ବ୍ରହ୍ମପୁର: ଗଂଜାମରେ ଆରମ୍ଭ ହୋଇଛି ମିଶନ ଜିରୋ ଆକ୍ଟିଭ କେସ୍। ଗଂଜାମରେ କରୋନା ମୁକାବିଲା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଏହି ସୂଚନା ଦେଇଛନ୍ତି। ଏବେ ଦୈନିକ ୯ରୁ ୧୦ ହଜାର ସାମ୍ପଲ ଟେଷ୍ଟ କରାଯାଉଛି। ଅନେକ ଦିନ ପରେ ଗଞ୍ଜାମରେ ପଜିଟିଭ ସଂଖ୍ୟା ଆଜି ୨ଶହ ତଳକୁ ଖସିଛି। ଆଗକୁ ଆହୁରି କମିବ ବୋଲି ଜିଲ୍ଲାପାଳ ପ୍ରେସମିଟ୍ରେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଗଂଜାମ ଜିଲ୍ଲାରେ ଆରୋଗ୍ୟ ହାର ୮୭ ପ୍ରତିଶତକୁ ବୃଦ୍ଧି ପାଇଛି। […]
ମୁଜାଫରପୁର: ବିହାରର ମୁଜଫରପୁରରେ ସରକାରୀ ଯୋଜନାରେ ସାଙ୍ଘାତିକ ଘୋଟାଲାର ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୬୫ ବର୍ଷୀୟ ମହିଳା ୧୪ ମାସ ଭିତରେ ୮ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହା ଶୁଣିଲେ ଯିଏ ହେଉ ନା କାହିଁକି ଆଶ୍ଚର୍ଯ୍ୟ ହେବେ। ମେଡିକାଲ୍ ସାଇନ୍ସରେ ଏହା ଅସମ୍ଭବ, କିନ୍ତୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ୍ ଆଳରେ ଏହାକୁ କାଗଜପତ୍ରରେ ସତ ଭାବେ ଦର୍ଶାଯାଇଛି। ତେବେ ଏସବୁ ସ୍କାମ୍ ପିଲା ଜନ୍ମ ହେବା […]
ଭୁବନେଶ୍ୱର: ବସ୍ ଟାୟାରରେ ହାଓ୍ୱା ନାହିଁ। ବଡିରେ ମାଡି ଗଲାଣି ଗଛଲତା। ମାସ ମାସ ଧରି ଚଳାଚଳ ନକରିବା କାରଣରୁ ଏଭଳି ଦୁଃସ୍ଥ ଅବସ୍ଥାରେ ପଡି ରହିଛି ରାଜ୍ୟର ହଜାର ହଜାର ଘରୋଇ ବସ୍। କରୋନା ଅନ୍ଲକ ପରେ ସରକାର ଘରୋଇ ବସ ଚଳାଚଳ ଲାଗି ଅନୁମତି ଦେଇଛନ୍ତି। ହେଲେ ସ୍କୁଲ-କଲେଜ ବନ୍ଦ, ସହରବଜାର ବନ୍ଦ, ଏମିତିକି ପୂରା କାର୍ଯ୍ୟକ୍ଷମ ହୋଇନି ସରକାରୀ ଓ ଘରୋଇ ଅଫିସ। ଏଣୁ ଯାତ୍ରୀ ଆସିବେ କୁଆଡୁ। ତେଣେ ଲୋକଙ୍କ ମନରୁ ଦୂର […]
ନୂଆଦିଲ୍ଲୀ: ଦେଶର ନୂଆ ନିର୍ବାଚନ କମିଶନର ନିଯୁକ୍ତ। ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ରାଜୀବ କୁମାରଙ୍କୁ ଭାରତୀୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି କେନ୍ଦ୍ର ସରକାର। କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି। Rajiv Kumar appointed as the Election Commissioner following the resignation of Ashok Lavasa. pic.twitter.com/9dNc0P4Efe — ANI (@ANI) August 21, 2020 ଅଗଷ୍ଟ ୩୧ ତାରିଖରୁ ସେ କାର୍ଯ୍ୟଭାର ଗ୍ରହଣ କରିବେ। ଦିନକ […]
ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ୫ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି, କୋରାପୁଟ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜ। କେବଳ ବର୍ଷା ନୁହେଁ, ଓଡ଼ିଶା ଉପକୂଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ମଧ୍ୟ ସମ୍ଭାବନା ରହିଛି। ୨୬ […]
ଭଦ୍ରକ: ନ୍ୟାୟ ନ ମିଳିବା ଅଭିଯୋଗ କରି ଥାନା ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ସମ୍ମୁଖରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ନାଁ ସେକ୍ ଫୟାଜ। ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କୁ ଭର୍ତ୍ତି କରାଯାଇଛି। ଅଭିଯୋଗ ଅନୁଯାୟୀ, ପାରିବାରିକ କଳହକୁ ନେଇ ଫୟାଜଙ୍କ ନାଁରେ ଏତଲା ଦିଆଯାଇଥିଲା। ପରେ ଘଟଣାକୁ ନେଇ ଫୟାଜ ଥାନାରେ ଜଣାଇଥିଲେ। ହେଲେ ନ୍ୟାୟ ମିଳିନଥିବା ଅଭିଯୋଗ […]
କଟକ: ଭୁବନେଶ୍ୱରରୁ ବସ୍ ଚୋରି କରି ପଳାଉଥିବା ବେଳେ କଟକରେ ଧରାପଡିଲା ଚୋର। ବାଟରେ ପୋଲିସ୍କୁ ଚକ୍ମା ଦେବାପାଇଁ ଅନେକ ପ୍ରୟାସ କରିଥିଲା ଲୁଟେରା ଜଣକ, ହେଲେ ଶେଷରେ ପୋଲିସ୍ ହାତରେ ଧରାପଡ଼ିଗଲେ। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ସମୟରେ ଜଣେ ଲୁଟେରା ଭୁବନେଶ୍ୱର ଖଣ୍ଡଗିରିରୁ ଏକ ବସ୍ ଚୋରି କରି ଦ୍ରୁତ ଗତିରେ କଟକ ଅଭିମୁଖେ ଖସି ପଳାଉଥିବା ବେଳେ ପୋଲିସ୍ ବସ୍କୁ ପିଛା କରିଥିଲା। ଏହି ସମୟରେ ଲୁଟେରା ଜଣକ ଦ୍ରୁତ […]
ବ୍ରହ୍ମପୁର: ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆରେ ଚାକିିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ। ୨ଜଣ ବ୍ୟକ୍ତିଙ୍କୁ ଠାରୁ ଠକମାନେ ଅନ୍ଲାଇନ୍ରେ୨ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।ଏନେଇ ବ୍ରହ୍ମପୁର ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି ଠକାମୀର ଶିକାର ହୋଇଥିବା ବ୍ୟକ୍ତି। ଏହି ମାମଲାର ତଦନ୍ତ ପାଇଁ ସାଇବର ସେଲ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏସ୍ପି। ଅଭିଯୋଗ ଅନୁଯାୟୀ, ନିଜକୁ ଏୟାରପୋର୍ଟ ଅଥରିଟିର ମ୍ୟାନେଜର କହି ଚାକିରି କରାଇ ଦେବା ନାଁରେ ଗୁପ୍ତେଶ୍ୱର ପ୍ରଧାନ ନାମକ ବ୍ୟକ୍ତିଙ୍କୁ […]
କୋରାପୁଟ: ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ନିଜେ ପାଙ୍ଗି ଏହି ସୂଚନା ଦେଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ହୋମ୍ କ୍ୱାରେଣ୍ଟିନ୍ରେ ରହିଥିବା ସୂଚନା ମିଳିଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇ ନେବାକୁ ସେ ପରାମର୍ଶ ଦେଇଛନ୍ତି।
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ସମୁଦ୍ର ଭିତରେ ଘଣ୍ଟାକୁ ୪୫ରୁ ୫୫ କି.ମି. ବେଗରେ ପବନ ବହିପାରେ। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଚରଣ ବେହେରା ଏହି ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇପାରେ। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୯ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୩, ସୁନ୍ଦରଗଡ଼ରୁ ୨, ବଲାଙ୍ଗିର, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। Regret to inform of the demise of nine Covid positive patients while under treatment in hospitals. 1.A 28 […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୧ ହଜାର ୩୭୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୮୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୯ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୬୧ ହଜାର ୩୭୯ କରୋନା ଟେଷ୍ଟ RTPCR-୭,୦୫୪ ଆଣ୍ଟିଜେନ୍-୫୪,୨୪୩ ଟ୍ରୁନଟ୍- ୮୨ ଚିହ୍ନଟ ନୂଆ ୨,୮୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୯୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୧୨୮ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ […]
ନୂଆଦିଲ୍ଲୀ: ଏବେ ପ୍ରାୟ ସବୁଦିନ ଦେଶରେ ୭୦ ହଜାର ପାଖାପାଖି କରୋନା ପଜିଟିଭ୍ ଚିହ୍ନଟ ହେଉଛନ୍ତି। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ୬୯,୮୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିସହିତ ୯୪୫ ଜଣଙ୍କର ଜୀବନ ନେଇଛି ଏହି ମହାମହାରୀ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫୫,୭୯୪ରେ ପହଞ୍ଚିଥିବା ବେଳେ ମୋଟ […]
ନୂଆଦିଲ୍ଲୀ: ଚୀନକୁ ଆଉ ଏକ ଝଟ୍କା ଦେଲା ଭାରତ। ଅତ୍ୟାଧୁନିକ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଟ୍ରେନ୍ ପାଇଁ ଟେଣ୍ଡର ବାତିଲ କରାଯାଇଛି। ସପ୍ତାହକ ମଧ୍ୟରେ ଏଥିପାଇଁ ସାନି ଟେଣ୍ଡର କରାଯିବ ନୂଆ ଟେଣ୍ଡର ବେଳେ ଭାରତୀୟ କଂପାନୀକୁ ଅଗ୍ରାଧିକାର ଦିଆଯିବ ବୋଲି ରେଳମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଚୀନର ସହଭାଗିତାରେ ଭାରତର ସିଆରଆରସି ପାଓନିୟର ଇଲେକ୍ଟ୍ରିକ୍ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ ଏକମାତ୍ର ବିଦେଶୀ କଂପାନୀ ଭାବେ ଟେଣ୍ଡରରେ ସାମିଲ ହୋଇଥିଲା। କିନ୍ତୁ ଟେଣ୍ଡରରେ ଚୀନ ସହଭାଗିତାରେ ଥିବା […]
ନୂଆଦିଲ୍ଲୀ: ପକ୍ଷପାତିତା ଓ ହିଂସା ଉଦ୍ରେକକାରୀ ବକ୍ତବ୍ୟକୁ ପ୍ରଶ୍ରୟ ଦିଆଯାଉଥିବା ନେଇ ଅଭିଯୋଗ ପରେ ଶୁକ୍ରବାର ସ୍ପଷ୍ଟୀକରଣ ରଖିଛି ଫେସବୁକ୍। ଭାରତର ଫେସ୍ବୁକ୍ ମୁଖ୍ୟ ଅଜିତ ମୋହନ କହିଛନ୍ତି ” ପକ୍ଷପାତିତା କରାଯାଉଥିବା ଅଭିଯୋଗକୁ ଫେସବୁକ୍ ପକ୍ଷରୁ ଗୁରୁତର ସହ ନିଆଯାଇଛି। ଗତ କିଛି ଦିନ ହେଲା ଆମ ଉପରେ ଆରୋପ ଲଗାଯାଉଛି। ମାତ୍ର ଆମେ ଆମର ସ୍ୱଚ୍ଛତା ନୀତି ବଜାୟ ରଖିଛୁ। ଫେସ୍ବୁକ୍ ପକ୍ଷରୁ ଯେ କୌଣସି ପ୍ରକାର ଘୃଣା ସୃଷ୍ଟିକୁ ନିନ୍ଦା କରାଯାଇଛି। ଫେସବୁକ […]
ଭଦ୍ରକ: ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। “କରୋନାର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ମୁଁ ପରୀକ୍ଷା କରାଇଥିଲି ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ବର୍ତ୍ତମାନ ମୋ ସ୍ୱାସ୍ଥ୍ୟ ଭଲ ଏବଂ ସ୍ଥିର ଅଛି। ମୁଁ ଏବେ ହୋମ୍ କ୍ୱାରେଣ୍ଟିନ୍ରେ ଅଛି ” ବୋଲି ସାଂସଦ ଟ୍ୱିଟ୍ କରି କହିଛନ୍ତି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଏକାନ୍ତବାସରେ […]
ନୂଆଦିଲ୍ଲୀ: ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ JEE ମେନ୍ ଓ NEET UG 2020 ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ପାଇଁ ତାରିଖ ଘୁଞ୍ଚିବ ନାହିଁ ବୋଲି ଆଜି ସ୍ପଷ୍ଟ କରିଛି ନ୍ୟାସ୍ନାଲ୍ ଟେଷ୍ଟ ଏଜେନ୍ସି (NTA) । ଏ ନେଇ ଶୁକ୍ରବାର ଏନ୍ଟିଏର ୱେବ୍ସାଇଟ୍ରେ ଏକ ନୋଟିସ୍ ଜାରି ହୋଇଛି। ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ସେପ୍ଟେମ୍ବର ୧-୬ ମଧ୍ୟରେ ଜେଇ ମନେ ପରୀକ୍ଷା ହେବ ଓ NEET UG 2020 ସେପ୍ଟେମ୍ବର ୧୩ ତାରିଖରେ […]
ଆସିକା: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ କୋଳିଦାସପୁର ଠାରେ ଦୁର୍ବୃତ୍ତମାନେ ୮ଟି ଗାଡ଼ି ଜାଳି ଦେଇଥିବା ଅଭିଯୋଗ ହୋଇଛି। ଗତକାଲି ରାତି ବିଳମ୍ବିତ ରାତିରେ ନଦୀରୁ ବାଲି ଉଠାଣ ବେଳେ କିଛି ଦୁର୍ବୃତ୍ତ ଗୋଟିଏ ଟ୍ରାକ୍ଟର, ବାଇକ, ଟିପର୍, ଜେସିବି ମେସିନ୍ ଭଳି ୮ଟି ଗାଡ଼ିକୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ, କିଛିଦିନ ହେବ ଆଖପାଖ ଅଞ୍ଚଳ ଆଲପୁରୁ, ସିକିରି, କୋଳିଦାସପୁରୁ ନିକଟ ନଦୀରୁ ବାଲି ଚୋରା ଚାଲାଣ ଜୋରଦାର ଚାଲିଥିବା ନେଇ […]
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାକୁ ୨ ଦିନ ପାଇଁ ସଟ୍ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ। ଆସନ୍ତା ୨୫ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍ଡାଉନ୍ ରହିବ। ନବରଙ୍ଗପୁରରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ନବରଙ୍ଗପୁରରୁ ୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା ନବରଙ୍ଗପୁରରେ ୭୩୩ଜଣ ଆକ୍ରାନ୍ତ ଚିହ୍ନଟ […]
ଶ୍ରୀଗନର: ୫ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଏନ୍କାଉଣ୍ଟର କଲା ସେନା। ଏମାନେ ପଞ୍ଜାବର ତର୍ନ ତାରନ ଜିଲ୍ଲାର ଦେଇ ଉପାକିସ୍ତାନରୁ ଭାରତକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ଏନେଇ ଶନିବାର ସେନା ପକ୍ଷରୁ ସୂଚନା ଦିଆଯାଇଛି। ବିଏସ୍ଏଫ୍ର ୧୦୩ ବାଟାଲିୟନ୍ ଅନୁପ୍ରବେଶକାରୀଙ୍କ ଠାରୁ ପିସ୍ତଲ ଓ ଏକେ ସିରିଜ୍ ରାଇଫଳ ଜବତ ହୋଇଛି। ତର୍ନତାରନ ଜିଲ୍ଲାର ଡାଲ ଗାଁର ସୀମା ଦେଇ ଏହି ଅନୁପ୍ରବେଶକାରୀମାନେ ଭାରତକୁ ପ୍ରବେଶ କରୁଥିଲେ। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ଭୋର ପ୍ରାୟ ୫ ଟା […]