ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୩, ୩୮୪ କରୋନା ରୋଗୀ। କ୍ୱାରେଣ୍ଟିନ ସେଣ୍ଟରରୁ ୨, ୧୨୮ ଓ ଲୋକାଲ କେସ୍ ୧, ୨୫୬ ବୋଲି ସୂଚନା ଦେଲେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଖୋର୍ଦ୍ଧାରେ ଦିନକୁ ଦିନ ବଢିବାରେ ଲାଗିଛି। ଗତକାଲି ଖୋର୍ଦ୍ଧାରୁ ସର୍ବାଧିକ ୫୮୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ତା ପଛକୁ ଅଛି କଟକ। କଟକରେ […]
ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନ। ଏସ୍ଆର୍ସିଙ୍କ ସୂଚନା ଅନୁସାରେ, ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟାର ସମ୍ଭାବନା ଥିବା ବେଳେ ବୈତରଣୀରେ ମଧ୍ୟ ମଧ୍ୟମ ଧରଣର ବନ୍ୟା ହୋଇପାରେ। ବୁଢ଼ାବଳଙ୍ଗ ଅବବାହିକାରେ ବନ୍ୟା ହୋଇଛି ବୋଲି ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା। ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରୁ ଆଜି ସକାଳେ ୭ ହଜାର ୩୧୨ କ୍ୟୁସେକ ଜଳ ଛଡ଼ା ଯାଇଛି। ଆସନ୍ତାକାଲି ସକାଳ ୬ଟାରେ ଏହି ପାଣି ରାଜଘାଟଠାରେ […]
ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଲେ ୭ କରୋନା ରୋଗୀ। ଏ ନେଇ ସୂଚନା ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ। ବିଭାଗ। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୪୮ ଛୁଇଁଛି। ସମ୍ବଲପୁରରୁ ସର୍ବାଧିକ ୩ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ବରଗଡରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ଏହା ବ୍ୟତିତ ଭଦ୍ରକ ଓ ଭୁବନେଶ୍ୱରରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform […]
ମୁମ୍ବଇ: ବଲିଉଡ ଷ୍ଟାର ସୁଶାନ୍ତ ସିଂହ ମୃତ୍ୟୁ ମାମଲା ଦିନକୁ ନିଦ ନୂଆ ମୋଡ ନେଉଛି। CBI ମାମଲାର ତଦନ୍ତ କରୁଥିବାବେଳେ ଗତକାଲି ସୁଶାନ୍ତଙ୍କ ବାପା ଏକ ବିସ୍ଫୋରକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରିୟା ଚକ୍ରବର୍ତ୍ତୀ ବିଷ ଦେଇ ସୁଶାନ୍ତଙ୍କୁ ହତ୍ୟା କରିଛନ୍ତି। ତେଣୁ ରିୟାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସୁଶାନ୍ତ ସିଂହଙ୍କ ବାପା କହିଛନ୍ତି। ସେ ଆହୁରି କହିଥିଲେ, ଲଗାତର ଭାବେ ସୁଶାନ୍ତଙ୍କୁ ରିୟା ଡ୍ରଗ୍ସ ଦେଉଥିଲେ। ତେଣୁ ରିୟାଙ୍କ ଗିରଫ ଦାବି […]
ଝାରସୁଗୁଡ଼ା: ପ୍ରବଳ ବର୍ଷାରେ ଝାରସୁଗୁଡ଼ା ଓ କୁଚିଣ୍ଡା ଉପଖଣ୍ଡରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଝାରସୁଗୁଡ଼ା ଜିଲ୍ଲା ସଦର ବ୍ଲକର କାତିକେଲା ପଞ୍ଜାୟତକୁ ଯାଇଥିବା ଗାଟିଏ ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବୃନ୍ଦାମାଳ-ଭାଗିପାଳି ରାସ୍ତା ଉପରେ ପାଣି ଯାଉଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି। ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡର କିଛି ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଖଣ୍ଡୋକଟା ନିକଟ ସାପଲେଞ୍ଜି ନାଳ ଉପରେ ପାଣି […]
ନୂଆଦିଲ୍ଲୀ: ସୋଶାଲ ମିଡିଆରେ କରଣ ଆଚାର୍ଯ୍ୟ ଜଣେ ଚିତ୍ରକର ଭାବେ ବେଶ ଜଣାଶୁଣା। ତାଙ୍କର କିଛି ପେଣ୍ଟିଂ ସୋଶାଲ ମିଡିଆରେ ଲୋକପ୍ରିୟ ହୋଇଛି। ତେଣୁ ତାଙ୍କ ପ୍ରଶଂସକମାନେ ସେମାନଙ୍କ ଚିତ୍ର ଆଙ୍କିବା ସହ ତାକୁ ସୋଶାଲ ମିଡିଆରେ ଛାଡ଼ିବା ପାଇଁ ଅନୁରୋଧ କରନ୍ତି। Done.. pic.twitter.com/A0QHC1YRCt — karan acharya (@karanacharya7) August 26, 2020 ସେହିଭଳି ଜଣେ ବ୍ୟକ୍ତି କରଣଙ୍କ ପାଖକୁ ଗୋଟିଏ ଫଟୋ ପଠାଇଥିଲେ। ଏହି ଫଟୋକୁ ଶ୍ରୀରାମଙ୍କ ଭକ୍ତ ଭାବେ ତିଆରି କରିବାକୁ […]
ଭୁବନେଶ୍ୱର: NEET ଓ JEE ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସକାଳେ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁଇ ପରୀକ୍ଷା ସ୍ଥଗିତ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ। କରୋନା ଓ ରାଜ୍ୟରେ ବନ୍ୟା ସ୍ଥିତି ଉପୁଜିଥିବାରୁ ବର୍ତ୍ତମାନ ପାଇଁ ପରୀକ୍ଷା ସ୍ଥଗିତ ରଖିବାକୁ ଫୋନ୍ କରି ଅନୁରୋଧ କରିଛନ୍ତି ନବୀନ। ଏହା ପୂର୍ବରୁ ମଧ୍ୟ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ବି ଚିଠି ଲେଖିଥିଲେ ନବୀନ। […]
ମୁମ୍ବାଇ:ଭାରତୀୟ କ୍ରିକେଟ ଟିମ୍ କ୍ୟାପ୍ଟେନ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଘରକୁ ଆସନ୍ତା ବର୍ଷ ନୂଆ ଅତିଥିଙ୍କ ଆଗମନ ହେଉଛି। ଖୁବ୍ ଶୀଘ୍ର ବିରାଟ-ଅନୁଷ୍କା ବାପା଼-ମା’ ହେବାର ସୌଭାଗ୍ୟ ଲାଭ କରିବେ। ଷ୍ଟାର ଇଣ୍ଡିଆନ କ୍ରିକେଟର ସୋଶାଲ ମିଡିଆରେ ଗୁରୁବାର ସକାଳେ ସୂଚନା ଦେଇଛନ୍ତି ଅନୁଷ୍କା ମା’ ହେବାକୁ ଯାଉଥିବା କହିଛନ୍ତି। ୨୦୨୧ ଜାନୁଆରୀରେ ଅନୁଷ୍କା ମା’ ହେବେ ବୋଲି ସେ କହିଛନ୍ତି। ଅନୁଷ୍କା ମଧ୍ୟ କୋହଲିଙ୍କ ସହ ଏକ ଫଟୋ ଶେୟାର କରି ନିଜ […]
ୱାଶିଂଟନ୍:ଆମେରିକା ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା କମ୍ ହେବାର ନାଁ ଧରୁନି। ଯଦିଓ ଦ୍ୱିପାକ୍ଷିକ କଥାବାର୍ତ୍ତା ଭଲ ଚାଲିଛି ବୋଲି ଉଭୟ ଦେଶ ଦାବି କରୁଛନ୍ତି ତେବେ ଆମେରିକାର କେତେକ କଡ଼ା ପଦକ୍ଷେପକୁ ଦେଖିଲେ ଏହି କଥାକୁ ବିଶ୍ୱାସ କରି ହେଉନି। ସାଉଥ ଚାଇନା ସି, ହଙ୍କକଙ୍ଗ୍ ଏବଂ ତାଇବାନ ପରି ପ୍ରସଙ୍ଗ ପରେ ଏବେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଯାଇଛି ବ୍ୟାବସାୟିକ ଯୁଦ୍ଧ। ଏହି କ୍ରମରେ ଆମେରିକା ଚୀନ୍ର ୨୪ଟି କମ୍ପାନୀକୁ […]
ପାଟନା: ବନ୍ୟାରେ ଭାସୁଛି ବିହାର । ଏହି ବନ୍ୟାରେ ୧୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଜଣାପଡ଼ିଛି । ପ୍ରାୟ ୧ ଲକ୍ଷ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରିଛନ୍ତି ସରକାର । ବିଶେଷ କରି ଦରଭଙ୍ଗା ଜିଲ୍ଲାରେ ସ୍ଥିତି ସଂଗୀନ …
ନୂଆଦିଲ୍ଲୀ: ସାରା ଦେଶରେ ବଢିବାରେ ଲାଗିଛି କରୋନା ପ୍ରକୋପ। ଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୭୬୦ ଜଣ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଦେଶରେ ଗୋଟିଏ ଦିନରେ ୧୦୨୩ ଜଣଙ୍କର ମୃତ୍ୟୁ ଘଟିଛି। ଆଜିର ସଂଖ୍ୟାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୬୦,୪୭୨ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୧୦ ହଜାର ୨୩୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ଟିଭ୍ କେସ୍ ୭,୨୫,୯୯୧ ଥିବାବେଳେ ସୁସ୍ଥ […]
ନୂଆଦିଲ୍ଲୀ : ଅକ୍ଟୋବର ଓ ନଭେମ୍ବର ମଧ୍ୟରେ ପିକରେ ରହିବ ତୃତୀୟ ଲହରୀ ? କରୋନା ଭାଇରସର ଦ୍ୱିତୀୟ ଲହରୀ ସମ୍ପୂର୍ଣ୍ଣ ରୂପେ ଥମିନଥିବା ବେଳେ ତୃତୀୟ ଲହରୀ ନେଇ ଚେତାବନୀ ଦେଲେଣି ଡାକ୍ତର ଓ ବୈଜ୍ଞାନିକ । କୋଭିଡ -19…
ଭୁବନେଶ୍ୱର: ବାଲେଶ୍ୱର ସୁବର୍ଣ୍ଣରେଖା ନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି ଏନେଇ ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ସୂଚନା ଦେଇଛନ୍ତି। ଗାଲୁଡିହ ବ୍ୟାରେଜରୁ ଜଳ ନିଷ୍କାସନ ପରେ ବନ୍ୟା ଆଶଙ୍କା ଦେଖାଦେଇଛି। କାଲି ସକାଳ ୬ଟା ସୁଦ୍ଧା ରାଜଘାଟରେ ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଇବ ବୋଲି ଶ୍ରୀରଥ କହିଛନ୍ତି। ଅନ୍ୟପଟେ କିନ୍ତୁ ଆନନ୍ଦପୁରରେ ବୈତରଣୀ ନଦୀର ଜଳସ୍ତର ହ୍ରାସ ପାଇବ। ୮/୯ ଘଣ୍ଟା ଭିତରେ ଆଖୁଆପଦାରେ ବି ବୈତରଣୀ ଜଳସ୍ତର ହ୍ରାସ ପାଇବ […]
ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ମୁହଁ ଖୋଲିଲେ ତାଙ୍କ ଗାର୍ଲପ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏକ ଜାତୀୟ ଗଣମାଧ୍ୟମରେ ରିୟା ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ଗଣମାଧ୍ୟମରେ ସୁଶାନ୍ତଙ୍କ ବିଷୟରେ ବହୁ ରୋଚକ ତଥ୍ୟ ଦେଇଛନ୍ତି ରିୟା। ଗଣମାଧ୍ୟମକୁ ଦେଇଥିବା ବୟାନରେ ରିୟା କହିଛନ୍ତି, ସୁଶାନ୍ତଙ୍କର ମାନସିକ ବେମାରୀ ବାଇପୋଲାର ଡିଜ୍ ଅର୍ଡର ଥିଲା। ବିଶେଷକରି ବିମାନ ଯାତ୍ରା ବେଳେ ସୁଶାନ୍ତ ସ୍ୱାଭାବିକ ହୋଇପାରୁନଥିଲେ। ୟୁରୋପ ଟୁର୍ ବେଳେ ସୁଶାନ୍ତଙ୍କ ଏ ସମସ୍ୟା ବିଷୟରେ ଜାଣିବାକୁ ପାଇଥିଲି […]
ମୁମ୍ବାଇ: ରିୟା ଚକ୍ରବର୍ତ୍ତୀଙ୍କ ଘରେ ପହଞ୍ଚିଛି ସିବିଆଇ ଟିମ୍। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ସିବିଆଇ ରିୟାଙ୍କ ବାସଭବନରେ ପହଞ୍ଚି ଭାଇ ସୌଭିକଙ୍କୁ ପଚରାଉଚରା କରିଛି । ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ବାପା କେକେ ସିଂ ଲଗାଇଥିବା ଅଭିଯୋଗ ଆଧାରରେ ଏହି ଜେରା କରାଯାଉଛି। ମିଳିଥିବା ସୂଚନା ଅନୁସାରେ, ସିବିଆଇର ୫ ଜଣିଆ ଟିମ୍ ରିୟାଙ୍କ ଘରେ ପହଞ୍ଚିଛନ୍ତି। ଏହି ଘଟଣା ପରେ ଚକ୍ରବର୍ତ୍ତୀ ପରିବାର ପାଇଁ ସମସ୍ୟା ଆହୁରି ବଢ଼ି ଯାଇଛି। […]
ଭୁବନେଶ୍ୱର: ରାଜ୍ୟରେ ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସୂଚନା ଦେଇଛନ୍ତି। ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ମନ୍ତ୍ରୀ କହିଛନ୍ତି। ୪୧ ବ୍ଲକରେ ୧୦୦ ମିମିରୁ ଅଧିକ ବର୍ଷା ହୋଇଛି। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିଛି। ଭଦ୍ରକ, କେନ୍ଦୁଝର, ଯାଜପୁରରେ ବନ୍ୟା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ବାଲେଶ୍ୱର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ବନ୍ୟା କାରଣରୁ ମୟୂରଭଞ୍ଜରେ ୨, କେନ୍ଦୁଝରରେ ଜଣଙ୍କ ମୃତ୍ୟୁ […]
ବାଲେଶ୍ୱର: ବନ୍ୟା ପରିସ୍ଥିତି ବାଲେଶ୍ୱର ଜିଲ୍ଲାରେ ଭୟଙ୍କର ରୂପ ନେଇଛି। ଦୁର୍ଦ୍ଦଶା ଭିତରେ ରହିଛନ୍ତି ଲୋକେ। ଏହି ଦୁର୍ଦ୍ଦଶା ମଧ୍ୟରେ ସବୁଠାରୁ ସଙ୍ଗୀନ ସ୍ଥିତି ହୋଇଛି ଗାଁ ଗହଳିରେ ଥିବା ଲୋକଙ୍କର । ବାଲେଶ୍ୱର ସଦର ବ୍ଲକ ସାରେଙ୍ଗା ଗାଁରେ ଜଣେ ଆସନ୍ନ ପ୍ରସବାଙ୍କ ଗର୍ଭ ଯନ୍ତ୍ରଣା ଅସହ୍ୟ ହୋଇଥିଲା। ହେଲେ ବର୍ଷା ଓ ବନ୍ୟା ଯୋଗୁ ଆମ୍ବୁଲାନ୍ସ ଆସି ପାରିଲାନି। ଫଳରେ ଗାଁ ଲୋକେ ମହିଳାଙ୍କୁ ବନ୍ୟାପାଣି ସୁଅରେ ଚଲାଇ ଚଲାଇ ନେଇଥିଲେ । ଏହି […]
ଭୁବନେଶ୍ୱର: ୩ ଦିନ କାଳ ଓଡ଼ିଶାକୁ ଭସାଉଥିବା ଲଘୁଚାପ ଝାଡ଼ଖଣ୍ଡ ଅଭିମୁଖେ ଗତି କରିଛି। ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ତଥାପି ରାଜ୍ୟରେ ବର୍ଷା ସମ୍ଭାବନା ରହିଛି । ଏନେଇ ରାଜ୍ୟର ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକା ପାଣିପାଗ ବିଭାଗ। ଏହି ଜିଲ୍ଲାଗୁଡ଼ିକ ହେଲା- ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା, ବଲାଙ୍ଗିର, ସୋନପୁର ଓ ନବରଙ୍ଗପୁର। ତେବେ ଲଘୁଚାପ କାରଣରୁ ରାଜ୍ୟରେ ରାଜ୍ୟରେ ୫୫.୮ […]
ଜୟପୁର: ହଜି ଯାଇଥିବା ବାପାଙ୍କୁ ଖୋଜି ପାଇଲେ ପୁଅ। ତା’ ପୁଣି ଫେସବୁକ୍ ପୋଷ୍ଟ ଜରିଆରେ। କୋରାପୁଟ ଜୟପୁରର ତ୍ରିନାଥ ସାହୁ ମାନସିକ ଭାରସାମ୍ୟ ହରାଇ ଗତ କିଛି ଦିନ ଧରି ନିଖୋଜ ଥିଲେ। ଗତ ୬ ମାସ ହେବ ତାଙ୍କ ସମ୍ପର୍କରେ କୌଣସି ଖବର ମିଳିନଥିଲା। ଏନେଇ ତ୍ରିନାଥଙ୍କ ପରିବାର ଲୋକେ ଚିନ୍ତିତ ଥିବା ବେଳେ ତ୍ରିନାଥଙ୍କ ପୁଅ ସୁମନ ଫେସବୁକ୍ରେ ଦେଖିଥିଲେ। ତାଙ୍କ ବାପା କନ୍ଧମାଳ ରାଇକିଆରେ ଅଛନ୍ତି। କିଛି ସ୍ୱେଚ୍ଛାସେବୀ ତାଙ୍କୁ ଉଦ୍ଧାର […]
ନୂଆଦିଲ୍ଲୀ: ମୋଦି ସରକାର ପକ୍ଷରୁ ଜାରି ଅଧ୍ୟାଦେଶ ଉପରେ ବିଚାରବିମର୍ଷ କରିବା ପାଇଁ କଂଗ୍ରେସ ଏକ କମିଟି ଗଠନ କରିଛି। ଏହି କମିଟିରେ ଦଳ ସେଇ ନେତାମାନଙ୍କୁ ସାମିଲ କରିଛି ଯେଉଁମାନେ ଗାନ୍ଧୀ ପରିବାରର ନିକଟତର। ଅନ୍ୟପକ୍ଷେ ଗୁଲାମ ନବି ଆଜାଦ ଏବଂ ଆନନ୍ଦ ଶର୍ମାଙ୍କ ପରି ବରିଷ୍ଠ ନେତାଙ୍କୁ ଏହି କମିଟିରୁ ବାଦ ଦେଇଛି ଦଳ। ଦୁଇଦିନ ତଳେ କଂଗ୍ରେସ କାର୍ଯ୍ୟସମିତି ବୈଠକରେ ଗୁଲାମ ନବି ଆଜାଦଙ୍କ ଦ୍ୱାରା ଲିଖିତ ଚିଠିକୁ ନେଇ ହଙ୍ଗାମା ହୋଇଥିଲା। […]
ଭୁବନେଶ୍ୱର: ରାଜ୍ୟରେ ଏଯାବତ ୧୪ ପୁଲିସ କର୍ମଚାରୀଙ୍କ କରୋନାରେ ମୃତ୍ୟୁ। ମୃତ ପୁଲିସ କର୍ମଚାରୀଙ୍କ ପରିବାରକୁ ସାହାଯ୍ୟ ପାଇଁ ଉଦ୍ୟମ କରାଯାଉଛି। ଏନେଇ ସୂଚନା ଦେଇଛି ପୁଲିସ ମହାନିର୍ଦ୍ଦେଶକ ଅଭୟ। ମହାମାରୀ କବଳରେ କରୋନା ଯୋଦ୍ଧା। କେବଳ ଯେ ପୋଲିସ୍ ବିଭାଗ ନୁହେଁ, କରୋନାରେ ଯାଉଛି ଆଉ ଅନ୍ୟ ବିଭାଗରେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧା ଜୀବନ। କିଛି ଦିନ ତଳେ ରାଉରକେଲାରେ କରୋନା ସଂକ୍ରମଣ ଯୋଗୁଁ ଜଣେ କୋଭିଡ ଯୋଦ୍ଧା ଡାକ୍ତରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ […]