ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ ଜଣ ସୁରକ୍ଷା କର୍ମୀଙ୍କୁ କରୋନା। ଶୁକ୍ରବାର ଲାଲୁଙ୍କ ସୁରକ୍ଷା କର୍ମୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ୭୨ ବର୍ଷୀ ଲାଲୁ ବର୍ତ୍ତମାନ କେଲି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ କୋଭିଡ୍ କେସ୍ ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରୁ କେଶି ବଙ୍ଗଲୋକୁ ପଠାଇଯାଇଥିଲା। […]
ନୂଆଦିଲ୍ଲୀ : ସଙ୍କଟ ସମୟର ଦେବଦୂତଙ୍କୁ ଦିଆଯାଉ ଭାରତ ରତ୍ନ ପୁରସ୍କାର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ନିଜର ଦାବି ଜଣାଇଛନ୍ତି । ଚଳିତ ବର୍ଷ ଡାକ୍ତରଙ୍କୁ ଭାରତ ରତ୍ନ ଦେବା ପାଇଁ…
କୋରାପୁଟ: କୋରାପୁଟ ଜିଲ୍ଲା କୋଟପାଡ଼ ୮ନଂ ଓ୍ୱାର୍ଡର ଏକ କୂଅ ଭିତରୁ ଜଣେ ମହିଳା ଓ ତାଙ୍କ୨ ଛୁଆଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ କୂଅ ଭିତରୁ ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ୨ ଶିଶୁଙ୍କ ମଧ୍ୟରେ ଜଣେ ପୁଅ ଓ ଅନ୍ୟ ଜଣେ ଝିଅ ଅଛନ୍ତି। ସେମାନଙ୍କ ବୟସ ଯଥାକ୍ରମେ ୨ବର୍ଷ ଓ ୩ ବର୍ଷ। ଏମାନେ ସମସ୍ତେ କେମିତି କୂଅରେ ପଡ଼ିଲେ ତାହାର କାରଣ ଜଣାପଡ଼ିନାହିଁ। ଏହି ଘଟଣାରେ ପୋଲିସ୍ […]
ଭୁବନେଶ୍ୱର: ଆଜିଠାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। SAMS ୱେବ୍ସାଇଟ୍ରେ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ଯାଏ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ସେପ୍ଟେମ୍ବର ୯ରେ ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ। ଏହି ପର୍ଯ୍ୟାୟର ନାମଲେଖା ସେପ୍ଟେମ୍ବର ୧୧ରୁ ୧୮ ତାରିଖ ଯାଏ ହେବ। ସେପ୍ଟେମ୍ବର ୨୩ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଏହି ପର୍ଯ୍ୟାୟର ନାମଲେଖା ୨୪ରୁ ୨୮ ତାରିଖ ଯାଏ ହେବ। ଅକ୍ଟୋବର […]
|| ଶିବୟୈ ସର୍ବମାଙ୍ଗଲ୍ୟୈ ଶିବାୟ ସତତଂ ନମଃ । ଶିବେସର୍ବପ୍ରଦାତ୍ରି ତ୍ୱଂ ଶିବରୂପେ ନମୋନମଃ || ଆଜି ବାଲି ତୃତୀୟା। ଭିନ୍ନ ଏକ ଓଡ଼ିଆ ପରମ୍ପରା। ଭାଦ୍ରବ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନ ହସ୍ତା ନକ୍ଷତ୍ରରେ ପାଳନ କରାଯାଏ ବାଲି ତୃତୀୟା ବ୍ରତ। ଏହି ପର୍ବ ଭାରତ ବର୍ଷରେ କେବଳ ଓଡ଼ିଶାରେ ହିନ୍ଦୁ ତଥା ବିଶେଷ କରି ବ୍ରାହ୍ମଣ ପରିବାରର ଗୁଡ଼ିକରେ ପାଳନ କରାଯାଏ। ବିବାହିତା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ, ନିରାମୟ ଜୀବନ କାମନା […]
ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟାକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ରେକର୍ଡ ସଂଖ୍ୟାକ ସୁସ୍ଥ ହୋଇଛନ୍ତି। ୨୪ ଘଣ୍ଟାରେ ଦେଶରେ ୬୨,୨୮୨ ଆକ୍ରାନ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସ୍ଚାର୍ଜ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ୭୪ ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୨୧.୫ ଲକ୍ଷ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି କରୋନାଭାଇରସ୍ ଜନିତ ମୃତ୍ୟୁ ହାର ୧.୮୯ ପ୍ରତିଶତକୁ ଖସି ଆସିଛି। ବର୍ତ୍ତମାନ ଦେଶରେ […]
ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର୍ ୟୁନିଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଟିମ୍ ଦ୍ୱାରା ସେମାନଙ୍କର ମୃତଦେହକୁ ଟାଣି ବାହାର କରାଯାଇଛି। ପ୍ଲାଣ୍ଟରେ ଅଗ୍ନିକାଣ୍ଡ ବେଳେ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଫସି ରହିଥିଲେ। ଏବେ ସେହି ୯ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଏବେ ବି ନିଖୋଜ ଅଛନ୍ତି। ସେମାନଙ୍କୁ ଖୋଜା ଚାଲିଛି। ଗୁରୁବାର ରାତି […]
ପୁରୀ: ପୁରୀ ବଗଲା ଧର୍ମଶାଳା ବିକ୍ରିକୁ ବିଜେପିର ବିରୋଧ। ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଆଜି ବିକ୍ଷୋଭ କରୁଛି। ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କ ସହିତ ବହୁ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ବଗଲା ଧର୍ମଶାଳାର ଜମିକୁ ବେଆଇନ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଥିଲା। ଲଜ୍ ମାଲିକଙ୍କୁ ଜିଲ୍ଲାପାଳ ବିକ୍ରି କରିବାର ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସଲଗ୍ନ ୭୫ ମିଟର ଚୌହଦି ସୌନ୍ଦର୍ଯ୍ୟକରଣ ଯୋଜନାରେ ଉଚ୍ଛେଦ ହୋଇଥିବା ଲଜ୍ ମାଲିକମାନଙ୍କୁ ଥଇଥାନ […]
ନୂଆଦିଲ୍ଲୀ: ହାର୍ଲେ ଡେଭିଡ୍ସନ ବାଇକ୍ ଫ୍ୟାନଙ୍କ ପାଇଁ ଖରାପ ଖବର। ଭାରତରେ ଥିବା ଆସେମ୍ବଲ୍ଡ ପ୍ଲାଣ୍ଟ ବନ୍ଦ କରିବାକୁ ଯାଉଛି ଏହି ଆମେରିକୀୟ କମ୍ପାନୀ। ବାଇକ୍ର ବିକ୍ରି କମ୍ ହେଉଥିବା ଯୋଗୁ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ପ୍ଲାଣ୍ଟ ବନ୍ଦ କରିଦେଲେ ବି କମ୍ପାନୀ ଭାରତୀୟ ବଜାରରେ ବାଇକ୍ ବିକ୍ରି ଜାରି ରଖିବ। ବିଦେଶରୁ ଅମଦାନୀ କରି ଭାରତରେ ବିକ୍ରି କରାଯିବ। କେବଳ ଭାରତରେ ନୁହେଁ ଉତ୍ତର ଆମେରିକା, ୟୁରୋପ ଓ ଏସିଆରେ ଯେଉଁ ସ୍ଥାନମାନଙ୍କର […]
ନୂଆଦିଲ୍ଲୀ: ଦିନକ ତଳେ ମହେନ୍ଦ୍ର ସିଂହ ଧୋନିଙ୍କୁ ଚିଠି ଲେଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପୂର୍ବତନ ଅଲରାଉଣ୍ଡର ତଥା ଜବରଦସ୍ତ ଫିଲ୍ଡର ସୁରେଶ ରାଇନାଙ୍କୁ ମଧ୍ୟ ଚିଠି ଲେଖିଛନ୍ତି। ରାଇନା ମଧ୍ୟ ଅଗଷ୍ଟ ୧୫ ତାରିଖରେ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଚିଠି ଲେଖି ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ମୋଦି ରାଇନାଙ୍କୁ ଜଣେ ଚମତ୍କାର ଫିଲ୍ଡର ମଧ୍ୟ କହିଛନ୍ତି। ଚିଠିରେ […]
ନୂଆଦିଲ୍ଲୀ: ଚଳିତ ବର୍ଷର ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନାଁ ଘୋଷଣା କରାଯାଇଛି। ଟିମ୍ ଇଣ୍ଡିଆର ଷ୍ଟାର୍ ଓପନିଂ ବ୍ୟାଟ୍ସମ୍ୟାନ୍ ରୋହିତ୍ ଶର୍ମାଙ୍କ ସମେତ ଏଥର ୫ଜଣଙ୍କୁ ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ପୁରସ୍କାରରେ ସମ୍ମାନିତ କରାଯିବ। ସେହିପରି ଓଡ଼ିଶାର ଷ୍ଟାର୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିଛି। ଦୂତୀଙ୍କ ସମେତ ୨୭ଜଣଙ୍କୁ ଏଥର ଅର୍ଜୁନ ପୁରସ୍କାର ମିଳିବା ନେଇ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୂଚନା […]
ଭୁବନେଶ୍ୱର: ଭାଇରାଲ ଅଡିଓ ମାମଲାରେ କ୍ୟାପିଟାଲ ଥାନାରେ ଓଟିଭିର ଡିଜିଟାଲ ଏଡିଟର ଅମରେଶ ବିଶ୍ୱାଳଙ୍କୁ ୪ ଘଣ୍ଟାରୁ ଅଧିକ ସମୟ ଧରି ଜେରା ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ମାମଲାର ତଦନ୍ତରେ ସହଯୋଗ କରିବାକୁ ଆଜି ସେ ହାଜର ହୋଇଥିଲେ। ଦିନ ୧୧ଟାରୁ ତାଙ୍କୁ ଜେରା କରିଥିଲା କ୍ୟାପିଟାଲ ଥାନା ପୋଲିସ୍। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ତଦନ୍ତରେ ସହଯୋଗ କରିବାକୁ ଓଡ଼ିଶା ରିପୋର୍ଟର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି ଗତ ୨ ଦିନ ହେଲା ଥାନାରେ ହାଜର ହୋଇଥିଲେ। […]
ଭୁବନେଶ୍ୱର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଏହାର ପ୍ରଭାବରେ ଉପକୂଳରେ ପ୍ରବଳ ବର୍ଷିବା ସହ ସର୍ବାଧିକ ୫୦ କିମି ବେଗରେ ବହିବ ପବନ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୨୩ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ୪୦ରୁ ୫୦ କିମି ବେଗରେ ପବନ ସମ୍ଭାବନା ରହିଛି। କାଲି ପାଇଁ ୫ଟି ଜିଲ୍ଲା ଲାଗି ୟେଲୋ ୱାର୍ଣ୍ଣିଂ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି। ସେହି […]
ଭୁବନେଶ୍ୱର: କରୋନା କବଳରେ ଜନପ୍ରତିନିଧି। ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିବା ନେଇ ସଂଜୀବ ଟ୍ୱିଟ୍ କରି ଜଣାଇଛନ୍ତି। ଆଜି ଟେଷ୍ଟ ହୋଇଥିଲା, ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି। Today my covid test done and test results got posetive.i am requesting all those who are in my contact […]
ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ଅଞ୍ଚଳରେ ଆଜି ଆଉ ୩୨୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧୭୩, ଲୋକାଲ କଣ୍ଟାକ୍ଟରୁ ୧୫୧ ସଂକ୍ରମିତ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ଵିଏମ୍ସି)। କେଉଁ ଅଞ୍ଚଳରୁ କେତେ:- ରାଜମହଲ ଛକ ଏମ୍ଏଲ୍ଏ କ୍ୱାର୍ଟର୍ସ ଅଞ୍ଚଳରୁ ୯ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରର ୮ ଟ୍ରାଫିକ୍ ଷ୍ଟାଫ୍ ବି କରୋନାରେ ସଂକ୍ରମିତ ହୋଇଛନ୍ତି। ଚନ୍ଦ୍ରଶେଖରପୁର ରେଳ ବିହାରରୁ ୬, ସ୍ୱାସ୍ଥ୍ୟ ବିଭାଗର ୬ କର୍ମଚାରୀ […]
ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପି ଚାଲିଥିବା ବେଳେ କରୋନା ଭ୍ୟାକସିନକୁ ନେଇ ଦେଶବାସୀଙ୍କ ପାଇଁ ଆଶ୍ୱସ୍ତିକର ମିଳିଛି। ଯଦି ଟ୍ରାଏଲ୍ ପ୍ରକ୍ରିୟା ଠିକଠାକ୍ ଚାଲେ, ତାହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ଭାରତରେ କରୋନା ଭ୍ୟାକସିନ୍ ଉପଲବ୍ଧ ହେବ ବୋଲି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି। ଏ ନେଇ ଡା. ହର୍ଷ ବର୍ଦ୍ଧନ କହିଛନ୍ତି, ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ବର୍ଷର ଶେଷ ଆଡ଼କୁ ଲୋକଙ୍କ […]
ଚେନ୍ନାଇ: ତିନିଥରର ଚାମ୍ପିୟନ୍ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ଟିମ୍ ଆଇପିଏଲ୍-୨୦୨୦ ଅଭିଯାନରେ ବାହାରିଛି। ଶୁକ୍ରବାର ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଟିମ୍ ୟୁଏଇ ଅଭିମୁଖେ ଯାତ୍ରା କରିଛି। ୟୁଏଇ ଗସ୍ତ ପୂର୍ବରୁ ଚେନ୍ନାଇ ଫ୍ରାଞ୍ଚାଇଜି ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଖେଳାଳିଙ୍କ ଫଟୋ ପୋଷ୍ଟ କରିଛି। ଏଥିରେ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି, ଭାଇସ୍ କ୍ୟାପଟେନ୍ ସୁରେଶ ରାଇନା, ରବୀନ୍ଦ୍ର ଜାଡେଜା ଓ ବୋଲିଂ କୋଚ୍ ଲକ୍ଷ୍ମୀପତି ବାଲାଜୀଙ୍କୁ ଦେଖିବାକୁ ମିଳିଛି। ଟିମର ଖେଳାଳିଙ୍କ ମୁହଁରେ […]
ଭୁବନେଶ୍ୱର: ରାଉରକେଲା ମହାନଗର ଅଞ୍ଚଳରେ ସପ୍ତାହାନ୍ତ ସଟଡାଉନ କୋହଳ। ନୂଆଖାଇ ପାଇଁ ୨୩ ତାରିଖ ରବିବାର ଦିନଟିଏ କଟକଣା କୋହଳ ନେଇ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ। ପଶ୍ଚିମ ଓଡ଼ିଶାର ଗଣପର୍ବ ‘ନୂଆଖାଇ’ ପାଳନ ପାଇଁ ଆସନ୍ତା ୨୩ତାରିଖ ରବିବାର ରାଉରକେଲା ସହରରେ ସାପ୍ତାହିକ ସଟଡାଉନ ନିୟମକୁ ରାଜ୍ୟ ସରକାର କୋହଳ କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଉରକେଲା ସହରରେ […]
ଭୁବନେଶ୍ୱର: ସୁସ୍ଥ ହେଲେ ୧୯୨୭ ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ଏଯାବତ୍ ଓଡ଼ିଶାରେ ୫୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୬ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୯୦, ନୟାଗଡ଼ରୁ ୧୫୧, ରାୟଗଡ଼ାରୁ ୧୪୬, ସୁନ୍ଦରଗଡ଼ରୁ ୧୦୮, କନ୍ଧମାଳରୁ ୧୦୧, ଢେଙ୍କାନାଳରୁ ୯୫, ମୟୂରଭଞ୍ଜରୁ ୮୮, କୋରାପୁଟରୁ ୮୬, କଟକରୁ ୭୮, […]