ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଆଜିଠାରୁ ଯାତାୟାତ ଉପରେ ରହିବନି ପ୍ରତିବନ୍ଧକ। ଆଜିଠୁ ବ୍ରହ୍ମପୁର ସହରକୁ ବିନା କୌଣସି କଟକଣାରେ ଯାତାୟାତ କରିପାରିବେ ଜିଲ୍ଲାର ଗ୍ରାମାଞ୍ଚଳବାସୀ। ସେହିପରି ବ୍ରହ୍ମପୁରବାସୀ ମଧ୍ୟ ଜିଲ୍ଲାର ଅନ୍ୟ ସ୍ଥାନକୁ ବିନା ପ୍ରତିବନ୍ଧକରେ ଯାତାୟାତ କରିପାରିବେ। କରୋନା ସଂକ୍ରମଣ ଦୃଷ୍ଟିରୁ ଲାଗୁ ହୋଇଥିବା ଏହି କଟକଣା ଆଜିଠାରୁ ଉଠାଇ ଦିଆଯାଇଛି ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। The restrictions imposed on entry into and exit from Berhampur, […]
ଅନଲାଇନରେ ପାଠ ପଢ଼ିବା ଲାଗି ଗରିବ ପିଲାଙ୍କୁ ସହାୟତା ରାଜଧାନୀର ବସ୍ତିରେ ରହୁଥିବା ପିଲାଙ୍କୁ ସହଯୋଗ କରୁଛି ଏନଜିଓ ସିଫ୍ଟ କରି ଅନଲାଇନରେ ପଢ଼ାଉଛନ୍ତି ସ୍ୱେଚ୍ଛାସେବୀ ଭୁବନେଶ୍ୱର : କିଏ ଅନାଥ ତ କିଏ ବାପ ଛେଢଣ୍ଡ ହେଲେ ମନରେ ପଢିବାର…
ନବରଙ୍ଗପୁର: ଫେସବୁକ୍ ଆକାଉଣ୍ଟ ହ୍ୟାକ୍ କରି ଟଙ୍କା ଠକେଇ ଅଭିଯୋଗ। ତା’ବି ପୁଣି ଜଣେ ସାମ୍ବାଦିକଙ୍କ ଆକାଉଣ୍ଟ୍କୁ ହ୍ୟାକ୍ କରି ଏହି ଠକେଇ ହୋଇଥିବା ଅଭିଯୋଗ ଆସିଛି। ନବରଙ୍ଗପୁର ଜିଲ୍ଲାର ଜଣେ ସାମ୍ବାଦିକ ଏଭଳି ଅଭିଯୋଗ ଆଣିଛନ୍ତି। ସାମ୍ବାଦିକ ବାଙ୍କବିହାରୀ ବିଷୋୟୀ ଅଭିଯୋଗ ଆଣି କହିଛନ୍ତି, ‘ମୋର ଫେସବୁକ୍ ଆକାଉଣ୍ଟ୍କୁ ହ୍ୟାକ୍ କରାଯାଇଛି। ଆକାଉଣ୍ଟ୍କୁ ହ୍ୟାକ୍ କରାଯାଇ ମୋ ନାଁ ନେଇ ମୋ ସାଙ୍ଗସାଥୀମାନଙ୍କୁ ଟଙ୍କା ଆଦାୟ କରୁଥିଲେ। ଯେତେବଳେ ଏସମ୍ପର୍କରେ ମୁଁ ଜାଣିଲି, ଏହାପରେ ତୁରନ୍ତ […]
ନୂଆଦିଲ୍ଲୀ: ଆଜି ୫ମ ଦିନରେ ବି ପେଟ୍ରୋଲ ଦର ବୃଦ୍ଧି ଜାରି ରହିଛି। ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅଏଲ(IOC) , ଭାରତ ପେଟ୍ରୋଲିୟମ କର୍ପୋରେଶନ ଲି.(BPCL) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲି. (HPCL) ସୋମବାର ପଞ୍ଚମ ଦିନ ପାଇଁ ପୁଣି ପେଟ୍ରୋଲ ଦରରେ ବୃଦ୍ଧି ଘଟିଥିବା ସୂଚନା ଦେଇଛନ୍ତି। ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ୧୩ ପଇସା ମହଙ୍ଗା ହୋଇଛି। ଦରବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୬୨ ଟଙ୍କା ହୋଇଛି। ସୂଚନାଥାଉ କି, […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୦ ହଜାର ୯୦୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୯୪୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୨,୯୪୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୮୨୬ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୨୩ ରହିଛି। କଟକରୁ ସର୍ବାଧିକ ୫୮୯ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ […]
ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ଗୋଟିଏ ଦିନରେ ୮୩୬ ଜଣଙ୍କ ମୃତ୍ୟୁ ଘଟିବା ପରେ ଦେଶରେ ବର୍ତ୍ତମାନ ଏହି ସଂଖ୍ୟା ୫୭,୫୪୨ ଛୁଇଁଛି। ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୫୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତାମିଲନାଡୁ- ୬୫୧୭, କର୍ଣ୍ଣାଟକ- ୪୬୮୩, ଦିଲ୍ଲୀରେ ୪୩୦୦ଙ୍କ କରୋନାଜନିତ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅନ୍ୟପକ୍ଷେ ଦେଶରେ ଦିନକରେ ୬୧ ହଜାର ୪୦୮ ନୂଆ ଆକ୍ରାନ୍ତ […]
ପିଲାଦିନୁ ବିଭିନ୍ନ ଦେଶର କଏନ ଏବଂ ନୋଟ କଲେକ୍ସନ କରିବାର ନିଶା ଥିଲା। ଆଜି ସେ ୧୩୫ ଟି ଦେଶର ନୋଟ କଲେକସନ କରିବାରେ ସଫଳ ହୋଇଛନ୍ତି। ଏଥିସହ ସେ ପ୍ରାୟ ୫ ହଜାର କଏନ କଲେକସନ ମଧ୍ୟ ରଖିଛନ୍ତି। ତେବେ ଏହି ବ୍ୟକ୍ତି ଜଣଙ୍କ ହେଲେ ରାଉରକେଲା ସ୍କେଟର ୧୪ ର କବି ଚନ୍ଦ୍ର ମହନ୍ତ
ନୂଆଦିଲ୍ଲୀ: ବିଗତ କିଛି ମାସ ଧରି ସୁନା ଓ ରୂପା ଦର ହ୍ରାସ ପାଇଥିବା ବେଳେ ଆଜି ଏହି ଦର ଆହୁରି କମିଛି। ଟ୍ରେଡିଂ ଆରମ୍ଭରୁ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଥିଲା। ଆଜି ସକାଳ ପାଖାପାଖି ୯ଟା ୪୦ରେ ସୁନା ଦର Multi Commodity Exchange(MCX)ରେ ୨୩୬ଟଙ୍କା ହ୍ରାସ ସହ ପ୍ରତି ୧୦ ଗ୍ରାମକୁ ୫୧,୭୮୦ଟଙ୍କାରେ କାରବାର ଚାଲିଥିଲା। ଖାଲି ସୁନା ନୁହେଁ, ରୂପା ଦରରେ ମଧ୍ୟ ବଡ଼ଧରଣର ହ୍ରାସ ଦେଖିବାକୁ ମିଳିଛି। ରୂପା ଦର ୮୬୦ଟଙ୍କା […]
ନୂଆଦିଲ୍ଲୀ: ନିଟ୍-ଜେଇଇ ପରୀକ୍ଷା (NEET Exam 2020)କୁ ନେଇ ଚାଲିଥିବା ବିବାଦ ଏବେ ରାଜନୈତିକ ରୂପ ନେଉଛି। ରାଜ୍ୟସଭା ସାଂସଦଙ୍କଠାରୁ ଆରମ୍ଭ କରି ବହୁ ବଡ ବଡ ରାଜନୈତିକ ହସ୍ତି NEET Exam ନ କରିବାକୁ ଦାବି କରିଛନ୍ତି। ଏହି ଧାରାରେ ସାମିଲ ହୋଇଛନ୍ତି AIMIMର ମୁଖ୍ୟ ଅସଦୁଦ୍ଦିନ ଓୱେସି । ଟ୍ୱିଟ କରି ସେ ଏହି ପରୀକ୍ଷାକୁ ବିରୋଧ କରିବା ସହ ଛାତ୍ରଛାତ୍ରୀଙ୍କୁ ଏକ ଖରାପ ସମୟ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଏଥିସହିତ ଉତ୍ତମ […]
ନୂଆଦିଲ୍ଲୀ:କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସୱାନ୍ ଦିଲ୍ଲୀ ଫର୍ଟିସ ଏସ୍କାର୍ଟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁସାରେ ତାଙ୍କର ଫୁସ୍ଫୁସ୍ ଏବଂ କୀଡ୍ନି ଜନିତ ସମସ୍ୟା ଦେଖାଦେବାରୁ ପାସ୍ୱାନଙ୍କୁ ରବିବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ଅନୁଯାୟୀ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ହୋଇଛି। ସୂଚନାଥାଉ, ତାଙ୍କର ଆରମ୍ଭରୁ ହାର୍ଟ ସମସ୍ୟା ଥିଲା। ୨୦୧୭ରେ ହାର୍ଟ ଟ୍ରିଟମେଣ୍ଟ ପାଇଁ ଲଣ୍ଡନ ଯାଇଥିଲେ। ଡାକ୍ତରଙ୍କ କହିବା ଅନୁଯାୟୀ, ରାମ ବିଳାସ ପାସୱାନଙ୍କର ବିଭିନ୍ନ ପ୍ରକାର ସମସ୍ୟା ରହିଛି। ତାଙ୍କର […]
ମୁମ୍ବାଇ: ସିବିଆଇର ସ୍ପେଶାଲ୍ ଟିମ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ୍ (Sushant Singh Rajput) ମୃତ୍ୟୁ ମାମଲାର ଖୋଳତାଡ଼ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ଖୁଲାସା ହେବାରେ ଲାଗିଛି। ଶନିବାର ଦିନ ସିବିଆଇ ସୁଶାନ୍ତଙ୍କ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍କୁ ଯାଇ ସେଠାରେ ୬ ଘଣ୍ଟା ଧରି କ୍ରାଇମ୍ ସିନ୍କୁ ରିକ୍ରିଏଟ୍ କରିଥିଲା। Aaj Takର ସୂଚନା ଅନୁସାରେ, ସୁଶାନ୍ତଙ୍କ ବେଡ ରୁମ୍ରେ ଆତ୍ମହତ୍ୟା ସମ୍ଭବ କି ନୁହେଁ ଏହା ଜାଣିବା ପାଇଁ […]
ନୂଆଦିଲ୍ଲୀ: ଗୋଟିଏ ଚିଠିକୁ ନେଇ କଂଗ୍ରେସରେ ଲାଗିଯାଇଛି ଗୃହଯୁଦ୍ଧ। ଫୁଲ୍ ଟାଇମ୍ ଓ ଦୃଢ଼ ନେତୃତ୍ୱ ପାଇଁ ବରିଷ୍ଠ ନେତା ଲେଖିଥିବା ଚିଠି ଏବେ କଂଗ୍ରେସରେ ନିଆଁ ଲଗାଇଛି । ଚିଠି ପଛରେ ବିଜେପିର ଷଡ଼ଯନ୍ତ୍ର ଥିବା ଖୋଦ୍ ରାହୁଲ ଗାନ୍ଧିଙ୍କ ଅଭିଯୋଗ ପୁରୁଖା ନେତାଙ୍କ ମରମକୁ ଖୁବ୍ ବାଧିଛି । ଏପରିକି ଇସ୍ତଫାର ଧମକ ଶୁଭିଲାଣି । ସେପଟେ ଯାହା ହେଇଯାଉ ପଛେ ଦଳର ମଙ୍ଗୁଆଳ ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ଅଡ଼ି ବସିଥିବାର ସୂଚନା […]
ନୂଆଦିଲ୍ଲୀ: ଦଳୀୟ ନେତୃତ୍ୱ ପରିବର୍ତ୍ତନ ନେଇ ବରିଷ୍ଠ ନେତାଙ୍କ ଚିଠି ପରେ କଂଗ୍ରେସରେ ସୃଷ୍ଟି ହୋଇଛି ହଟଚମଟ । ଦଳର ୨୦ରୁ ଅଧିକ ନେତାଙ୍କ ଚିଠି ପାଇବା ପରେ ସଭାପତି ପଦ ଛାଡ଼ିବାକୁ ସୋନିଆ ଗାନ୍ଧି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । କଂଗ୍ରେସରେ ଜଣେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ରହିବା ସହ ଦଳରେ କାର୍ଯ୍ୟ ଓ ରଣନୀତିରେ ପରିବର୍ତ୍ତନ ଆବଶ୍ୟକ ଥିବା ଦର୍ଶାଇ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ, ଆନନ୍ଦ ଶର୍ମା, କପିଲ ସିବଲ୍, ଶଶି […]
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଭୁବନ ଥାନା ଅସୁରବନ୍ଧ ଗାଁରେ ଏକ ହତ୍ୟାକାଣ୍ଡ ଘଟିଯାଇଛି। ଗତକାଲି ରାତିରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ହେଲେ ସେହି ଗ୍ରାମର ଅଭିମନ୍ୟୁ ମଲ୍ଲିକଙ୍କ ପତ୍ନୀ ଲିଲି। ଗତକାଲି ରାତିରେ ଖାଇସାରି ବିଲକୁ ଯାଇଥିଲେ। ସେଠାରେ ପତ୍ନୀ ଲିଲିଙ୍କ ହତ୍ୟା ଖବର ପାଇଥିଲେ । ସାନ ଭାଇ ରବୀନ୍ଦ୍ର ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଜଣେ ପଡୋଶୀ ସୂଚନା ଦେଇଥିଲେ। ଘରେ ପହଞ୍ଚି ପତ୍ନୀଙ୍କ […]
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ଲାଏ ଡିଟେକ୍ସନ ପାଇଁ ଆବେଦନ। ଲାଏ ଡିଟେକସନ୍ ଲାଗି ଫରେନସିକ୍ ବିଭାଗକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ। ଯଦି ଲାଏ ଡିଟେକ୍ସନ ଚେଷ୍ଟ ହୁଏ, ତେବେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କର ହୋଇପାରେ ଲାଏ ଡିଟେକ୍ସନ ଟେଷ୍ଟ। ସେହିପରି ଆଦିତ୍ୟଙ୍କ ବନ୍ଧୁ ବିକାଶ, ପପୁ ଓ ପ୍ରୀତମଙ୍କର ବି ଟେଷ୍ଟ ହୋଇପାରେ। ଦୁଇ ମାସତଳେ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରେ ମିଳିଥିଲା। ଏହା ହତ୍ୟା […]
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ବିରଳ ଚଷମା ବ୍ରିଟେନରେ ବିକ୍ରି ହୋଇଛି। ବ୍ରିଟେନର ଇଷ୍ଟ ବ୍ରିଷ୍ଟଲ୍ ନିଲାମ ସଂସ୍ଥା ପକ୍ଷରୁ ସୁନାର ପ୍ଲେଟ୍ ଥିବା ଏହି ଚଷମା ୨ଲକ୍ଷ ୬୦ହଜାର ପାଉଣ୍ଡ ଅର୍ଥାତ୍ ଭାରତୀୟ ମୁଦ୍ରା ଅନୁଯାୟୀ, ୨ କୋଟି ୫୫ ଲକ୍ଷ ଟଙ୍କାରେ ନିଲାମ ହୋଇଛି। କୁହାଯାଉଛି ଯେ ଏହି ଚଷମାକୁ ମହାତ୍ମା ଗାନ୍ଧି ପିନ୍ଧିଥିଲେ ଏବଂ ୧୯୦୦ ଦଶକରେ ଜଣେ ବ୍ୟକ୍ତିଙ୍କୁ ସେ ଏହାକୁ ଉପହାର ଭାବେ ଦେଇଥିଲେ। ଏବେ ଏହି ଚଷମାକୁ […]