/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725869120.jpg)
LPG Cylinder in train track
ଟଳିଲା ଏକ ବଡ଼ ଧରଣର ରେଳ ଦୁର୍ଘଟଣା । ଅନେକ ଲୋକ ହୋଇଥାନ୍ତେ ମୃତାହତ । ସମ୍ଭବତଃ ଏକ ବଡ଼ ଧରଣର ରେଳ ଦୁର୍ଘଟଣା ପାଇଁ କରାଯାଇଥିଲା ଷଡ଼ଯନ୍ତ୍ର । ଉତ୍ତରପ୍ରଦେଶ ପୋଲିସ ଏହି ସୂଚନା ଦେଇଛି । କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର । ପ୍ରୟାଗରାଜ- ଭିୱାନି କାଳିନ୍ଦୀ ଏକ୍ସପ୍ରେସ ହୋଇଥାଆନ୍ତା ଦୁର୍ଘଟଣାଗ୍ରସ୍ତ । ତେବେ ଲୋକୋ ପାଇଲଟ୍ ସିଲିଣ୍ଡରଟିକୁ ଦେଖି ହଠାତ୍ ଏମରଜେନସୀ ବ୍ରେକ୍ ମାରି ଟ୍ରେନକୁ ଅଟକାଇ ଦେଇଥିଲେ । ତଥାପି ଟ୍ରେନଟି ସିଲିଣ୍ଡରକୁ ଧକ୍କା ଦେଇଥିଲା । ମାତ୍ର ଲୋକ ପାଇଲଟଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ଏକ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ସକାଳ ୮ଟା ୨୦ ମିନିଟରେ ଏହି ଘଟଣା ଘଟିଛି । କାଳିନ୍ଦୀ ଏକ୍ସପ୍ରେସ ହରିୟାଣାର ଭିୱାନି ଅଭିମୁଖେ ଯାଉଥିବା ବେଳେ ଟ୍ରେନର ଲୋକ ପାଇଲଟ୍ ରେଳ ଧାରଣାରେ ଗୋଟିଏ ସିଲିଣ୍ଡର ଥିବା ଦେଖିଥିଲେ । ତେବେ ଲୋକ ପାଇଲଟ ଟ୍ରେନ୍ ଜରୁରୀକାଳୀନ ବ୍ରେକ୍ ମାରିବା ସତ୍ତ୍ୱେ ଟ୍ରେନ୍ ସିଲିଣ୍ଡରକୁ ଧକ୍କା ଦେଇଥିଲା । କିନ୍ତୁ ଏଥିର କୌଣସି ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ । ଘଟଣାସ୍ଥଳରେ ଟ୍ରେନଟି ପ୍ରାୟ ୨୦ ମିନିଟ୍ ରହିବା ପରେ ଯାତ୍ରା କରିଥିଲା ।
ତେବେ ଟ୍ରାକ୍ରେ ଥିବା ଏହି ସିଲିଣ୍ଡର ପାଖରେ ପେଟ୍ରୋଲ ଭର୍ତ୍ତି ଏକ ବୋତଲ, କିଛି ଦିଆସିଲି, ଗୋଟିଏ ବ୍ୟାଗ ଓ କିଛି ସନ୍ଦେହଜନକ ଦ୍ରବ୍ୟ ପୋଲିସ ଓ ଆରପିଏଫ୍ ଜବତ କରିଛନ୍ତି । ଏହା ଏକ ପେଟ୍ରୋଲ ବୋମା ହୋଇଥାଇପାରେ ବୋଲି ପୋଲିସ୍ ସନ୍ଦେହ କରୁଛି ।
#ଟଳିଲା_ବଡ଼_ଧରଣର_ରେଳ_ଦୁର୍ଘଟଣା
ଟଳିଲା ଏକ ବଡ ଧରଣର ରେଳ ଦୁର୍ଘଟଣା । ଅନେକ ଲୋକ ହୋଇଥାନ୍ତେ ମୃତାହତ। ସମ୍ଭବତଃ ଏକ
ବଡ ଧରଣର ରେଳ ଦୁର୍ଘଟଣା ପାଇଁ କରା ଯାଇଥିଲା ଷଡଯନ୍ତ୍ର । ଉତ୍ତରପ୍ରଦେଶ ପୋଲିସ ଏହି ସୂଚନା
ଦେଇଛି । #OTVpic.twitter.com/YwnkREwY9e— ଓଟିଭି (@otvkhabar) September 9, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)