/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725848512.jpg)
Odisha Bhawan
ଭଙ୍ଗାହେବ ଦିଲ୍ଲୀ ସ୍ଥିତ ଓଡ଼ିଶା ଭବନ । ଏହାକୁ ବିପଦପୂର୍ଣ୍ଣ ଘୋଷଣା କଲେ ରାଜ୍ୟ ସରକାର । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ଯୋଗୁଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି ।
Advertisment
ଦିଲ୍ଲୀ ସ୍ଥିତ ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ, ଓଡ଼ିଶା ସଦନ ଏବଂ ଓଡ଼ିଶା ଭବନର ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ଓଡ଼ିଶା ଭବନ ଦୀର୍ଘ ସମୟ ବ୍ୟବହାର ପାଇଁ ଅସୁରକ୍ଷିତ ବୋଲି ସ୍ପଷ୍ଟ ହୋଇଥିଲା । ଏହାକୁ ୨ରୁ ୩ ବର୍ଷ ମଧ୍ୟରେ ଭାଙ୍ଗିବାକୁ ୨୦୨୨ ଏପ୍ରିଲ ୧୯ ତାରିଖରେ ରିପୋର୍ଟ ଦିଆଯାଇଥିଲା ।
ଅଧିକ ପଢ଼ନ୍ତୁ: ହୁଗୁଳୁଛି ସଂଗଠନ; ଚିନ୍ତାରେ ନବୀନ ! ୨ ସାଂସଦ ଦଳ ଛାଡ଼ିବା ପରେ ନୂଆ ଷ୍ଟ୍ରାଟେଜି କି ?
Advertisment
ଏହାପରେ ପୁଣି ୨୦୨୪ ଅଗଷ୍ଟ ୨୮ ତାରିଖରେ ଆଉ ଏକ ଚିଠି କରାଯାଇଥିଲା । ଯେଉଁଥିରେ ଦର୍ଶାଯାଇଥିଲା କି, ମରାମତି ପରେ ବି ଓଡ଼ିଶା ଭବନ ବ୍ୟବହାର ଉପଯୋଗୀ ନୁହେଁ । ଏନେଇ ପୂର୍ତ୍ତ ବିଭାଗର ମୁଖ୍ୟଯନ୍ତ୍ରୀ ତଥା ଅତିରିକ୍ତ ସଚିବ ଚିଠି କରିଥିଲେ । ଏହି ରିପୋର୍ଟକୁ ବିଚାର କରିବା ପରେ ଓଡ଼ିଶା ଭବନକୁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)