ନୂଆଦିଲ୍ଲୀ: ମୁସଲିମମାନଙ୍କ ପର୍ବ ମହରମ୍ ଶୋଭାଯାତ୍ରାକୁ ମିଳିଲାନି ଅନୁମତି। ସୁପ୍ରିମ୍ କୋର୍ଟ ଆଜି ଦେଶରେ ମହରମ୍ ଶୋଭାଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ସିଧାସଳଖ ମନା କରିଦେଇଛନ୍ତି। ଶିହା ଧର୍ମଗୁରୁ ମୌଲାନା ସୟଦ କଲବେ ଜୱାଦ ପୂରା ଦେଶରେ ମହରମ୍ ଶୋଭାଯାତ୍ରା କରିବା ନେଇ ସୁପ୍ରିମ୍ କୋର୍ଟରେ ଆବେଦନ କରିଥିଲେ। କିନ୍ତୁ ସୁପ୍ରିମ୍ କୋର୍ଟ ଏହି ଆବେଦନକୁ ଖାରଜ କରିବା ସହ ମହରମ୍ ଶୋଭାଯାତ୍ରାକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି। କରୋନା ମହାମାରୀକୁ ଆଖି ଆଗରେ ରଖି ସୁପ୍ରିମ୍ […]
ଭୁବନେଶ୍ୱର: ରିୟା ଚକ୍ରବର୍ତ୍ତୀଙ୍କ ଓଡ଼ିଶା ଲିଙ୍କ୍ ଅଭିଯୋଗ ଆସିବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍ ଡିଜି ଅଭୟ। ସେ କହିଛନ୍ତି ଯେ, ଏବେ ଯାଏ ଏହି ଅଭିଯୋଗ ସ୍ପଷ୍ଟ ହୋଇନି। ଅନ୍ୟ ତଦନ୍ତକାରୀ ସଂସ୍ଥା ଘଟଣାର ତଦନ୍ତ ଚଲାଇଛି। ଯଦି ସହଯୋଗ ମଗାଯାଏ ତେବେ ଏନେଇ ରାଜ୍ୟ ପୋଲିସ୍ ସହଯୋଗ କରିବ ବୋଲି ଡିଜିପି କହିଛନ୍ତି। ଗତକାଲି ଜାତୀୟ ଗଣମାଧ୍ୟମରେ ରିୟାଙ୍କ କିଛି ଡିଲେଟ୍ ଚାଟ୍ ନେଇ ଖବର ପ୍ରସାରଣ ହୋଇଥିଲା। ଯେଉଁଠି ସେ ଭୁବନେଶ୍ୱର କଥା […]
ନୂଆଦିଲ୍ଲୀ: ମୋଦି ସରକାରରେ ଥିବା ଆଉ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରଜାରଙ୍କ ରିପୋର୍ଟ ପଜିଟିଭ ଆସିଛି। ମନ୍ତ୍ରୀ ଖୋଦ ଏ ସମ୍ପର୍କରେ ଟ୍ୱିଟ କରି ସୂଚନା ଦେଇଛନ୍ତି। स्वास्थ्य संबंधी दिक्कतों को गंभीरता से लेते हुए मैंने कोरोना टेस्ट करवाया जिसकी रिपोर्ट पॉजिटिव आई है। चिकित्सकों के परामर्श पर अब […]
ସମ୍ୱଲପୁର: ମହାନଦୀର ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଏବେ ବଢ଼ିଛି ହୀରାକୁଦର ଜଳସ୍ତର। ଏବେ ହୀରାକୁଦରେ ଯେତିକି ପାଣି ନିଷ୍କାସିତ ହେଉଛି ତାଠୁ ଦୁଇ ଗୁଣ ଜଳ ପ୍ରବେଶ କରୁଛି। ହୀରାକୁଦ ଜଳ ଭଣ୍ଡାରରେ ପ୍ରବେଶ କରୁଛି ୫ ଲକ୍ଷ ୨୪ ହଜାର ୨୮୧ ଘନଫୁଟ୍। ତେବେ ଡ୍ୟାମରୁ ଜଳ ନିଷ୍କାସିତ ହେଉଛି ୨ ଲକ୍ଷ ୪୮ ହଜାର ୧୧୯ ଘନଫୁଟ୍। ଏବେ ହୀରାକୁଦରେ ମୋଟ୍ ୧୬ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ ୧୬ଟି ଗେଟ୍ […]
ଭଦ୍ରକ: ଯାଜପୁର ଦତ୍ତପୁର ଗାଁ ଦାଣ୍ଡରେ କୁମ୍ଭୀର ବୁଲୁଥିବା ଖବର ଆଜି ପ୍ରକାଶ ପାଇଥିଲା। ତେବେ ଏହି ଭିଡିଓଟି ଆଜିର ନୁହେଁ। ଏହା ପୁରୁଣା ଓ ଦତ୍ତପୁର ଗାଁର ନୁହେଁ। ସେହି ଭିଜୁଆଲଟି ସୋଶାଲ୍ ମିଡିଆରେ ଘୂରି ବୁଲୁଛି। ଭିଡିଓଟି ଅନ୍ୟ ରାଜ୍ୟର। ଏନେଇ ଯାଜପୁର ରୋଡ୍ ରେଂଜର ଦେବେନ୍ଦ୍ର ପଟ୍ଟନାୟକ କହିଛନ୍ତି। ସେ କହିଛନ୍ତି-“ବୈତରଣୀ ନଦୀ ବନ୍ଧରେ ଘାଇ ହୋଇ କୁମ୍ଭୀର ଆସିଥିବା ଖବର ମିଳିଛି। ଆମ ଟିମ୍ ସେଠାକୁ ଯାଇଛି। ଘଟଣା ନେଇ ଅନୁଧ୍ୟାନ […]
ଭୁବନେଶ୍ୱର: ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ରାଜ୍ୟର ୫ ନଦୀ। ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ଜଳକା ବିପଦ ଉପରେ ରହିଛି। ବୈତରଣୀ ଉଭୟ ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଂକେତ ଉପରେ ରହିଛି। ଆନନ୍ଦପୁରରେ ବିପଦ ସଂକେତ ୩୮.୩୬, ଦିନ ୧୨ଟାରେ ୪୦.୦୯ ଫୁଟ ରହିଥିବା ବେଳେ ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମି, ଦିନ ୪ଟାରେ ୧୯.୯୦ ମି ରହିଛି। ବୁଢ଼ାବଳଙ୍ଗ NH5 ଠାରେ ବିପଦ ସଂକେତ ୮.୧୩, ଦିନ ୧୨ଟାରେ ୮.୪୦, […]
ନୂଆଦିଲ୍ଲୀ: କଂଗ୍ରେସରେ ପୁଣି କନ୍ଦଳ ! ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନେତୃତ୍ୱ ପରିବର୍ତ୍ତନ ପାଇଁ ଚିଠି ଲେଖିଥିବା ବରିଷ୍ଠ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ବିଶେଷ କରି ଉତ୍ତରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦଙ୍କ ବିରୋଧରେ ଦୃଢ଼ କାର୍ଯାନୁଷ୍ଠାନ ସହ ବହିଷ୍କୃତ କରିବା ପାଇଁ ଦାବି ଜୋର ଧରିଛି। ଏପରିକି ଜିତିନଙ୍କ ପରିବାର ତଥା ତାଙ୍କ ବାପାଙ୍କୁ ମଧ୍ୟ ସେମାନେ ଟାର୍ଗେଟ କରିବାକୁ […]
ନୂଆଦିଲ୍ଲୀ: NEET ଓ JEE MAIN ପରୀକ୍ଷା ଘୁଞ୍ଚାଇବା ପାଇଁ କିଛି ରାଜ୍ୟ ପକ୍ଷରୁ ଦାବି ହେଉଥିବା ବେଳେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେଉ ବୋଲି ଅନେକ ଛାତ୍ରଛାତ୍ରୀ ଚାହୁଁଛନ୍ତି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶାଙ୍କ ସୂଚନା ଦେଇଛନ୍ତି। ପୋଖରୀୟାଲ୍ କହିଛନ୍ତି, ଜେଇଇ ମେନ୍ ପାଇଁ ଆବେଦନ କରିଥିବା ୮ଲକ୍ଷ ୫୮ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଆଡମିଟ୍ କାର୍ଡ ଡାଉନଲୋଡ କରିଛନ୍ତି। NEET ପାଇଁ ଆବେଦନ କରିଥିବା ୧୫ଲକ୍ଷ […]
ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ୩୮୬ ପଜିଟିଭ ଚିହ୍ନଟ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୮୩ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୦୩ ରହିଛି। ସେହିପରି ୨୧୩ ଜଣ ସୁସ୍ଥ ହୋଇଛନ୍ତି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। କେଉଁ ଅଞ୍ଚଳରୁ କେତେ :- ଗଙ୍ଗନଗର ଏସୟୁଏଚ୍ରୁ ୩୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାପଲ୍ଲୀ ଆଇଡି ମାର୍କେଟର ଏକ ସରକାରୀ ଅଫିସରୁ ୧୫ ଚିହ୍ନଟ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରୁ ୧୨, ସପ୍ତମ ବାଟାଲିଅନରୁ […]
ଭୁବନେଶ୍ୱର: କମିଲା ସିଲାବସ୍। ହେଲେ କମିଲାନି ସମସ୍ୟା। କମିବା ବଦଳରେ ବଢ଼ିଲା ଚାପ। ମହାମାରୀ କରୋନା କଟକଣା ପିଲାଙ୍କ ପାଠପଢ଼ାରେ ଗୁରୁତର ସଙ୍କଟ ସୃଷ୍ଟି କରିବା ପରେ ଚଳିତ ବର୍ଷର ସିଲାବସକୁ ୩୦ ପ୍ରତିଶତ କାଣ୍ଟଛାଣ୍ଟ କରିଥିଲେ ରାଜ୍ୟ ସରକାର। ସିବିଏସଇ ଓ ଆଇସିଏସଇ ଢାଞ୍ଚାରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ। ପିଲାଙ୍କ ଅଭିଯୋଗ, ଗଲା ତିନି ମାସ ଧରି ଅନଲାଇନରେ ଯେଉଁ ପାଠ ପଢିଥିଲେ, କଟିଥିବା ସିଲାବସରେ […]
ଭୁବନେଶ୍ୱର: ଲଗାଣ ବର୍ଷା ପରେ ଓଡ଼ିଶାକୁ ମାଡ଼ି ଆସୁଛି ବନ୍ୟା। ଓଡ଼ିଶାର ୫ଟି ନଦୀ ଏବେ ବିପଦ ସଙ୍କେତ ଉପରେ। ବର୍ଷା ଓ ବନ୍ୟା ଯୋଗୁ ଗତ ୩ ଦିନରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେଥିରେ ମୟୂରଭଂଜରେ ୪, କେନ୍ଦୁଝରରେ ୨ ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ଅଛନ୍ତି। ବନ୍ୟା ଜଳରେ ଭାସିଯାଇ ଆଉ ୨ ଜଣ ନିଖୋଜ ଥିବା ଏସ୍ଆର୍ସି ପ୍ରଦୀପ ଜେନା କହିଛନ୍ତି। ସେ କହିଛନ୍ତି-“ମହାନଦୀରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ରହିଛି। […]
ଭୁବନେଶ୍ୱର: କାଲିଠାରୁ ଆରମ୍ଭ ହେବ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ। RMRCର ଟେକ୍ନିକାଲ ଓ BMCର ପ୍ରଶାସନିକ ଅଧିକାରୀ ମିଳିତ ସର୍ଭେ କରିବେ। BMCର ୨୫ଟି ୱାର୍ଡରେ ଦ୍ୱିତୀୟ ପଯର୍ୟାୟ ସେରୋ ସର୍ଭେ କରିବେ ୫ଟି ଟିମ୍। ୨ଟି ଗ୍ରୁପ କମ୍ୟୁନିଟିି ଓ ହାଇ ରିସ୍କ ବ୍ୟକ୍ତିଙ୍କର ସେରୋ ସର୍ଭେ ହେବ। ପ୍ରଥମ ଦୁଇ ଦିନରେ ୧୫ ଶହ ସାମ୍ପଲ୍ ସଂଗ୍ରହ ଲକ୍ଷ୍ୟ ନେଇ BMC ସୂଚନା ଦେଇଛି। ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସରେ […]
ଭୁବନେଶ୍ୱର: ଦିନକରେ ସୁସ୍ଥ ହେଲେ ୨୧୫୦ କରୋନା ଆକ୍ରାନ୍ତ। ଏହାକୁ ମିଶାଇ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୬୫,୩୨୩କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ୪୩୫, ଗଞ୍ଜାମରୁ ୨୭୭, କଟକରୁ ୨୨୫, ପୁରୀରୁ ୨୧୮, କୋରାପୁଟରୁ ୧୮୨, ଯାଜପୁରରୁ ୧୩୫, ମୟୂରଭଞ୍ଜରୁ ୧୧୯, ବାଲେଶ୍ୱରରୁ ୧୦୧, ଗଜପତିରୁ ୮୯, ମାଲକାନଗିରିରୁ ୭୫, ସୁନ୍ଦରଗଡ଼ରୁ ୭୨, ସମ୍ବଲପୁରରୁ ୬୪, ବଲାଙ୍ଗିରରୁ ୫୧, […]
ମୁମ୍ୱାଇ: ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଲେ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଛନ୍ଦି ହୋଇ ଚର୍ଚ୍ଚାରେ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତୀ। ତିନି ତିନିଟି ତଦନ୍ତକାରୀ ସଂସ୍ଥାର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିଆ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରିଆ କହିଛନ୍ତି ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ କିନ୍ତୁ ସେମାନେ ତାକୁ ଗୁରୁତ୍ୱ […]
କଟକ: ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ରାଜ୍ୟରେ ବନ୍ୟା ସ୍ଥିତି ସମ୍ପର୍କରେ ସୂଚନା ଦେଇ ମହାନଦୀ ଅବହାହିକାରେ ମଧ୍ୟମ ଧରଣର ବନ୍ୟା ସମ୍ଭାବନା ଥିବା ସ୍ୱତନ୍ତ୍ର ରିଲିଫ୍ କମିଶନର(SRC) କହିଛନ୍ତି। ମହାନଦୀର ମୁଣ୍ଡଳି ଠାରେ ଏବେ ସାଢ଼େ ୭ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ହୀରାକୁଦରେ ସାଢ଼େ ୫ ଲକ୍ଷ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩ ଲକ୍ଷ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି। ଇବ୍ ଏବଂ ଭେଡେନ୍ ନଦୀରୁ ବହୁ ପରିମାଣର ଜଳ […]
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ଗର୍ଲଫ୍ରେଣ୍ଟ୍ ରିୟା ଚକ୍ରବର୍ତ୍ତୀ ଶେଷରେ ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି। ତିନି ତିନିଟି ତଦନ୍ତକାରୀ ସଂସ୍ଥା(ED,CBI,Narcotics Control Bureau)ର ତଦନ୍ତର କେନ୍ଦ୍ରବିନ୍ଦୁ ଥିବା ରିୟା ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ରିୟା କହିଛନ୍ତି, ‘ସୁଶାନ୍ତ ଅବସାଦରେ ଥିବା ନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। କିନ୍ତୁ ସେମାନେ ତାକୁ ଗୁରୁତ୍ୱ ନ ଦେଇ ସେମିତି ଛାଡ଼ି ଦେଇଥିଲେ। […]
ଝାରସୁଗୁଡ଼ା: ୭ ଦିନ ପାଇଁ ସଟ୍ଡାଉନ୍ ହେବ ଝାରସୁଗୁଡ଼ା ସହର। ଆସନ୍ତା ୩୦ରୁ ସେପ୍ଟେମ୍ବର ୫ ତାରିଖ ଯାଏ ସଟ୍ଡାଉନ୍ ହେବା ନେଇ ଘୋଷଣା ହୋଇଛି। କରୋନା ସଂକ୍ରମଣ ବୃଦ୍ଧି ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।ସଟ୍ଡାଉନ୍ ସମୟରେ କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ସକାଳ ୬ରୁ ଦିନ ୧୧ ଯାଏ ଖୋଲା ରହିବ ବୋଲି ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ […]
ନୂଆଦିଲ୍ଲୀ: ପୁଣି ମିଛ କହିଲା ପାକିସ୍ତାନ। ଗୋଟିଏ ସପ୍ତାହରେ ୩ଟି ମିଛ। ତା’ ପୁଣି ଆତଙ୍କବାଦକୁ ନେଇ। ପାକିସ୍ତାନର ଏହି ମିଛକୁ ପଦାରେ ପକାଇଛି United Nations Security Council (UNSC)। ଆତଙ୍କବାଦକୁ ନେଇ ପାକିସ୍ତାନର ସମସ୍ତ ମିଛ ଏବଂ ଧୋକ୍କାବାଜିକୁ ଗତ ସପ୍ତାହରେ ଲୋକଲୋଚନକୁ ଆଣିଛି । ଗତ ସପ୍ତାହରେ ପାକିସ୍ତାନ କହିଥିବା ୩ଟି ବଡ଼ ବଡ଼ ମିଛ ଧରାପଡ଼ିଛି। ପ୍ରଥମତଃ ପାକିସ୍ତାନ ସବୁବେଳେ କହି ଆସୁଥିଲା ଦାଉଦ ଇବ୍ରାହିମ୍ ପାକିସ୍ତାନରେ ନାହିଁ। କିନ୍ତୁ ଗତ […]
ସକାଳ ସଞ୍ଜରେ ଛୁଆଠୁ ବୁଢ଼ା ଯାଏଁ ସବୁ ଏଠି ରୁଣ୍ଡ କିଏ ସେଲ୍ଫି ନେଉଛି ତ ଆଉ କିଏ ଦୋଳି ଝୁଲୁଛି ଆଳିରେ ଏକ ପରିବର୍ତ୍ତିତ ଗାଁର ଛବି ଆଳି(ବନମାଳୀ ସାହୁ) : ସବୁଜ ସୁନ୍ଦର ଘାସ ଗାଲିଚା, ରଙ୍ଗୀନ ଫୁଲ…
ଭୁବନେଶ୍ୱର: ସମାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ୍ ଟେଷ୍ଟ ଆରମ୍ଭ ହୋଇଥିବାବେଳେ ଆଜି ଆଦିତ୍ୟଙ୍କ ୩ ସହଯୋଗୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଭୁବନେଶ୍ୱର ଫରେନସିକ୍ ଲ୍ୟାବ୍ରେ ଆଦିତ୍ୟଙ୍କ ୩ ସହଯୋଗୀ ପପୁ, ବିକାଶ ଓ ଦୀପୁଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଛି। ଗତକାଲି ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟା ଜେରାରେ ୭୦ଟି ପ୍ରଶ୍ନ ପଚରାଯାଇଥିବା ସୂଚନା ମିଳିଛି। ଜୁଲାଇ ୭ ତାରିଖରେ ଲିଙ୍ଗରାଜ ଷ୍ଟେସନ୍ ଟ୍ରେନ୍ […]
ମୁମ୍ବାଇ(ସୁରେଶ ଦାଶ): ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଅଭିନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଆଜି CBI ନିକଟରେ ହାଜର ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ଜେରା ଚାଲିଛି। ସିବିଆଇର ସମନ ପରେ ରିୟା ଭାଇ ସୌଭିକଙ୍କ ସହ ମୁମ୍ବାଇ ସ୍ଥିତ DRDO ଗେଷ୍ଟ୍ହାଉସ୍ରେ ହାଜର ହୋଇଛନ୍ତି। ତେବେ ରିୟା ସିବିଆଇରେ ହାଜର ହେବାପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଚକ୍ମା ଦେଇଥିବା ଶୁଣିବାକୁ ମିଳୁଛି। ରିୟାଙ୍କ ଘର ମୁମ୍ବାଇ ସାନ୍ତାକ୍ରୁଜ୍ରେ। DRDO ଗେଷ୍ଟ୍ ହାଉସ୍ରୁ […]
ନୂଆଦିଲ୍ଲୀ: ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଯେପରି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ତାହା ଚିନ୍ତାର କାରଣ ହୋଇଛି। ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ଦେଶରେ ୭୫ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ୭୭ ହଜାର ୨୬୬ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବାବେଳେ ୧୦୫୭ ଜଣଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏହାକୁ ମିଶାଇ ଦେଶରେ ଆକ୍ଟିଭ କରୋନା ରୋଗୀଙ୍କ ସଂଖ୍ୟା ୭ […]
ଭୁବନେଶ୍ୱର: ଓଡ଼ିଶାରେ ୩,୬୮୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୩,୬୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୨,୨୪୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୪୪୧ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୭୭୫ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୪, […]