• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

gandhi
ନିଲାମ ହେଲା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା ବ୍ରିଟେନରେ ବିକ୍ରି ହୋଇଛି। ବ୍ରିଟେନର ଇଷ୍ଟ ବ୍ରିଷ୍ଟଲ୍ ନିଲାମ ସଂସ୍ଥା ପକ୍ଷରୁ ସୁନାର ପ୍ଲେଟ୍ ଥିବା ଏହି ଚଷମା ୨ଲକ୍ଷ ୬୦ହଜାର ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି। କୁହାଯାଉଛି ଯେ ଏହି ଚଷମାକୁ ମହାତ୍ମା ଗାନ୍ଧି ପିନ୍ଧିଥିଲେ ଏବଂ ୧୯୦୦ ଦଶକରେ ଜଣେ ବ୍ୟକ୍ତିଙ୍କୁ ସେ ଏହାକୁ ଉପହାର ଭାବେ ଦେଇଥିଲେ। ଏବେ ଏହି ଚଷମାକୁ […]

police
ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ

କଟକ: ଦୁର୍ଦ୍ଦାନ୍ତ ଅପରାଧୀ ସକିଲର ୩ ସହଯୋଗୀ ଗିରଫ। କଟକ ବାଦାମବାଡି ଅଂଚଳରେ ଜମି କିଣିଥିବା ଜଣେ ବ୍ୟକ୍ତିଙ୍କୁ ଧମକ ଦେଇ ୨ ଲକ୍ଷ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଗିରଫ କରିଛି ବାଦାମବାଡି ଥାନା ପୋଲିସ। ଗିରଫ ୩ ଅଭିଯୁକ୍ତ ସକିଲର ସହଯୋଗୀ ଏବଂ ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ରାହାଜାନୀ କେସ୍ ରହିଛି। ଗିରଫ ଅଭିଯୁକ୍ତ ହେଲେ ୱାସିମ୍ ଖାନ୍, ରାଜେଶ ଏବଂ ମହମ୍ମଦ ଶାହାଜାହାନ୍। ଏମାନଙ୍କଠାରୁ ୪ଟି ମୋବାଇଲ୍ ଏବଂ […]

main
କେନ୍ଦ୍ରାପଡାରୁ ଧଳା ରଙ୍ଗର ସାପ ଉଦ୍ଧାର

ରାଜକନିକା: କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଗାଙ୍ଗପୁର ଗାଁରୁ ଧଳା ରଙ୍ଗର ସାପ ଉଦ୍ଧାର। ସମ୍ପୂର୍ଣ୍ଣ ଧଳା ରଙ୍ଗର ଥିବା ୧ ଫୁଟ୍‌ର। ଏହି ସାପକୁ ବାଲିସୁଆଁ ଗାଁର ତପନ ଜେନା ଦେଖି ଉଦ୍ଧାର କରିଥିଲେ। ପରେ ସାପଟିର କିଛି ଫଟୋ ସ୍ନେକ୍ ହେଲ୍ପ ଲାଇନ୍‌କୁ ପଠାଇଥିଲେ। ଧଳା ରଙ୍ଗର ଏହି ସାପଟି ଲିଉଷ୍ଟିକ୍ ଚିତି ଥିବା କହିଛନ୍ତି ସ୍ନେକ ହେଲ୍ପ ଲାଇନର ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ।  ସ୍ନେକ ହେଲ୍ପ ଲାଇନର ସଦସ୍ୟ ନଳିନୀ ପ୍ରସାଦ ଦାସ […]

sexual-assult
ବିବାହର ପ୍ରତିଶ୍ରୁତି ଦେଇ ମହିଳା ଏସ୍‌ଆଇଙ୍କୁ ଠକିଦେଲେ ଏସ୍‌ଆଇ

ଦାରିଙ୍ଗବାଡ଼ି: ପୋଲିସ SIଙ୍କ ନାଁରେ ଅନ୍ୟ ଜଣେ ମହିଳା ପୋଲିସ SIଙ୍କ ଦୁଷ୍କର୍ମ ଅଭିଯୋଗ। ଗଂଜାମ ଖଲ୍ଲିକୋଟ ଥାନାରେ କାର୍ଯ୍ୟରତ ପୋଲିସ ଏସ୍ଆଇ ସିଲୁ ଧଳଙ୍କ ନାଁରେ ଅଭିଯୋଗ କରିଛନ୍ତି ଜଣେ ମହିଳା। ଏସ୍ଆଇ କନ୍ଧମାଳ ଦାରିଙ୍ଗବାଡ଼ି ଥାନାରେ ସମ୍ପୃକ୍ତ ମହିଳା ଏସ୍ଆଇ ଅଭିଯୋଗ କରିଛନ୍ତି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା। ଏସ୍ଆଇ ନ୍ୟାୟ ପ୍ରଦାନ କରିବାକୁ ମହିଳା ଏସ୍ଆଇ ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ଦ୍ୱାରସ୍ଥ ହୋଇଛନ୍ତି। ଏହା ପୂର୍ବରୁ […]

sushant
କାହିଁକି ନିଜ ପୁରୁଣା ଆପାର୍ଟମେଣ୍ଟ ଛାଡ଼ିଥିଲେ ସୁଶାନ୍ତ? ଚାଞ୍ଚଲ୍ୟକର ଖୁଲାସା କଲେ ରୋଷେୟା

ମୁମ୍ବାଇ (ସୁରେଶ ଦାଶ): ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁକୁ ନେଇ ଉଠୁଛି ଅନେକ ପ୍ରଶ୍ନ। ଏବେ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ସିବିଆଇ ଟିମ୍ ମୁମ୍ବାଇରେ ଡେରା ପକାଇସାରିଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ଦିନ ନୂଆ ଖୁଲାସା ସାମ୍ନାକୁ ଆସୁଛି ଏବଂ ଏହା ସହ ଅନେକ ପ୍ରଶ୍ନ ମଧ୍ୟ ଛିଡ଼ା ହେବାରେ ଲାଗିଛି। ଏହିକ୍ରମରେ ଅଭିନେତା ସୁଶାନ୍ତଙ୍କ ରୋଷେୟା ଭାବେ କାମ କରୁଥିବା ନୀରଜ ସିଂହଙ୍କୁ ସିବିଆଇ ଘନଘନ ପଚରାଉଚୁରା କରୁଛି। ଶୁକ୍ରବାର […]

pregnant-lady
ଗର୍ଭବତୀଙ୍କୁ ନଦୀ ପାର୍ କରାଇଲେ ଗାଁ ଲୋକେ

ବିଜାପୁର: ନିଜ ଜୀବନକୁ ପାଣି ଛଡ଼ାଇ ଗର୍ଭବତୀଙ୍କୁ ଭରା ନଈ ପାର୍ କରାଇଲେ ଗାଁ ଲୋକେ। ନଦୀ ଭିତରେ ମାନବ ଶୃଙ୍ଖଳ କରିବା ସହିତ ଉଭୟ ପାର୍ଶ୍ୱରେ ରଶି ବାନ୍ଧି ମହିଳାଙ୍କୁ ନଦୀ ପାର କରାଇଥିଲେ। ଏହି ଘଟଣା ହେଉଛି ଛତିଶଗଡ଼ ବିଜାପୁର ଜିଲ୍ଲାରୁ। ଲଙ୍କାପଲ୍ଲୀ ଗାଁର ଜଣେ ମହିଳା ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିଲେ। କିନ୍ତୁ ତାଙ୍କୁ ମେଡିକାଲ ନିଆଯାଇପାରୁନଥିଲା। କାରଣ ରାସ୍ତାରେ ପଡୁଥିଲା ଭରା ନଈ। ଲଗାଣ ବର୍ଷା ଯୋଗୁଁ ନଦୀ ପୂର୍ଣ୍ଣଗର୍ଭା ଥିଲା।  […]

vechile
ଡିସେମ୍ବର ୩୧ ଯାଏ ବଢ଼ିଲା ଗାଡ଼ି କାଗଜପତ୍ର ଅବଧି

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ଅବଧିକୁ ପୁଣି ବଢ଼ାଇଲେ ରାଜ୍ୟ ସରକାର। RC, DL, LL, ପରମିଟ୍ ଓ ଫିଟନେସ୍ ଅବଧି ବଢ଼ିଲା। ଡିସେମ୍ବର ୩୧ ଯାଏଁ ଅବଧି ବଢ଼ାଯାଇଥିବା ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କିନ୍ତୁ ପଲ୍ୟୁସନ୍ ସାର୍ଟିଫିକେଟ୍ ବାଧ୍ୟତାମୂଳକ ବୋଲି STA ସ୍ପଷ୍ଟ କରାଯାଇଛି। ତେବେ ପଲ୍ୟୁସନ୍ ସାର୍ଟିଫିକେଟ୍ ଅବଧି ସରିଥିଲେ କରାଇନେବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ କେନ୍ଦ୍ର ସରକାର ୪ର୍ଥ ଥର ପାଇଁ ଗାଡି କାଗଜପତ୍ର ଅବଧିକୁ ବୃଦ୍ଧି କରାଇଛନ୍ତି। ମହାମାରୀ […]

sonia
ଅନ୍ତରୀଣ ଅଧ୍ୟକ୍ଷ ରହିବେ ସୋନିଆ

ନୂଆଦିଲ୍ଲୀ: ପ୍ରାୟ ୭ ଘଣ୍ଟା ଧରି ଚାଲିଥିବା କଂଗ୍ରେସ କାର୍ଯ୍ୟକାରିଣୀ କମିଟିର ବୈଠକ (ସିଡବ୍ଲୁସି) ଶେଷ ହୋଇଛି। କିନ୍ତୁ ଏହି ବୈଠକରେ କଂଗ୍ରେସର ନୂଆ ଅଧ୍ୟକ୍ଷ କିଏ ହେବ? ତାହା ଉପରେ ମୋହର ଲାଗିପାରି ନାହିଁ। ଫଳରେ ସୋନିଆ ଗାନ୍ଧି ପୁଣିଥରେ ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ରହିବେ ବୋଲି ସୂଚନା ମିଳିଛି। ଆଜି ଦିନସାରା ସିଡବ୍ଲୁସି ବୈଠକରେ ବେଶ୍ ମାନସମନ୍ଥନ ହୋଇଥିଲା। ଦଳରେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଥିବା ଦାବି କରି ୨୦ରୁ ଅଧିକ ବରିଷ୍ଠ […]

bbsr
ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୯୯ରେ ପହଞ୍ଚିଲା

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗରରୁ ୨୬୭ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୧୫୩ ଓ ଲୋକାଲ୍ କେସ୍ ୧୧୪ ଚିହ୍ନଟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)। Update on newly detected & cured #COVID19 cases in the last 24 hrs under the BMC area on 24th Aug 2020(till 9am). Further contact tracing is still continuing. Primary contacts […]

unlock 4.0
ଅନଲକ୍-୪ ରେ କ'ଣ ଖୋଲିବ, କ'ଣ ବନ୍ଦ ରହିବ? : What will Open & What will Remain Shut

ନୂଆଦିଲ୍ଲୀ: ଅନଲକ୍-୪(Unlock 4.0) ପାଇଁ ଖୁବଶୀଘ୍ର ଜାରି ହେବାକୁ ଯାଉଛି ଗାଇଡଲାଇନ୍(Guideline)। ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଅନଲକ୍-୪ରେ କିଛି ନିୟମରେ କଟକଣା କୋହଳ କରିପାରନ୍ତି। Unlock 4.0 ସେପ୍ଟେମ୍ବରରୁ ଆରମ୍ଭ ହେବ, ଯେଉଁଥିରେ ସ୍କୁଲ୍ ଓ କଲେଜ୍ ପୁଣିଥରେ ବନ୍ଦ ରହିପାରେ। କିନ୍ତୁ କିଛି ସହରରେ ମେଟ୍ରୋ ସେବା ଆରମ୍ଭ ହୋଇପାରେ। କରୋନାଭାଇରସ୍ ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂରା ଦେଶରେ ଲକଡାଉନ୍ ଜାରି କରିଥିଲେ, ଯାହା ପରଠାରୁ ମେଟ୍ରୋ ସେବାକୁ ବନ୍ଦ […]

cure
ରେକର୍ଡ ଭାଙ୍ଗିଲା: ରାଜ୍ୟରେ ସୁସ୍ଥ ହେଲେ ୨୫୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଉ ୨୫୧୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୫୬ ହଜାର ୯୨୪କୁ ବୃଦ୍ଧି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଅଞ୍ଚଳରୁ କେତେ:- ଆଜି ଆରୋଗ୍ୟଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୨୮, ବାଲେଶ୍ୱରରୁ ୨୬୭, ଗଞ୍ଜାମରୁ ୨୩୭, କଟକରୁ ୧୫୨, ରାୟଗଡ଼ା- ୧୪୪, ଭଦ୍ରକରୁ ୧୪୦, ସୁନ୍ଦରଗଡ଼ରୁ ୧୩୮, କୋରାପୁଟରୁ ୯୮, ପୁରୀରୁ ୯୭, ନୟାଗଡ଼- ୯୬, ବଲାଙ୍ଗିର- ୮୫, ଢେଙ୍କାନାଳରୁ […]

buliidn
ଭୟଙ୍କର ଦୁର୍ଘଟଣା, ଭୁଶୁଡ଼ି ପଡ଼ିଲା ୫ ମହଲା ବିଲ୍ଡିଂ, ୭୦ରୁ ଅଧିକ ଫସିଥିବା ଆଶଙ୍କା

ମୁମ୍ବାଇ: ମହାରାଷ୍ଟ୍ରରେ ଘଟିଛି ବଡ଼ ଦୁର୍ଘଟଣା। ସୋମବାର ସନ୍ଧ୍ୟାରେ ରାଇଗଡ଼ ଜିଲ୍ଲାର ମହାଡରେ ଏକ ୫ ମହଲା ବିଶିଷ୍ଟ ବିଲ୍ଡିଂ ଭୁଶୁଡ଼ି ଯାଇଛି। ଏହି ଦୁର୍ଘଟଣାରେ ୨୦୦ଜଣ ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକ ଏବଂ ପୋଲିସ୍ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାଖାପାଖି ସନ୍ଧ୍ୟା ୭ଟା ବେଳେ ବିଲ୍ଡିଂ ଭୁଶୁଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ ସୂଚନା ଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ୍ ଏବଂ ଏନଡିଆରଏଫ୍‌ ଟିମ୍ ପହଞ୍ଚିଛନ୍ତି। ଏହି ଦୁର୍ଘଟଣାରେ […]

jsw
ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ ଜେଏସଡବ୍ଲ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ୧ ଲକ୍ଷ କୋଟି ପୁଞ୍ଜି ନିବେଶ କରିବ JSW। ଆସନ୍ତା ୧୦ ବର୍ଷ ମଧ୍ୟରେ କମ୍ପାନୀ ଏହି ନିବେଶ କରିବାକୁ ଯୋଜନା କରିଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ JSW ମୁଖ୍ୟ ସଜ୍ଜନ ଜିନ୍ଦଲଙ୍କ ମଧ୍ୟରେ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା ହୋଇଛି। Spoke to noted industrialist @sajjanjindal and discussed about the progress of @jswsteel’s Integrated Steel Project in Jagatsinghpur and other […]

28-Manohar-Lal-Khattar
ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନାରେ ଆକ୍ରାନ୍ତ

ଚଣ୍ଡୀଗଡ଼: ହରିୟାଣାର ମୁଖ୍ୟମନ୍ତ୍ରୀ ମନୋହର୍ ଲାଲ୍ ଖଟ୍ଟର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଖଟ୍ଟର ଟ୍ୱିଟ୍ କରି ଏହାର ସୂଚନା ଦେଇଛନ୍ତି। ଏହାସହ ସେ ଗତ ସପ୍ତାହରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଟେଷ୍ଟ କରାଇବା ଲାଗି ଅପିଲ୍ କରିଛନ୍ତି ଏବଂ ତୁରନ୍ତ କ୍ୱାରେଣ୍ଟିନରେ ଯିବାକୁ ପରାମର୍ଶ ଦେଇଛନ୍ତି। I was tested for Novel Corona Virus today. My test report has returned positive. I appeal to […]

gift
ସର୍ବଭାରତୀୟ ରାଙ୍କିଙ୍ଗ୍‌ରେ ସ୍ଥାନ ପାଇଲା ଗିଫ୍ଟ ଇଂଜିନିୟରିଂ କଲେଜ

ଭୁବନେଶ୍ୱର: ଅଟଳ ରାଙ୍କିଙ୍ଗ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଅନ୍ ଇନୋଭେସନ୍‌ ଆଚିଭମେଣ୍ଟ-୨୦୨୦ (ARIIA) ତାଲିକାରେ ସ୍ଥାନ ପାଇଛି ଓଡ଼ିଶାର ଗିଫ୍ଟ ଇଂଜିନିୟରିଂ କଲେଜ। ରାଙ୍କ୍ ୨୬ରୁ ୫୦ ଭିତରେ ଏହି କଲେଜକୁ ସ୍ଥାନ ଦିଆଯାଇଛି। ଏହାକୁ ସର୍ବଭାରତୀୟ ସ୍ତରରେ ବ୍ୟାଣ୍ଡ ‘ବି’ ଇନଷ୍ଟିଚ୍ୟୁସନ୍ ହିସାବରେ ସ୍ୱୀକୃତି ଦିଆଯାଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ର ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ, ଶିକ୍ଷା ମନ୍ତ୍ରଣାଳୟ ଓ ଅଖିଳ ଭାରତୀୟ ବୈଷୟିକ ଶିକ୍ଷା ପରିଷଦର ମିଳିତ ଆନୁକୂଲ୍ୟରେ ଏହି ରାଙ୍କିଙ୍ଗ୍ ତାଲିକା […]

bipin-rawat
ଚୀନକୁ ଚେତାବନୀ ଦେଲେ ସିଡିଏସ୍ ବିପିନ ରାୱତ

ନୂଆଦିଲ୍ଲୀ: ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଚୀନକୁ ଚରମ ଚେତାବନୀ ଦେଇଛନ୍ତି ଭାରତୀୟ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାୱତ। ବାସ୍ତବ ନିୟନ୍ତ୍ରଣ ରେଖା ବା LAC ବିବାଦ ସମାଧାନ ପାଇଁ ଆଲୋଚନା ବିଫଳ ହେଲେ ଭାରତ ସାମରିକ ବିକଳ୍ପକୁ ବିଚାରକୁ ନେଇପାରେ ବୋଲି କହିଛନ୍ତି ବିପିନ୍ ରାୱତ। ଏଭଳି ଢଙ୍ଗରେ ଚୀନ ଉପରେ ବର୍ଷିଛନ୍ତି ସିଡିଏସ୍। ଚୀନ୍ ଲାଗାତାର ଟାଳଟୁଳ ନୀତି ଆପଣାଇବା ସହ ବାରମ୍ବାର ଆଲୋଚନା ବିଫଳ ହେଉଥିବାରୁ ଭାରତ ପାଇଁ ଏବେ ଏହି […]

gun
କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ

ମାଲକାନଗିରି: ମାଲକାନଗିରି କାଲିମେଳାରେ ବନ୍ଧୁକ ତିଆରି କାରଖାନା ଠାବ। ମିଳିତ ଅପରେସନ୍ ବେଳେ ଏହି ଅସ୍ତ୍ରଶସ୍ତ୍ର କାରଖାନାକୁ ଠାବ କରିଛି ପୋଲିସ। ମାଲକାନଗିରି  BSF ଓ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହାକୁ ଠାବ କରିଥିଲେ। ଯବାନ ଘଟଣାସ୍ଥଳରୁ ଜୀବନ୍ତ ଗୁଳି, କିଛି ଧାତବ ସାମଗ୍ରୀ, ଲେଦ୍ ମେସିନ୍, ଗ୍ୟାସ୍ ସିଲିଣ୍ଡର ଓ ଅନ୍ୟ ଯନ୍ତ୍ରପାତି ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି। ଜବତ ହୋଇଥିବା ସାମଗ୍ରୀରୁ, ସେଠାରେ ନକ୍ସଲମାନେ ବେଆଇନ ବନ୍ଧୁକ […]

devoteee
'କେବେ ଖୋଲିବ ମନ୍ଦିର, ସ୍ପଷ୍ଟ କର'

ଭୁବନେଶ୍ୱର: ଦୀର୍ଘ ୫ ମାସରୁ ଅଧିକ ସମୟ ହେଲାଣି ଭଗବାନଙ୍କ ସାନିଧ୍ୟରୁ ବଞ୍ଚିତ ଭକ୍ତ। କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ୨୦ ପରଠୁ ରାଜ୍ୟରେ ଭକ୍ତଙ୍କ ଲାଗି ସମ୍ପୂର୍ଣ୍ଣ ବାରଣ ଦେବାନୁଷ୍ଠାନ। ୟା ଭିତରେ ଗଲାଣି କେତେ ପର୍ବପର୍ବାଣୀ। ହେଲେ ସବୁଠି କେବଳ ପରମ୍ପରା ରକ୍ଷା ଲାଗି ଠାକୁରଙ୍କ ନୀତିକାନ୍ତି ଚାଲିଛି, ଭକ୍ତଙ୍କୁ ଛଡ଼ାଯାଉନି। ଏଣେ ଠାକୁର ଦର୍ଶନରୁ ବଞ୍ଚିତ ଭକ୍ତ ଯେତିକି ଛଟପଟ, ଦାନ ଦକ୍ଷିଣାକୁ ଆଶ୍ରା କରି ବଞ୍ଚୁଥିବା ସେବାୟତ ଓ ପୂଜକଙ୍କ ଅବସ୍ଥା […]

rain-fall
ପୁଣି ଲଘୁଚାପ; ଏଥର ପ୍ରବଳ ବର୍ଷିବ, ଜିଲ୍ଲାଗୁଡ଼ିକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ବିଶେଷ କରି ଉତ୍ତର ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଢେଙ୍କାନାଳ, ଅନୁଗୁଳ ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ସବୁ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି […]

bus
ରାଜ୍ୟ ଘରୋଇ ବସ୍ ମାଲିକ ସଂଘର RBIକୁ ଚିଠି

ଭୁବନେଶ୍ୱର: ଋଣ ଆଦାୟ କରିବାରେ କୋହଳ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବସ୍ ମାଲିକଙ୍କ ଋଣ ଏବଂ ସୁଧ ଟଙ୍କା ବର୍ଷେ ଯାଏଁ ଆଦାୟ ନ କରିବାକୁ ଚିଠିରେ ଅନୁରୋଧ କରିଛି ବସ୍‌ ମାଲିକ ସଂଘ। ଏ ନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି। ଲକ୍‌ଡାଉନ୍ ଯୋଗୁଁ ମାର୍ଚ୍ଚ ମାସରୁ ବସ୍ ଚଳାଚଳ ବନ୍ଦ ରହିଛି। ଏବେ ମାତ୍ର ହାତ […]

tisya
ଦୁବାଇରେ ଚମକିଲେ ଓଡ଼ିଆ ଝିଅ

ଭୁବନେଶ୍ୱର: ଦୁବାଇରେ ଚମକିଲେ ଓଡ଼ିଆ ଝିଅ। ସମ୍ବଲପୁରରେ ଜନ୍ମିତ ଦୁବାଇର ତିଶ୍ୟା ପାଣିଗ୍ରାହୀ ମାଟି ପାଇଁ ଆଣିଛନ୍ତି ଗୌରବ। ସବୁଠୁ କନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ଗୌରବ ଅର୍ଜନ କରିଛନ୍ତି ତିଶ୍ୟା। ଦୁବାଇରେ ସେ ଜୁନିଅର ସ୍କୁବା ଡାଇଭିଂ କୋର୍ସ ଶେଷ କରିଛନ୍ତି। ତିଶ୍ୟାଙ୍କ ବୟସ ମାତ୍ର ୧୦ ବର୍ଷ। ଏତେ କମ ବୟସରେ ହିଁ ସେ ଏହି ସଫଳତା ହାସଲ କରିଛନ୍ତି। ନିକଟରେ ସେ ଦୁବାଇରେ ସେ ଦୁବାଇ ଉପକୂଳରେ ଥିବା ଆରବ ସାଗରରେ […]

gajapati
ଖର୍ଚ୍ଚ ନ ହୋଇ ପଡ଼ି ରହିଛି ୭ କୋଟି ୬୨ଲକ୍ଷ ୬୦ହଜାର ଏସଡିସି ଫଣ୍ଡ: ଅଧ୍ୟକ୍ଷ ପଦ ଖାଲି

ଗଜପତି: ଗଜପତି ଜିଲ୍ଲାରେ ଖର୍ଚ୍ଚ ହୋଇପାରିନାହିଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସଡିସିର ଫଣ୍ଡ। ଏସ୍‌ଡିସି ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଆସିଥିବା ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ସରକାର ଟଙ୍କା ଦେଉଥିଲେ ମଧ୍ୟ ଏହା ଖର୍ଚ୍ଚ ହୋଇପାରିନାହିଁ। ଆଦିବାସୀଙ୍କ ଉନ୍ନୟନ ତଥା ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସୁରକ୍ଷା କରିବା ପାଇଁ ସରକାର ସ୍ୱତନ୍ତ୍ର ଉନ୍ନୟନ ପରିଷଦ ବା ଏସ୍‌ଡିସି ଗଠନ କରିଥିଲେ। ହେଲେ ଜିଲ୍ଲା ଆଦିବାସୀଙ୍କ ସମସ୍ୟାର ସମସ୍ୟାର ସମାଧାନ କରାଯାଉ ନଥିବା ଲୋକେ […]