ଭୁବନେଶ୍ୱର: ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆନାକୋଣ୍ଡା ଏବେ ବିପଦରେ। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ଆନାକୋଣ୍ଡା ମୃତ। ୮ଟି ହଳଦିଆ ଆନାକୋଣ୍ଡାରୁ ଏଯାବତ ୩ଟିର ମୃତ୍ୟୁ ଘଟିଲାଣି। ବ୍ୟାକ୍ଟେରିଆ ନା ରକ୍ତ ସଂକ୍ରମଣ ଯୋଗୁ ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଛି କି ନାହିଁ ତାହା ଏ ଯାଏ ଜଣାପଡ଼ିନି। ୨୦୧୯ ଅକ୍ଟୋବରରେ ୮ ଆନାକୋଣ୍ଡା ଚେନ୍ନାଇ ଚିଡିଆଖାନାରୁ ଆସିଥିଲେ। ଆନାକୋଣ୍ଡା ଆସିବାର ଶହେ ଦିନ ନପୁରୁଣୁ ୨ଟି ଆନାକୋଣ୍ଡାଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ଓୟୁଏଟିର ଡାକ୍ତରୀ ଟିମ୍ […]
ମୁମ୍ବାଇ : ଭିକାରୀ ଓ ଭୂମିହୀନ ଲୋକେ କାମ କରିବା ଆବଶ୍ୟକ । ସବୁ କିଛି ମାଗଣାରେ ଯୋଗାଇ ପାରିବେ ନାହିଁ ରାଜ୍ୟ ସରକାର । ବିନା ପରିଶ୍ରମରେ ମାଗଣା ସାମଗ୍ରୀ ଉବଲବ୍ଧ କରାଇବା ଅଳସୁଆ କରିବା ସହ ସମାନ ବୋଲି…
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ୩ ସହଯୋଗୀଙ୍କ ସରିଲା ଲାଇ ଡିଟେକସନ ଟେଷ୍ଟ। ପପୁ, ବିକାଶ, ଦୀପକଙ୍କର ଭୁବନେଶ୍ୱର ଫୋରେନସିକ୍ ଲ୍ୟାବରେ ଟେଷ୍ଟ ଶେଷ ହୋଇଛି। ଏହି ୩ ସହଯୋଗୀଙ୍କୁ ୮୦ରୁ ଊର୍ଦ୍ଧ୍ୱ ପ୍ରଶ୍ନ ପଚରା ଯାଇଥିବା ସୂଚନା ମିଳିଛି। ଆଦିତ୍ୟ ଦାଶ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ଏହାକୁ ନେଇ ସସପେନ୍ସ ଲାଗି ରହିଥିବା ବେଳେ ଏହାର ଖିଅ ଖୋଜିବା ପାଇଁ କ୍ରାଇମ୍ବ୍ରାଞ୍ଚ ଗୁଡ଼ାଇ ତୁଡ଼ାଇ ଘଟଣାର […]
ନୂଆଦିଲ୍ଲୀ: ଆଇପିଏଲର ୧୩ଶ ସଂସ୍କରଣ ପ୍ରସ୍ତୁତି ପୂର୍ବରୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ଜଣେ ଷ୍ଟାର୍ ବୋଲର ଏବଂ କିଛି ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ସୂଚନା ମିଳିଛି। ତେବେ କେଉଁ ଖେଳାଳି, ସପୋର୍ଟ ଷ୍ଟାଫ୍ ଏବଂ ଅଧିକାରୀଙ୍କର ରିପୋର୍ଟ ପଜିଟିଭ୍ ଆସିଛି, ତାହା ଜଣା ପଡିନାହିଁ। ରିପୋର୍ଟରେ ଦର୍ଶାଯାଇଛି ଯେ ଦୁବାଇରେ ଅବତରଣ କରିବା ପରେ ଅନେକ ସଦସ୍ୟଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଫଳସ୍ୱରୂପ, […]
ଭୁବନେଶ୍ୱର: ଓଡ଼ିଶା କ୍ୟାଡର ଆଇଏଏସ୍ ଉଷା ପାଢ଼ୀଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି। ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ଉଷାଙ୍କୁ ନିଯୁକ୍ତି ଦିଆଯାଇଛି। ପ୍ରଥମ ମହିଳା ଭାବେ ସିଭିଲ ଆଭିଏସନ ସିକ୍ୟୁରିଟି ଡିଜି ଭାବେ ସେ ନିଯୁକ୍ତି ପାଇଛନ୍ତି। ନୂଆ ନିଯୁକ୍ତି ନେଇ ସେ ନିଜେ ଟ୍ୱିଟ୍ କରି ଜଣାଇଛନ୍ତି। ତାଙ୍କ ପୂର୍ବରୁ ଆଇପିଏସ୍ ରାକେଶ ଆସ୍ଥାନା ଏହି ବିଭାଗର ଡିଜି ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। At last, a Smt. in the […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ସିବିଆଇର ଚକ୍ରବ୍ୟୁହରେ। ତେବେ ରିୟା ଚକ୍ରବର୍ତ୍ତୀଙ୍କ ଆଗ୍ରାର କ୍ୟାଥୋଲିକ କନଭେଣ୍ଟରେ କିଛି ବର୍ଷ ପାଇଁ ପଢ଼ିଥିବା ବେଳର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ମାତ୍ର କିଛି ସମୟ ପାଇଁ ରିୟା କ୍ୟାଥୋଲିକ କନଭେଣ୍ଟରେ ପଢ଼ିଥିଲେ। ଏସବୁ ଭିତରେ ରିୟାଙ୍କ କ୍ୟାଥୋଲିକ କନଭେଣ୍ଟରେ ପଢ଼ୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ଏଥିସହ ସେ ସ୍କୁଲରେ ପଢ଼ୁଥିବା ବେଳେ କେମିତି ସ୍ୱାଭବର ପିଲା ଥିଲେ, ତାହା ମଧ୍ୟ […]
ଭୁବନେଶ୍ୱର: ମାଲିକ ପାଇଁ ଜୀବନ ଦେଲେ ୨ କୁକୁର। ଦୁଇଟି କୁକୁରର ନାଁ ହେଉଛି ବ୍ଲାକି ଓ ସୁଇଟି। କୁକୁର ଦୁଇଟିଙ୍କର ଜୀବନ ଯିବାର ୧୧ ଦିନ ପରେ ମାଲିକ ଜାଣିଲେ ରହସ୍ୟମୟ ଘଟଣା। ସିସିଟିଭିରୁ କୁକୁର ମୃତ୍ୟୁର କାରଣ ଜାଣିବା ପରେ କୋହ ସମ୍ଭାଳି ପାରିନଥିଲେ ମାଲିକ। କାରଣ ମାଲିକର ଜୀବନ ବଞ୍ଚାଇବାକୁ ଯାଇ ପ୍ରାଣ ବଳି ଦେଇଛନ୍ତି ଦୁଇ ଲାବ୍ରାଡର ପ୍ରଜାତିର କୁକୁର। ଭୁବନେଶ୍ୱର କାନନ ବିହାର ଫେଜ୍-୨ରେ ରୁହନ୍ତି ଡାକ୍ତର ଆର୍ଯ୍ୟକାନ୍ତ ମାଝି […]
ନୂଆଦିଲ୍ଲୀ: କରୋନା ପାଇଁ ରୋକାଯାଇ ପାରିବନି ବିହାର ବିଧାନସଭା ନିର୍ବାଚନ। ବିହାର ବିଧାନସଭା ନିର୍ବାଚନ ରୋକିବା ପାଇଁ ଏକ ଆବେଦନକୁ ଖାରଜ କରିବା ସହ ଏହା କହିଛନ୍ତି ସୁପ୍ରିମକୋର୍ଟ। ଚଳିତ ବର୍ଷ ଶେଷରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ସ୍ଥଗିତ ରଖିବା ପାଇଁ ହୋଇଥିବା ଆବେଦନର ଶୁଣାଣି କରି ଏହାକୁ ଖାରଜ କରିଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। କରୋନା ପାଇଁ ବିହାର ବିଧାନସଭା ନିର୍ବାଚନ ମଧ୍ୟ ଘୁଞ୍ଚାଇବାକୁ ଚାହୁଁଥିଲେ ବିପକ୍ଷ ଦଳ। ତେବେ ନିର୍ବାଚନ ଘୁଞ୍ଚାଇବା ଆବେଦନକୁ […]
ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ଆଜି ରାଜଧାନୀରେ ୩୫୪ ପଭିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୫୨ ଏବଂ ୨୦୨ ଲୋକାଲ୍ କେସ୍ ରହିଛି। ଏଥିସହ ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦୧ରେ ପହଞ୍ଚିଛି। ସେହିପରି ଆଜି ଭୁବନେଶ୍ୱରରୁ ୨୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୫୪୧୯ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏବେବି ରାଜଧାନୀରେ ୩୫୩୫ ଆକ୍ଟିଭ୍ କେସ୍ ରହିଛି। Update on newly detected […]
ଭୁବନେଶ୍ୱର: JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ସେଥିପାଇଁ JEE ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଏଥର ମାଗଣାରେ ପରୀକ୍ଷା ଦେବାକୁ ଯିବେ JEE ପରୀକ୍ଷାର୍ଥୀ। ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ପ୍ରେସମିଟ୍ କହିଛନ୍ତି ଯେ ଓଡ଼ିଶାର ୩୭ ହଜାର ପରୀକ୍ଷାର୍ଥୀ JEE, NEET ପରୀକ୍ଷା ଦେବେ। ଯେଉଁ ପିଲାଙ୍କର ଯାଆସ ଓ ରହିବା ବ୍ୟବସ୍ଥା ଦରକାର, […]
ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଶୁକ୍ରବାର ଶୋପିଆନାରେ ଭାରତୀୟ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଯେଉଁଥିରେ ଭାରତୀୟ ସୁରକ୍ଷାକର୍ମୀ ୪ ଜଣ ଆତଙ୍କବାଦୀଙ୍କୁ ମାରି ଦେଇଛନ୍ତି। ସେହିପରି ସୁରକ୍ଷାକର୍ମୀଙ୍କ କାର୍ଯ୍ୟାନୁଷ୍ଠାନରେ ଭୟଭୀତ ହୋଇ ଜଣେ ଆତଙ୍କବାଦୀ ଆତ୍ମସମର୍ପଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ଶୋପିଆନର କିଲୋରା ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀମାନେ ଲୁଚି […]
ନୂଆଦିଲ୍ଲୀ: କରୋନା ନେଲା ସାଂସଦଙ୍କ ଜୀବନ। ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ସାଂସଦ ବସନ୍ତ କୁମାର କରୋନାରେ ପ୍ରାଣ ହରାଇଛନ୍ତି। ଅଗଷ୍ଟ ୧୦ରେ ୭୦ ବର୍ଷୀୟ ବସନ୍ତ କୁମାର କରୋନାରେ ଆକ୍ରାନ୍ତ ହୋଇଥିଲେ। ଏଥିପାଇଁ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। Saddened by the demise of Lok Sabha MP Shri H. Vasanthakumar Ji. His strides […]
କଟକ: କଟକ ସହରରେ ଦୁର୍ଗା ପୂଜା ନେଇ ପ୍ରଶାସନ- କମିଟି ଆଲୋଚନା ହୋଇଛି। ପୋଲିସ କମିଶନରଙ୍କ ସହ ଶାନ୍ତି କମିଟି ଓ ପୂଜା କମିଟିର ଆଲୋଚନା ହୋଇଛି। ବୈଠକରେ ନିଷ୍ପତ୍ତି ନେଇ ପୂଜା କମିଟି ସଭାପତି ପ୍ରଭାତ ତ୍ରିପାଠୀ ସୂଚନା ଦେଇଛନ୍ତି ଯେ କୋଭିଡ଼ ନିୟମ ମାନି ଓ ପରମ୍ପରାକୁ ସମ୍ମାନ ଦେଇ ହେବ ଏଥର ଦୁର୍ଗାପୂଜା ହେବ। ଦୁର୍ଗାପୂଜା ଓ ଭସାଣ ନେଇ କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଛି। ତେବେ ବିନା ଭକ୍ତରେ ଦୁର୍ଗା […]
ଭୁବନେଶ୍ୱର: ମହାନଦୀ ଅବବାହିକାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି SRC ପ୍ରଦୀପ ଜେନା। ଉପର ମୁଣ୍ଡରେ ବର୍ଷା ଓ ଇବ୍ ଓ ଭେଡେନ୍ ନଦୀ ଜଳ ପ୍ରବେଶ କରୁଛି। ବର୍ତ୍ତମାନ ଖଇରମାଳରେ ୯ ଲକ୍ଷ ୧୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି ବଡ଼ମୁଲରେ ୮ ଲକ୍ଷ ୪୦ ହଜାର ଓ ମୁଣ୍ଡଳିରେ ୭ ଲକ୍ଷ ୪ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଏହା ବଢ଼ି ୧୦ ଲକ୍ଷରୁ […]
ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ୨୫୦୩ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୭୮୨୬ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ୩୬୯, କଟକରୁ ୨୮୧, ଗଞ୍ଜାମରୁ ୨୦୪, ରାୟଗଡ଼ାରୁ ୧୮୦, ସମ୍ବଲପୁରରୁ ୧୪୯, ନୟାଗଡ଼ରୁ ୧୩୫, ବାଲେଶ୍ୱରରୁ ୧୩୨, ମୟୂରଭଞ୍ଜରୁ ୧୦୭, ପୁରୀରୁ ୧୦୨, କୋରାପୁଟରୁ ୯୫, ଝାରସୁଗୁଡ଼ାରୁ ୭୧ ଆକ୍ରାନ୍ତ, ବରଗଡ଼, ଭଦ୍ରକ ଓ ବୌଦ୍ଧରୁ ୭୦ ଲେଖାଏଁ, ମାଲକାନଗିରିରୁ […]
ଭୁବନେଶ୍ୱର: ଘରୋଇ ମେଡିକାଲ୍ ପାଇଁ କରୋନା ଗାଇଡଲାଇନ୍ ଜାରି କଲେ ରାଜ୍ୟ ସରକାର। କେଉଁ ସବୁ ନିୟମ ମାନିବାକୁ ପଡ଼ିବ ଏନେଇ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି। ଲକ୍ଷଣ ବିହୀନ ଓ କମ୍ ଲକ୍ଷଣ ଆକ୍ରାନ୍ତଙ୍କୁ କ୍ୱାରେଣ୍ଟିନ କିମ୍ବା CCCକୁ ପଠାଇବେ। ୩୦ ବେଡ୍ରୁ ଅଧିକ ସୁବିଧା ଥିବା ହସ୍ପିଟାଲ ଆକ୍ରାନ୍ତଙ୍କ ପାଇଁ ୧୦% ବେଡ୍ ରଖିବେ। ଦରକାର ପଡ଼ିଲେ ସମ୍ପୂର୍ଣ୍ଣ ହସ୍ପିଟାଲ କୋଭିଡ ଆକ୍ରାନ୍ତ ପାଇଁ ବ୍ୟବହାର କରିବେ। ଏନେଇ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅବଗତ […]
ଭୁବନେଶ୍ୱର: JEE (Main) 2020, NEET (UG) ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ପରୀକ୍ଷା କେନ୍ଦ୍ର ହୋଇଥିବା ସହର ଗୁଡ଼ିକରେ ଲକ୍ଡାଉନ୍/ସଟ୍ଡାଉନ୍ କଟକଣା ଲାଗୁ ନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ସେପ୍ଟେମ୍ବର ୭ ତାରିଖ ଯାଏ ଏବଂ ସେପ୍ଟେମ୍ବର ୧୨ରୁ ୧୪ ଯାଏ ଲକ୍ଡାଉନ୍/ସଟ୍ଡାଉନ୍ କଟକଣା ଲାଗୁ ହେବନି। କଟକଣା ଲାଗୁ ନ କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର(SRC) ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, […]
ଭୁବନେଶ୍ୱର: କରୋନା କଟକଣାକୁ ମାନି ସେପ୍ଟେମ୍ବର ୧ ତାରିଖରୁ ରାଜ୍ୟର ସମସ୍ତ ମନ୍ଦିର ଖୋଲିବା ପାଇଁ ଓଡିଶା ମନ୍ଦିର ସେବାୟତ ସଂଘ ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଛି। ଏହା ସହିତ କରୋନା କଟକଣା ପାଇଁ ମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନିଷେଧ ଥିବାରୁ ମାସକୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ସେବାୟତମାନଙ୍କୁ ବାର୍ଦ୍ଧକ୍ୟ ସମୟରେ ଅବସରକାଳୀନ ଭତ୍ତା, ପରିଚୟ ପତ୍ର ପ୍ରଦାନ, ସେବାୟତ ମାନଙ୍କୁ ଜୀବନ ବୀମା ଓ ସ୍ୱାସ୍ଥ୍ୟ କାର୍ଡର ଅନ୍ତର୍ଭୁକ୍ତ କରିବା ଭଳି ୮ […]
ପୁରୀ: ୨୦୨୩ ସୁଦ୍ଧା ପୁରୀରୁ ଉଡ଼ିପାରେ ବିମାନ। ପୁରୀରେ ବିମାନବନ୍ଦର ନିର୍ମାଣ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଯଦି, ସବୁ କିଛି ଠିକ୍ ରହେ ତା’ହେଲେ ୨୦୨୨ରୁ ୨୦୨୩ ମଧ୍ୟରେ ପୁରୀରୁ ବିମାନ ଉଡ଼ିପାରେ ବୋଲି ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ…
ସମ୍ବଲପୁର: ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ଡ୍ୟାମ୍କୁ ଅଧିକ ଜଳ ପ୍ରବେଶ କରୁଛି। ଫଳରେ ବର୍ତ୍ତମାନ ଡ୍ୟାମ୍ର ୪୪ଟି ଗେଟ୍ ଜରିଆରେ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ୨ଟି ଗେଟ୍ ଖୋଲିଥିବା ବେଳେ ଆଜି ସକାଳ ୮ଟା ୩୦ରେ ଆଉ ୨ଟି ଗେଟ୍ ଖୋଲିଛି। ଡ୍ୟାମ୍ର ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଥିବା ବେଳେ ଏବେ ଜଳ ପତ୍ତନ ରହିଛି ୬୨୬.୨୭ ଫୁଟ। ଡ୍ୟାମ୍କୁ ୮ ଲକ୍ଷ ୫୩ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ଡ୍ରଗ୍ସ ନେଉଥିବା କଥାକୁ ଖଣ୍ଡନ କରିଛନ୍ତି ସୁଶାନ୍ତଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ(Personal Assistant) ସବିର ଅହମଦ। ଯେତେଦିନ ଯାଏ ସେ ସୁଶାନ୍ତଙ୍କ ସହ ଥିଲେ ଓ ତାଙ୍କ ସହ କାମ କରୁଥିଲେ, ସୁଶାନ୍ତ କେବେ ବି ଡ୍ରଗ୍ସ ନେଉନଥିଲେ ବୋଲି ସବିର କହିଛନ୍ତି। ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଡ୍ରଗ୍ସକୁ ନେଇ ଏକ ନୂଆମୋଡ଼ ଆସିବା ପରେ Narcotics Control Bureau (NCB) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏହି […]
ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମାରେ ପୁଣି ଏନକାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଅପରେସନରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ତେବେ ସେମାନଙ୍କ ପରିଚୟ ମିଳିପାରିନି। ଜମ୍ମୁ-କାଶ୍ମୀରରେ ୨୪ ଘଣ୍ଟା ମଧ୍ୟରେ ଏହା ଦ୍ୱୀତିୟ ଏନକାଉଣ୍ଟର। ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ଜାଦୁରା ଅଂଚଳରେ ଜମ୍ମୁ କାଶ୍ମୀର ପୋଲିସ, ସେନା, ସିଆରପିଏଫ୍ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀମାନେ କେଉଁ ସଂଗଠନର ସେ ସମ୍ପର୍କରେ […]
ନୂଆଦିଲ୍ଲୀ: ଆତଙ୍କୀ ସଂଗଠନ ଅଲକାଏଦା ଇଣ୍ଡିଆନ ସବ୍ କାର୍ଡିନାନ୍ସ (AQIS )ର ଆତଙ୍କୀ ତଥା ଇଂଲଣ୍ଡର ଗ୍ଲାସଗୋ ଏୟାରପୋର୍ଟ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଡା.ସବିଲ ଅହମ୍ମଦଙ୍କୁ ଗିରଫ କରାଯାଇଛି। କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସ (NIA) ତାକୁ ଗିରଫ କରିବା ପରେ ପଚରାଉଚରା କରୁଛି। କିଏ ଏହି ଆତଙ୍କୀ ଡା.ସବିଲ ଅହମ୍ମଦ ? ତଦନ୍ତରୁ ଜଣାଯାଇଛି, ଆତଙ୍କୀ ସବିଲ୍ ସମ୍ପର୍କରେ ଆତଙ୍କୀ ଜିଶାନ ଅଲିର ଶାଳକ ଅଟେ। ଜିଶାନ ଅଲି ଝାରଖଣ୍ଡ ମୂଳ ବାସିନ୍ଦା । ୨୦୧୭ରେ […]