• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

tunnel
ସୀମା ନିକଟରୁ ଠାବ ହେଲା ୧୫୦ ମିଟର ଲମ୍ବର ଅଣ୍ଡରଗ୍ରାଉଣ୍ଡ୍‌ ଟନେଲ୍‌

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ସାମ୍ବା ଜିଲ୍ଲା ଅନ୍ତର୍ଜାତୀୟ ସୀମା ନିକଟରୁ ୧୫୦ ମିଟର ଲମ୍ବର ଏକ ଅଣ୍ଡରଗ୍ରାଉଣ୍ଡ୍‌ ଟନେଲ୍‌ ଠାବ ହୋଇଛି। ବିଏସ୍‌ଏଫ୍‌ ଯବାନ ଏହି ଟନେଲ୍‌ ଠାବ କରିଛନ୍ତି। ଏହି ପଥ ଦେଇ ୪ଜଣ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ପାକିସ୍ତାନରୁ ଭାରତକୁ ଅନୁପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ୨.୫ ମିଟର ପ୍ରସାର ଓ ୨୫ରୁ ୩୦ ମିଟର ଗଭୀର ଥିବା ଏହି ଟନେଲ୍‌ଟି‌ ଇଞ୍ଜିନିୟରଙ୍କ ପୂରା ପ୍ଲାନିଂରେ ନିର୍ମିତ କରାଯାଇଥିବା ଜଣାପଡ଼ିଛି। ଟନେଲ୍‌ ବାହାରେ ରଖା […]

headphone
ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ରେ ଚାଲୁଥିଲେ ଦୁଇ ଯୁବକ, ମାଡ଼ି ଆସିଲା ଟ୍ରେନ୍‌

ବୁରହାନ୍‌ପୁର: ହେଡ୍‌ଫୋନ୍‌‌ ଲଗାଇ ରେଲ୍‌ୱେ ଟ୍ରାକ୍‌ ଉପରେ ଚାଲି ଚାଲି ଯାଉଥିଲେ, ପଛରୁ ଆସି ଧକ୍କା ଦେଲା ଟ୍ରେନ୍‌। ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ୨ ଯୁବକଙ୍କ ଜୀବନ। ମଧ୍ୟପ୍ରଦେଶ ବୁରହାନପୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଟ୍ରେନ୍‌ଟି ଏତେ ଜୋରରେ ଧକ୍କା ଦେଇଥିଲା ଯେ, ଉଭୟଙ୍କ ଶରୀର ୫୦ରୁ ୬୦ ଖଣ୍ଡ ହୋଇଯାଇଥିଲା। ମୃତ ୨ ଯୁବକ ବୁରହାନପୁର ବିରୋଦା ଗାଁର ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏହି ୨ ଯୁବକ ରେଲ୍‌ୱେ ଟ୍ରାକ୍‌ରେ ଚାଲି […]

grandson
କୋଭିଡରେ ଆଖି ବୁଜିଲେ ମହାତ୍ମାଗାନ୍ଧୀଙ୍କ ଅଣନାତି

ଜୋହାନ୍ସବର୍ଗ: ମହାତ୍ମାଗାନ୍ଧିଙ୍କର ସାଉଥ ଆଫ୍ରିକାନ୍‌ ଅଣନାତି (great-grandson ) ସତୀଶ ଧୁପେଲିଆଙ୍କର ରବିବାର କୋନାରେ ମୃତ୍ୟୁ ଘଟିଛି। ୬୬ ତମ ଜନ୍ମ ଦିନ ପାଳନ କରିବାର ଗତ ତିନି ଦିନ ପରେ ସତୀଶଙ୍କର ମୃତ୍ୟୁ ଜୋହାନ୍ସବର୍ଗର ଏକ ଡାକ୍ତରଖାନାରେ ଘଟିଛି। ଜୋହାନ୍ସବର୍ଗରେ ରହୁଥିବା ସତୀଶଙ୍କ ପରିବାର ଲୋକେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସତୀଶଙ୍କ  ଭଉଣୀ ଉମା ଧୂପେଲିଆ ସୋଶାଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ତାଙ୍କର ଭାଇ ସତୀଶ ଧୂପେଲିଆଙ୍କର କୋଭିଡ-୧୯ରେ ମୃତ୍ୟୁ ଘଟିଛି। ସେ […]

gold
ଅଭିନବ ଉପାୟରେ ସୁନା ଚାଲାଣ କରୁଥିଲେ; ଦୁବାଇରୁ ଆସି ଧରାପଡ଼ିଲେ ଲକ୍ଷ୍ନୌରେ

ଲକ୍ଷ୍ନୌ: ଅଭିନବ ଉପାୟରେ ହେଉଥିଲା ସୁନା ଚାଲାଣ। ଖୁବ୍‌ ସତର୍କତାର ସହ ସମସ୍ତଙ୍କ ଆଖିରେ ଧୂଳି ଦେଇ ଆଣୁଥିଲେ। କିନ୍ତୁ ଲକ୍ଷ୍ନୌ ଚୌଧୁରୀ ଚରଣ ସିଂ ଏୟାରପୋର୍ଟରେ ଧରାପଡ଼ିଗଲେ। ବିମାନ ବନ୍ଦର ଅଧିକାରୀମାନେ ପ୍ରାୟ ୧୦ ଲକ୍ଷ ଟଙ୍କାର ସୁନା ଜବତ କରିଛନ୍ତି। ସୀମା ଶୁଳ୍କ ବିଭାଗ ପକ୍ଷରୁ ଜାରି ଏକ ପ୍ରେସ ରିଲିଜ୍‌ରେ କୁହାଯାଇଛି, ଏହି ସୁନା ଦୁବାଇରୁ ଆସୁଥିଲା। ଲକ୍ଷ୍ନୌ ବିମାନବନ୍ଦରରେ FZ 8325 ବିମାନରୁ ଓହ୍ଲାଇଥିଲେ ଚାଲାଣକାରୀ। ପରେ ବିମାନବନ୍ଦର ଅଧିକାରୀମାନେ ତାଙ୍କୁ […]

ବାପା ନୁହେଁ ପିଶାଚ; ସୁରକ୍ଷା ଦେବା ବଦଳରେ ଝିଅକୁ ଜାଳି ଦେଲେ

ବଲାଙ୍ଗିର: ସବୁବେଳେ ସବୁ ବିପଦରେ ନିଜ ସନ୍ତାନର ରକ୍ଷାକବଚ ଭଳି ଛିଡ଼ା ହେଉଥିବା ବାପା ଦିନେ ପିଶାଚ ହୋଇଯିବେ, ତାହା କେହି କେବେ ଭାବି ନଥିବେ। ହେଲେ ଜଣେ ବ୍ୟକ୍ତି ନିଜ ଝିଅକୁ ଜାଳି ଜୀବନରୁ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଡେବ୍ରିପାଲି ଗାଁରୁ ଏଭଳି ଅଭିଯୋଗ ଆସିଛି। ନିଆଁରେ ପୋଡ଼ି ହୋଇ ନାବାଳିକା ଜଣକ ଗୁରତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନାଯୋଗ୍ୟ, ଘର ଭିତରୁ ସମ୍ପୃକ୍ତ […]

nabab malik
‘ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ଦେଶ ହେଉ’

ମୁମ୍ବାଇ: ଯଦି ଭାରତ-ପାକିସ୍ତାନ-ବାଂଲାଦେଶ ମିଶି ଗୋଟିଏ ରାଷ୍ଟ୍ର କରିଦିଆଯାଏ ତେବେ ସେ ଖୁସି ହେବେ। ଭାରତୀୟ ଜନତା ପାର୍ଟି ଯଦି ଏ ଦିଗରେ ପଦକ୍ଷେପ ନିଏ, ତେବେ ସେ ଏହାକୁ ସ୍ୱାଗତ କରିବେ। ଏମିତି ଆହ୍ୱାନ ଦେଇଛନ୍ତି ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ନେତା ନବାବ ମଲିକ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସଙ୍କ କରାଚି ପ୍ରସଙ୍ଗର ଜବାବ ରଖି ସେ ଏପରି କହିଛନ୍ତି। ଦେବେନ୍ଦ୍ର ଫଡନାଭିସ କହିଥିଲେ- ‘ଏକ […]

coronavirus
୨୯ ଜିଲ୍ଲାରୁ ୬୬୮ କରୋନା ପଜିଟିଭ ଚିହ୍ନଟ, ନୂଆପଡ଼ାରୁ ସର୍ବାଧିକ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୯ ଜିଲ୍ଲାରୁ ୬୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ ସେଣ୍ଟରରୁ ୩୮୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍‌ ୨୮୩ ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ନୂଆପଡ଼ାରୁ ସର୍ବାଧିକ ୬୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୫୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

anushka
ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି। ଏବେ ସେ ତାଙ୍କ ପରିବାର ସହିତ ଅଧିକ ସମୟ ବିତାଉଛନ୍ତି। ଗତ କିଛି ଦିନ ତଳେ ଅନୁଷ୍କା ଆଇପିଏଲ ଦେଖିବାକୁ ଦୁବାଇରେ ପହଞ୍ଚିଥିଲେ। ଏବେ ସେ ସ୍ୱାମୀ ବିରାଟଙ୍କ ସହ ମୁମ୍ବାଇ ଫେରିଛନ୍ତି। ଏବଂ ଶୁଟିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି। ସେଟରୁ ଅନୁଷ୍କାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଲୋକମାନେ ବହୁତ ପ୍ରଶଂସା […]

ଆଜି ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୭ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧,୬୫୭  ଛୁଇଁଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ଓ ସୁନ୍ଦରଗଡ଼ରୁ ସର୍ବାଧିକ ୪ଜଣ ଲେଖାଏ, ସମ୍ବଲପୁରରୁ ୩ଜଣ, ଝାରସୁଗୁଡ଼ା ଓ ବରଗଡ଼ରୁ ୨ଜଣ ଲେଖାଏ ଏବଂ ବଲାଙ୍ଗିର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୬୬୮ […]

lunar eclipse
ସୋମବାର ବର୍ଷର ଶେଷ ଚନ୍ଦ୍ର ଗ୍ରହଣ; କ’ଣ ରହିଛି ବିଶେଷତ୍ୱ, ଜାଣନ୍ତୁ...

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ସୋମବାର ଅର୍ଥାତ୍‌ ନଭେମ୍ବର ୩୦ରେ ଲାଗିବ। ଚଳିତ ବର୍ଷର ଏହି ଶେଷ ଚନ୍ଦ୍ର ଗ୍ରହଣ ଉପଛାୟା ଗ୍ରହଣ ହେବ। ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀ ୧୦, ଜୁନ୍ ୫ ଓ ଜୁଲାଇ ୫ରେ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହୋଇଥିଲା। ଚଳିତ ବର୍ଷର ଏହି ଚନ୍ଦ୍ର ଗ୍ରହଣ ବହୁତ ଖାସ୍‌ ବୋଲି କୁହାଯାଉଛି। କାହିଁକି ନା ଯେଉଁ ଦିନ ଏଇ ଚନ୍ଦ୍ର ଗ୍ରହଣ ସେହିଦିନ କାର୍ତ୍ତିକ ପୂର୍ଣ୍ଣିମା ପଡ଼ୁଛି। ତେଣୁ […]

ଘର ଭିତରକୁ ମାଡ଼ିଗଲା ପିକ୍‌ଅପ୍ ଭ୍ୟାନ୍‌

ଉମରକୋଟ: ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପିକ୍‌ଅପ୍‌ ଭ୍ୟାନ୍‌ ମାଡ଼ି ଯିବାରୁ ୨ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଆଜି ସକାଳେ ଏମାନେ ଘର ବାରଣ୍ଡା ନିକଟରେ ନିଆଁ ପୋଉଁଥିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ଟି ଘର ଭିତରକୁ ମାଡ଼ି ଆସିଥିଲା। ଏଥିରେ ୨ ଶିଶୁଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଛନ୍ତି। […]

satyananda-swain-book
ଭୀମ ଭୋଇଙ୍କ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ଉନ୍ମୋଚିତ

ଭୁବନେଶ୍ୱର: ମହିମାଧର୍ମର ପ୍ରସିଦ୍ଧ କବି ଭୀମ ଭୋଇଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’ର ଇଂରାଜୀ ଅନୁବାଦ ପୁସ୍ତକ ପ୍ରକାଶ ପାଇଛି। ବହିଟିକୁ ମହିମାଧର୍ମ ଗବେଷକ ତଥା ଅବସରପ୍ରାପ୍ତ ଇଂରାଜୀ ଭାଷା ସାହିତ୍ୟ ବିଭାଗର ପ୍ରଫେସର ଡ. ସତ୍ୟାନନ୍ଦ ସ୍ୱାଇଁ ଲେଖିଛନ୍ତି। ନ୍ୟାନସାଲ୍‌ ଟ୍ରଷ୍ଟ…

jp nadda
ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର: ଓଡ଼ିଶା ଆସିପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଜାନୁଆରୀ କିମ୍ବା ଫେବ୍ରୁଆରୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଓଡ଼ିଶା ଆସିପାରନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ସଂଗଠନ, ମିଶନ-୧୨୦, ଡବଲ ଇଞ୍ଜିନ ନେଇ ଆଲୋଚନା ହୋଇପାରେ। ଏହାସହ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ ପାଇଁ ଆଲୋଚନା ସହ ବିଜେପିର ବରିଷ୍ଠ ପଦାଧିକାରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମୀକ୍ଷା କରିପାରନ୍ତି ବୋଲି ସୂଚନା ମିଳିଛି।

naxal
ଏନକାଉଣ୍ଟର; ୩ ନକ୍ସଲଙ୍କ ମୁଣ୍ଡ ଗଡ଼ିଲା

ମାଲକାନଗିରି: ଛତିଶଗଡ଼ରେ ଯବାନଙ୍କୁ ମିଳିଛି ଏକ ବଡ ସଫଳତା। ଯବାନଙ୍କ ଏନକାଉଣ୍ଟରରେ ୩ଜଣ ନକ୍ସଲ ନିହତ ହୋଇଛନ୍ତି। କାଙ୍କେର ଜିଲ୍ଲା ରାଓଘାଟ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ସୂଚନା ରହିଛି । ମୃତ ୩ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଥିବା ସୂଚନ ମିଳିଛି। ନକ୍ସଲଙ୍କ ଗୁଳି ମାଡ଼ରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଛତିଶଗଡ଼ ବସ୍ତର ଜିଲ୍ଲା ପୋଲିସ ଆଇଜି ପି. ସୁନ୍ଦରରାଜ ଏହି […]

best
ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ହେଲେ ଟାଇଗର୍‌ ପପ୍

ମୁମ୍ବାଇ: ସୋନି ଟିଭିରେ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଆଲିଟି ଶୋ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ ଟ୍ୟାଗ୍‌ ହାସଲ୍‌ କରିଛନ୍ତି ଟାଇଗର ପପ୍। ରବିବାର ଦିନ ଶୋର ଗ୍ରାଣ୍ଡ ଫିନାଲେ ଥିଲା। ଯେଉଁଠାରେ ଟାଇଗର ପପ୍ ବିଜୟୀ ହେବା ସହ ପୁରସ୍କାର ରାଶୀ ସ୍ୱରୁପ ୧୫ ଲକ୍ଷ ଟଙ୍କା ଏବଂ ଭିଟାରା ବ୍ରିଜା କାର୍‌ ପାଇଛନ୍ତି। କେବଳ ଏତିକି ନୁହେଁ, ତାଙ୍କ କୋରିଓଗ୍ରାଫର ଭର୍ତ୍ତିକାଙ୍କୁ ମଧ୍ୟ ୫ଲକ୍ଷଟଙ୍କାର ଚେକ୍‌ ମିଳିଛି। ଟାଇଗର ଗୁରୁଗ୍ରାମରେ ରୁହନ୍ତି। ଶୋ’ର ଶ୍ରେଷ୍ଠ ୭ଜଣ […]

lakayukta
PPE କିଟ୍, ମାସ୍କ କିଣା ଦୁର୍ନୀତିର ସଂପୂର୍ଣ୍ଣ ତଥ୍ୟ ଦେଉନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର:  PPE କିଟ୍ ଓ ମାସ୍କ କିଣାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଦେଉ ନାହାନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଆବେଦନକାରୀ ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ମାସ୍କ ଦୁର୍ନୀତି ଘଟଣାରେ ବ୍ୟକ୍ତିଗତ ହାଜିରା ହୋଇ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ । ତେବେ ମୁଖ୍ୟ ଶାସନ ସଚିବ ଆଜି ନିଜେ ହାଜିରା ନହୋଇ ଏକ ଚିଠି ମାଧ୍ୟମରେ ତାଙ୍କର […]

ଅଧ୍ୟାପକ, ଡାକ୍ତର ଓ ଆକାଉଣ୍ଟାଣ୍ଟଙ୍କ ଘରେ ରେଡ୍‌

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଜୁନିଅର ଆକାଉଣ୍ଟାଣ୍ଟ ଓ ଗଣିତ ଅଧ୍ୟାପକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ସେହିପରି ଲାଞ୍ଚ ନେବା ଅଭିଯୋଗରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜଣେ ଡାକ୍ତରଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଯୋଗାଣ ବିଭାଗର ଜୁନିଅର ଆକାଉଣ୍ଟାଣ୍ଟ କମ୍ଭୁପାଣି ମିଶ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଥିବା ସୂଚନା ମିଳିଛି। କମ୍ଭୁପାଣିଙ୍କ ବରଗଡ଼ ସ୍ଥିତ ଭଡ଼ା ଘର, କାର୍ଯ୍ୟାଳୟ ଓ ବଲାଙ୍ଗିର […]

pfizer
ଡିସେମ୍ବର ୧୧ରେ ଆସିବ କରୋନା ଟିକା ‘ଫାଇଜର’

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୧ରେ ଆସିବ କରୋନା ଟିକା । ଏନେଇ ଘୋଷଣା କରିଛି ଆମେରିକାର ଫାଇଜର ଫାର୍ମା କଂପାନି। ଆମେରିକାର ଜରୁରୀକାଳୀନ ଅଧିକାରୀଙ୍କ ପାଖରେ ଅନୁମୋଦନ ପାଇଁ ଆବେଦନ କରାଯାଇଛି। ଜର୍ମାନୀର ବାଇନଟେକ୍‌ କମ୍ପାନୀ ସହ ମିଳିତ ଭାବେ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକା ୯୫ ପ୍ରତିଶତ ସଫଳ ହୋଇଥିବା ପୂର୍ବରୁ ଦାବି କରିଥିଲା । ଏହାର ବ୍ୟବହାର ପାଇଁ ଏକ ଆବେଦନ ମଧ୍ୟ ହୋଇସାରିଛି।  କଂପାନିର ଆବେଦନ ଉପରେ ଆସନ୍ତା ଡିସେମ୍ବର ୧୦ […]