୍ରିମକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍

ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ତିହାର ଜେଲରୁ ବାହାରିବା ପରେ ତାଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା।

author-image
Sangram Keshori Behera
ଅଦ୍ୟତନ ହୋଇଛି
Delhi CM Arvind Kejriwal walks out of jail

Delhi CM Arvind Kejriwal walks out of jail

ଦୀର୍ଘ ୬ ମାସ ଜେଲରେ ରହିବା ପରେ ଆଜି ମୁକୁଳିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ତିହାର ଜେଲରୁ ବାହାରିବା ପରେ ତାଙ୍କୁ ମିଳିଛି ଭବ୍ୟ ସମ୍ବର୍ଦ୍ଧନା। ରାଜଧାନୀରେ ଢୁ ଢୁ ବର୍ଷା ହେଉଥିଲେ ମଧ୍ୟ ଏହା ଆପ୍‌ର ନେତା ଓ କର୍ମୀଙ୍କ ଉତ୍ସାହକୁ ଫିକା କରିପାରି ନାହିଁ । ବର୍ଷାରେ ଭିଜି ଓ ଛତା ଧରି କେଜ୍ରିୱାଲଙ୍କୁ ସ୍ୱାଗତ କରିଛନ୍ତି । କେଜ୍ରିୱାଲ ମଧ୍ୟ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। 

Advertisment

କେଜ୍ରିୱାଲଙ୍କ ପତ୍ନୀ ସୁନିତା, ମନ୍ତ୍ରୀ ଆତିଶି, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ, ମନୀଷ ସିସୋଦିଆ ପ୍ରମୁଖ କେଜ୍ରିୱାଲଙ୍କୁ ସ୍ୱାଗତ କରିଥିଲେ। ଏହାପରେ ଉପସ୍ଥିତ ଲୋକଙ୍କୁ କେଜ୍ରିୱାଲ ଖୋଲା ଗାଡ଼ି ଉପରେ ଛିଡ଼ା ହୋଇ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି, “ବର୍ଷା ହେଉଥିଲେ ମଧ୍ୟ ଆପଣମାନେ ଏତେ ସଂଖ୍ୟାରେ ଏଠାକୁ ଆସିଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ମୋ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ । ମୁଁ ମୋ ଜୀବନରେ ଅନେକ ସଂଘର୍ଷ କରିଛି ଓ ଅନେକ କଷ୍ଟ ସହିଛି। କିନ୍ତୁ ଭଗବାନ ମୋ ସହ ରହିଛନ୍ତି। କାରଣ ମୁଁ ସବୁବେଳେ ସତ୍ୟର ପଥରେ ରହିଛି ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟରୁ ସର୍ତ୍ତମୂଳକ ଜାମିନ୍ ମିଳିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଶ୍ବସ୍ତି ମିଳିଛି । ବେଲ ମିଳିବା ପରେ ସନ୍ଧ୍ୟାସୁଦ୍ଧା ଜେଲରୁ ମୁକୁଳିବା ନେଇ ଆଶା କରାଯାଉଥିଲା । ତେବେ ଜାମିନ ସହିତ ଏକାଧିକ ସର୍ତ୍ତ ରହିଛି ଯାହାକୁ କଡ଼ାକଡ଼ି ପାଳନ କରିବାକୁ ପଡ଼ିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି । ମୁଖ୍ୟମନ୍ତ୍ରୀ କେଜ୍ରିୱାଲ୍ ଦିଲ୍ଲୀ CMOକୁ ଯାଇପାରିବେନି। କୌଣସି ସରକାରୀ କାଗଜ, ଦସ୍ତାବିଜ୍ କିମ୍ବା ନିଷ୍ପତ୍ତିରେ ଦସ୍ତଖତ କରିପାରିବେନି।

Advertisment

ଇଡି ମାମଲାରେ ଦିଲ୍ଲୀ କୋର୍ଟରୁ ପୂର୍ବରୁ ତାଙ୍କୁ ଜାମିନ୍ ମିଳିଛି । ତେଣୁ କ୍ରେଜିୱାଲ୍ ଙ୍କୁ ସିବିଆଇ ମାମଲାରେ ଜାମିନ୍ ମିଳିବା ପରେ ସେ ଜେଲରୁ ବାହାରିବା ସମ୍ଭାବନା ବଢ଼ିଥିଲା । ଜାମିନ ମିଳିବା ପରେ ଦିଲ୍ଲୀ ଆପ୍ ଅଫିସରେ ସେଲିବ୍ରେସନ୍ ଆରମ୍ଭ ହୋଇଥିଲା ।  ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତାଙ୍କ ସମେତ ଦଳର ଅନ୍ୟ ନେତା ମିଠା ଖୁଆଇ, ବାଣ ଫୁଟାଇ, ନାଚି-ଢୋଲ ବଜାଇ ଖୁସି ମନାଇଥିଲେ ।

Tihar Jail Arvind Kejriwal
Advertisment
Advertisment