Advertisment

ଲଣ୍ଡନରୁ ଭିଡିଓ ପଠାଇ ତିନି ତଲାକ୍‌ ଦେଲା NRI ସ୍ୱାମୀ !

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ପତିପତ୍ନୀଙ୍କ ଭିତରେ ମତାନ୍ତର ଦେଖାଦେଲେ ସେମାନେ କୋର୍ଟରେ ଯାଇ ଛାଡପତ୍ର ବା ଡିଭୋର୍ସ ନେଇ ପାରୁଛନ୍ତି। ମାତ୍ର ଭିଡିଓ ପଠାଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର କଥା କେବେ ଶୁଣିଛନ୍ତି କି ?

author-image
Sonali Ojha
ଅଦ୍ୟତନ ହୋଇଛି
Talaq

Talaq

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ ଘଟଣାରେ ପରିଣତ ହେଲାଣି। ପତିପତ୍ନୀଙ୍କ ଭିତରେ ମତାନ୍ତର ଦେଖାଦେଲେ ସେମାନେ କୋର୍ଟରେ ଯାଇ ଛାଡପତ୍ର ବା ଡିଭୋର୍ସ ନେଇ ପାରୁଛନ୍ତି। ମାତ୍ର ଭିଡିଓ ପଠାଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର କଥା କେବେ ଶୁଣିଛନ୍ତି କି ? ବିଦେଶରେ ଥାଇ ପତ୍ନୀଙ୍କୁ ତିନି ତଲାକ୍ ଦେଇଛନ୍ତି ଏନଆର୍‌ଆଇ ସ୍ୱାମୀ। ଲଣ୍ଡନରେ ଥିବା ମହିଳାଙ୍କ ସ୍ୱାମୀ ଭିଡିଓ ପଠାଇ ତିନି ତଲାକ୍ ଦେଇଥିବା ଅଭିଯୋଗ ଆଣିଛନ୍ତି।

Advertisment

ଘଟଣାଟି ଗୁଜରାଟ ନଭସାରୀର। ମହିଳା ଜଣକ ପ୍ରଥମେ ୨୦୦୬ରେ ନାଭସାରୀର ଜଣେ ବ୍ଯକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। କୌଣସି କାରଣରୁ ଉଭୟଙ୍କର ୨୦୧୮ରେ ଛାଡପତ୍ର ହୋଇଥିଲା। ଏହାପରେ ମହିଳାଜଣକ ୨୦୨୦ରେ ଡାବେଲ ଗାଁର ଫୈସଲ ପଟେଲଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ୫ମାସ ପରେ ପାରିବାରିକ ଅଶାନ୍ତି ଦେଖାଦେଇଥିଲା।

ପ୍ରାୟ ପାଞ୍ଚ ମାସ ପରେ ସ୍ୱାମୀ ତାଙ୍କୁ ଟଙ୍କା ଦେବା ବନ୍ଦ କରିବା ସହ ହଇରାଣ କରିବା ଆରମ୍ଭ କରିଦେଲେ। ରୋଷେଇ ସମେତ ବିଭିନ୍ନ କାରଣରୁ ସେ ତାଙ୍କୁ ମାଡ଼ ମାରୁଥିଲେ। ପଟେଲଙ୍କର ବ୍ରିଟେନର ଭିସା ଥିବାରୁ ସେ ପ୍ରାୟତଃ ଲଣ୍ଡନ ଯାଇ ସେଠାରେ କିଛି ମାସ କାମ କରି ପୁଣି ଫେରନ୍ତି। ତେବେ ସେଠାରେ ସେ ଅନ୍ୟଜଣଙ୍କୁ ବିବାହ କରିଥିବା ମହିଳା ଜାଣିବାକୁ ପାଇଲେ। ସେ ସେଠାରେ ପତ୍ନୀ ଏବଂ ପିଲାମାନଙ୍କ ସହ ରହୁଥିବା ଖବର ପାଇଲେ।

Advertisment

ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ, ସ୍ୱାମୀ ତାଙ୍କୁ ଏପ୍ରିଲ ମାସରେ ଏକ ଭିଡିଓ ପଠାଇ ତିନି ତଲାକ୍ ଦେଇଥିଲେ। ଭିଡିଓ ପାଇବା ପରେ ସେ ତିନିମାସ ପାଇଁ ଇଦ୍ଦତ ଅବଧି ଅନୁସରଣ କଲେ । ଏହା ପରେ ସେ ସେପ୍ଟେମ୍ବର ୩ରେ ଲାଲଗେଟ୍ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେପ୍ଟେମ୍ବର ୭ରେ ଏଫ୍ଆଇଆର୍ ପଞ୍ଜୀକୃତ କରିଛି।

ଅଭିଯୁକ୍ତ ଫୈସଲ ପଟେଲ ପୀଡିତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା 498A, 323 ଏବଂ 504 ଏବଂ ମୁସଲିମ ମହିଳା (ସୁରକ୍ଷା ଅଧିକାର ଉପରେ ବିବାହ) ଅଧିନିୟମ, ୨୦୧୯ ଅନୁଯାୟୀ ଲାଲଗେଟ୍ ପୋଲିସ ପଟେଲଙ୍କ ବିରୋଧରେ ମାମଲା ରୁଜୁ କରିଛି।

Triple Talaq Nri
Advertisment
Advertisment