Advertisment

LoC ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଏନକାଉଣ୍ଟରରେ ଟଳିଲେ ୨ଆତଙ୍କୀ

ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁକଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

author-image
Sonali Ojha
ଅଦ୍ୟତନ ହୋଇଛି
Encounter

Encounter

ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁ-କଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ନୋସେରା ସୀମା ଦେଇ ଅନୁପ୍ରବେଶ ଉଦ୍ୟମ କରୁଥିଲେ ଆତଙ୍କୀ। ଏହି ସମୟରେ ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

Advertisment

ସୂଚନାନୁସାରେ, ଗୁପ୍ତଚର ଏଜେନ୍ସି ଏବଂ ଜାମ୍ମୁ କାଶ୍ମୀର ପୋଲିସ ଅନୁପ୍ରବେଶ ବିଷୟରେ ସୂଚନା ପାଇଥିଲା। ଏହା ପରେ LoC ନିକଟରେ ଆଲର୍ଟ ଜାରି କରାଯାଇଥିଲା। ଅନୁପ୍ରବେଶ ଉଦ୍ୟମ ବେଳେ ସୁରକ୍ଷାକର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଏହାର ଜବାବରେ ସୈନିକମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ।

ଦୀର୍ଘ ସମୟ ଧରି ଗୁଳିବର୍ଷା ହୋଇଥିଲା। ଶେଷରେ ୨ ଆତଙ୍କୀ ନିପାତ ହୋଇଛନ୍ତି।ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ମୃତଦେହ ନିକଟରୁ AK-47 ରାଇଫଲ ଏବଂ ଗୋଟିଏ ପିସ୍ତଲ ଜବତ କରାଯାଇଛି। ବର୍ତ୍ତମାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଚାଲିଛି।

Advertisment

ଚଳିତମାସ ୧୮ ତାରିଖରୁ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁରକ୍ଷା ଏଜେନ୍ସିମାନେ ସତର୍କ ଅଛନ୍ତି। ଏହାପୂର୍ବରୁ ପାକିସ୍ତାନ ଜାଣିଶୁଣି ଉପତ୍ୟକାରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛି। କିଛି ଦିନ ଭିତରେ ଉପତ୍ୟକାରେ ଆତଙ୍କୀ ଗତିବିଧି ବଢ଼ିଛି ଯାହାର କଡ଼ା ଜବାବ ଦେଇଛି ଫୋର୍ସ।

ଏହାପୂର୍ବରୁ ଅଗଷ୍ଟ ୩୦ରେ ମଧ୍ୟ ଭାରତୀୟ ଯବାନ ଏକ ପ୍ରମୁଖ ଆତଙ୍କବାଦୀ ଷଡଯନ୍ତ୍ରକୁ ଖଣ୍ଡନ କରିଥିଲେ। ଏହି ସମୟ ମଧ୍ୟରେ ସୁରକ୍ଷା ବାହିନୀ ଏକ ସ୍ୱତନ୍ତ୍ର ଅପରେସନ୍ କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୩ ଆତଙ୍କବାଦୀଙ୍କୁ ନିପାତ କରିଥିଲେ।

କେନ୍ଦ୍ରଶାସିତ ଅଞ୍ଚଳ ହେବାପରେ ଜାମ୍ମୁ କାଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟର ୯୦ଟି ବିଧାନସଭା ଆସନରେ ଭୋଟ୍ ହେବା ନେଇ ନିର୍ବାଚନ ଆୟୋଗ ଘୋଷଣା କରିଛି। ସେପ୍ଟେମ୍ବର ୧୮, ୨୫ ଓ ଅକ୍ଟୋବର ପହିଲାରେ ଭୋଟ୍ ଗ୍ରହଣ ହେବ। ଅକ୍ଟୋବର ୪ରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବ। ପ୍ରଥମ ପର୍ଯ୍ୟାୟରେ ୨୪ ଟି ଆସନ, ଦ୍ୱିତୀୟ ପର୍ଯ୍ୟାୟରେ ୨୬ଟି ଆସନ ଏବଂ ତୃତୀୟ ପର୍ଯ୍ୟାୟରେ ୪୦ଟି ଆସନରେ ମତଦାନ ହେବ।

LoC Terrorists Killed
Advertisment
Advertisment