ନୂଆଦିଲ୍ଲୀ: ଜାତୀୟ ଖେଳ ଦିବସ ଅବସରରେ କ୍ରୀଡ଼ା ଜଗତରେ ଦେଶ ପାଇଁ ଗୌରବ ଆଣିଥିବା ପ୍ରଖ୍ୟାତ ଖେଳାଳିମାନଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଧ। ସବୁଠାରୁ ବଡ଼ କଥା ହେଲା ଦେଶରେ ପ୍ରଥମଥର ପାଇଁ ଖେଳାଳିମାନଙ୍କୁ ବିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନିତ କରାଯାଇଛି। ଏଥିପାଇଁ ଅନ୍ଲାଇନ୍ରେ ସମ୍ମାନ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା। ଖେଳାଳିମାନେ ବିଭିନ୍ନ ସ୍ଥାନରୁ ଏଥିରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ରାଷ୍ଟ୍ରପତି କୋବିନ୍ଦ ଆଜି ଖେଳାଳିମାନଙ୍କୁ ରାଜୀବ ଗାନ୍ଧି ଖେଳ ରତ୍ନ ପୁରସ୍କାର, […]
ଯାଜପୁର: ନଦୀ କୂଳରୁ ଉଦ୍ଧାର ହେଲା ମଣିଷ କଙ୍କାଳ। ଦୁଇଟି କଙ୍କାଳକୁ ଉଦ୍ଧାର କରିଛି ପୋଲିସ୍। ଘଟଣା ଘଟିଛି ଯାଜପୁର ବୈତରଣୀ ନଦୀର ଧନତ୍ରୀ ଘାଟରୁ। ସ୍ଥାନୀୟ କୋରେଇ ଅଞ୍ଚଳର ଲୋକେ ନଦୀ କୂଳରେ ଏହି କଙ୍କାଳ ପଡ଼ିଥିବା ଦେଖିବାକୁ ପାଇଥିଲେ। ତେବେ କଙ୍କାଳ କେଉଁଠୁ ଆସିଲା ସେ ନେଇ ସୂଚନା ମିଳିପାରିନି। ନଦୀରେ ଏହା ଭାସି ଆସିଛି ନା ଅନ୍ୟ କେଉଁଠୁ ଆସିଛି ସେ ସମ୍ପର୍କରେ ଜାଣିବା ପାଇଁ ଏହାକୁ ଫରେନ୍ସିକ ଟିମ୍କୁ ପଠାଯାଇଥିବା ପୋଲିସ୍ […]
ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେଉଥିବା କେନ୍ଦ୍ର ଗୁହମନ୍ତ୍ରୀ ଅମିତ ଶାହ ସୁସ୍ଥ ହୋଇଛନ୍ତି। ସେ ଖୁବ୍ ଶୀଘ୍ର ମେଡିକାଲ୍ରୁ ଡିସ୍ଚାର୍ଜ ହୋଇପାରନ୍ତି ବୋଲି ଆଜି ଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଶାହ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଥକାପଣ ଓ ଯନ୍ତ୍ରଣା ଅନୁଭବ କରୁଥିବାରୁ ଅଗଷ୍ଟ ୧୮ ତାରିଖରେ ସେ ପୁଣିଥରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏବେ ସେ ସୁସ୍ଥ ଥିବା ନେଇ ଏମ୍ସ କହିଛି। “ କରୋନାରୁ ସୁସ୍ଥ […]
ସୁନ୍ଦରଗଡ଼: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ହୋମଗାର୍ଡ ଗିରଫ। ବିରମିତ୍ରପୁର ଥାନା ହୋମ୍ଗାର୍ଡ ତଥା ଡ୍ରାଇଭର ଗୁରୁଚରଣ ଫରିକାରଙ୍କୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ। JMFCରେ ଟିଆଇ ପରେଡ୍ରେ ହୋମ୍ଗାର୍ଡକୁ ପୀଡ଼ିତା ଚିହ୍ନଟ କରିଥିଲେ। ପୀଡ଼ିତା ଚିହ୍ନଟ କରିବା ପରେ ହୋମଗାର୍ଡକୁ କ୍ରାଇମ୍ବ୍ରାଞ୍ଚ ଗିରଫ କରିଛି। ପୂର୍ବରୁ ଘଟଣାରେ ତତ୍କାଳୀନ ଥାନାଧିକାରୀ ଓ ଡାକ୍ତର ଗିରଫ ହୋଇଛନ୍ତି। ଘଟଣାଟି ଥିଲା ଏମିତି:- ନାବାଳିକାକୁ ଗତ ଜୁନ୍ ୧୪ ତାରିଖରେ ବସଷ୍ଟାଣ୍ଡରୁ ଉଦ୍ଧାର କରି ବୀରମିତ୍ରପୁର ପୋଲିସ […]
ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ୱେବସାଇଟ୍ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଥିବା ବିବାଦ ବଢି ବଢି ଚାଲିଛି। ଦିଲ୍ଲୀ ପୋଲିସର ସାଇବର ସେଲରେ ଟ୍ୱିଟର ଏବଂ ଏହାର ଏମ୍ଡି ମନୀଶ ମାହେଶ୍ୱରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଓକିଲ ଆଦିତ୍ୟ ସିଂହ ଦେଶୱାଲ।…
ପଠାନକୋଟ: କ୍ରିକେଟର ସୁରେଶ ରାଇନାଙ୍କ ପିଉସୀଙ୍କ ପରିବାରକୁ ଆକ୍ରମଣ କରିଛନ୍ତି ଅଜଣା ଦୁର୍ବୃତ୍ତ। ଏହି ଘଟଣାରେ ତାଙ୍କ ପିଉସାଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଅନ୍ୟ ସଦସ୍ୟଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ପରିବାର ଲୋକ ଶୋଇଥିବା ଅବସ୍ଥାରେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଅଗଷ୍ଟ ୧୯ ତାରିଖରେ ପଠାନକୋଟ ଯୋଧପୁର ଅଞ୍ଚଳର ଧରିୟାଲ ଗାଁରେ ଏଭଳି ଅଘଟଣ ଘଟିଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଆକ୍ରମଣକାରୀଙ୍କ ପତ୍ତା […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ଆଜି ସିବିଆଇ ଦ୍ୱିତୀୟ ଦିନ ପାଇଁ ଜେରା କରୁଛି। ଏଥିପାଇଁ ଆଜି ସକାଳୁ ରିୟାଙ୍କୁ ନୋଟିସ କିରଥିଲା ସିବିଆଇ। ନୋଟିସ ପାଇବା ପରେ ରିୟା ଜେରା ପାଇଁ ଡିଆରଡିଓ ଗେଷ୍ଟ ହାଉସରେ ପହଞ୍ଚିଥିଲେ। ଆଜି ରିୟାଙ୍କୁ ସୁଶାନ୍ତଙ୍କ ମାନସିକ ରୋଗ ସମ୍ପର୍କରେ ପଚାରାଯାଉଛି। ତା ସହିତ ସୁଶାନ୍ତଙ୍କ ବାପା ଆଣିଥିବା ଅଭିଯୋଗ ଓ ଡ୍ରଗ୍ସ କାରବାର ସମ୍ପର୍କରେ ମଧ୍ୟ ପଚରାଉଚରା ଚାଲିଛି। ତେବେ […]
ଭୁବନେଶ୍ୱର: ଜୟନ୍ତୀ ଓ ଦୀପଗ୍ରେସ୍ଙ୍କୁ ମିଳିଲା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର। ପାରା ଆଥଲେଟ ଜୟନ୍ତୀ ବେହେରା, ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କା ପାଇଲେ ଏହି ପୁରସ୍କାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଛନ୍ତି। ଉଭୟଙ୍କୁ ମାନପତ୍ର, ଉପଢୌକନ ସହ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ପୂର୍ଣ୍ଣିମା ଗିରି ଓ ସବିତା ଗିରିଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ଦିଆଯାଇଛି। ସତ୍ୟରଂଜନ ପଟ୍ଟନାୟକଙ୍କୁ ବିଜୁ […]
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରେ ଏକ ସୁଡ଼ଙ୍ଗ ଠାବ କରିଛି ବିଏସ୍ଏଫ୍। ଜାମ୍ମୁର ସାମ୍ବା ଜିଲ୍ଲାରେ ଏହି ଏହି ସୁଡ଼ଙ୍ଗ ଠାବ କରାଯାଇଛି। ଏ ନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁଡ଼ଙ୍ଗ ଦେଇ ଆତଙ୍କାବାଦୀମାନେ ଭାରତକୁ ପ୍ରବେଶ କରୁଥିବା ସନ୍ଦେହ କରାଯାଉଛି। ଭାରତର ସୀମା ବାଡ଼ ଠାରୁ ସୁଡ଼ଙ୍ଗଟି ମାତ୍ର ୫୦ ମିଟର ଦୂରରେ ରହିଛି। ଶୁକ୍ରବାର ସାମ୍ବା ସେକ୍ଟରରେ ପାଟ୍ରୋଲିଂ କଲାବେଳେ ବିଏସ୍ଏପ୍ ଯବାନ ଏହାର ସନ୍ଧାନ ପାଇଥିଲେ। ଏହାପରେ ଛାନଭିନ […]
ନୂଆଦିଲ୍ଲୀ: ଅନଲକ୍-୪ ଗାଇଡ୍ଲାଇନ୍ (Unlock 4.0 Guideline) ଜାରି କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଗାଇଡ୍ ଲାଇନ୍ ଜାରି ହୋଇଛି। ଏହି ଅନୁସାରେ, ସେପ୍ଟେମ୍ବର ୭ ତାରିଖ ଠାରୁ ମେଟ୍ରୋ ଟ୍ରେନ୍ ଆରମ୍ଭ ହେବ। ମେଟ୍ରୋ ରେଳ ଚଳାଚଳ ପାଇଁ ଏସ୍ଓପି ଜାରି ହେବ। ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧର୍ମୀୟ ସମାବେଶକୁ ମଧ୍ୟ ଅନୁମତି ମିଳିଛି। ସେହିଭଳି ମନୋରଂଜନ, ରାଜନୈତିକ ସମାବେଶକୁ ମଧ୍ୟ ଅନ୍ଲକ୍-୪ରେ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। […]
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଅନ୍ଲକ୍-୪ ଗାଇଡ୍ ଲାଇନ୍ (Unlock 4.0 Guideline) ଜାରି କରାଯାଇଛି। ଗାଇଡ୍ଲାଇନ୍ରେ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନ ସହିତ ଶିକ୍ଷାଦାନ ପାଇଁ ମଧ୍ୟ ଗାଇଡ୍ଲାଇନ୍ରେ ନିୟମ କରାଯାଇଛି। ଏହି ଗାଇଡ୍ଲାଇନ୍ ଅନୁସାରେ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହିସବୁ ବନ୍ଦ ରହିବ। ସ୍କୁଲ୍ କଲେଜ୍ ବନ୍ଦ ରହିଲେ ମଧ୍ୟ ଅନଲାଇନ ଶିକ୍ଷାଦାନ ଜାରି ରହିବ। ତା ସହିତ ଅନ୍ଲାଇନ୍ ଶିକ୍ଷାଦାନକୁ ଅଧିକ […]
ଭୁବନେଶ୍ୱର: ମହାନଦୀର ଭୟଙ୍କର ରୂପ। ହୀରାକୁଦ ଡ୍ୟାମ୍ରୁ ୪୬ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ପରେ ଏଭଳି ସ୍ଥିତି କେଉଁଠି ଘାଇ ସୃଷ୍ଟି କଲାଣି, ଆଉ କେଉଁଠି ଧସେଇ ପଶିଲାଣି ଜନବସତିକୁ। ଉପରୁ ତଳ ମୁଣ୍ଡ ଯାଏଁ ଟଳମଳ ଅବସ୍ଥା। କଟକ ଜିଲ୍ଲା ବାଙ୍କୀ ଗୟଳବାଙ୍କ ପାଖରେ ଘାଇ ସୃଷ୍ଟି ହୋଇ ଚାଷ ଜମି ସହ ଗାଁ ଭିତରକୁ ପ୍ରବେଶ କରିଛି ବନ୍ୟା ପାଣି। ଫଳରେ ବାହ୍ୟଜଗତରୁ ବିଛିନ୍ନ ହୋଇଯାଇଛି କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ। […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜାରି କରିଥିବା ଅନଲକ୍-୪ ଗାଇଡ୍ଲାଇନ୍ରେ ଅନେକ କିଛି କୋହଳ କରାଯାଇଥିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ଲକ୍ଡାଉନ୍ କରିବାର ଅଧିକାର ଉଠାଇ ନେଇଛନ୍ତି। ଏଣିକି କେନ୍ଦ୍ରର ବିନା ଅନୁମତିରେ ଲକ୍ଡାଉନ୍ କରିପାରିବେନି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍ରେ କୁହାଯାଇଛି “ କେନ୍ଦ୍ର ସରକାରଙ୍କ ସହିତ ବିନା ପରାମର୍ଶରେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳ […]
ଭୁବନେଶ୍ୱର: ଆଜି ରାଜ୍ୟରେ ଆଉ ୨୮୮୮ କରୋନା ଆକ୍ରାନ୍ତ ସୁସ୍ଥ ହେଲେ। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୭୦୭୧୪ରେ ପହଞ୍ଚିଲା। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ରାୟଗଡ଼ାରୁ ସର୍ବାଧିକ ୪୮୭ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା- ୪୧୦, ଗଞ୍ଜାମ-୨୧୭, କଟକରୁ ୧୮୯, ବଲାଙ୍ଗିର-୧୭୩, କୋରାପୁଟ-୧୫୧, ମୟୂରଭଞ୍ଜରୁ ୧୪୪, ନୟାଗଡ଼-୧୩୮, ପୁରୀ-୧୩୪, ବାଲେଶ୍ୱରରୁ ୧୨୩, ସମ୍ବଲପୁର-୧୧୭, ମାଲକାନଗିରି-୮୧, ସୁନ୍ଦରଗଡ଼ରୁ ୭୮ ସୁସ୍ଥ ହୋଇଛନ୍ତି। […]
ଭୁବନେଶ୍ୱର: ରାଜ୍ୟରେ ଲକଡାଉନ ଓ ସଟଡାଉନ ସାମୟିକ ବାରଣ କଲେ ସରକାର। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଓ ସେପ୍ଟେମ୍ୱର ୧୨ରୁ ୧୪ ଯାଏ ମନା କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି SRC। ଜେଇଇ ଓ ନିଟ୍ ପରୀକ୍ଷା ପାଇଁ ଲକଡାଉନ ଓ ସଟଡାଉନ ବାରଣ କରାଯାଇଛି। ପରୀକ୍ଷାର୍ଥୀ, ଅଭିଭାବକ, ପରୀକ୍ଷା କେନ୍ଦ୍ର ଷ୍ଟାଫଙ୍କ ସୁବିଧା ପାଇଁ ଏହା ବାରଣ କରାଯାଇଛି। JEE ମେନ୍ ପରୀକ୍ଷା ୧ରୁ ୬ ତାରିଖ ମଧ୍ୟରେ ହେବ। ଓଡ଼ିଶାର ୭ଟି […]
ନୂଆଦିଲ୍ଲୀ: ଆଜି କେନ୍ଦ୍ର ସରକାର ଅନଲକ୍-୪ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି ନିୟମ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହେବାକୁ ଥିବା ବେଳେ ଅନ୍ୟ କିଛି ଉପରେ ନିର୍ଦ୍ଦିଷ୍ଟ ସମୟ ପାଇଁ କଟକଣା ଜାରି କରାଯାଇଛି। ଯେପରି ସାମାଜିକ କାର୍ଯ୍ୟ ଖେଳ, ଶୈକ୍ଷିକ କାର୍ଯ୍ୟ, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ଏବଂ ରାଜନୈତିକ କାର୍ଯ୍ୟ ପାଇଁ ସେପ୍ଟେମ୍ବର ୨୧ ତାରିଖରୁ ଅନୁମତି ମିଳିଛି। ତେବେ ଏହିସବୁ କାର୍ଯ୍ୟରେ ୧୦୦ରୁ ଅଧିକ ଲୋକ ସାମିଲ୍ ହୋଇପାରିବେ ନାହିଁ। ଜାରି ହୋଇଥିବା […]
କୋଟାବାଟୋ: ଦକ୍ଷିଣ ଫିଲିପାଇନ୍ସରେ ଏକ ମିଲିଟାରୀ ପ୍ଳେନ୍(ସେନା ବିମାନ) ଦୁର୍ଘଟଣାଗ୍ରସ୍ତ ହୋଇ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ସୁଲୁ ପ୍ରୋଭିନ୍ସର ପାଟିକୁଲ ସହରରେ ସେନା ବିମାନ C-130 ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ରବିବାର ଏହି ଘଟଣା ଘଟିଛି। ଏନେଇ ସଶସ୍ତ୍ର…
ଭୁବନେଶ୍ୱର: ଆସନ୍ତାକାଲି ସକାଳେ ମୁଣ୍ଡଳି ଛୁଇଁବ ସର୍ବାଧିକ ବନ୍ୟାଜଳ। ଏ ନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା। ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ଡ୍ୟାମକୁ ପ୍ରଚୁର ଜଳ ପ୍ରବେଶ କରୁଛି। ଏବେ ଡ୍ୟାମକୁ ୮,୯୫, ୬୦୦ କ୍ୟୁସେକ୍ ପଶୁଛି, ୭, ୬୨, ୧୯୫ କ୍ୟୁସେକ୍ ବାହାରୁଛି। ହୀରାକୁଦରୁ ଆସୁଥିବା ବନ୍ୟାଜଳ କାଲି ସକାଳ ସୁଦ୍ଧା ମୁଣ୍ଡଳି ଛୁଇଁବ ବୋଲି ସେ କହିଛନ୍ତି। ମୁଣ୍ଡଳି ଛୁଇଁଲା ବେଳେ ଜଳ ପ୍ରବାହ ୧୦ରୁ ସାଢ଼େ ୧୦ […]
ଭୁବନେଶ୍ୱର: ମହାମାରୀ କରୋନା ମଣିଷକୁ ଦୁଃଖ ଦେଇଥିଲେ ବି ଦେଇଛି ଆଶ୍ୱାସନା। ହୃଦୟ ଖୋଲିଦେଲେ ଦୁନିଆର ଦୁଃଖ ରହିବନି-ଏହି ସତ୍ୟକୁ ଆଜି ମଣିଷ ଅନୁଭବ କରିଛି। ଏହି ଦୁଃସ୍ଥିତିରେ ଗରିବଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ବହୁତ ସହୃଦୟ ଲୋକ। ଏମିତି ଜଣେ ସହୃଦୟ ବ୍ୟକ୍ତି ହେଉଛନ୍ତି କଣ୍ଠଶିଳ୍ପୀ ବସନ୍ତ ପାତ୍ର। କରୋନା ମହାମାରୀ ସମସ୍ତଙ୍କ ମୁହଁରୁ ଛଡ଼େଇ ନେଇଛି ହସ। ଖଟିଖିଆ ମଣିଷମାନଙ୍କ ପେଟରୁ କାଟି ନେଇଛି ଦାନା। ସବୁଠି କାମଧନ୍ଦା ବନ୍ଦ। ବେପାର […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଆଜି ୫୦୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଦିନକରେ ୩୪୫ ସୁସ୍ଥ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ବିଏମ୍ସି। ଏହାକୁ ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୯୫୦୬ରେ ପହଞ୍ଚିଛି। ୫୭୬୪ ଜଣ ସୁସ୍ଥ ହୋଇ ଘରକୁ ପେରିଛନ୍ତି। ୪୦ ଜଣଙ୍କ ମୃତ୍ୟୁ ହୋଇଛି। ଏବେବି ୩୬୯୩ ଚିକିତ୍ସାଧୀନ ଅଛନ୍ତି। ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ୩,୨୫୨ କରୋନା ପଜିଟିଭ ଚିହ୍ନଟ […]
କଟକ: ସାଂଘାତିକ ହେଉଛି ମହାନଦୀରେ ବନ୍ୟା ସ୍ଥିତି। ଫଳରେ ମହାନଦୀ ବନ୍ୟାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ, ହୀରାକୁଦ ଡ୍ୟାମ୍ର ୪୬ଟି ଗେଟ୍ ଖୋଲାଯିବା ପରେ ଉପକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି। କଟକ ଜିଲ୍ଲା ବାଙ୍କୀ ବ୍ଲକର ତଳିଆ ଅଞ୍ଚଳ ଜଳମଗ୍ନ ହେବସହ କଇଁମୁଣ୍ଡି, ଶୁଖୁଆଖେଳା ଏବଂ ବିଲିପଡ଼ା ଅଞ୍ଚଳ ବାହ୍ୟଜଗତରୁ ବିଛିନ୍ନ ହୋଇଛି। ବାଙ୍କୀରୁ ବୈଦେଶ୍ୱରକୁ ମଧ୍ୟ ଯା’ଆସ ପ୍ରଭାବିତ ହୋଇଛି। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ହୀରାକୁଦ ଜଳଭଣ୍ଡାର ଫୁଲିବାରେ ଲାଗିଛି। ଫଳରେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଅଟ୍ରି ଉଷ୍ମ ପ୍ରସ୍ରବଣରେ ମହାନଦୀ ବନ୍ୟା ଜଳ ପ୍ରବେଶ କରିଥିବାବେଳେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ମହାନଦୀର ଶାଖାନଦୀରେ ବନ୍ୟା ଆସିବାରୁ ଅଟ୍ରିରେ ୪ ଫୁଟ୍ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି।ଘାଇ ସୃଷ୍ଟି ହେବା ଫଳରେ ବାଙ୍କୀ, ତୁଳସୀପୁର ହୋଇ ଉଷ୍ଣ ପ୍ରସ୍ରବଣରେ ବନ୍ୟା ଜଳ ପ୍ରବେଶ କରିଛି। ଅନ୍ୟପକ୍ଷେ, ଜଟଣୀର ତିରିମଲଠାରେ ଦୟାନଦୀରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି। ଆଜି ଭୋର ସମୟରେ ଘାଇ ସୃଷ୍ଟି […]