ମାଛକୁଣ୍ଡ ପ୍ରକଳ୍ପରୁ ଦୈନିକ ୮୦ ମେଗାୱଟ ବିଦ୍ୟୁତ ଉତ୍ପାଦନ ହୁଏ । ଏହା ଆଜି ବନ୍ଦ ହେବା ପରେ ବିଦ୍ୟୁତ୍ ସେବା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି ।
ମଙ୍କିପକ୍ସ ନେଇ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ସଜାଗ । ଭୟଭୀତ ହେବାର କାରଣ ନାହିଁ । ମଙ୍କିପକ୍ସ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ।
ଲଗାଣ ବର୍ଷା ଯୋଗୁଁ ଫୋକସରେ ମାଲକାନଗିରି ଜିଲ୍ଲା ରହିଛି । ମାଲକାନଗିରି ଓ କାଲିମେଳା ବ୍ଲକ ଅଧିକ ପ୍ରଭାବିତ ହୋଇଛି ।
ଭାରତ କୋକିଂ କୋଲ୍ ଲିମିଟେଡର ଜଣେ ଜେନେରାଲ ମ୍ୟାନେଜର, କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଜୋତା ଖୋଲିଛନ୍ତି । ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି ।
ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ବାତ୍ୟା ‘ୟାଗି’ ଚାଇନାରେ ତାଣ୍ଡବ ରଚିବା ପରେ ଏବେ ଧୀରେ ଧୀରେ ଗୋଟିଏ ଗୋଟିଏ ଦୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି ।
ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ପତିପତ୍ନୀଙ୍କ ଭିତରେ ମତାନ୍ତର ଦେଖାଦେଲେ ସେମାନେ କୋର୍ଟରେ ଯାଇ ଛାଡପତ୍ର ବା ଡିଭୋର୍ସ ନେଇ ପାରୁଛନ୍ତି। ମାତ୍ର ଭିଡିଓ ପଠାଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର କଥା କେବେ ଶୁଣିଛନ୍ତି କି ?
କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର ।
୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଛି ।
ପଞ୍ଜାବରୁ ଫେରି ଗାଁରେ ପହଞ୍ଚିବା ପରେ ଆୟୁଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।
ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁକଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।
ଘର ଦୁଆରେ ବସି ବାହୁନି ବାହୁନି ଆଖିରୁ ଲୁହ ଗଡ଼ାଉଛନ୍ତି ମା’ । ବୁଢ଼ା ବାପାଟା ବି ନିଃସହାୟ । ଦୁର୍ଘଟଣାର ଶିକାର ହୋଇ ଘରେ ବସି କାନ୍ଦୁଛନ୍ତି ୨୪ ବର୍ଷୀୟ ଝିଅ କୁନିରାଣୀ ।
ଡାକ୍ତରଙ୍କୁ ଲୋକେ ଭଗବାନର ଆଖ୍ୟା ଦିଅନ୍ତି। ହେଲେ ଜଣେ ନକଲି ଡାକ୍ତରଙ୍କ ଭୁଲ୍ ପାଇଁ ନିରୀହ ନାବାଳକର ଜୀବନ ଯାଇଛି।
ଆଜି ସ୍ଥିର ରହିଛି ସୁନା ଦର। ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...
ଅନେକ ଲୋକ AI ସାହାଯ୍ୟରେ ୟୁଟ୍ୟୁବ୍ ପରି ସୋସିଆଲ୍ ମିଡିଆ ପ୍ଲାଟ୍ଫର୍ମରେ ଭୁଲ୍ ଭିଡିଓ କଣ୍ଟେଣ୍ଟ୍ ଅପଲୋଡ୍ କରୁଛନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି, ତେବେ ଆପଣ ଅନେକ ସୂଚନା ବିଷୟରେ ଜାଣିବା ଦରକାର, ନଚେତ୍ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।
ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତର ନୂଆ ମାଇଲ୍ ଖୁଣ୍ଟ । ରେକର୍ଡ ୨୯ ପଦକ ଜିତି ଅଭିଯାନ ଶେଷ କରିଛି ଭାରତ । ଏଥିରେ ୭ ଟି ସ୍ୱର୍ଣ୍ଣ, ୯ ଟି ରୌପ୍ୟ ଏବଂ ୧୩ ଟି ବ୍ରୋଞ୍ଜ ପଦକ ସାମିଲ ଅଛି।
ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଚତୁପାର୍ଶ୍ବ ଉତ୍ତରଦ୍ବାର, ପୂର୍ବଦ୍ବାର, ଦକ୍ଷିଣଦ୍ବାର ଓ ପଶ୍ଚିମଦ୍ବାର ସମ୍ମୁଖ ଭାଗ ସୌନ୍ଦର୍ଯ୍ୟକରଣ ଲାଇଟ ଖୁଣ୍ଟରେ ଲଗାଯାଉଛି ସିସିଟିଭି । ପୁରାପୁରି ସିସିଟିଭି ସର୍ଭେଲାନ୍ସରେ ରହିବ ଚତୁପାର୍ଶ୍ୱ।
କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଅଭୟାଙ୍କ ପାଇଁ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି ଲୋକେ । ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।
ସୌର ସିଂହ ମାସ ଭାଦ୍ରବ ଶୁକ୍ଳପକ୍ଷ । ଇଂରାଜୀରେ ୦୯ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି କି ? ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଆଜିକାଲି ବଜାରରେ ନକଲି ଆଦିବାସୀ ହେୟାର ତେଲ ମିଳୁଥିବାରୁ ଏହା ଚୁଟିର ଉପକାର ବଦଳରେ ଅନେକ କ୍ଷତି କରିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ଆପଣ ବଜାର ଉପରେ ନିର୍ଭର ନ କରି ଘରେ ହିଁ ତିଆରି କରିପାରିବେ ଏହି ଆଦିବାସୀ ଚୁଟି ତେଲ।
ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ । ଏହାକୁ ବିପଦପୂର୍ଣ୍ଣ ଘୋଷଣା କଲେ ରାଜ୍ୟ ସରକାର । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି। ଧାମରା, ପାରାଦୀପ, ପୁରୀ ଏବଂଗୋପାଳପୁର ପୋର୍ଟକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।
ବଡ଼ ଝିଅର ବୟସ ୧୨ବର୍ଷ ହୋଇଥିବା ବେଳେ ମଝିଆ ଝିଅ ଶୁଭରେଖା ମଲ୍ଲିକର ବୟସ ୧୧ ଓ ସାନଝିଅ ସୁରଭିର ବୟସ ୩ବର୍ଷ ବୋଲି ଜଣାପଡିଛି। ମା’ ଓ ପୁଅ ସୁରକ୍ଷିତ ଅଛନ୍ତି।
ପବିତ୍ର ଶ୍ରୀଗଣେଶ ପୂଜା ଅବସରରେ ଗତକାଲି ସ୍ଥାନୀୟ ଷ୍ଟେସନ କ୍ଲବ୍ ସଭାଗୃହରେ କବି ଯଶୋଧାରା ଦାସଙ୍କ ଇଂରାଜୀ କବିତାଗ୍ରନ୍ଥ ‘କ୍ରାଉନ୍ ଅଫ୍ ମେମୋରିଜ୍' ଉନ୍ମୋଚିତ ହୋଇଛି।
ଚଳିତ ବର୍ଷ ଏଯାବତ ୨୨ଜଣ ଷ୍ଟାର କ୍ରିକେଟର କ୍ରିକେଟରୁ ସଂପୂର୍ଣ୍ଣ କିମ୍ବା ନିର୍ଦ୍ଦିଷ୍ଟ ଫର୍ମାଟକୁ ବାଏ ବାଏ କହିସାରିଲେଣି । ତାଲିକାରେ ରହିଛି ଅନେକ ଭେଟେରାନ କ୍ରିକେଟରଙ୍କ ନାମ ।