• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ପଞ୍ଜାବରେ କମାଲ କଲେ ଓଡ଼ିଆ ପୁଅ । ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ଦେଖାଇଲେ ଜଲୱା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନିମପଲ୍ଲୀ ଗାଁର ଆୟୁଷ ବଳ ନ୍ୟାସନାଲ ରୋଇଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ହାସଲ କରିଛନ୍ତି । ଆୟୁଷ ଭବିଷ୍ୟତରେ ଅଲମ୍ପିକ୍ସରେ ପଦକ ଜିତିବା ନେଇ ଆଶାବାଦୀ ଅଛନ୍ତି ।

ଆୟୁଷ ବର୍ତ୍ତମାନ ଯୁକ୍ତ ୨ର ଛାତ୍ର । ହେଲେ ତାଙ୍କର ପିଲାବେଳୁ କ୍ରୀଡ଼ା ପ୍ରତି ଅହେତୁକ ଦୁର୍ବଳତା ରହିଛି । ତେଣୁ କ୍ରୀଡ଼ା ପ୍ରଶିକ୍ଷଣ ପାଇଁ କଟକ ଜଗତପୁର ସ୍ଥିତ ଏକ ହଷ୍ଟେଲରେ ସେ ଟ୍ରେନିଂ ନେଇଥିଲେ । ପରେ ପଞ୍ଜାବରେ ଅନୁଷ୍ଠିତ ସପ୍ତମ ଜାତୀୟ ରୋଇଂ ଚାମ୍ପିୟନସିପରେ ଭାଗନେବା ସହିତ ଗୋଟିଏ ସ୍ବର୍ଣ୍ଣ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ଏହି ପ୍ରତିଯୋଗିତାରେ ଓଡ଼ିଶା ପକ୍ଷରୁ ଆୟୁଷ ଏକମାତ୍ର ପ୍ରତିଯୋଗୀ ଭାବେ ଏହି ସଫଳତା ହାସଲ କରିଛନ୍ତି ।

ପଞ୍ଜାବରୁ ଫେରି ଗାଁରେ ପହଞ୍ଚିବା ପରେ ଆୟୁଷଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଅଞ୍ଚଳବାସୀ ବାଜା ବଜାଇ ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ଗାଁକୁ ପାଛୋଟି ନେଇଥିଲେ । ମନ୍ଦିରରେ ପୂଜାର୍ଚ୍ଚନା ସହ ଭୋଜିଭାତର ଆୟୋଜନ କରାଯାଇଥିଲା । ସମ୍ବର୍ଦ୍ଧନା ସଭା କରି ଆୟୁଷଙ୍କୁ ସମ୍ବର୍ଦ୍ଧିତ କରିଥିଲେ ଗ୍ରାମବାସୀ । ଭବିଷ୍ୟତରେ ଆୟୁଷ ଆହୁରି ଆଗକୁ ଯାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ସଭିଏଁ ଆଶା ରଖିଛନ୍ତି ।

ଆୟୁଷଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି । ତାଙ୍କର ଏହି ସଫଳତା ସ୍ଥାନୀୟ ଅଞ୍ଚଳର ଅନେକ ଯୁବକ ଯୁବତୀଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ।

  • Reported by:
  • JANMEJAY DASH

OTV is now on Whatsapp

Join and get latest news update delivered to you via whatsapp

Join Now