/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725862519.jpg)
Special Story
ଝିଅ ହୋଇ ନିଜ କାନ୍ଧରେ ପରିବାରର ବୋଝ ଉଠାଉଥିଲା । ବାପା-ମା’ଙ୍କ ମୁହଁରେ ଦୁଇଓଳି ଦୁଇମୁଠା ଦାନା ଦେବାକୁ ଦାଦନ ଖଟୁଥିଲା । ହେଲେ ତାଲିମଲନାଡ଼ୁରେ କାମ ସାରି ବଜାରକୁ ଯିବାବେଳେ ଦୁର୍ଘଟଣା ସାରିଦେଲା ସବୁକିଛି । କୁନିରାଣୀଙ୍କ ଗୋଡ ସମ୍ପୂର୍ଣ୍ଣ ଭାଙ୍ଗିଗଲା । ଛାତି ଓ ପେଟରେ ଗଭୀର ଆଘାତ ଲାଗିଲା । ସରକାରୀ ମେଡିକାଲରେ ଗୋଟିଏ ମାସ ଚିକିତ୍ସା ହେବା ପରେ ପରିବାରର ନିବେଦନ କ୍ରମେ ଘରକୁ ଫେରାଇ ଆଣିଲା ପ୍ରଶାସନ । ହେଲେ କୁନିଙ୍କ ଏଇ ଅବସ୍ଥା ପରେ ଏ ଗରିବ ପରିବାରଟା ଯେମିତି ଅଧାବାଟରେ ଅଟକିଯାଇଛି ।
ଘର ଦୁଆରେ ବସି ବାହୁନି ବାହୁନି ଆଖିରୁ ଲୁହ ଗଡ଼ାଉଛନ୍ତି ମା’ । ବୁଢ଼ା ବାପାଟା ବି ନିଃସହାୟ । ଦୁର୍ଘଟଣାର ଶିକାର ହୋଇ ଘରେ ବସି କାନ୍ଦୁଛନ୍ତି ୨୪ ବର୍ଷୀୟ ଝିଅ କୁନିରାଣୀ । ଧାମନଗର ବ୍ଲକ ଭଟ୍ଟସାହି ପଞ୍ଚାୟତ ଫଳପୁର ଗାଁର ଅଲେଖ ଜେନାଙ୍କ ଝିଅ କୁନିରାଣୀ ଜେନା । ତାମିଲନାଡୁ କାଞ୍ଚିପୁରମ ଜିଲ୍ଲାର ଏକ ଘରୋଇ କମ୍ପାନୀରେ ଦାଦନ ଶ୍ରମିକ ଭାବେ ସେ କାମ କରୁଥିଲେ । ସେଥିରୁ ଯାହା ଦରମା ପାଉଥିଲେ କଷ୍ଟେ ମଷ୍ଟେ ପରିବାର ଚଳିଯାଉଥିଲା । ହେଲେ ଦୁର୍ଘଟଣା ପରେ ସବୁ କିଛି ଯେମିତି ଶେଷ ହୋଇଯାଇଛି । ଏ ଗରିବ ପରିବାରକୁ ଖାଲି ଦେଇଯାଇଛି ଲୁହ ।
ଅପରେସନ ପରେ କୁନି କଥା କହିପାରୁନାହାନ୍ତି । ବିଛଣାରେ ପଡି ରହିଛନ୍ତି । ଜିଲ୍ଲାପାଳ ଓ CDMO କୁନିଙ୍କୁ ଖୁବଶୀଘ୍ର ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ବାପା-ମା’ଙ୍କ ମନ ଜମା ବୁଝୁନି । ଏପରି ସମୟରେ କିପରି କୁନି ଶୀଘ୍ର ସୁସ୍ଥ ହେବେ ଓ ଗରିବ ପରିବାର କିଭଳି ଚଳିବ ସେ ନେଇ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)