Advertisment

Fog Alert In Odisha: ମାଘ ମାସରେ ଶୀତ ଗାଏବ, ୩ ଦିନ ଯାଏ କଲବଲ କରିବ କୁହୁଡି!

୨୬ରୁ ୨୮ ତାରିଖ ଯାଏ ୭ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି।

author-image
Manoranjan Sial
undefined

Temperture

ମାଘ ମାସରେ ଶୀତ ଗାଏବ। କିନ୍ତୁ କଲବଲ କରୁଛି କୁହୁଡ଼ି। ଆସନ୍ତା ୩ ଦିନ ଯାଏ ଏମିତି ଅସ୍ତବ୍ୟସ୍ତ କରିବ। ରାଜ୍ୟର ଅଧିକାଂଶ ଜିଲ୍ଲାରେ ଶୂନ୍ୟ ଦୃଶ୍ୟମାନ ନେଇ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ଦେଖାଯିବନି ରାସ୍ତାଘାଟ। ରାତି ୨ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ରହିବ ଘନ କୁହୁଡ଼ିର ପ୍ରଭାବ।

Advertisment

ଆସନ୍ତା ୨୪ ଘଣ୍ଟା ପାଇଁ ଅଧା ଜିଲ୍ଲାକୁ ଘନ କୁହୁଡ଼ୁ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ପୁରୀ, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ସୁନ୍ଦରଗଡ, ଯାଜପୁର ଓ ଭଦ୍ରକ। ସେହିଭଳି ୨୬ରୁ ୨୮ ତାରିଖ ଯାଏ ୭ ଜିଲ୍ଲାକୁ ଘନ କୁହୁଡ଼ି ସତର୍କତା ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ ଦୂରତା ୫୦ରୁ ୨୦୦ ମିଟର ମଧ୍ୟରେ ରହିବ। କିଛି ଜିଲ୍ଲାରେ ଜିରା ଭିଜିବିଲିଟି ମଧ୍ୟ ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଛି। ଫଳରେ ରାଜ୍ୟକୁ ପ୍ରଚୁର ମାତ୍ରାରେ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ଘନ କୁହୁଡି ଅନୁଭୂତ ହେଉଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଅଧିକ ପଢ଼ନ୍ତୁ: ପାଣ୍ଡିଆନଙ୍କ ପିଛା ଛାଡୁନି ଚର୍ଚ୍ଚା, ନିଆଁରେ ଘିଅ ଢାଳିଲେ ମନ୍ମଥ

ଘନ କୁହୁଡି ଯୋଗୁ ଦୃଶ୍ୟମାନ କମି ଯାଉଛି। ଏପରିକି ରାସ୍ତାଘାଟ ଦେଖାଯାଉ ନାହିଁ। ସତର୍କତା ଅବଲମ୍ବନ ନକଲେ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି। ଘାଟି ରାସ୍ତା ସହ ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ଗାଡି ଚଳାଚଳ ବନ୍ଦ ରଖିବା ପାଇଁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର। ବିଶେଷ କରି ବିମାନ ଓ ରେଳ ସେବା ସର୍ବାଧିକ ପ୍ରଭାବିତ ହୋଇଛି। ସେହିଭଳି ଯାତ୍ରୀ ପରିବହନ କ୍ଷେତ୍ରରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଛି। ରାସ୍ତା ଦେଖାନଯିବାରୁ କିଛି ସ୍ଥାନରେ ବସ୍‌ ଓଲଟିବା ସହ ଦୁର୍ଘଟଣା ମଧ୍ୟ ଘଟୁଛି।

Advertisment

ଅଧିକ ପଢ଼ନ୍ତୁ: ପୁଣି ଖୋଲିବ ମାହାଙ୍ଗା ଡବଲ ମର୍ଡର ଫାଇଲ୍, ଫସିବେ ପ୍ରତାପ ଜେନା!

ମାଘ ମାସରେ ବାଘ ଭଳି ଶୀତ ଅନୁଭୂତ ହୋଇଥାଏ। ମାତ୍ର ମାଘ ମାସରେ ଶୀତ ପରିବର୍ତ୍ତେ ରାଜ୍ୟବାସୀଙ୍କୁ କଲବଲ କରୁଛି ଘନ କୁହୁଡି ସାଙ୍ଗକୁ ଦିନର ତାପମାତ୍ରା। ଏବେଠାରୁ ଉପରମୁହାଁ ହେଲାଣି ପାରଦ। ଉପକୂଳରୁ ଆଭ୍ୟନ୍ତର, ସବୁଠି ତାତି ବଢିଲାଣି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବା ସହ ତାପମାତ୍ରା ବୃଦ୍ଧି ହେବ। ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବୃଦ୍ଧି ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

Winter Fog Weather Odisha Weather
Advertisment
Advertisment