ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍ ସିଂହଙ୍କୁ ପତ୍ନୀ ଓ ମା’ଙ୍କ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଛି। ‘ଦି ଫିଲାଡେଲଫିଆ’ ଇନକ୍ୱାୟରର’ ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍ ରବିବାର ସକାଳେ ପୋଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୋଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା, ଇକବାଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]
ଭୁବେନଶ୍ୱର: କରୋନା ଅନୁଭୂତିକୁ ନେଇ ଭାଇରାଲ ଅଡିଓ ସଂପର୍କିତ ମାମଲାରେ ଆଜି ପୁଣି କ୍ୟାପିଟାଲ ଥାନାରେ ହାଜର ହୋଇଛନ୍ତି ଓଟିଭି ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳ। ଅମରେଶଙ୍କୁ ଆଜି ୩ ଘଣ୍ଟାରୁ ଅଧିକ ସମୟ ଜେରା କରିଛି ପୋଲିସ। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଅମରେଶ ଥାନାରେ ହାଜର ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ପୁଲିସ ଅମରେଶଙ୍କୁ ୪ ଘଣ୍ଟା ପାଇଁ ଜେରା କରିସାରିଛି। ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଗତ ୧୭ ତାରିଖରେ ଓଟିଭି କର୍ମଚାରୀଙ୍କୁ ଅନ୍ତରୀଣ […]
ନୂଆଦିଲ୍ଲୀ: ଅକ୍ସଫୋର୍ଡ ଦ୍ୱାରା ବିକଶିତ କରୋନା ଟିକା କୋଭିସିଲ୍ଡର ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ପୁଣେର ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଅକ୍ସଫୋର୍ଡ କୋଭିଡ-୧୯ ଭ୍ୟାକସିନ କୋଭିସିଲ୍ଡର ମାନବ ପରୀକ୍ଷଣ ସହରର ଏକ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆରମ୍ଭ ହୋଇଛି। ପୁଣେର ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜର ୨ ଜଣ ସ୍ୱେଚ୍ଛାସେବୀଙ୍କଠାରେ ଏହାର ପରୀକ୍ଷା କରାଯାଇଛି। ଆଜି ଦିନ ୧ଟା ବେଳେ ପରୀକ୍ଷା କରାଯାଇଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି। […]
ଗଞ୍ଜାମ: ଗଞ୍ଜାମ ହିଞ୍ଜିଳିରେ ବେଆଇନ ବାଲି ଚାଲାଣକୁ ନେଇ ତୁମୁଳକାଣ୍ଡ ପରେ ଘଟଣାସ୍ଥଳକୁ ଯାଇଛି ବିଜେପି ଟିମ୍। ୧୧ ଜଣିଆ ଏକ ତଥ୍ୟ ଅନୁସନ୍ଧାନକାରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଘଟଣା କିପରି ଘଟିଲା, ଏଥିପାଇଁ କିଏ ଦାୟୀ ସେ ସବୁ ଦିଗକୁ ବିଜେପି ପ୍ରତିନିଧିମାନେ ଅନୁଧ୍ୟାନ କରିଛନ୍ତି। ଏହାସହ ରୂଷିକୁଲ୍ୟା ନଦୀକୁ ଯାଇ ସ୍ଥିତି ପରଖିଛନ୍ତି। ନଦୀରେ ୨ କିଲୋମିଟର୍ ଯାଏ ବାଲି ଚାଲାଣ ହେଉଛି। ଏହା ବେଆଇନ ଭାବେ ହେଉଥିବା […]
ଲୁଧିଆନା: ଆଗରୁ ଦେଖିଲେ ସ୍କୁଟର, ପଛରୁ ଦେଖିଲେ ସାଇକେଲ୍। ସାମ୍ନାରୁ ଅବିକଳ ସ୍କୁଟର ଭଳି ଦେଖାଯାଉଥିଲେ ବି ଏହା ହେଉଛି ଏକ ସାଇକେଲ୍। ସାଇକେଲରେ ପେଡାଲ ମାରିବା ଭଳି ଏଥିରେ ମଧ୍ୟ ପେଡାଲ ମରାଯାଉଛି। ଏହି ନିଆରା ସାଇକେଲକୁ ତିଆରି କରିଛନ୍ତି ଅଷ୍ଟମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ର। ପଞ୍ଜାବ ଲୁଧିଆନା ଜିଲ୍ଲା ଲାଖୋୱାଲ ଗାଁର ହରମୋନଜିତ୍ ସିଂ ଏହାକୁ ତିଆରି କରିଛନ୍ତି। ଏଥିପାଇଁ ତାଙ୍କୁ ୧୫ ଦିନ ସମୟ ଲାଗିଛି, ଖର୍ଚ୍ଚ ହୋଇଛି ପାଖାପାଖି ୧୦ […]
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦିନକରେ ରାଜ୍ୟରେ ୩୩୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୬୨୮୧୩ରେ ପହଞ୍ଚିଛି। ଏନେଇ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି। ଆଜି ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧାରୁ ସର୍ବାଧିକ ୭୩୨ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୨୬୧, ଭଦ୍ରକରୁ ୨୪୫, ଗଂଜାମରୁ ୨୩୮, ରାୟଗଡ଼ାରୁ ୨୧୭, କଟକରୁ […]
ନୂଆଦିଲ୍ଲୀ: ସାରା ଦେଶରେ NEET-JEE ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କର୍ଣ୍ଣାଟକ ସରକାର ବଡ଼ ଘୋଷଣା କରିଛନ୍ତି। ଆଗାମୀ ଅକ୍ଟୋବର ୧ ତାରିଖରୁ ରାଜ୍ୟରେ ସମସ୍ତ କଲେଜ ଖୋଲିବା ନେଇ ବୁଧବାର କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଶ୍ୱତ ନାରାୟଣ ସିଏମ୍ ଘୋଷଣା କରିଛନ୍ତି। ପ୍ରାଥମିକ ଏବଂ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ଏସ ସୁରେଶ କୁମାର କହିଛନ୍ତି, ଏଥର ଏକାଡେମିକ ସେସନର ଶୁଭାରମ୍ଭ ସେପ୍ଟେମ୍ବର ୧ ତାରିଖରୁ ଅନଲାଇନ୍ କ୍ଲାସ୍ ଜରିଆରେ ହେବ, […]
ଭୁବନେଶ୍ୱର; ଆଜି ଭୁବନେଶ୍ୱରରେ ଆଉ ୩୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୩୯ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୯୧ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଏକ ଘରୋଇ ହସ୍ପିଟାଲର ୮ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ପଳାସପଲ୍ଲୀରୁ ୬, ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଇଆର୍ସି ଭିଲେଜରୁ ମଧ୍ୟ ୬ ଜଣ କୋଭିଡ-୧୯ […]
ଭୁବନେଶ୍ୱର; ଆସନ୍ତା ପୂଜା ଛୁଟି ଯାଏ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବ। କରୋନା ସମୀକ୍ଷା ଅବସରରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ଏବଂ ଏପଟେ କୋଭିଡକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଉଦ୍ବେଗକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତିା ସେହିଭଳି ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା ବେଳେ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ଅର୍ଥନୀତିରୁ ପୁନରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, ଏମଏସଏମଇ, […]
ଭୁବନେଶ୍ୱର; ବିତ୍ପାତ ଆଣିଲା ବର୍ଷା। ୨୪ ଘଣ୍ଟାର ଲଗାଣ ବର୍ଷାରେ ସାରା ରାଜ୍ୟ ପାଣି… ପାଣି। ପୋଲ ଭାସିଛି, ରାସ୍ତା ବୁଡିଛି, କାନ୍ଥ ପଡ଼ି ଜୀବନ ବି ଯାଇଛି। କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟାଜଳ ଭର୍ତ୍ତି ହୋଇଯାଇଛି। ରାସ୍ତା ଅତିକ୍ରମ ବେଳେ ପୃଥକ ପୃଥକ ଘଟଣାରେ ୨ଟି ଟ୍ରକ୍ ଓ ଗୋଟିଏ କାର୍ ଭାସି ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଉପରମୁଣ୍ଡରେ ପ୍ରବଳ ବର୍ଷାରୁ ବହୁ ନଦୀର ଜଳସ୍ତର ବଢ଼ି ଉତ୍ତର ଓ ପୂର୍ବ ଓଡ଼ିଶାକୁ […]
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆହୁରି ନର୍ଦ୍ଧୁମ ବର୍ଷା ହେବ। ରାଜ୍ୟର ପ୍ରାୟ ୨୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସମ୍ଭାବ୍ୟ ବର୍ଷାର ପରିମାଣକୁ ଦେଖି ୧୩ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି। ସେହିଭଳି ୧୧ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଉଭୟ ରେଡ୍ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଏସବୁ ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ […]
ନୂଆଦିଲ୍ଲୀ: ବୁଧବାର ପାର୍ଲାମେଣ୍ଟ ନିକଟରେ ଜଣେ ସୁନ୍ଦିଗ୍ଧ ଯୁବକଙ୍କୁ ଗିରଫ କରାଯାଇଛି। ତାଙ୍କ ନିକଟରୁ କୋର୍ଡୱାର୍ଡ ଲେଖାଥିବା ଏକ କାଗଜ ଜବତ ହୋଇଛି। ବ୍ୟକ୍ତି ଜଣକ ବିଜୟ ଚୌକ ପାଖରେ ବୁଲୁଥିବା ବେଳେ ସିଆର୍ପିଏଫ୍ ଯବାନମାନେ ସନ୍ଦେହ କରି ତାକୁ ଧରିଥିଲେ। ଦିଲ୍ଲୀର ସଂସଦ ମାର୍ଗ ଥାନାରେ ସନ୍ଦିଗ୍ଧକୁ ପୁଲିସ ସହିତ ଆଇବି ଓ ଅନ୍ୟ ଗୋଇନ୍ଦା ସଂସ୍ଥା ପଚରାଉଚରା ଜାରି ରଖିଛି। ପୁଲିସ ସୂଚନା ଅନୁସାରେ, ଯୁବକ ଜଣ ସଂସଦ ଭବନ ଆଖପାଖରେ ବୁଲୁଥିଲା। ପରିଚୟ […]
ଭୁବନେଶ୍ୱର: ସୁଶାନ୍ତ ସିଂ ରାଜପୁତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କ ଭୁବନେଶ୍ୱର ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି। ଡିଲିଟ୍ ହୋଇଥିବା Whatsapp ଚାଟ୍ରେ ଏପରି କିଛି ସନ୍ଦେହଜନକ ଚାଟ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଛି। ଏକ ଇଂରାଜୀ ନ୍ୟୁଜ୍ ଚ୍ୟାନେଲ୍ରେ ଏନେଇ ଖବର ପ୍ରସାରଣ ହୋଇଛି। ରିୟା-ସିମୋନ୍ ଖମ୍ବାଠାଙ୍କ ସହ ୧୬ ମାର୍ଚ୍ଚ ୨୦୨୦ରେ ଚାଟ୍ କରିଛନ୍ତି। ଯେଉଁଥିରେ ରିୟା ପଚାରିଛନ୍ତି, ଚିମ୍ ୟୁ ବ୍ୟାକ୍ ? ଯାହାପରେ ସିମୋନ୍ ତାଙ୍କୁ ଏକ ଅଡିଓ […]
ଭୁବନେଶ୍ୱର: ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ ଆରଡିସିଙ୍କୁ ନେଇ ଏହି ସମୀକ୍ଷା ବୈଠକ ହୋଇଥିଲା। ସମୀକ୍ଷା ପରେ ରାଜ୍ୟରେ ବନ୍ୟା ପରିସ୍ଥିତି ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ସେ କହିଛନ୍ତି, କିଛି ନଦୀରେ ଜଳ ସ୍ତର ବିପଦ ସଂକେତ ପାଖରେ କିମ୍ବା ତଳେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ, ଜଳକା, ବୈତରଣୀ, କାଣୀ ଓ ଖରସ୍ରୋତା ନଦୀ […]
ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା ଟେଲିଭିଜନ ନେଟୱର୍କ। ପ୍ରଥମ ଓଡ଼ିଆ ଚ୍ୟାନେଲ୍ ଭାବେ ଓଟିଭିକୁ ଏହି ସଫଳତା ମିଳିଛି। ଜୁଲାଇ ମାସର BARC’s ନେଟ୍ୱାର୍କ ଲେଭଲ ପରଫର୍ମାନ୍ସରେ ଲିଷ୍ଟର ୧୫ ଶ୍ରେଷ୍ଠ ନେଟ୍ୱର୍କ ମଧ୍ୟରେ ସ୍ଥାନ ପାଇଛି ଓଟିଭି। ଓଡ଼ିଶା ଏବଂ ବାହାରେ ରହୁଥିବା ଓଡ଼ିଆଙ୍କ ଅଜଶ୍ର ସମର୍ଥନ ଓ ଭଲପାଇବା ହିଁ ଓଟିଭିକୁ ଏହି ସଫଳତା ଆଣି ଦେଇଛି। ଓଡ଼ିଶାର ନମ୍ବର ୱାନ୍ ଚ୍ୟାନେଲ ଭାବେ ଓଟିଭି […]
ଭୁବନେଶ୍ୱର: ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନାଲକୋ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ୨ ଟି କାର୍ ମୁହାଁମୁହିଁ ଧକ୍କା ହେବାରୁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ସମେତ ଗୋଟିଏ ପରିବାରର ୪ ଜଣ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। […]
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ବଡ଼ ଧରଣର ଲୁଟ୍ ହୋଇଛି। ଛତ୍ରପୁରରେ ଜଣେ ସୁନା ଦୋକାନୀଙ୍କ ଠାରୁ ୭୦୦ ଗ୍ରାମ ସୁନା, ପ୍ରାୟ ୨୦ କେଜି ରୁପା ଓ ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। କୋର୍ଟ ଷ୍ଟେସନ ନିକଟରେ ଥିବା ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଆକ୍ରମଣର ଶିକାର ସୁନା ଦୋକାନୀ ଶରତଚନ୍ଦ୍ର ସାହୁ ବୋଲି ଜଣାପଡ଼ିଛି। ଗତକାଲି ରାତିରେ ଦୋକାନ ବନ୍ଦ କରି ପତ୍ନୀଙ୍କ ସହ ମୋଟରସାଇକେଲରେ ଘରକୁ […]
ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀରେ ବନ୍ୟା ସ୍ଥିତି ଉପୁଜିଛି। ଭଣ୍ଡାରିପୋଖରୀର ୮ ଓ ଧାମନଗରର ୭ରୁ ଊର୍ଦ୍ଧ୍ୱ ପଞ୍ଚାୟତ ପାଣି ଘେରରେ ରହିଛି। ମାଳଦା ନିକଟ ଶରତା ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଦୋବଲ ନିକଟ ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପାଇଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭଣ୍ଡାରିପୋଖରୀ ଓ ଧାମନଗରରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଆଖୁଆପଦାରେ ବିପଦ ସଙ୍କେତ ଠାରୁ […]
ଭୁବନେଶ୍ୱର; ୧୮ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ନେଇ ସତର୍କ କଲା ପାଣିପାଗ ବିଭାଗ। ଆଜି ଦିନ ୧୧ଟା ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ନବରଙ୍ଗପୁର, ରାୟଗଡ଼ା, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ନୂଆପଡ଼ା ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ସୁବର୍ଣ୍ଣପୁର, ବୌଦ୍ଧ, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ବରଗଡ଼, ଅନୁଗୁଳ କେନ୍ଦୁଝର, ସୁନ୍ଦରଗଡ଼, ଦେବଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ସତର୍କ କରିଛି ପାଣି ବିଭାଗ। […]
ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୁଢ଼ାବଳଙ୍ଗ, ସୋନ ଓ ଜଳକା ନଦୀରେ ସ୍ଥିତି ଉଦ୍ବେଗଜନକ ରହିଛି। ଉପରମୁଣ୍ଡରେ ସୋନ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲା ହୋଇଛି। ଡ୍ୟାମ୍ ଖୋଲିବାରୁ ସଦର ଓ ରେମୁଣାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଇ ଦେଇଛି। ସମ୍ଭାବ୍ୟ ସ୍ଥିତି ପାଇଁ ରେମୁଣା ଓ ବସ୍ତାରେ NDRF ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଜିଲ୍ଲାର ୪ଟି ବ୍ଲକର […]
ଭୁବନେଶ୍ୱର: ରାଜ୍ୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ନେଇ ୪ ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ସ୍ଥିତି ମୁକାବିଲା ପାଇଁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଅତ୍ୟଧିକ ସତର୍କତା ଅବଲମ୍ବନ ଲଗି ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରପଡ଼ା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟର ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ ୮ଟି ଜିଲ୍ଲାର ଜିଲ୍ଲାପାଳ ଓ ୩ ଆରଡିସିଙ୍କୁ […]
ଭୁବନେଶ୍ୱର: ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇ ସ୍ୱପ୍ନ ପୂରଣ କରିବ ଝିଅ। ଯାହା ବାପାମା’ କରି ପାରି ନାହାନ୍ତି ତାକୁ ପୂରଣ କରିବା ସହ ଦୁନିଆରେ ବଞ୍ଚି ରହିବା ପାଇଁ ସାହା ହେବ ଝିଅ। ଏପରି କିଛି ଆଶା ଓ…
ନୂଆଦିଲ୍ଲୀ: କରୋନା ସଂକ୍ରମିତ ରୋଗୀ ସୁସ୍ଥ ହେଉଛନ୍ତି । ଦେଶରେ ସୁସ୍ଥ ହାର ଦ୍ରୁତ ଗତିରେ ବଢିଚାଲିଛି। ହେଲେ ଏହି ଭାଇରସ୍ ପ୍ରଭାବରେ କେବଳ ଫୁସ୍ଫୁସ୍ ଖରାପ ହେଉନି, ଶରୀରର ଅନ୍ୟାନ୍ୟ ଅଙ୍ଗ ପ୍ରଭାବିତ ହେଉଛି। ଏପରି ଦାବି କରିଛନ୍ତି ଦିଲ୍ଲୀ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ (AIIMS)ର ବିଶେଷଜ୍ଞମାନେ। ବୁଧବାର AIIMS ବିଶେଷଜ୍ଞମାନେ କହିଛନ୍ତି କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସବୁ ଅଙ୍ଗକୁ ପ୍ରଭାବିତ କରିପାରେ। ତେବେ ପ୍ରାଥମିକ ଅବସ୍ଥାରେ ରୋଗୀ ଛାତିରେ ଯନ୍ତ୍ରଣା ଅନୁଭବ […]