କଟକ: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ଦୁର୍ଗାପୂଜା କଟକଣା ଜାରି କରାଯାଇଥିଲା । ଚଳିତ ବର୍ଷ କୌଣସି ମଣ୍ଡପରେ ହେବନି ଦୁର୍ଗା ପୂଜା ବୋଲି କୁହାଯାଇଥିଲା। ହେଲେ ନିଜ ଘର ଭିତରେ ଦୁର୍ଗା ପୂଜା କରିପାରିବେ ବୋଲି କଟକ ଜିଲ୍ଲାପାଳ କହିଥିଲେ। ଏହାକୁ ନେଇ କଟକବାସୀଙ୍କ ମଧ୍ୟରେ ବିଷାଦର ଛାଇ ଖେଳି ଯାଇଥିଲା। ଦୁର୍ଗାପୂଜାକୁ ଅନୁମତି ଦେବା ପାଇଁ କଟକ ବାଲୁବଜାର ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଆବେଦନ କରାଯାଇଥିଲା। ୫ଶହ ବର୍ଷର ପରମ୍ପରାକୁ ଦୃଷ୍ଟିରେ ରଖି […]
ନୂଆଦିଲ୍ଲୀ: ସାରା ବିଶ୍ବରେ କରୋନାଭାଇରସର ଆତଙ୍କ କମିବାର ନାଁ ନେଉନାହିଁ। ସେହି କ୍ରମରେ ଭାରତରେ ମଧ୍ୟ କରୋନା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୭ହଜାର ୧୫୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହ ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨ଲକ୍ଷ ୩୪ହଜାର ୪୭୫ରେ ପହଞ୍ଚି ଯାଇଛି। Coronavirus India Update କେବଳ ଏତିକି ନୁହେଁ, ଦିନକ ମଧ୍ୟରେ ଭାରତରେ ୧୦୫୯ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଏଥିସହ ଏବେ ଦେଶରେ […]
ଅବଶ୍ୟ ଭର୍ତ୍ତୃହରିଙ୍କ ସମ୍ପାଦକୀୟରେ କରୋନା ପ୍ରସଙ୍ଗ ନାହିଁ କିନ୍ତୁ, ରାଜନୈତିକ ଦଳରେ ଭିନ୍ନମତକୁ ସମ୍ମାନ ଦେବା ଏବଂ ସମାଲୋଚନାକୁ ସ୍ୱୀକାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରାଯାଇଛି। ଦଳରେ ଭିନ୍ନମତ କଣ ନେତା ବିରୋଧୀ?
ବାରିପଦା: ସମସ୍ତେ ଚାହିଁଛନ୍ତି, ଆଖି ଆଗରେ ତାସ୍ ଘର ପରି ଭୁଷୁଡ଼ି ପଡ଼ିଲା ଦୁଇ ମହଲା କୋଠା। ଘରଟି ପୁରା ମାଟିରେ ମିଶି ଯାଇଛି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଲୋକେ। ଏମିତି ଏକ ଅଘଟଣ ଘଟିଛି ବାରିପଦାରେ ମଧୁବନ ତାଳ ସାହିରେ। ମୟୂରଭଞ୍ଜ ଜିଲ୍ଲାରେ ଗତକାଲିଠାରୁ ଲାଗି ରହିଛି ବର୍ଷା। ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବାବେଳେ ଗୋଟିଏ ଦୁଇମହଲା କୋଠା ଘର ଭୁଷୁଡି ପଡ଼ିଛି। ସୌଭାଗ୍ୟବଶତଃ ଏହି ସମୟରେ ଘରେ କେହି ନ ଥିଲେ […]
ଲକ୍ଷ୍ନୌ: ଲକ୍ଷ୍ନୌରେ ଘଟିଛି ବଡ଼ ସଡ଼କ ଦୁର୍ଘଟଣା। ଦୁଇ ରୋଡୱେଜ୍ ବସ୍ ପରସ୍ପରକୁ ଧକ୍କା ଦେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଛି, ଯେଉଁଥିରେ ୬ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଡ୍ରାଇଭର୍ ସମେତ ଚାରିଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଦୁଇଜଣ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। 6 dead including one bus driver and 8 people were injured after two roadways buses collided with each other: Naveen Arora, Joint Commissioner, […]
ନୂଆଦିଲ୍ଲୀ: କଥାରେ ଦୃଢ଼ ମନୋବଳ ଆଗରେ ବୟସ ହାର ମାନିଥାଏ। ଏମିତି ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାର ପାନିପତରେ। ପାନିପତରେ ରହୁଥିବା ଜମସେର୍ ସିଂହ ସାନ୍ଧୁ ଅଗଷ୍ଟ ୨୫ ତାରିଖ ଅର୍ଥାତ୍ ମଙ୍ଗଳବାର ନିଜର ୬୨ତମ ଜନ୍ମଦିନ ପାଳନ କରିଛନ୍ତି। ତେବେ ସେ ନିଜର ପ୍ରତି ଜନ୍ମଦିନରେ ଏମିତି ନିଆରା ଢଙ୍ଗରେ ପାଳିଛନ୍ତି, ଯାହା ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛି। ଜମସେର୍ ନିଜର ଜନ୍ମଦିନରେ ସେତିକି କିଲୋମିଟର୍ ଦୌଡ଼ନ୍ତି, ଯେତିକି ବର୍ଷରେ ସେ […]
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖାଯାଇଛି। ଅନ୍ ଲାଇନ କ୍ଲାସ ଚାଲିଥିଲେ ମଧ୍ୟ ପିଲାଙ୍କ ପାଠପଢା ବ୍ୟାହତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଛାତ୍ରଛାତ୍ରୀଙ୍କ ସିଲାବସ୍ କମାଇ ଦିଆଯାଇଛି। Odisha School Syllabus Slashed ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର Syllabus କମିଛି। କରୋନା ପାଇଁ ଚଳିତ ବର୍ଷ 30% Syllabus ହ୍ରାସ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସୂଚନା […]
ବାଙ୍କୀ: ବେଡ୍ ରୁମରେ ନାଗ ସାପ। ଗଦି ଭିତରେ ଲୁଚି ଥିଲା ଏହି ବିଷାକ୍ତ ସାପ। ଏହି ଘଟଣା ହେଉଛି କଟକ ଜିଲ୍ଲା ବାଙ୍କୀ ହରିରାଜପୁର ଗାଁର। ଗାଁ’ର ଶରତ ପଣ୍ଡାଙ୍କ ଘରେ ସାପ ପ୍ରବେଶ କରିବା ଦେଖି ସେ ସ୍ନେକ୍ ହେଲ୍ପ ଲାଇନକୁ ଫୋନ୍ କରିଥିଲେ। ପ୍ରବଳ ବର୍ଷା ଭିତରେ ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଘରେ ବହୁତ ଖୋଜାଖୋଜି କରିଥିଲେ ହେଁ ସାପକୁ ପାଇନଥିଲେ। ତେବେ କିଛି ସମୟ ପରେ ଗଦି ଭିତରୁ ମିଳିଥିଲା […]
ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇର ଘନଘନ ଜେରା ରହିଛି। ତେବେ ସୁଶାନ୍ତଙ୍କ ମୃତ୍ୟୁରେ ଏବେ ନୂଆ ମୋଡ଼ ଦେଖା ଦେଇଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ ହତ୍ୟା କରାଯାଇଛି, ତା’ର ପର୍ଦ୍ଦାଫାସ ହୋଇପାରିନାହିଁ। କିନ୍ତୁ ତାଙ୍କ ମାମଲାକୁ ଆତ୍ମହତ୍ୟା ବଦଳରେ ହତ୍ୟା ଦୃଷ୍ଟି କୋଣରୁ ତଦନ୍ତ କରାଯାଉ ବୋଲି ଏମ୍ସର ଫରେନ୍ସିକ ଟିମ୍ ସିବିଆଇକୁ ପରାମର୍ଶ ଦେଇଛି। ସୁଶାନ୍ତ ସିଂଙ୍କ ପୋଷ୍ଟ ମର୍ଟମ ରିପୋର୍ଟର ଅନୁଧ୍ୟାନ ପରେ ୧୨ଟି […]
କରଞ୍ଜିଆ: ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡ଼ି ଜଣକର ମୃତ୍ୟୁ ହୋଇଛି। ଆଉ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏମିତି ଏହି ଅଘଟଣ ଘଟିଛି ମୟୂରଭଂଜ ଜିଲ୍ଲା ଶୁକୃଳି ବ୍ଲକ ମହିଳାସୁଳି ଗାଁରେ। ମାଆ ଝିଅ ଘରେ ଶୋଇଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ଦୁର୍ବଳ କାନ୍ଥଟି ଭୁଶୁଡ଼ି ପଡ଼ଥିଲା। ଆଜି ଭୋରରେ ଏହି ଘଟଣା ଘଟିଛି। ଗାଁ ଲୋକେ ତୁରନ୍ତ ମାଟି ଭିତରୁ ମାଆ ନନ୍ଦିନୀ ମୁଣ୍ଡା ଓ ଝିଅ ଶ୍ରୀମତୀ ମୁଣ୍ଡାଙ୍କୁ […]
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ବଡ ଧରଣର ବନ୍ୟା ଆଶଙ୍କା ନାହିଁ ।ଏପରି ଆଶ୍ୱାସନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ । ତେବେ ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡାରେ ବନ୍ୟା ଆଶଙ୍କା ରହିଛି। ବ୍ରାହ୍ମଣୀ ଓ ମହାନଦୀରେ ବଢିପାଣି ଆସିବା ପରେ ମଧ୍ୟ ବନ୍ୟା […]
ଭୁବନେଶ୍ୱର: ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଛତିଶଗଡ଼ ଜେଲ୍ରେ ଥିବା ବେଳେ ତାଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଅନୁପ ସାଏଙ୍କ ନିକଟରେ କରୋନା ଲକ୍ଷଣ ପ୍ରକାଶ ପାଇଥିଲା । ଏହା ପରେ ତାଙ୍କର ସ୍ୱାବ ଟେଷ୍ଟ କରାଯାଇଥିଲା ।ସ୍ୱାବ୍ ଟେଷ୍ଟରୁ ଅନୁପ କରୋନା ପଜିଟିଭ ହୋଇଥିବା ଜଣାପଡ଼ିଛି । ତାଙ୍କର ଚିକିତ୍ସା ଚାଲିଥିବା ଛତିଶଗଡ଼ ଜେଲ୍ କର୍ତ୍ତୃପକ୍ଷଙ୍କ ସୂତ୍ରରୁ ଜଣାପଡ଼ିଛି । ସୂଚନାଥାଉ କି, ମାଆ ଝିଅ […]
କୋଭିଡରେ ଆକ୍ରାନ୍ତ ହୋଇ ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ। ବର୍ତ୍ତମାନ ବିଷ୍ଣୁଙ୍କୁ ପ୍ରାଇଭେଟ୍ କେବିନରେ ରଖାଯାଇଛି
ଢେଙ୍କାନାଳ: କରୋନା ପାଇଁ ଢେଙ୍କାନାଳ(Dhenkanal) ପୌରାଞ୍ଚଳକୁ ୪ ଦିନିଆ ସଟଡାଉନ ଘୋଷଣା କରାଯାଇଛି। ଗତ ୧୦ ଦିନ ଭିତରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିବାରୁ କାଲିଠାରୁ ୩୦ ତାରିଖ ଯାଏ ୪ ଦିନ ସଟଡାଉନ ରହିବ। ଢେଙ୍କାନାଳ ଟାଉନ ପୌରାଞ୍ଚଳର ସମସ୍ତ ୨୩ଟି ଓ୍ୱାର୍ଡରେ ସଟଡାଉନ ଲାଗୁ ହେବ। ପ୍ରଶାସନ ପକ୍ଷରୁ କାଲି ଓ ୨୮ ତାରିଖ ସଟଡାଉନ ଘୋଷଣା କରାଯାଇଛି। ସେପଟେ ସପ୍ତାହାନ୍ତ ସଟଡାଉନ ପାଇଁ ୨୯ ତାରିଖ ଶନିବାର ଓ ୩୦ ତାରିଖ ରବିବାର ସହର […]
ଭୁବନେଶ୍ୱର: ପୁରୀର ବଗଲା ଧର୍ମଶାଳା ଜମି ବିକ୍ରିକୁ ନେଇ ପୁଣି ରାଜ୍ୟ ସରକାର ଓ ପୁରୀ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ଏନେଇ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ମୁଖପାତ୍ର ସତ୍ୟପ୍ରକାଶ ନାୟକ କହିଛନ୍ତି, ବଗଲା ଧର୍ମଶାଳା ଜମି ବିକ୍ରି ଗୋଟିଏ ବଡ଼ ଦୁର୍ନୀତି। ଜମି ବିକ୍ରି ହୋଇନାହିଁ ବୋଲି ଜିଲ୍ଲାପାଳ ଦେଇଥିବା ସଫେଇକୁ ସମାଲୋଚନା କରି କଂଗ୍ରେସ କହିଛି ଯେ, ଜିଲ୍ଲାପାଳ ବେଇମାନି କରିଛନ୍ତି। ଗତବର୍ଷ ଅକ୍ଟୋବର ୫ରେ ପୁରୀ ପୌରପାଳିକା ପକ୍ଷରୁ ନଗର ଉନ୍ନୟନ ବିଭାଗକୁ […]
ଭଦ୍ରକ: ଲଗାଣ ବର୍ଷା ପରେ ଉବୁଟୁବୁ ଭଦ୍ରକ ସହର। ବିପଦ ସଙ୍କେତ ଉପରେ ବୈତରଣୀ ନଦୀର ଜଳ ପ୍ରବାହିତ ହେଉଥିବାରୁ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଭଦ୍ରକ ଆଖୁଆପଦାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ଏବେ ୧୮.୨୭ ମିଟର ଉପରେ ଜଳ ପ୍ରବାହିତ ହେଉଛି। ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଆତଙ୍କିତ ଅବସ୍ଥାରେ ଅଛନ୍ତି ତଳିଆ ଅଞ୍ଚଳ ଲୋକେ। ସମ୍ଭାବ୍ୟ ବନ୍ୟା ଆଶଙ୍କାରେ ଭଦ୍ରକରେ NDRF ଓ ODRAF ଟିମ୍ ପହଞ୍ଚିଛି। ଏନଡିଆରଏଫ ଟିମ୍କୁ […]
ଭୁବନେଶ୍ୱର; ବଲିଉଡ୍ ଡ୍ୟାନ୍ସରରୁ ଏବେ ଚାହା ଦୋକାନୀ। ଯାହାଙ୍କ ଇସାରାରେ ନାଚୁଥିଲେ ଓଲିଉଡ୍ରୁ ବଲିଉଡ୍ କଳାକାର, ସେ ଏବେ ରାସ୍ତାକଡ଼ରେ ଚାହା ବିକୁଛନ୍ତି। ଗଞ୍ଜାମ ବେଗୁନିଆପଡ଼ାର ଗୁରୁ ସାଓଲିଙ୍ଗ ମୁମ୍ବାଇରେ ନିଜର ସ୍ୱତନ୍ତ୍ର ପରିଚୟ ବନାଇଥିଲେ। ହେଲେ ଲକ୍ଡାଉନ୍ ବଦଳାଇ ଦେଇଛି ତାଙ୍କ ପେସା। ବଲିଉଡ୍ ଡ୍ୟାନ୍ସରରୁ ସେ ଏବେ ପାଲଟିଯାଇଛନ୍ତି ଚାହା ଦୋକାନୀ। ଏବେ ଘର, ପରିବାର ପ୍ରତିପୋଷଣ କରିବାକୁ ରାସ୍ତାକଡ଼ରେ ଚାହା ବିକୁଛନ୍ତି ସାଓଲିଙ୍ଗ। ଦିନେ ଷ୍ଟେଜ୍ରେ ମାଇକେଲ୍ ଜ୍ୟାକ୍ସନ୍ଙ୍କ ମୁନ୍ ୱାକ୍ କରି […]
ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲଗାଣ ବର୍ଷା ହୋଇଥିଲେ ମଧ୍ୟ ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ। ଏହା କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ତେବେ କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବାରୁ ସେଠାକାର ଜିଲ୍ଲାପାଳଙ୍କୁ ଅଧିକ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି ବୋଲି କହିଛନ୍ତି ପ୍ରଦୀପ। ଭଦ୍ରକ ଓ ଯାଜପୁରକୁ […]
ମୟୂରଭଞ୍ଚ; ରାସ୍ତା ପାର ହେଉଥିବା ବେଳେ ପାଣି ସ୍ରୋତରେ ଭାସି ଗଲେ ବୃଦ୍ଧା। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ମାଣତ୍ରୀ ମନ୍ଦିର ପାଖରେ ବୃଦ୍ଧା ଜଣକ ପାଣିରେ ଭାସିଯାଇଛନ୍ତି। ଭିମଦା ଗାଁର ସ୍ନେହଲତା ମହାପାତ୍ର ନିଜ ପରିବାର ସହିତ ବଡ଼ସାହି ଡାକ୍ତରଖାନାକୁ କରୋନା ଟେଷ୍ଟ ପାଇଁ ଆସିଥିଲେ। ସେଠାରୁ ଫେରିବାବେଳେ ଗଙ୍ଗାହାର ନଦୀ ନିକଟରେ ରାସ୍ତା ପାର୍ ହେବା ସମୟରେ ସ୍ନେହଲତା ପାଣିରେ ଭାସିଯାଇଥିଲେ। ବୃଦ୍ଧା ଜଣକ କିଛି ସ୍ଥାନୀୟ ଲୋକ ମହିଳାଙ୍କୁ ଉଦ୍ଧାର କରିବାକୁ […]
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ୭ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି। ଏହି ବୈଠକରେ ଜିଏସଟିର ବକେୟା ଏବଂ NEET-JEE ପରୀକ୍ଷା ଉପରେ ଚର୍ଚ୍ଚା ହୋଇଛି। ବୈଠକରେ NEET-JEE ପରୀକ୍ଷା କରାଇବା ନିଷ୍ପତ୍ତି ବିରୋଧରେ ସମସ୍ତ ୭ଟି ଯାକ ରାଜ୍ୟର ମୁଖ୍ୟମନ୍ତ୍ରୀ ସୁପ୍ରିମ୍ କୋର୍ଟ ଯିବାକୁ ସହମତି ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣ ଭିତରେ କେନ୍ଦ୍ର ସରକାର ଆସନ୍ତା ମାସରେ NEET-JEE ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ବିଭିନ୍ନ ମହଲରେ […]
ନୂଆଦିଲ୍ଲୀ: ଭାରତ ପକ୍ଷରୁ ଏସିଆନ୍ ଚାମ୍ପିୟନଶିପରେ ବ୍ରୋଞ୍ଜ ପଦକ ଜିତିଥିବା ପୂର୍ବତନ ଆଥଲେଟ୍ ଇକବାଲ୍ ସିଂହଙ୍କୁ ପତ୍ନୀ ଓ ମା’ଙ୍କ ହତ୍ୟା ଅଭିଯୋଗରେ ଆମେରିକାରେ ଗିରଫ କରାଯାଇଛି। ‘ଦି ଫିଲାଡେଲଫିଆ’ ଇନକ୍ୱାୟରର’ ରିପୋର୍ଟ ମୁତାବକ ପେନିସେଲଭାନିଆର ଡେଲାୱେର କାଉଣ୍ଟିରେ ରହୁଥିବା ୬୨ ବର୍ଷୀୟ ଇକବାଲ୍ ରବିବାର ସକାଳେ ପୋଲିସକୁ ଫୋନ୍ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ରିପୋର୍ଟରେ କୁହାଯାଇଛି, ଯେତେବେଳେ ପୋଲିସ୍ ନ୍ୟୁଟାଉନ୍ ଟାଉନଶିପରେ ଥିବା ଇକବାଲଙ୍କ ଘରେ ପହଞ୍ଚିଲା, ଇକବାଲ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ […]