Advertisment

Indian Navy SSC Officer Recruitment: ପୁଣି ବାହାରିଲା ଭାରତୀୟ ନୌସେନାରେ ନିଯୁକ୍ତି ବିଜ୍ଞପ୍ତି; ପୂରଣ ହେବ ଅଫିସର୍ ପଦବୀ

ଅନେକ ଯୁବପିଢିଙ୍କ ନୌସେନାରେ ଚାକିରି କରିବାର ଆଗ୍ରହ ଥାଏ। ଆପଣ ଯଦି ଏନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ ଭାରତୀୟ ନୌସେନା(Indian Navy) ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି।

author-image
Pramod Behera
ଅଦ୍ୟତନ ହୋଇଛି
Indian Navy SSC Officer Recruitment

Indian Navy SSC Officer Recruitment

ଭାରତୀୟ ନୌସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଅନେକ ଯୁବପିଢିଙ୍କ ନୌସେନାରେ ଚାକିରି କରିବାର ଆଗ୍ରହ ଥାଏ। ଆପଣ ଯଦି ଏନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ ଭାରତୀୟ ନୌସେନା(Indian Navy) ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ Indian Navyରେ ସର୍ଟ ସର୍ଭିସ୍ କମିଶନ(SSC) ଅଫିସର୍ ପଦବୀ ପୂରଣ ହେବ। ଏନେଇ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏହି ନିଯୁକ୍ତି ମାଧ୍ୟମରେ ଅବିବାହୀତ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୨୫୦ପଦବୀ ପୂରଣ ହେବ। ବିଜ୍ଞପ୍ତିରେ କୁହାଯାଇଛି ଯେ କେରଳର ଏଝିମାଲାରେ ଜୁନ୍ ୨୦୨୫ରୁ ଆରମ୍ଭ ହେବାକୁ ଥିବା ପାଠ୍ୟକ୍ରମ ପାଇଁ ସର୍ଟ ସର୍ଭିସ୍‌ କମିଶନ୍‌ ଅନୁଦାନ ପାଇଁ ଆବେଦନ କରାଯାଉଛି।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ Indian Navyର ଅଫିସିଆଲ୍ ୱେବ୍‌ସାଇଟ୍‌ www.joinindiannavy.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ Indian Navy SSC Officer Vacancy Apply for 250 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୧୪ ସେପ୍ଟେମ୍ବର ୨୦୨୪
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୯ ସେପ୍ଟେମ୍ବର ୨୦୨୪
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ସେବା (GS) – ୫୬ଟି ପୋଷ୍ଟ୍
  • ଏୟାର ଟ୍ରାଫିକ୍ ନିୟନ୍ତ୍ରଣ (ATC) – ୨୦ଟି ପୋଷ୍ଟ୍
  • ନାଭାଲ୍ ଏୟାର ଅପରେସନ୍ ଅଫିସର (NAO) – ୨୧ଟି ପୋଷ୍ଟ୍
  • ପାଇଲଟ୍ – ୨୪ଟି ପୋଷ୍ଟ୍
  • ଲଜିଷ୍ଟିକ୍ସ – ୨୦ଟି ପୋଷ୍ଟ୍
  • ନାଭାଲ୍ ଆର୍ମମେଣ୍ଟ୍‌ ଇନ୍ସପେକ୍ଟର କ୍ୟାଡର (NAIC) – ୧୬ଟି ପୋଷ୍ଟ୍
  • ଶିକ୍ଷା – ୧୫ଟି ପୋଷ୍ଟ୍
  • ଇଂଜିନିୟରିଂ ବ୍ରାଞ୍ଚ୍‌ – ୩୬ଟି ପୋଷ୍ଟ୍
  • ଇଲେକ୍ଟ୍ରିକାଲ୍ ବ୍ରାଞ୍ଚ୍ – ୪୨ଟି ପୋଷ୍ଟ୍
  • ମୋଟ୍ – ୨୫୦ଟି ପୋଷ୍ଟ୍
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ବିଭିନ୍ନ ବିଭାଗ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିବା
  • ତେବେ ଅଧିକାଂଶ ପଦବୀ ପାଇଁ BE/BTech. ରହିବା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ପଦବୀ ଅନୁସାରେ ବୟସ ସୀମା ମଧ୍ୟ ଭିନ୍ନ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ମାସିକ ଦରମା:

  • ସର୍ବନିମ୍ନ ଦରମା – ୫୬,୧୦୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ପ୍ରତ୍ୟେକ ବର୍ଗ – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ମେରିଟ୍ ଲିଷ୍ଟ୍
  • ସାକ୍ଷାତକାର
  • ମେଡିକାଲ୍ ଟେଷ୍ଟ୍
  • ଡକ୍ୟୁମେଣ୍ଟ୍ ଯାଞ୍ଚ
Govt Jobs Job Search Indian Navy Indian Navy Jobs Job Seekers
Advertisment
Advertisment