ନୂଆଦିଲ୍ଲୀ: ଉତ୍ତର କୋରିଆ ମୁଖ୍ୟ କିମ୍ ଜୋଙ୍ଗ ଉନ୍(Kim Jong-un)ଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଗୁରୁତର ହୋଇଥିବା ଶୁଣିବାକୁ ମିଳିଛି। ଦକ୍ଷିଣ କୋରିଆ ପୂର୍ବତନ ରାଷ୍ଟ୍ରପତିଙ୍କର ଜଣେ ସହାୟକ ଚାଙ୍ଗ ସଙ୍ଗ-ମିନ୍ ଏ ନେଇ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି, କିମ୍ ଜୋଙ୍ଗ କୋମାରେ ଅଛନ୍ତି ଏବଂ ସେଥିପାଇଁ ତାଙ୍କର ଭଉଣୀ କିମ୍ ୟୋ-ଜୋଙ୍ଗଙ୍କୁ କ୍ଷମତା ଦିଆଯାଇଛି। ସାଉଥ୍ କୋରିଆ ମିଡିଆକୁ ଏକ ସାକ୍ଷାତ ଦେଇ ଏ ଚାଙ୍ଗ କହିଛନ୍ତି, ସେ କୋମାରେ ଅଛନ୍ତି। ତାଙ୍କ ପରେ […]
କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢ଼ୀ କରୋନାରେ ସଂକ୍ରମିତ ହୋଇଛନ୍ତି। ନିଜେ ବିଧାୟକ ଏନେଇ ତାଙ୍କ ଫେସବୁକ୍ ଆକାଉଣ୍ଟରେ ସୂଚନା ଦେଇଛନ୍ତି। କରୋନା ପଜିଟିଭ ଚିହ୍ଟଟ ହେବା ପରେ ସେ ହୋମ କ୍ୱାରେଣ୍ଟିନରେ ରହିଛନ୍ତି ବୋଲି ସୂଚନା ଦେଇଛନ୍ତି ବିଧାୟକ। ଏଥିସହିତ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ପାଇଁ ପଟାଙ୍ଗି ବିଧାୟକ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ଆକ୍ରାନ୍ତ ହୋଇଥିଲେ। କରୋନା […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୪୨୮ ସୂଚନାଥାଉ କି, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨, ୭୫୨ କରୋନା ରୋଗୀ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା […]
ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। +2 କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ବି ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ଶେଷରେ କଳା ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ CHSEର ୨ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ବିଳମ୍ବ ହୋଇଥିବା ସୂଚନା ମିଳିଛି। ପୂର୍ବରୁ […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ଜିଲ୍ଲାରୁ ଚିହ୍ନଟ ହେଲେ ୨, ୭୫୨ କରୋନା ରୋଗୀ। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କ୍ୱରେଣ୍ଟିନ୍ରୁ ୧, ୭୦୮ ଏବଂ ଲୋକାଲ କେସ ୧୦୪୪ । ଖୋର୍ଦ୍ଧାରୁ ସବାଧିକ ୪୨୩ ଜଣ ଚିହ୍ନଟ ହୋଇଛନ୍ତି। କଟକରୁ ୨୪୭ ଏବଂ ଗଞ୍ଜାମରୁ ୨୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ କେସ୍ ୨୬, […]
ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଆରମ୍ଭ ହୋଇଯାଇଛି। ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ପୁରୀ ଜିଲ୍ଲାରେ ବର୍ଷା ଜାରି ରହିଛି। ସେହିପରି ଜଗତସିଂହପୁର, ଯାଜପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ଦେବଗଡ଼, ସୁନ୍ଦରଗଡ଼, ସୁବର୍ଣ୍ଣପୁରରେ ମଧ୍ୟ ବର୍ଷା ହୋଇଛି। ରାଜ୍ୟରେ […]
ମାଲକାନଗିରି: କୋଭିଡ କଟକଣାକୁ ବେଖାତିର କରି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ସିପିଆଇଏମ ପକ୍ଷରୁ ମେଳି ହୋଇଛି। ଗଜଳମାମୁଡ଼ିରେ ଚିତ୍ରକୋଣ୍ଡାର ଅଂଚଳରେ ବିଭିନ୍ନ ସମସ୍ୟାକୁ ନେଇ ମେଳି ଓ ଶୋଭାଯାତ୍ରା ହୋଇଛି। ବିଭିନ୍ନ ସମସ୍ୟାକୁ ନେଇ ସେମାନେ ସ୍ଲୋଗାନ ଦେଇଥିଲେ। ୯ ଟି ପଞ୍ଚାୟତର ୪୦ ପ୍ରତିଶତ ପରିବାର ରାସନ କାର୍ଡ ପାଇନାହାନ୍ତି। ଏନେଇ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କ କଥା କେହି ଶୁଣୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତ ଚିତ୍ରକୋଣ୍ଡାବାସୀ। କରୋନା ମହାମାରୀ ସମୟରେ ପିଲାଙ୍କ ପାଠପଢ଼ା […]
ଭୁବନେଶ୍ୱର: ଏପଟେ ଲଘୁଚାପ ବର୍ଷା ଜାରି ରହିଥିଲେ ବି ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ। ଅନେକ ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ରହିଥିବା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଆଜି ବର୍ଷା ହେବ। କିନ୍ତୁ ନଦୀରେ ବନ୍ୟା ଆଶଙ୍କା ନାହିଁ। ଅଧିକାଂଶ ନଦୀ ବିପଦ ସଙ୍କେତ ତଳେ ରହିଛି। କେବଳ ଜଳକା ନଦୀରେ ବିପଦ ସଂକେତ ପାଖା ପାଖି ନଦୀର ଜଳ ସ୍ତର […]
ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ) : ଗରିବୀ ସାଙ୍ଗକୁ ରୋଗର ଦାଉ । ଜୀବନ ଜିଇଁବା ପାଇଁ ସଂଘର୍ଷ ଚାଲିଛି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୀର୍ଘ ଛ ମାସ ହେଲା ସ୍ନାୟୁ ରୋଗରେ ପୀଡିତ ହୋଇ ଗରିବ…
ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନ୍ ପାଇଁ ବିଭିନ୍ନ ଦେଶ ପକ୍ଷରୁ ଟିକା ପ୍ରସ୍ତୁତ କରାଯାଉଥିବାବେଳେ ଆମେରିକାର ନାଜାଲ ଭ୍ୟାକସିନକୁ (Nasal Vaccine) ନେଇ ଏବେ ସବୁଆଡେ ଚର୍ଚ୍ଚା । ପ୍ରାଥମିକ ପର୍ଯ୍ୟାୟରେ ମୂଷା ଠାରେ ଏହି ଟିକା ସଫଳତାର ସହ ପରୀକ୍ଷା ପରେ ଏହା ଶକ୍ତିଶାଳୀ କରୋନା ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁଥିବା ସେଣ୍ଟ୍ ଲୁଇସ୍ ସ୍ଥିତ ଓ୍ୱାଶିଙ୍ଗଟନ ୟୁନିଭର୍ସିଟି ସ୍କୁଲ ଅଫ୍ ମେଡିସିନର ଗବେଷକ ମାନେ ଦାବି କରିଛନ୍ତି। ଆଗାମୀ ଦିନରେ ଏହା ମାଙ୍କଡ଼ ଜାତୀୟ ଜୀବ […]
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ଏନଆଇଏ ପକ୍ଷରୁ ଆଜି ଚାର୍ଜସିଟ୍ ଦାଖଲ କରାଯିବ । ଏ ନେଇ ଆଜି ଏନଆଇଏ ଟିମ୍ ଜମ୍ମୁକୋର୍ଟରେ ପହଞ୍ଚିଛନ୍ତି । ଜୈସ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ମୁଖ୍ୟ ମାସୁଦ ଆଝାର ଓ ତାର ଭାଇ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି । ଆତଙ୍କବାଦୀମାନେ କିପରି ଏଭଳି ଆକ୍ରମଣ କରିଥିଲେ, ଏଥିପାଇଁ କିପରି ପାକିସ୍ତାନରେ ଯୋଜନା ପ୍ରସ୍ତୁତ ହୋଇଥିଲା ଏନେଇ ବିସ୍ତୃତ […]
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ମନେ ପକାଇ ସୋସିଆଲ୍ ମଡିଆରେ ଭାବପ୍ରବଣଭରା ପୋଷ୍ଟ କଲେ କ୍ରିକେଟର୍ ସୁରେଶ ରାଇନା। ସୁଶାନ୍ତ ପ୍ରକୃତରେ ଆମମାନଙ୍କ ପାଇଁ ଏକ ପ୍ରରଣା ଥିଲେ। ସେ ସବୁବେଳେ ଲୋକମାନଙ୍କ ହୃଦୟରେ ରହିବେ ବୋଲି ଟ୍ୱିଟ୍ କରିଛନ୍ତି ରାଇନା। ଏଥିସହିତ ସୁଶାନ୍ତଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ସେ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି “ଭାଇ, ତୁମେ ସବୁବେଳେ ଆମ ହୃଦୟରେ ରହିବ। ତୁମ ଫ୍ୟାନ୍ ତୁମକୁ ସବୁଠୁ ଅଧିକା ମନେ […]
ଭୁବନେଶ୍ୱର: NEET ଓ JEE ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷାକୁ ଘୁଞ୍ଚାଇବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ। କରୋନା ଯୋଗୁ ପରୀକ୍ଷା କେନ୍ଦ୍ର ଯାଇ ପରୀକ୍ଷା ଦେବା ନିରାପଦ ନୁହେଁ, ବିଭିନ୍ନ ସ୍ଥାନରେ ସଟ୍ ଡାଉନ୍ ଓ ଲକ୍ ଡାଉନ୍ ମଧ୍ୟ ଯାତାୟାତରେ ସମସ୍ୟା କରିବ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି। ଏଥିସହିତ ଓଡ଼ିଶାର […]
ଭୁବନେଶ୍ୱର: କରୋନାରେ କ୍ଷତିଗ୍ରସ୍ତ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର କୋଭିଡ୍-୧୯ ସହାୟତା ପ୍ୟାକେଜ୍କୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ୟାକେଜ୍ରେ ଗ୍ରାମାଞ୍ଚଳର ଗରିବ, ଅତିଗରିବ ଓ ପ୍ରବାସୀଙ୍କ ପାଇଁ ୪ ପ୍ରକାର ବ୍ୟବସ୍ଥା ହୋଇଛି। ଅଣୁ ଓ କ୍ଷୁଦ୍ର ଉଦ୍ୟୋଗର ବିକାଶ ପାଇଁ ୫୦ ହଜାର ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା କରାଯାଇଛି। ଏସ୍ଏଚ୍ଜି ସଭ୍ୟା କିମ୍ବା ପରିବାରର ସଦସ୍ୟ ଏହି ଋଣ ନେଇପାରିବେ। କୃଷି, ଅଣକୃଷି କ୍ଷେତ୍ରରେ ଗଠିତ ଗୋଷ୍ଠୀଙ୍କୁ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ […]
ନୂଆଦିଲ୍ଲୀ: ବସ୍ରେ ଲଣ୍ଡନ ଯିବାକୁ ଚାହୁଁଛନ୍ତି କି ? ଏଣିକି ଏପରି ସୁବିଧା ଆପଣଙ୍କୁ ମିଳି ପାରିବ। କାରଣ ଖୁବ୍ଶୀଘ୍ର ଦିଲ୍ଲୀରୁ ଲଣ୍ଡନ ଗଡ଼ିବ ବସ୍। ଖାଲି ଲଣ୍ଡନ ନୁହେଁ, ୧୮ଟି ଦେଶ ଅତିକ୍ରମ କରି ଆପଣ ଲଣ୍ଡନରେ ପହଞ୍ଚବେ। ଯାତ୍ରାର ଅବଧି ୭୦ ଦିନ । ଏହି ୭୦ ଦିନ ମଧ୍ୟରେ ୨୦, ୦୦୦ କିମି ଯାତ୍ରା କରିବେ। ଗୁରୁଗ୍ରାମର ଆଡ୍ଭେଞ୍ଚର ଓଭରଲାଣ୍ଡ ନାମକ ଏକ କମ୍ପାନୀ ଅଗଷ୍ଟ ୧୫ରେ ଏପରି ଏକ ଘୋଷଣା କରିଛି। […]
ଭୁବନେଶ୍ୱର; ଅନ୍ତର୍ଜାତୀୟ ସ୍ତରରେ ସ୍ଥାନ ପାଇଲା ଓଡ଼ିଶାର ସମ୍ବଲପୁରୀ ହସ୍ତତନ୍ତ କଳା। ବିଶ୍ୱସ୍ତରୀୟ ସ୍ଥାପତ୍ୟକଳା ଡିଜିନ୍ ମାଗାଜିନରେ ସ୍ଥାନ ପାଇଛି ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା। ଏହି ମାଗାଜିନରେ କୌଣସି ଭାରତୀୟ ସରକାରୀ ବିଲ୍ଡିଂ ସ୍ଥାନ ପାଇବା ପ୍ରଥମ। ଆମ ଦେଶରେ ଥିବା ସମସ୍ତ ସରକାରୀ ବିଲଡିଂ ମଧ୍ୟରୁ ଓଡ଼ିଶା କୃଷି ଭବନ ଅନ୍ୟତମ ବୋଲି କୁହାଯାଇଛି। ସମ୍ବଲପୁରର ଇକତ୍ ଡିଜାଇନ୍ ଏବଂ ଶାଢ଼ି ଭଳି ଏହି ବିଲ୍ଡିଂର ଡିଜାଇନ କରାଯାଇଛି। ବିଭିନ୍ନ ସ୍ଥାପତ୍ୟକୁ ନେଇ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୁଣି ଜଣେ ସାମ୍ବାଦିକଙ୍କୁ ହତ୍ୟା। ବଲିଆ ଅଂଚଳରେ ଜଣେ ଟିଭି ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ। ସାମ୍ବାଦିକଙ୍କ ନାମ ରତନ ସିଂ(୪୨ ବର୍ଷ) ଓ ସେ ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ। ଜମି ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଗତକାଲି ରାତି ପ୍ରାୟ ୯ଟା ସମୟରେ ଘଟିଛି ଏ ହତ୍ୟାକାଣ୍ଡ । ହତ୍ୟାରେ ସାମିଲ ୩ ଯୁବକଙ୍କୁ ଗିରଫ କରିଛି […]
ଭୁବନେଶ୍ୱର: ରାଜ୍ୟରେ ଚଳିତ ଆର୍ଥିକ ବର୍ଷ ରାଜ୍ୟରେ ୨ଗୁଣରୁ ଅଧିକ ପକ୍କା ଘର ନିର୍ମାଣ ହୋଇଛି। ଚଳିତ ଆର୍ଥିକ ବର୍ଷ ନିର୍ମାଣ ହୋଇଛି ୧ ଲକ୍ଷ ୧୪ ହଜାର ୬୪୪ ପକ୍କା ଘର। ଏହା ଗତ ଆର୍ଥିକ ବର୍ଷଠାରୁ ଦୁଇ ଗୁଣ ଅଧିକ। ୨୦୧୪-୧୫ରୁ ଏଯାଏଁ ୨୬ ଲକ୍ଷ ୮୪ ହଜାର ୮୧୮ ପକ୍କା ଘର ନିର୍ମାଣ ସରିଛି। ଶୀଘ୍ର ଘର ଶେଷ କରିବା ଲାଗି ୮୨୮ କୋଟିର ପ୍ରୋତ୍ସାହନ ରାଶି ଦିଆଯାଇଛି। ଶ୍ରୀଘ୍ର ଗୃହ ନିର୍ମାଣ […]
ଗଜପତି: କୁକୁରକୁ ମାରି ୩ ଜଣ ଗିରଫ ହୋଇଛନ୍ତି। ଘଟଣା ଘଟିଛି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ। ବାଟଗୌଡ଼ ସାହିରେ ଏକ ବୁଲା କୁକୁରକୁ ୩ ଜଣ ଯୁବକ ନିଷ୍ଠୁର ଭାବେ ହତ୍ୟା କରିବା ଭିଡିଓ ଭାଇରାଲ୍ ହୋଇଥିଲା। ଏହାକୁ ସ୍ଥାନୀୟ ବୁଦ୍ଧିଜବୀ, ଭୁବନେଶ୍ୱରର ପିପଲ୍ ଫର୍ ଆନିମାଲ୍ସ ସଂଗଠନ ଏବଂ ସ୍ଥାନୀୟ ବିଜେପି ବିଧାୟକ କେ. ନାରାୟଣ ରାଓ ପ୍ରମୁଖ ଘଟଣାକୁ ଘୋର ନିନ୍ଦା କରିଥିଲେ। ମାରିଥିବା ଯୁବକ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ। […]
ଭୁବନେଶ୍ୱର: ପରୀକ୍ଷା ଘୁ଼ଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। JEE, NEET ସହ ଅନ୍ୟ ସମସ୍ତ କମ୍ପିଟିଟିଭ୍ ପରୀକ୍ଷା ଘୁଞ୍ଚାଇବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ବର୍ତ୍ତମାନ ସାରା ଦେଶରେ କୋଭିଡ୍ ମହାମାରୀ ଲାଗି ରହିଥିବା ବେଳେ ପରୀକ୍ଷା କରିବା ଲାଗି ସ୍ଥିତି ଅନୁକୁଳ ନଥିବା କହିଛନ୍ତି ସାଂସଦ। କୋଭିଡ୍ ଭଳି ସ୍ଥିତିରେ ଦେଶରେ ଯୋଗାଯୋଗ ବ୍ୟବସ୍ଥା ସଚଳ ହୋଇନାହିଁ। ଏହା ସହ ପରୀକ୍ଷା ସମୟରେ କେନ୍ଦ୍ର ବାହାରେ ଜନଗହଳି […]
ଜାକର୍ତା: ଇଣ୍ଡୋନେସିଆର ଇଷ୍ଟ ଜାଭାରେ ଘଟିଛି ଏକ ଅଜବ ଘଟଣା ଯାହା ସ୍ଥାନୀୟ ମିଡିଆରେ ପ୍ରମୁଖ ଖବରର ସ୍ଥାନ ପାଇଛି। ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ। ୧୨ ବର୍ଷର ଏକ ଝିଅର କୌଣସି କାରଣରୁ ମୃତ୍ୟୁ ଘଟିଥିଲା। ତେବେ ଆଶ୍ଚର୍ଯ୍ୟର କଥା, ସତ୍କାର ପୂର୍ବରୁ ଯେତେବେଳେ ଶିଶୁର ମା’ ଶବକୁ ଧୋଇଦେଲେ ଅଚାନକ ଝିଅଟି ଉଠି ବସିଲା ଏବଂ କଥା କହିବାକୁ ଲାଗିଲା। ଘର ଲୋକଙ୍କ ଖୁସି କହିଲେ ନ ସରେ। ହେଲେ ଏହି ଖୁସି […]