Advertisment

ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର ! ୨ ଆତଙ୍କୀ ନିହତ, ୨ ଯବାନ ସହିଦ

କଠୱାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ । କିସ୍ତୱାଡରେ ଏନକାଉଣ୍ଟରରେ ୨ ଯବାନ ସହିଦ, ୨ ଆହତ ।

author-image
Satyendu Shekher Mishra
Jammu Kashmir

Jammu Kashmir

ଜମ୍ମୁ ଓ କାଶ୍ମୀରରେ ପୁଣି ଏନକାଉଣ୍ଟର। ପୃଥକ ଏନକାଉଣ୍ଟରରେ ୨ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ ଓ କାଶ୍ମୀର କଠୱାରେ ସୁରକ୍ଷାବଳଙ୍କ ଗୁଳିରେ ୨ ଆତଙ୍କୀ ଟଳିଛନ୍ତି। ତେବେ କିସ୍ତୱାଡ଼ରେ ଆଉ ଏକ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଛନ୍ତି। ସେହିପରି ଏନକାଉଣ୍ଟରରେ ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି।

Advertisment

କିସ୍ତୱାଡ ଚଟରୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟ ହୋଇଛି। ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଆହତ ହୋଇଥିଲେ। ପରେ ଆହତ ଯବାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଥିବା ଜଣାପଡ଼ିଛି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାସ୍ତାରେ ଯାଆସ କରୁଥିବା ବିଭିନ୍ନ ଗାଡ଼ିମୋଟରକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ।

କିଛି ଦିନ ପୂର୍ବରୁ ଅର୍ଥାତ ଗତ ଜୁନ୍‌ରେ ଜାମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ସେନାର ଅସ୍ଥାୟୀ ଅପରେଟିଂ ବେସ (TOB) ରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ପାଞ୍ଚ ଜଣ ଯବାନ ଏବଂ ଜଣେ ସ୍ପେଶାଲ୍ ପୋଲିସ କର୍ମଚାରୀ ଆହତ ହୋଇଥିଲେ। ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।

Advertisment

କାଶ୍ମୀର ଟାଇଗର ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଥିଲା। ଏହି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଡିଜିପି ଆନନ୍ଦ ଜୈନ କହିଥିଲେ, "ଆମର ପଡୋଶୀ ଦେଶ ସବୁବେଳେ ଆମ ଦେଶର ଶାନ୍ତିପୂର୍ଣ୍ଣ ପରିବେଶକୁ ନଷ୍ଟ କରିବାକୁ ଚେଷ୍ଟା କରୁଛି। ହିରାନଗର ଆତଙ୍କବାଦୀ ଆକ୍ରମଣ ଏକ ନୂତନ ଅନୁପ୍ରବେଶ ଭଳି ଆଶଙ୍କା କରାଯାଉଛି। ଏଥିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ସର୍ଚ୍ଚ ଅପରେସନ ଜାରି ରହିଛି ।’

ଅନ୍ୟପଟେ ଜାମ୍ମୁ-କାଶ୍ମୀରରେ ଆଉ ୩ ଦିନ ପରେ ହେବାକୁ ଯାଉଛି ଭୋଟ୍ ଗ୍ରହଣ ।  ୩ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ । ସେପ୍‌ଟେମ୍ବର ୧୮, ସେପ୍‌ଟେମ୍ବର ୨୫ ଏବଂ ଅକ୍ଟୋବର ୧ । ଆଉ ଅକ୍ଟୋବର ୪ରେ ଗଣତି । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଏହାସହ ସେ ଆହୁରି କହିଛନ୍ତି, ଜମ୍ମୁକଶ୍ମୀରରେ ପ୍ରାୟ ୨୦ ଲକ୍ଷ ଯୁବ ଭୋଟର ଅଛନ୍ତି। । ଗତ ନିର୍ବାଚନରେ ​​ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳିଥିଲା।

Jammu Kashmir Terrorist Attack
Advertisment
Advertisment