• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

arrest
ଲାଞ୍ଚ ମାଗି ଗିରଫ ହେଲେ ଜଣେ ASI, ୨ ହୋମ୍‌ଗାର୍ଡ

ମାଲକାନଗିରି: ମହଙ୍ଗା ପଡ଼ିଲା ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା। ଗଞ୍ଜେଇ ଗାଡ଼ିକୁ ଅଟକାଇ ଲାଞ୍ଚ ମାଗିବା ଅଭିଯୋଗରେ ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ଥାନାର ଜଣେ ASI ଓ ୨ ହୋମ୍‌ଗାର୍ଡଙ୍କୁ ଗିରଫ କରାଯାଇଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଅନ୍ୟ ଜଣେ SI ସସ୍‌ପେଣ୍ଡ ହୋଇଛନ୍ତି। ସୂଚନାଥାଉ କି, ୪ ଦିନ ତଳେ ଏମାନେ ଖଇରିପୁଟ ନିକଟରେ ଚେକିଂ ସମୟରେ ଏକ ଗଞ୍ଜେଇ ଗାଡିକୁ ଅଟକାଇ ଲାଞ୍ଚ ମାଗିଥିଲେ। ଏହି ଘଟଣା ଜଣାପଡ଼ିବା ପରେ […]

pm-modi
ମନ୍‌ କି ବାତ୍‌ରେ ଆଜି ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରେ

ନୂଆଦିଲ୍ଲୀ: ଆଜି ଦିନ ୧୧ଟା ବେଳେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମର ୬୮ ତମ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ। ତେବେ ଏହା ପୂର୍ବରୁ ଏହି ମାସିକିଆ ରେଡିଓ କାର୍ଯ୍ୟକ୍ରମରେ କେଉଁ ପ୍ରସଙ୍ଗରେ ଆଲୋଚନା ହେବା ଅବଶ୍ୟକ ସେ ନେଇ ପରାମର୍ଶ ମାଗିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ NaMo ଓ MyGov ଆପ୍‌ରେ ବ୍ୟବହାର କରି ମେସେଜ୍ ଲେଖି ପଠାଇବା କିମ୍ବା ୧୮୦୦-୧୧-୭୮୦୦କୁ […]

corona death in odisha
Corona Updates In Odisha: ଲକ୍ଷେ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୩,୦୧୪ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଟପିଛି। ଗତ ୨୪ ଘଣ୍ଟାରେ ୩,୦୧୪ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ପାର୍‌ କରିଛି। ଚିହ୍ନଟ ନୂଆ ୩,୦୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୬୮ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧,୧୪୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା […]

ଓଡ଼ିଶାରେ କରୋନା ସ୍ଥିତି: ଆଖି ବୁଜିଲେ ଆଉ ୧୨ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୨ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୪ଜଣ, ଭୁବନେଶ୍ୱର, କଟକ, ଯାଜପୁର, ମାଲକାନଗିରି, ନବରଙ୍ଗପୁର, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୨ ଛୁଇଁଛି। ଅନ୍ୟପକ୍ଷରେ, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ […]

hirakud 11
‘ହୀରାକୁଦ ଡ୍ୟାମ୍‌କୁ ବନ୍ୟା ଜଳ ପ୍ରବେଶ କମୁଛି’

ଭୁବନେଶ୍ୱର: ହୀରାକୁଦ ଡ୍ୟାମ୍‌ରୁ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀର ତଳମୁଣ୍ଡରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆଶ୍ୱସ୍ତିର କଥା, ଆଜି ଛତିଶଗଡ଼ ପଟୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳ ପ୍ରବେଶ କମୁଥିବା ଦେଖିବାକୁ ମିଳିଛି। ଆଜି ଭୋର ୪ଟାରୁ ଡ୍ୟାମ୍‌ ଭିତରକୁ ଜଳ ପ୍ରବେଶ ପରିମାଣ ହ୍ରାସ ପାଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(SRC) ପ୍ରଦୀପ ଜେନା କହିଛନ୍ତି। ଆଜି ସକାଳେ ଟ୍ୱିଟ୍ କରି SRC ଏହି ସୂଚନା ଦେଇଛନ୍ତି। ଆଗକୁ ଆହୁରି ମଧ୍ୟ ଜଳ ପ୍ରବେଶ […]

coronavirus
ଆମେରିକାକୁ ଟପିଲା ଭାରତ; ଦିନକରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଲେ

ନୂଆଦିଲ୍ଲୀ: ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫ ଲକ୍ଷ ଟପିଛି। ଗତ ୨୪ ଘଣ୍ଟାରେ ୭୮,୭୬୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ପଜିଟିଭ୍‌ ଚିହ୍ନଟ ହେବା ବିଶ୍ୱର ପ୍ରଥମ। ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫,୪୨, ୭୩୩ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଲଗାତର ତୃତୀୟ ଥର ପାଇଁ ଭାରତରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ […]

seaplane
ଅକ୍ଟୋବର ୩୧ରେ ଗୁଜରାଟରେ ଆରମ୍ଭ ହେବ Seaplane‌ ସେବା

ଅହମଦାବାଦ: ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଗୁଜରାଟରେ ସିପ୍ଲେନ୍‌ ସେବା। ଅହମଦାବାଦ ସାବରମତୀ ରିଭର୍‌ଫ୍ରଣ୍ଟ୍‌ରୁ କେଭାଡ଼ିଆର ଷ୍ଟାଚ୍ୟୁ ଅଫ୍‌ ୟୁନିଟି ଯାଏ ଏହି ସିପ୍ଲେନ୍‌‌ ଚଳାଚଳ କରିବ। ଲୌହ ମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମଦିନ ଅବସରରେ ଅକ୍ଟୋବର ୩୧ରେ ଏହି ସେବା ଆରମ୍ଭ ହେବ ବୋଲି ଗୁଜରାଟ ସରକାର ଘୋଷଣା କରିଛନ୍ତି। ଏ ନେଇ ଶନିବାର ଗାନ୍ଧିନଗରରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୁଜରାଟରେ ୱାଟର୍‌ ଏରୋଡ୍ରୋମ୍ ଅପରେସନ୍‌‌ର […]

toi
ଏଥର 'ମନ୍‌ କି ବାତ୍'‌ରେ ଖେଳନା ଉତ୍ପାଦନ ବୃଦ୍ଧିକୁ ଗୁରୁତ୍ୱ

ନୂଆଦିଲ୍ଲୀ: ମନ୍‌ କି ବାତ୍‌ ର ୬୮ ତମ ସଂସ୍କରଣରେ ଆଜି ପୁଣିଥରେ ଆତ୍ମନିର୍ଭର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଖେଳଣା ସାମଗ୍ରୀ ଉତ୍ପାଦନ ବୃଦ୍ଧି ଉପରେ ଜୋର୍ ଦେଇଛନ୍ତି ମୋଦି। ଏଥିପାଇଁ ଦେଶର ଯୁବ ଉଦ୍ୟୋଗୀଙ୍କୁ ଭାରତ ପାଇଁ କମ୍ପ୍ୟୁଟର ଗେମ୍ସ ଉତ୍ପାଦନ କରିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ। ତା ସହିତ ‘ଆପ୍‌ ଇନୋଭେସନ ଚ୍ୟାଲେଞ୍ଜରେ’ ସାମିଲ୍ ହୋଇଥିବା ବିଭିନ୍ନ ଭାରତୀୟ ଆପ୍‌କୁ ପ୍ରଶଂସା କରିଛନ୍ତି ପିଏମ୍। ଏହା ଆତ୍ମନିର୍ଭର ଭାରତ ପାଇଁ […]

cm naveen patnaik
NEET, JEE Exams 2020: ପରୀକ୍ଷାର୍ଥୀଙ୍କୁ ସାହାଯ୍ୟ କରିବାକୁ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ଓ ବନ୍ୟା ପରିସ୍ଥିତି ବେଳେ ଲୋକଙ୍କ ସହ ରହିବାକୁ ଆହ୍ୱାନ ଦେଇଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ମୁଖ୍ୟମନ୍ତ୍ରୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରିଛନ୍ତି। ଆଗକୁ ହେବାକୁ ଥିବା JEE, NEET ପରୀକ୍ଷା ପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତି କରୁଛନ୍ତି। ତେଣୁ ପିଲାଙ୍କୁ ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଦଳୀୟ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ‘ସବୁ ପିଲା ଆମ ପରିବାରର। ତେଣୁ ସେମାନଙ୍କ […]

Atal Tunnel Rohtang
Atal Tunnel Rohtang Explained: ସେପ୍ଟେମ୍ବରରେ ଉଦ୍‌ଘାଟନ ହେବ ବିଶ୍ୱର ସର୍ବବୃହତ ସୁଡ଼ଙ୍ଗପଥ 'ଅଟଳ ଟନେଲ୍‌‌'

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଉଦ୍‌ଘାଟନ ହେବ ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ଅଟଳ ଟନେଲ୍ (Atal Tunnel)‌‌। ହିମାଚଳର ରୋହତଙ୍ଗରେ (Rohtang) ହୋଇଥିବା ଏହି ସୁଡ଼ଙ୍ଗ ପଥ ୩ ହଜାର ମିଟର ଉଚ୍ଚତାରେ ରହିଛି। ସେପ୍ଟେମ୍ବର ୨୦ ତାରିଖରେ ଏହି ଟନେଲ୍‌‌ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ସବୁଠାରୁ ଲମ୍ବା ସୁଡ଼ଙ୍ଗପଥ ବିଷୟରେ ଆସନ୍ତୁ ଜାଣିବା କିଛି ବିଶେଷ କଥା ୩୦ ହଜାର ମିଟର ଉଚ୍ଚତାରେ ନିର୍ମାଣ ହୋଇଥିବା ଏହି ସୁଡ଼ଙ୍ଗପଥ ଦୁନିଆର ସବୁଠାରୁ […]

delta varient
ଡେଲଟା ଭ୍ୟାରିଆଣ୍ଟକୁ ମାତ୍‌ ଦେଉଛି ଟିକା

ନୂଆଦିଲ୍ଲୀ: କରୋନାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏବେ ଡେଲ୍‌ଟା ଭାରିଏଣ୍ଟ ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏହାର ପରିବର୍ତ୍ତିତ ଲକ୍ଷଣ ଚିନ୍ତା ବଢାଉଛି। ତେବେ ଏହା ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଏକ ନୂଆ…

singer lata
ସିଲ୍‌ ହେଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ବିଲ୍ଡିଂ, ଜାଣନ୍ତୁ କାହିଁକି...

ମୁମ୍ବାଇ: ପ୍ରଖ୍ୟାତ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ପ୍ରଭୁକୁଞ୍ଜ ବିଲ୍ଡିଂକୁ  Brihanmumbai Municipal Corporation (BMC) ପକ୍ଷରୁ ସିଲ୍‌ କରାଯାଇଛି। କରୋନା ମହାମାରୀ ସମୟରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଶନିବାର ବିଲ୍ଡିଂକୁ ସିଲ୍‌ କରାଯାଇଥିବା ଜଣାପଡ଼ିଛି। ତେବେ କଣ୍ଠଶିଳ୍ପୀ ଲତା ମଙ୍ଗେସକର ଓ ତାଙ୍କ ପରିବାର ସଦସ୍ୟ ସୁରକ୍ଷିତ ଅଛନ୍ତି। ପ୍ରଖ୍ୟାତ ଗାୟିକାଙ୍କ ପରିବାର ପକ୍ଷରୁ ଶନିବାର ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି, ‘ଆପଣମାନଙ୍କୁ ଆମେ ଅନୁରୋଧ କରୁଛୁ, ଆପଣମାନେ ଆମ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ […]

Odisha Flood Update: ବିଭିନ୍ନ ନଦୀରେ ୩୨ଟି ଘାଇ ହୋଇଛି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ନଦୀରେ ବର୍ତ୍ତମାନ ସୁଦ୍ଧା ୩୨ଟି ଘାଇ ସୃଷ୍ଟି ହୋଇଛି। କେବଳ ଯାଜପୁର ଜିଲ୍ଲାରେ ୨୪ଟି ଘାଇ ସୃଷ୍ଟି ହୋଇଛି। ମହାନଦୀ ସିଷ୍ଟମରେ ମଧ୍ୟ ୨ଟି ଘାଇ ସୃଷ୍ଟି ହୋଇଛି। ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ଏହି ସୂଚନା ଦେଇଛନ୍ତି। ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥଙ୍କ ସୂଚନା ଅନୁସାରେ, ହୀରାକୁଦରେ ଏବେ ୪୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି। ଆବଶ୍ୟକ ହେଲେ ହୀରାକୁଦର ଆଉ ୨ଟି ଗେଟ୍ ଖୋଲା ଯାଇପାରେ। […]

jeee
JEE ଓ ନିଟ୍‌ ପାଇଁ ରାଜଧାନୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: JEE ପରୀକ୍ଷାର୍ଥୀଙ୍କ ପାଇଁ ରାଜଧାନୀରେ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। JEE ଓ ନିଟ୍‌ର ସୁପରିଚାଳନା ପାଇଁ ବିଏମ୍‌ସି ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ରାଜଧାନୀରେ ୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିପରି ୮ଟି ସ୍ଥାନରେ ରହଣି ବ୍ୟବସ୍ଥା କରାଯାଇଥିବା ବିଏମ୍‌ସି ସୂଚନା ଦେଇଛି। ସେହିପରି ପିଲାଙ୍କ ରହଣି କେନ୍ଦ୍ରରେ ସ୍ୱତନ୍ତ୍ର କୋଭିଡ୍ ନିରୀକ୍ଷକ ରହିବେ। ପିଲାଙ୍କ ଯିବାଆସିବା ପାଇଁ ଟ୍ୟାଗିଂ ଓ ରହଣି ବ୍ୟବସ୍ଥା କରାଯିବ। ସବୁ ପରୀକ୍ଷା କେନ୍ଦ୍ରରେ ସାନିଟାଇଜିଂ ବ୍ୟବସ୍ଥା ରହିବ। କେନ୍ଦ୍ର ବାହାରେ […]

military-war
ଋଷ ଆୟୋଜିତ ଯୁଦ୍ଧାଭ୍ୟାସରେ ସାମିଲ୍‌ ହେବନି ଭାରତ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫ରୁ ୧୭ ତାରିଖ ମଧ୍ୟରେ ଋଷିଆ ଆୟୋଜନ କରୁଥିବା ସୈନ୍ୟ ଅଭ୍ୟାସରେ ଯୋଗ ଦେବନି ଭାରତ। ଚାଇନା ଓ ପାକିସ୍ତାନ ଏଥିରେ ଭାଗ ନେବେ ବୋଲି  କୁହାଯାଉଥିବାରୁ ଭାରତ ଏପରି ନିଷ୍ପତ୍ତି ନେଇଥିବା ଶୁଣିବାକୁ ମୁଳିଛି। ଏହି ସୈନ୍ୟ ଅଭ୍ୟାସରେ ପାଖାପାଖି ୨୦ଟି ଦେଶ ଭାଗ ନେବେ। ବୈଦେଶିକ ମନ୍ତ୍ରୀ ଏସ୍‌- ଜୈଶଙ୍କର ଓ ସେନା ମୁଖ୍ୟ ବିପିନି ରାୱତଙ୍କ ଉପସ୍ଥିତିରେ ବସିଥିବା ଏକ ଉତ୍ତସ୍ତରୀୟ ବୈଠକର ଏପରି ନିଷ୍ପତ୍ତି ନିଆଯାଇଛି। ପଶ୍ଚିମ ଲଦାଖ […]

sunia parba
ପୁରୀ ଶ୍ରୀନଅରରେ ପବିତ୍ର ସୁନିଆ ଉତ୍ସବ ପାଳିତ

ପୁରୀ: ପୁରୀ ଶ୍ରୀନଅରରେ ପାଳିତ ହୋଇଛି ପବିତ୍ର ସୁନିଆ ଉତ୍ସବ। ଉତ୍କଳୀୟ ଗଜପତି ପରମ୍ପରାରେ ଗତକାଲିଠୁ ନୂତନ ବର୍ଷ ଆରମ୍ଭ ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ୬୩ ଅଙ୍କ ପ୍ରଚଳନ ହୋଇଥିବାବେଳେ ୧୪୨୮ସାଲ ପ୍ରବେଶ କରିଛି। ସୁନିଆଁ ଅବସରରେ ଶ୍ରୀନଅର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ଦେବାର୍ଚ୍ଚନ, ମଙ୍ଗଳାର୍ପଣ ଆଦି କରାଯିବା ସହ ସୁନିଆର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା। ଏହାପରେ  ଶ୍ରୀନଅରରେ ସୁନିଆଁର ବିଶେଷ ପର୍ବ ଆରମ୍ଭ ହୋଇଥିଲା। ୧୬ ଶାସନି ବ୍ରାହ୍ମଣମାନେ ଗଜପତିଙ୍କୁ […]