• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

corona 11
Coronavirus Updates: ଓଡ଼ିଶାରେ ଆଜି ସର୍ବାଧିକ ୧୪ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବାଲେଶ୍ୱର, ଭୁବନେଶ୍ୱର,କଟକ, ଜଗତସିଂହପୁର ଓ ମାଲକାନଗିରିରୁ ୨ଜଣ ଲେଖାଏ, ବରଗଡ଼, ଯାଜପୁର,ପୁରୀ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭୦ ଛୁଇଁଛି। Regret to inform the demise of fourteen […]

flood
ବନ୍ୟା ପ୍ରଭାବିତ ୬ ଜିଲ୍ଲା ଦାୟିତ୍ୱରେ ରହିଲେ ଏହି ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ଯୋଗୁ ପ୍ରଭାବିତ ହୋଇଥିବା ୬ ଜିଲ୍ଲା ପାଇଁ ୬ ବରିଷ୍ଠ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହି ୬ ଜିଲ୍ଲାରେ ବନ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏହି ଅଧିକାରୀମାନେ ନିଯୁକ୍ତ ହୋଇଛନ୍ତି। ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡ଼ା ଦାୟିତ୍ୱ, ଡି.କେ. ସିଂହ-କଟକ, ବିଶାଲ ଦେବ- ବାଲେଶ୍ୱର, ବିଷ୍ଣୁପଦ ସେଠୀ-ଭଦ୍ରକ, ଭି.ଭି. ଯାଦବ- ଯାଜପୁର, ସତ୍ୟବ୍ରତ ସାହୁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି।

sonu sood
JEE, NEET ପରୀକ୍ଷାର୍ଥୀଙ୍କୁ ସୋନୁ ସୁଦ୍‌ଙ୍କ ମେସେଜ୍‌- ‘ଅସୁବିଧାରେ ପଡ଼ିଲେ, ମୋତେ ଜଣାଅ’

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣି ଏବେ ଚର୍ଚ୍ଚାରେ। ଆସନ୍ତା ମାସରେ JEE (Main) ଓ NEET (UG) ପରୀକ୍ଷା ହେବ। ଏହି ସମୟରେ ଯଦି କୌଣସି ପରୀକ୍ଷାର୍ଥୀ ଅସୁବିଧାରେ ପଡ଼ନ୍ତି, ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ସହାୟତାର ହାତ ବଢ଼ାଇଛନ୍ତି ସୋନୁ। ଯାତାୟାତ କିମ୍ବା ଅନ୍ୟ କୌଣସି ଅସୁବିଧାକୁ ନେଇ ଯେଭଳି କୌଣସି ପରୀକ୍ଷାର୍ଥୀ ଅସୁବିଧାରେ ନ […]

Corona Vaccine Update
Corona Updates: ଦେଶରେ ରେକର୍ଡ: ୨୪ ଘଣ୍ଟାରେ ଚିହ୍ନଟ ହେଲେ ସର୍ବାଧିକ ୭୬ ହଜାର ରୋଗୀ

ନୂଆଦିଲ୍ଲୀ:  ଦେଶରେ ମାଡ଼ି ଚାଲିଛି କରୋନା । ଦିନକରେ ୧୦୨୧ ଜଣ କରୋନା ରୋଗୀ ଆଖି ବୁଜିଥିବାବେଳେ ୭୬ ହଜାର ୪୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ତଥ୍ୟକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁ ସଖ୍ୟା ୬୨ ହଜାର ୫୫୦ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୩୪ ଲକ୍ଷ ୬୩ ହଜାର ୯୭୩ରେ ପହଞ୍ଚିଛି। ବର୍ତ୍ତମାନ ୭ ଲକ୍ଷ ୫୨ ହଜାର ୪୨୪ ଜଣ ଚିକିତ୍ସିତ ହେଉଥିବା ବେଳେ୨୬ ଲକ୍ଷ ୪୮ […]

corona 22
ଭଦ୍ରକ ଉପଜିଲ୍ଲାପାଳଙ୍କୁ କରୋନା

ଭଦ୍ରକ: ଭଦ୍ରକ ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଉପଜିଲ୍ଲାପାଳ କରୋନାରେ ଆକ୍ରାନ୍ତ ହୋଇଥିବା ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ଏହି  ସୂଚନା ଦିଆଯାଇଛି। ଅତିରିକ୍ତ ଉପଜିଲ୍ଲାପାଳ ମନୋରମା ଭୂୟାଁଙ୍କୁ ଉପଜିଲ୍ଲାପାଳ ଦାୟିତ୍ୱ ମିଳିଛି। ଆସନ୍ତା ସେପ୍ଟେମ୍ବର ୧୫ ଯା‌ଏ ଏହି ଦାୟିତ୍ୱ ରହିବେ ମନୋରମା। ଗତ ୨୪ ଘଣ୍ଟାରେ ଭଦ୍ରକରୁ ୭୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

corona test
ଲିଫ୍ଟ ଯୋଗୁ ବଢିଲା କରୋନା ସଂକ୍ରମଣ; ଆପର୍ଟମେଣ୍ଟରୁ ବାହାରିଲେ ୨୦ ପଜିଟିଭ

ହାଇଦ୍ରାବାଦ୍‌: ଯିବା ଆସିବାବେଳେ ଯଦି ଲିଫ୍ଟ ବ୍ୟବହାର କରୁଥାନ୍ତି ତେବେ ସାବାଧାନ ! କାରଣ କରୋନା ସଂକ୍ରମଣ ବ୍ୟାପିବାର ଏକ ମାଧ୍ୟମ ପାଲଟିଛି ଲି‍ଫ୍ଟ । ଲିଫ୍ଟ ଯୋଗୁ ଏଠାରେ ୨୦ରୁ ଅଧିକ ଲୋକ ଏଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଘଟଣା ଘଟିଛି ତେଲେଙ୍ଗାନାର ଖମ୍ମମ ଜିଲ୍ଲା ଅଞ୍ଚଳରେ । ଖମ୍ମମ ଜିଲ୍ଲାର ବାଇପାସ୍‌ ରୋଡ ଇଲାକାରେ ଥିବା ଏକ ୫ ମହଲା କୋଠାରୁ ୨୦ ଜଣ ପଜିଟିଭ ବାହାରିଛନ୍ତି। ଏହି ବିଲ୍‌ଡିଂରେ ରହୁଥିବା ପ୍ରାୟ […]

CSK
IPL 2020: ଧୋନିଙ୍କ ଟିମ୍‌ର ଆଉ ଜଣେ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଆଉ ଜଣେ ଖେଳାଳି ରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଗତକାଲି ଚେନ୍ନାଇ ସୁପର କିଙ୍ଗସ ଟିମ୍‌ର ଜଣେ ଫାଷ୍ଟ୍‌ ବୋଲର୍‌ ଏବଂ କିଛି ସଦସ୍ୟଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଅନ୍ୟପକ୍ଷରେ, ବ୍ୟକ୍ତିଗତ କାରଣରୁ ଚେନ୍ନାଇ ସୁପର କିଙ୍ଗସ୍‌ ଟିମ୍‌ର ଖେଳାଳି ସୁରେଶ ରାଇନା ଚଳିତ ବର୍ଷ ଆଇପିଏଲ୍‌ର କୌଣସି ମ୍ୟାଚ୍‌ ଖେଳିବେ ନାହିଁ। ସେ ଭାରତ ଫେରି ଆସିଛନ୍ତି। ଚେନ୍ନାଇ ସୁପର […]

jagapati
୩୫ ବର୍ଷ ପରେ ଜନ୍ମମାଟିକୁ ଫେରିଲେ ଜଗପତି

ପାରଳାଖେମୁଣ୍ଡି : ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରେ ଫସିରହିଥିବା ଗଜପତି ଜିାର ଜଗପତି କାର୍ଜି ଓଡ଼ିଶା ଫେରିଛନ୍ତି। ଜିଲ୍ଲା ପ୍ରଶାସନ ଏବଂ କିଛି ଅନୁଷ୍ଠାନର ସଦସ୍ୟଙ୍କ ଉଦ୍ୟମରେ ୩୫ ବର୍ଷ ପରେ ସେ ଗତକାଲି ରାତିରେ ଓଡ଼ିଶା ବାହୁଡ଼ିଛନ୍ତି। ଗଜପତି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜଣେ ଆସିଷ୍ଟାଣ୍ଟ ଲେବର ଅଫିସର ଜଗପତିଙ୍କୁ ଆଣିବା ପାଇଁ ଅରୁଣାଚଳ ପ୍ରଦେଶ ଯାଇଥିଲେ। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅବାସିଂ ଗାଁର ଜଗପତି କାର୍ଜି କାମଧନ୍ଧା ଅଭାବରୁ ଗତ ୩୫ ବର୍ଷ ତଳେ […]

hirakud dam
ହୀରାକୁଦ ଡ୍ୟାମ୍‌ର ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି

ସମ୍ବଲପୁର: ହୀରାକୁଦ ଡ୍ୟାମ୍‌ର ଆଉ ୨ଟି ଗେଟ୍ ଖୋଲିଛି। ଏବେ ୪୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୬.୨୭ ରହିଛି। ଡ୍ୟାମ୍‌କୁ ୮ ଲକ୍ଷ ୭୮ ହଜାର ୬୦୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମ୍‌ରୁ ୭ ଲକ୍ଷ ୫୭ ହଜାର ୭୯୬ କ୍ୟୁସେକ୍‌ ଜଳ ନିଷ୍କାସନ ହେଉଛି। ଅନ୍ୟପକ୍ଷରେ, ମୁଣ୍ଡଳିରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ୍‌ […]

rain
Weather Forecast In Odisha: କାଲି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ୱେଲ୍‌ମାର୍କଡ୍‌ରେ ପରିଣତ ହୋଇ ଗତକାଲି ଛତିଶଗଡ଼ ପାଖାପାଖି ଥିବାବେଳେ ଆଜି ଏହା ଛତିଶଗଡ଼ର ଉତ୍ତରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଆଜି ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ। ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, ବାଲେଶ୍ୱର ଓ କଳାହାଣ୍ଡି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

crime
ସ୍ୱାମୀଙ୍କୁ ହତ୍ୟା କରି ବେଡ୍‌ରୁମ୍‌ରେ ପୋତିଦେଲେ ମହିଳା

ଅଗରତାଲା: ତ୍ରିପୁରା ରାଜଧାନୀ ଅଗରତାଲା ନିକଟରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ମହିଳା ନିଜ ସ୍ୱାମୀଙ୍କୁ ହତ୍ୟା କରିବା ପରେ ଶବକୁ ବେଡ୍‌ରୁମ୍‌ରେ ପୋତି ଦେଇଛନ୍ତି। ତେବେ ଏହି ଘଟଣା ପରେ ପତ୍ନୀ ନିଜ ସନ୍ତାନ ସହ ପୋଲିସ ଷ୍ଟେସନକୁ ଯାଇ ଆତ୍ମସମର୍ପଣ କରିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିବା ସହ ମହିଳାଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଅଗରତାଲାଠାରୁ ୨୦୦ କିମି ଦୂର ଢଲାଇ ଜିଲ୍ଲାର ଗଣ୍ଡଚେରାରେ ୩୦ […]

raina
ଆଇପିଏଲ ପୂର୍ବରୁ ଦୁବାଇରୁ ଫେରି ଆସିଲେ ରାଇନା

ନୂଆଦିଲ୍ଲୀ: କରୋନା ଭାଇରସ୍‌ ସଂକ୍ରମଣ ଭିତରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (IPL 2020) ଆୟୋଜନ କରାଯାଉଛି। ତେବେ ଅଇପିଏଲ ପାଇଁ ଏକ ଅଶୁଭ ଖବର । ଚେନ୍ନାଇ ସୁପର କିଙ୍ଗସ (CSK) ଦମ୍‌ଦାର ବ୍ୟାଟ୍‌ସମ୍ୟାନ୍‌ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଫେରି ଆସିଛନ୍ତି। ରାଇନା ଫେରିବାର ପ୍ରକୃତ କାରଣ କ’ଣ ଜଣା ପଡ଼ି ନ ଥିଲେ ହେଁ ତାଙ୍କର ଏପରି ଅକସ୍ମାତ ପ୍ରତ୍ୟାବର୍ତ୍ତନ ଟିମ୍‌ ପାଇଁ ଏକ ଝଟ୍‌କା ନିଶ୍ଚୟ। ସେପ୍ଟେମ୍ବର ୧୯ ତାରିଖ ଆରମ୍ଭ ହେବ […]

rhea-cbi
ରିୟାଙ୍କୁ ସୁରକ୍ଷା ଯୋଗାଇବ ମୁମ୍ବାଇ ପୋଲିସ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ମାରାଥନ୍ ଜେରା ଚାଲିଛି।  ଆଜି ପୁଣି ଥରେ ସିବିଆଇ ପାଖରେ ହାଜର ହୋଇ ଜେରାର ସମ୍ମଖୀନ ହୋଇଛନ୍ତି ସୁଶାନ୍ତଙ୍କ ଗାଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ। ଦ୍ୱିତୀୟ ଥର ପାଇଁ ତାଙ୍କୁ ପଚରାଉଚରା କରୁଛି ତଦନ୍ତକାରୀ ସଂସ୍ଥା। ରିୟାଙ୍କ ହାଜିରାକୁ ନେଇ ତାଙ୍କ ଘର ଓ ସିବିଆଇ ଅଫିସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତକାଲି ୯ ଘଣ୍ଟାର ଜେରା ପରେ ସାନ୍ତାକ୍ରୁଜ୍ ଥାନାକୁ ଯାଇ ସୁରକ୍ଷା […]

flooddy
ମୃତଦେହକୁ ଭାର କରି ନେଲେ ଲୋକେ

ଭଦ୍ରକ: ଗ୍ରାମବାସୀ ଦେଖାଇଲେ ମାନବିକତା। ବନ୍ୟା ପାଣିରେ କାନ୍ଧରେ ମୃତଦେହ ଭାର କରି ବୋହି ଆଣିଲେ ଲୋକେ। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ଦକ୍ଷିଣକୁରୁଆ ଗାଁର ଘଟଣା। ଗତକାଲି ଗାଁର ହେମନ୍ତ ଜେନା ପାଣିରେ ଭାସିଯାଇଥିଲେ। ଓଡ୍ରାଫ୍ ଟିମ୍ ଆସିନପାରିବାରୁ ଆଜି ସକାଳେ ଗାଁଲୋକେ ଖୋଜାଖୋଜି କରି ମୃତଦେହକୁ ଉଦ୍ଧାର କରିଥିଲେ। ତେବେ ଚାରିଆଡେ ପାଣି ଥିବାରୁ ଟ୍ରଲି କି ଆମ୍ବୁଲାନ୍ସ ଆସିପାରିଲା ନାହିଁ। ଫଳରେ ଗାଁଲୋକେ ନିଜେ ମୃତଦେହକୁ ଭାର କରି ନେଇଥିଲେ।

Parliament-111
ମୌସୁମୀ ଅଧିବେଶନ ପୂର୍ବରୁ ସବୁ ସାଂସଦଙ୍କର ହେବ କରୋନା ଟେଷ୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୪ରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ । ହେଲେ ତା  ପୂର୍ବରୁ ସବୁ ସାଂସଦଙ୍କର କରୋନା ଟେଷ୍ଟ କରାଯିବ ବୋଲି କୁହାଯାଇଛି । ଅଧିବେଶନ ଆରମ୍ଭର ୭୨ ଘଣ୍ଟା ପୂର୍ବରୁ ଏହି  ଟେଷ୍ଟ କରାଯିବ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମଧ୍ୟ କରୋନା ଟେଷ୍ଟ କରାଯିବ। ସାଂସଦଙ୍କ ସହ ସେମାନଙ୍କ ଷ୍ଟାଫ୍ ଓ ପରିବାର ଲୋକଙ୍କ ବି ନମୂନା ପରୀକ୍ଷା କରାଯିବ। ଏଥି ସହିତ ଖବର ସଂଗ୍ରହ ପାଇଁ ଆସିବାକୁ ଥିବା ଗଣମାଧ୍ୟମ […]