Advertisment

ଓଡ଼ିଶା ଉପକୂଳ ଅତିକ୍ରମ କଲା ଗଭୀର ଅବପାତ, ଅତି ଭୀଷଣ ବର୍ଷା ନେଇ ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Deep Depression

Deep Depression

ବଙ୍ଗୋପସାଗରରେ ଆଗକୁ ବଢୁଛି ଗଭୀର ଅବପାତ । ଓଡ଼ିଶା ଉପକୂଳର ପୁରୀ ନିକଟରେ ଏହା ଅତିକ୍ରମ କରିଛି । ସକାଳ ସାଢ଼େ ୧୦ଟାରୁ ସାଢ଼େ ୧୧ଟା ଭିତରେ ପୁରୀ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି ଡିପ୍ ଡିପ୍ରେସନ୍ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Advertisment

ଗଭୀର ଅବପାତ ପ୍ରଭାବରେ ଆଜି ସାରା ରାଜ୍ୟରେ ଭୀଷଣ ବର୍ଷା ହେବ। ଅତି ଭୀଷଣ ବର୍ଷା ସମ୍ଭାବନା ଥିବା ୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି । ରେଡ୍ ୱାର୍ଣ୍ଣିଂ ଜିଲ୍ଲାର କିଛି ସ୍ଥାନରେ ୨୦ ସେଣ୍ଟିମିଟରରୁ ଅଧିକ ବର୍ଷା ହୋଇପାରେ ।

ସେହିପରି ୧୨ ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଦିଆଯାଇଛି ଅରେଞ୍ଜ ୱାର୍ଣ୍ଣିଂ । ବାକି ୮ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୟେଲୋ ସତର୍କତା ଜାରି କରିଛି । ଆଜି ସନ୍ଧ୍ୟା ଯାଏ ଶକ୍ତିଶାଳୀ ହୋଇ ଆଗକୁ ବଢ଼ିବ ଡିପ୍ ଡିପ୍ରେସନ୍ । ମଧ୍ୟରାତ୍ରିରେ ଦୁର୍ବଳ ପଡ଼ିପାରେ । ତେବେ ପରବର୍ତ୍ତୀ ୨୪ ଘଣ୍ଟାରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଛତିଶଗଡ଼ ଆଡକୁ ଗତି କରିବ। ସମୁଦ୍ର ଅଶାନ୍ତ ରହିଛି। ଏଥିପାଇଁ ୧୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରାଯାଇଛି ।

Advertisment

ଗଭୀର ଅବପାତ ଫଳରେ ପୁରୀ ସମୁଦ୍ର ଜୁଆରିଆ ହୋଇଛି । ପବନର ଗତି ଧୀରେ ଧୀରେ ବଢୁଛି । ସମୁଦ୍ର ପ୍ରତିଦିନ ଯେଉଁଭଳି ଏ ଜୁଆର ରହିଥାଏ ତା ଠାରୁ ଅଧିକ ଜୁଆର କୂଳକୁ ମାଡି ଆସୁଛି । ତଥାପି ସମୁଦ୍ରରେ ପର୍ଯ୍ୟଟକ ମାନେ ବୁଲାବୁଲି କରୁଥିବା ଓ ଗାଧଉଥିବା ଦେଖିବାକୁ ମିଳିଛି । ତେବେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକମାନଙ୍କୁ ଲାଇଫଗାର୍ଡମାନେ ସତର୍କ କରାଉଛନ୍ତି । ସମୁଦ୍ର ଅଧିକ ଅଶାନ୍ତ ହେବାର ସମ୍ଭାବନା ରହିଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

Deep Depression Heavy Rainfall
Advertisment
Advertisment