ରାଜକନିକା: ଦ୍ୱୀପରେ ୪ ଦିନ ଧରି ଫସି ରହିଥିବା ପରିବାରକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ ଯୋଦ୍ଧା। କେନ୍ଦ୍ରାପଡ଼ା ରାଜକନିକା କଇଥାପାଳ ଦ୍ୱୀପରେ ଫସି ରହିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଉଦ୍ଧାର କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଶିଶୁ ଓ ଜଣେ ମହିଳା ରହିଛନ୍ତି। ହଠାତ୍ ବନ୍ୟା ପାଣି ଆସିବା ଯୋଗୁଁ କଇଥାପାଳରେ ଗୋଟିଏ ପାରିବାର ଲୋକେ ଫସି ରହିଥିଲେ। ପାଣି ବଢ଼ିବା ସହ ଆଉ କୂଳକୁ ଆସିନପାରି ଭାଗ୍ୟକୁ ଆଦରି ରହିଥିଲେ। ଯାହା […]
ନୟାଗଡ଼: ଖୁଦୁରୁକୁଣୀ ପୂଜା ପାଇଁ ନଈରେ ଗାଧୋଇବା ହେଲା କାଳ। ବନ୍ୟା ଜଳରେ ଭାସି ଗଲେ ୪ ନାବାଳିକା। ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଟାକରା ପଞ୍ଚାୟତ ବୁରୁ ସାହିରେ। ଖୁଦୁରୁକୁଣୀ ପୂଜା ପାଇଁ ୪ ଜଣ ନାବାଳିକା ନିକଟସ୍ଥ ବୃତଙ୍ଗ ନଦୀରେ ଗାଧୋଉ ଥିଲେ। କିନ୍ତୁ ନଦୀର ସ୍ରୋତ ଏତେ ପ୍ରଖର ଥିବା ସେମାନଙ୍କୁ ଅଜଣା ଥିଲା। ଜଳ ସ୍ରୋତରେ ସେମାନେ ଭାସିଯାଇଥିଲେ।ତେବେ ଖବର ପାଇ ସ୍ଥାନୀୟ ଲୋକେ ଏବଂ ଦଶପଲ୍ଲା […]
ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧି ଖେଳ ରତ୍ନ’ ପୁରସ୍କାର ସହ ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର ଓ ଆଜୀବନ ଧ୍ୟାନଚାନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି। ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମଧ୍ୟରୁ ଅନ୍ୟତମ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଚଳିତ ବର୍ଷ ଆଥଲେଟିକ୍ସ କୋଚ୍ ପୁରୁଷୋତ୍ତମ ରାୟଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିଲା। କିନ୍ତୁ ପୁରସ୍କାର ନେବା ପୂର୍ବରୁ ଘଟିଲା ଅଘଟଣ। ଶୁକ୍ରବାର ବେଙ୍ଗାଲୁରୁରେ ହାର୍ଟ ଆଟାକ୍ ଯୋଗୁ ୭୯ […]
ସମ୍ବଲପୁର: ପୋଲିସ ଗାଡ଼ିରେ ଗଞ୍ଜେଇ ଚାଲାଣ। ପୋଲିସ୍ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲା ପୋଲିସ୍। ଝାରସୁଗୁଡ଼ାର ରାମପଦା ଛକରେ ଧରିଲା ରେଙ୍ଗାଳି ପୋଲିସ୍। ଏଥିରେ ଥିବା ୨୧ କେଜି ଗଞ୍ଜେଇକୁ ଜବତ କରିବା ସହ ପୋଲିସ୍ର ବୋଲେରୋ ଗାଡ଼ି ଜବତ କରାଯାଇଛି। ଜବତ ଗାଡ଼ିଟି GRP ପୋଲିସ୍ର ବୋଲି ଜଣାଯାଇଛି। ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ରଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଡ୍ରାଇଭରଙ୍କ ନାଁରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି। ଏଥି ସହିତ ଏଥିରେ ଅନ୍ୟ […]
ଭୁବନେଶ୍ୱର: ବନ୍ୟାରେ ରାଜ୍ୟର ୨୦ ଜିଲ୍ଲାର ୧୪ ଲକ୍ଷ ଲୋକ ପ୍ରଭାବିତ। ୩୨୫୬ ଗାଁ ପ୍ରଭାବିତ। ଏଯାବତ୍ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଲେ SRC। ରାଜ୍ୟର ବନ୍ୟା ସ୍ଥିତି ନେଇ SRC ପ୍ରଦୀପ ଜେନା କହିଛନ୍ତି ଯେ, ବନ୍ୟାରେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଲା- ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, […]
ଭୁବନେଶ୍ୱର: ବିଶ୍ୱ ସ୍ତରରେ ବିଭିନ୍ନ ସମସ୍ୟାକୁ ନେଇ କାର୍ଯ୍ୟ କରୁଥିବା ‘ଗ୍ଲୋ’ ଅନୁଷ୍ଠାନ ଓ ପାନପୋଷ କ୍ରୀଡା ସଂଗଠନ ଦ୍ୱାରା ୱେବିନାର ମାଧ୍ୟମରେ ଜାତୀୟ କ୍ରୀଡ଼ା ଦିବସ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ବେଙ୍ଗାଳୁରୁରେ ରହିଥିବା ‘ଗ୍ଲୋ’ର ସଦସ୍ୟ ଆଶୁତୋଷ ଦାସ ପରିଚାଳନା କରୁଥିବା ବେଳେ ଚେନ୍ନାଇରୁ ସିଦ୍ଧାର୍ଥ ମହାପାତ୍ର ତାଙ୍କୁ ସହଯୋଗ କରିଥିଲେ। ୱେବନାର ମାଧ୍ୟମରେ ହେଉଥିବା ଜାତୀୟ କ୍ରୀଡ଼ା ଦିବସରେ ଅତିଥି ରୂପେ ପାରା ବ୍ୟାଡମିଣ୍ଟନ ଖେଳାଳି ତଥା ଅର୍ଜୁନ ପୁରସ୍କାର ପ୍ରାପ୍ତ ପ୍ରମୋଦ […]
ଭୁବନେଶ୍ୱର: ଓଡ଼ିଶା ପାଇଁ ଆଶ୍ୱସ୍ତିକର ଖବର। ହୀରାକୁଦ ଜଳଭଣ୍ଡାରର ବନ୍ଦ ହେଲା ୩ଟି ଗେଟ୍। ଏବେ ୪୩ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ତେବେ ହୀରାକୁଦ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଡ୍ୟାମ୍କୁ ଜଳ ପ୍ରବେଶ କମୁଛି। ଡ୍ୟାମ୍କୁ ୬ ଲକ୍ଷ ୮୮ ହଜାର ୮୬୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସେହିପରି ଡ୍ୟାମରୁ ୭ ଲକ୍ଷ ୬୫ ହଜାର ୦୯୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ହୀରାକୁଦରେ ଜଳ ଧାରଣ କ୍ଷମତା ୬୩୦ […]
ଭୁବନେଶ୍ୱର: ଆଉ ଜଣେ ବିଧାୟକଙ୍କୁ କରୋନା। ବଡ଼ମ୍ବା ବିଧାୟକ ଦେବୀ ମିଶ୍ର କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ପଜିଟିଭ ନେଇ ସେ ନିଜେ ସୂଚନା ଦେଇଛନ୍ତି। ଏନେଇ ସେ ତାଙ୍କର ଫେସ୍ବୁକ୍ରେ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ”ମୋର ହୋଇଥିବା ଟେଷ୍ଟିଂ ଆନୁଷ୍ଠନିକ କମ୍ୟୁନିକେସନରୁ କୋଭିଡ୍ ପଜିଟିଭ ବାହାରିଛି। ଅନ୍ୟ କର୍ମଚାରୀଙ୍କ ପରିବାର ବର୍ଗଙ୍କ ନେଗେଟିଭ ଆସିଛି। ଡ୍ରାଇଭରଙ୍କୁ ହେବାପରେ କାଲିଠାରୁ ମୁଁ ଆଇସୋଲେସନ୍ରେ ରହିଛି। ମୋର ଏବେ କୋଣସି ସଂକ୍ରମଣର ବାହ୍ୟ […]
କଟକ: ଆଜି କଟକ ସହରରେ ୨୦୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କଣ୍ଟେନ୍ମେଣ୍ଟ ଜୋନ୍ରୁ ୨୨, ସରକାରୀ କ୍ୱାରେଣ୍ଟିନ୍ରୁ ୪୩ ଓ ହୋମ୍ କ୍ୱାରେଣ୍ଟିନ୍ରୁ ୫୪ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି କଟକ ମହାନଗର ନିଗମ (CMC)। କେଉଁ ଅଞ୍ଚଳରୁ କେତେ:- ଚାଉଳିଆଗଞ୍ଜ ନୂଆ ନିମ୍ବସାହି କଣ୍ଟେନମେଣ୍ଟ ଜୋନରୁ ୨୨ ଚିହ୍ନଟ ହୋଇଛନ୍ତି। ସେହିପରି SCB ଆଇସୋଲେସନ ୱାର୍ଡରୁ ୯, କଲେଜ ସ୍କୋୟାର- ୬ ଓ ଜୋବ୍ରାରୁ ୫ ଲୋକାଲ […]
ଚେନ୍ନାଇ: କରୋନା ସଂକ୍ରମଣକୁ ଆଖି ଆଗରେ ରଖି ତାମିଲନାଡୁ ସରକାର ବଡ଼ ଘୋଷଣା କରିଛନ୍ତି। ତାମିଲନାଡୁ ସରକାର ଏବେ ରାଜ୍ୟରେ ଲକଡାଉନ୍ ଅବଧିକୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ତେବେ ଏହି ଲକଡାଉନରେ ସରକାର ସାମାନ୍ୟ କୋହଳ କରିଛନ୍ତି। ରାଜ୍ୟ ସରକାର ଧର୍ମାନୁଷ୍ଠାନ, ହୋଟେଲ ଓ ରିସର୍ଟକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଇକେ ପଲାନିସ୍ୱାମୀ ସମସ୍ତ ଜିଲ୍ଲା କଲେକ୍ଟର, ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ମେଡିକାଲ୍ ପ୍ୟାନେଲ୍ ସହ ବୈଠକ ପରେ […]
ନୂଆଦିଲ୍ଲୀ: ପୁଣି ଚଳନ୍ତା ବସରେ ମହିଳାଙ୍କୁ ଅସଦାଚରଣ ହୋଇଥିବାର ଅଭିଯୋଗ ଆସିଛି। ଶନିବାର ଜଣେ ମହିଳା ଘରୋଇ ଡବଲ୍ ଡେକର୍ ବସ୍ ଯୋଗେ ଦିଲ୍ଲୀ ଫେରୁଥିବା ବେଳେ ଅସଦାଚାରଣର ଶିକାର ହୋଇଛନ୍ତି। ଏ ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି। ଲକ୍ଷ୍ମୌରୁ ଦିଲ୍ଲୀ ଅଭିମୁଖେ ଘରୋଇ ବସଟି ଯମୁନା ଏକ୍ସପ୍ରେସ ୱେ ଦେଇ ଆସୁଥିଲା। ଏହି ସମୟରେ ବସ ଭିତରେ ଥିବା ଜଣେ କ୍ର୍ୟୁ ମେମ୍ୱର ମହିଳାଙ୍କ ସହିତ ଅସଦାଚାରଣ କରିଥିବା ପୋଲିସ କହିଛି। ବସଟି ମଥୁରାର […]
ଭୁବନେଶ୍ୱର: କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ୟାଞ୍ଚଳ ପରିଦର୍ଶନ ପରେ ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିବେ। ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ନେଇ ମୁଖ୍ୟ ଶାସନ ସଚିବ ସୂଚନା ଅସିତ୍ ତ୍ରିପାଠୀ ଦେଇଛନ୍ତି। ବନ୍ୟା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ବ୍ରାହ୍ମଣୀ ସିଷ୍ଟମର ରେଙ୍ଗାଲି ଡ୍ୟାମର କେବଳ ୪ଟି ଗେଟ୍ ଖୋଲା ଯାଇଥିଲା। ମାତ୍ର ପ୍ରବଳ ବର୍ଷା ପାଇଁ ବରୀରେ ପ୍ରଭୂତ କ୍ଷତି ହୋଇଛି। ଲଗାତର ୩ଟି ଲଘୁଚାପ […]
ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ଅଞ୍ଚଳରୁ ୫୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି BMCରୁ ୨୯୭ ଜଣ ସୁସ୍ଥ ହୋଇଛନ୍ତି। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏ ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)। Update on newly detected & cured #COVID19 cases in the last 24 hrs under the BMC area on 30th Aug 2020(till 9am). The ward wise active […]
ଦୁବାଇ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୩ଶ ସଂସ୍କରଣ ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଅଭ୍ୟାସ ଆରମ୍ଭ କରିଦେଇଛି। ଦୁବାଇରେ ଟିମର କ୍ୟାପଟେନ୍ ବିରାଟ୍ କୋହଲି ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ତେବେ ପ୍ରାକ୍ଟିସ୍ କରିବା ପରେ ବିରାଟ୍ କୋହଲି ଆଶ୍ଚର୍ଯ୍ୟ ଚକିତ କଲା ଭଳି କଥା କହିଛନ୍ତି। ବିରାଟଙ୍କୁ ବୋଲିଂ କରିବା ପାଇଁ ନାମୀଦାମୀ ବୋଲର ଭୟ କରନ୍ତି, କିନ୍ତୁ ଦୁବାଇରେ ପ୍ରଥମଥର କୋହଲି ଯେତେବେଳେ ପ୍ୟାଡ୍ ଓ ଗ୍ଲୋଭସ୍ ପିନ୍ଧି ନେଟ୍ସକୁ ଓହ୍ଲାଇଲେ, ସେ […]
ନୂଆଦିଲ୍ଲୀ: ଭାରତୀୟ ଟିମ୍ ପ୍ରଥମଥର ଅନଲାଇନ୍ ଅଲିମ୍ପିୟାଡ୍ ଚେସ୍ ଜିତି ଇତିହାସ ରଚିଛି। ତେବେ ଭାରତ ଏକାକୀ ନୁହେଁ ରୁଷ୍ ସହ ଯୁଗ୍ମ ଭାବେ ଚାମ୍ପିୟନ୍ ଆଖ୍ୟା ଅର୍ଜନ କରିଛି। ଫାଇନାଲରେ ଇଣ୍ଟରନେଟ୍ କନେକ୍ସନ୍ କଟିଯିବା କାରଣରୁ ଭାରତ ଓ ରୁଷକୁ ଯୁଗ୍ମ ଭାବେ ବିଜେତା ଘୋଷିତ କରାଯାଇଛି। ଫାଇନାଲରେ ଭାରତୀୟ ଟିମର ସଦସ୍ୟ ନିହାଲ୍ ସରିନ୍ ଓ ଦିବ୍ୟା ଦେଶମୁଖଙ୍କର ଇଣ୍ଟରନେଟ୍ କନେକ୍ସନ୍ କଟିଯାଇଥିଲା। ଯାହା ପରେ ରୁଷକୁ ବିଜେତା ଘୋଷଣା କରାଯାଇଥିଲା। ତେବେ ଏଭଳି […]
ଭୁବନେଶ୍ୱର: ଆଜି ରାଜ୍ୟରେ ୨୫୧୯ କରୋନାରୁ ସୁସ୍ଥ ହୋଇଛନ୍ତି। ଏଯାବତ କରୋନାରୁ ଆରୋଗ୍ୟଙ୍କ ସଂଖ୍ୟା ୭୩,୨୩୩କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଆଜି ହୋଇଥିବା ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମରୁ ୨୧୬, ପୁରୀରୁ ୨୧୦, ରାୟଗଡ଼ାରୁ ୨୦୫, କୋରାପୁଟରୁ ୧୬୯, ମୟୂରଭଞ୍ଜରୁ ୧୫୦, କଟକରୁ ୧୨୯, ବାଲେଶ୍ୱରରୁ ୧୦୦, ନୟାଗଡ଼ରୁ ୯୫, ସମ୍ବଲପୁରରୁ ୮୫, ମାଲକାନଗିରିରୁ ୮୪, ଭଦ୍ରକରୁ […]
ଭୁବନେଶ୍ୱର: କରୋନାକୁ ମାତ୍ ଦେବା ପାଇଁ ପ୍ଲାଜମା ସାଜିଛି ଇଶ୍ୱରଙ୍କ ବରଦାନ। ଆଜି ପ୍ଲାଜମା ଥେରାପିରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦୪ କରୋନା ଆକ୍ରାନ୍ତ। ଏହି ସଫଳତାକୁ ନେଇ ପ୍ଲାଜ୍ମା ଥେରାପି ଟିମ୍ ଏବଂ ପ୍ଲାଜ୍ମା ଦାନ କରୁଥିବା ବ୍ୟକ୍ତିଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଭିନନ୍ଦନ ଜଣାଇଛି। Today, #Odisha achieved a rare distinction of having discharged 104 patients after treatment through Plasma Therapy & […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁକୁ ବିତିଗଲାଣି ଅଢ଼େଇ ମାସ। କିନ୍ତୁ ଏହା ମଧ୍ୟରେ ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ି ନାହିଁ। ସୁଶାନ୍ତ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସ୍ ପ୍ରାୟ ଦୁଇମାସ ଧରି ୫୦ରୁ ଅଧିକ ଲୋକଙ୍କୁ ପଚରାଉଚୁରା କରିଥିଲେ ହେଁ, ଏହାର କୌଣସି ସୁଫଳ ମିଳିନଥିଲା। କିନ୍ତୁ ଏବେ ସିବିଆଇ ହାତରେ ମାମଲା। ସୁଶାନ୍ତଙ୍କୁ ମୃତ୍ୟୁ ପଛରେ ତାଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ହାତ ରହିଛି କି ନାହିଁ, ସେ ସଂକ୍ରାନ୍ତରେ […]
ସମ୍ବଲପୁର: ହୀରାକୁଦ ଡ୍ୟାମ୍ର ଆଉ ୪ଟି ଗେଟ୍କୁ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ୩୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଜଳ ଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳ ପତ୍ତନ ୬୨୭.୨୯ ଫୁଟ ରହିିଛି। ପ୍ରତି ସେକେଣ୍ଡରେ ଡ୍ୟାମ୍କୁ ୪ ଲକ୍ଷ ୯୪ ହଜାର ୦୯୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ ୬୫ ହଜାର ୬୨୪ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। କଟକ ମୁଣ୍ଡଳିରେ ୯ […]
ଭୋପାଳ:ମଧ୍ୟପ୍ରଦେଶର ଦେବାସ ଅଞ୍ଚଳରେ ଜଣଙ୍କ ଘର ଛାତ ଉପରେ ଉଡ଼ୁଥିଲା ପାକିସ୍ତାନ ପତାକା । ଏହି ଘଟଣା ଜଣାପଡ଼ିବା ପରେ ପୋଲିସ ଘର ମାଲିକଙ୍କୁ ଗିରଫ କରିଛି। ଘର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ପୋଲିସ ତାଙ୍କୁ ଜେରା କରୁଛି। ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଦେବାସ ଅଞ୍ଚଳର ଶିପ୍ରା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘର ଛାତ ଉପରେ ପତାକା ଉଡୁଥିବା ଖବର ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ଖବର ପାଇବା ପରେ ପ୍ରଶାସନିକ […]
ଥିରୁଭନନ୍ତପୁରମ୍: ଚାକିରି ନ ମିଳିବା ଯୋଗୁ ଚିନ୍ତାରେ ଥିବା ଜଣେ ୨୮ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ଯୁବକ ଜଣକ କେରଳ ଥିରୁଭନନ୍ତପୁରମ୍ର ବୋଲି ଜଣାପଡ଼ିଛି। ପୋଲିସ୍ ଏକ ସୁଇସାଇଡ୍ ନୋଟ୍ ଜବତ କରିଛି। ଯେଉଁଥିରେ ଯୁବକ ଜଣକ ଲେଖିଥିଲେ, ଚାକିରି ନ ମିଳିବା ଯୋଗୁ ସେ ବହୁତ ଚିନ୍ତାରେ ଅଛନ୍ତି। ସମ୍ପୃକ୍ତ ଯୁବକଙ୍କ ନାଁ ଅନୁ ବୋଲି ଜଣାପଡ଼ିଛି। ପରିବାର ଲୋକ ଦାବି କରିଛନ୍ତି ଯେ, କେରଳ ପବ୍ଲିକ୍ ସର୍ଭିସ୍ କମିଶନ […]
ନୂଆଦିଲ୍ଲୀ: ଭାରତ -ଚୀନ ମଧ୍ୟରେ ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ସୀମାନ୍ତର ପରିସ୍ଥିତି ଦେଖିଲେ ଲାଗୁଛି ଯେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହୋଇପାରେ। ଦେଶରେ ଚାଇନା ସାମଗ୍ରୀ ବର୍ଜନର ଏକ ନାରା ସୃଷ୍ଟି ହୋଇଛି। କାହିଁକି ଏ ଶତ୍ରୁତା ? ଏମିତି ସମ୍ପର୍କ କ’ଣ ଆରମ୍ଭରୁ ଥିଲା ଦୁଇ ଦେଶ ମଧ୍ୟରେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏମିତି ଏକ ଦିନ ଥିଲା, ଯେତେବେଳେ ଚୀନ ଲୋକ ଭାରତୀୟମାନଙ୍କୁ ବହୁତ ସମ୍ମାନ ଦେଉଥିଲେ। ଭାଗବାନଙ୍କ ପରି […]