• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest News

5
ଭକ୍ତି ସଂଗୀତ ଗାଇ ମନ ମୋହିଲେ ବରିଷ୍ଠ ଆଇଏଏସ୍

ନୂଆଦିଲ୍ଲୀ: ପ୍ରତିଭା କେବେ ଲୁଚି ରହେନା। ସେ ଛୋଟ ହେଉ ଅବା ବଡ଼। ଜଣେ ବରିଷ୍ଠ ପ୍ରଶାସକ ତାଙ୍କର ବ୍ୟସ୍ତବହୁଳ ଟିକିଏ ଫୁରସତ୍ ମିଳିଲେ ସଂଗୀତର ସ୍ୱର ଭିତରେ ସେ ଯେପରି ହଜିଯାଆନ୍ତି। ଏମିତି ଜଣେ ପ୍ରସାଶକ ଯିଏକି ଭକ୍ତି ସଙ୍ଗୀତ ଗାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ବରିଷ୍ଠ ପ୍ରଶାସକ ହେଉଛନ୍ତି IAS ରାକ୍ଷୀ ଗୁପ୍ତା। ସେ ଗାଇଥିବା ଏକ ସଙ୍ଗୀତ ଗତ ୧୮ ତାରିଖରେ ୟୁ ଟ୍ୟୁବ୍‌ରେ ସେୟାର କରାଯାଇଥିଲା। ଏହାର କ୍ୟାପସନ୍‌ରେ ରାକ୍ଷୀ […]

6
ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ଦୁବାଇ: ଚଳିତ ଆଇପିଏଲର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ ଦୁବାଇ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଛି। ଟସ୍ ଜିତି ସନରାଇଜର୍ସ ହାଇଦ୍ରାବାଦ କ୍ୟାପଟେନ୍ ଡେଭିଡ୍ ୱାର୍ଣ୍ଣର୍ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୫୪ ରନ୍ କରିବାକୁ ସକ୍ଷମ ହୋଇଛି। ତେବେ ଏସ୍‌ଆରଏଚ ୧୫୫ ରନ୍ ଟାର୍ଗେଟ୍‌ର ପିଛା କରି ପଡ଼ିଆକୁ ଓହ୍ଲାଇଛି। ରାଜସ୍ଥାନ […]

onion hike
'ପ୍ରତିଦିନ ହୋଲସେଲ୍ ଓ ଖୁଚୁରା ଦୋକାନ ଯାଞ୍ଚ କର'

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର। ସପ୍ତାହେ ଭିତରେ କେଜି ପିଛା ୫୦ରୁ ୯୦ ଟଙ୍କାକୁ ଛୁଇଁଲାଣି। ପିଆଜର ଏ ଅସ୍ୱାଭାବିକ ଦର ବୃଦ୍ଧିକୁ ନେଇ ଘାଇଲା ହେଲାଣି। ଖାଉଟି ଗରିବଠୁ ମଧ୍ୟବିତ୍ତ ଯାଏଁ ସମସ୍ତେ ପିଆଜ ଦରକୁ ନେଇ ବ୍ୟତିବସ୍ତ ହେଉଥିବା ବେଳେ ଦୈନିକ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢାଉଛି। ସେପଟେ ହୋଲସେଲ ଦର ବଢୁଥିବାରୁ ପିଆଜର ବଜାର ମୂଲ୍ୟ ବି ବଢୁଥିବା କହିଛନ୍ତି ଖୁଚୁରା ବ୍ୟବସାୟୀ। ନାସିକ୍‌ରେ ପିଆଜ […]

mask
ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୨୮ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା ୨,୫୭ ,୦୪୧କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। କେଉଁ ଜିଲ୍ଲାରୁ କେତେ:- ଖୋର୍ଦ୍ଧାରୁ ସର୍ବାଧିକ ୨୧୦, ଷ୍ଟେଟ୍‌ପୁଲ୍‌ରୁ ୯୩, ଅନୁଗୁଳ-୧୪୯, କଟକ-୧୪୦, ସୁନ୍ଦରଗଡ଼-୧୧୪, ବାଲେଶ୍ୱରରୁ ୧୦୪, ମୟୂରଭଞ୍ଜ, ନବରଙ୍ଗପୁରରୁ ୧୦୦ ଲେଖାଏଁ, ନୂଆପଡ଼ା-୯୯, ଯାଜପୁରରୁ ୮୬, ପୁରୀ-୮୦, କେନ୍ଦ୍ରାପଡ଼ା-୭୨, କଳାହାଣ୍ଡି-୬୮, ଜଗତସିଂହପୁରରୁ ୬୪, ମାଲକାନଗିରି-୬୩, […]

7
ଜେଲ୍‌ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ

ଭୁବନେଶ୍ୱର: ଜେଲ୍ ଗଲେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଶାରଦା ପ୍ରସାଦ ଗୌଡ଼। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ଘରେ ରେଡ୍ କରିଥିଲା। ତାଙ୍କର ୧ କୋଟି ୩୩ ଲକ୍ଷର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ତେବେ ଏହି ମାମଲାରେ ଆଜି ଭିଜିଲାନ୍ସ ଶାରଦାଙ୍କୁ ଗିରଫ କରିଛି। ଅନ୍ୟପଟେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଅଫିସ୍‌ରେ ଭିଜିଲାନ୍ସ ଆଜି ରେଡ୍‌ କରିଛି। ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ରାଜା […]

onion
ପିଆଜ ଚୋରି କରି ବନ୍ଧା ହେଲେ

ପୁଣେ: ଗୋଟିଏପଟେ ପିଆଜ ଦର ଆକାଶଛୁଆଁ ହେବାପରେ ଲୋକମାନଙ୍କ ଚିନ୍ତା ବଢ଼ି ଯାଇଥିବାବେଳେ ଅନ୍ୟପଟେ ପିଆଜ ଚୋରି ଘଟଣା ଏବେ ସାମ୍ନାକୁ ଆସିଛି। ମହାରାଷ୍ଟ୍ର ପୁଣେରେ ଏହି ଘଟଣା ଘଟିଛି। ପୁଣେର ମଉଜେ ଦେଭ୍‌ଜାଲି ଗାଁରୁ ୫୫୦ କିଲୋ ପିଆଜ ଚୋରି କରିବାରେ ଅଭିଯୋଗରେ ପୋଲିସ୍‌ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦ୍ୱୟ ହେଲେ- ସଞ୍ଜୟ ପରାଧି ଓ ପୋପତ୍‌ କାଲେ। ପୁଣେର ନାରାୟଣଗାଓଁ ଥାନାରେ ଏମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୁଣେରେ ପିଆଜ […]

vaccine
ଆଶ୍ୱସ୍ତିର ଖବର; କୋଭାକ୍ସିନକୁ ମିଳିଲା ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଅନୁମତି

ନୂଆଦିଲ୍ଲୀ: କରୋନା ଟିକାକୁ ନେଇ ଆଶ୍ୱସ୍ତିର ଖବର।  କରୋନା ଟିକା କୋଭାକ୍ସିନକୁ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଲାଗି ଅନୁମତି ମିଳିଛି। ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ ଆଇସିଏମଆର ସହଯୋଗରେ ଏହି ଟୀକା ପ୍ରସ୍ତୁତ କରୁଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକକୁ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛି ଡ୍ରଗ୍ସ କଣ୍ଟ୍ରୋଲର ଜେନରାଲ ଅଫ ଇଣ୍ଡିଆ ବା ଡିସିଜିଆଇ । ଏ ନେଇ କମ୍ପାନୀ ଗତ ୨ ତାରିଖରେ DCGI ନିକଟରେ ଆବେଦନ […]

ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍

ନୂଆଦିଲ୍ଲୀ: ଆମେରିକାରେ କରୋନା ଆକ୍ରାନ୍ତଙ୍କୁ ଦିଆଯିବ ରେମେଡସିଭିର୍ । ଆମେରିକା ଫୁଡ୍ ଆଣ୍ଡ ଡ୍ରଗ୍ ଆଡମିନ୍‌ଷ୍ଟ୍ରେସନ୍‌  ପକ୍ଷରୁ ରେମଡ୍‌ସିଭିରକୁ ଅନୁମତି ମିଳିଛି। ମେଡିକାଲ୍‌ରେ ଚିିକିତ୍ସିତ ହେଉଥିବା ରୋଗୀଙ୍କୁ ଡାକ୍ତରଙ୍କ ପରାମର୍ଶ ପରେ ଆମେରିକାରେ ରେମେଡସିଭିର୍ ଦିଆଯିବ। ଆମେରିକାରେ ରେମେଡସିଭିରକୁ ଭେକ୍ଲୁରୀ ନାଁରେ ବିକ୍ରି ହେବ। ଆମେରିକାରେ ଗତ କିଛି ମାସ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ରେମେଡସିଭିର୍ ପ୍ରୟୋଗ ନେଇ ହ୍ୟୁମନ୍ ଟ୍ରାଏଲ୍ କରାଯାଇଥିଲା।  କିଛି ପଯର୍ୟାୟରେ ଏହା ଫଳପ୍ରଦ ହେବା ପରେ ଏହାକୁ […]

୧୦ ଟଙ୍କାରେ ବିରିୟାନୀ ବିକୁଥିଲେ, ଉଠାଇ ନେଲା ପୋଲିସ୍‌

ଚେନ୍ନାଇ: ୧୦ ଟଙ୍କାରେ ବିରିୟାନୀ ପ୍ଲେଟ୍‌ ବିକି ଗିରଫ ହେଲେ ଦୋକାନୀ। ତାମିଲନାଡୁରେ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି। ଆରୁପୁକୋଟାଇରେ ଜାହିର ହୁସେନ ନାମକ ଏହି ଯୁବକ ନୂଆ ବିରିୟାନୀ ଦୋକାନ ଖୋଲିଥିଲେ। ସେ ଆଡଭର୍ଟାଇଜମେଣ୍ଟ ଦେଇଥିଲେ ଯେ, ପ୍ରଥମ ଦିନରେ ସେ ବିରିୟାନୀ ପ୍ଲେଟ୍ ୧୦ ଟଙ୍କାରେ ବିକିବେ। ଏହି ୨୯ ବର୍ଷୀୟ ଯୁବକ ଗତ ରବିବାର ଦିନ ନୂଆ ଦୋକାନ ଖୋଲିଲେ। କେବଳ ରବିବାର ଦିନ ୧୧ଟାରୁ ୧ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା […]

ଜାହାଜରୁ ଖସି ପଡ଼ିଲେ ୩ ନାବିକ

ପାରାଦୀପ: ପାରାଦୀପ ପୋର୍ଟ ଆଙ୍କରେଜ ଅଞ୍ଚଳରେ ମାଲ୍‌ବାହୀ ଜାହାଜରୁ ଖସି ପଡ଼ିବା ଯୋଗୁ ୩ ଜଣ ବାଂଲାଦେଶୀ ନାବିକ ଆହତ ହୋଇଛନ୍ତି। ଓସନ୍ ସେଞ୍ଚୁରୀ ନାମକ ଏକ ଜାହାଜରୁ ଖସି ପଡ଼ି ଏହି ୩ ଜଣ ନାବିକ ଅଶାନ୍ତ ସମୁଦ୍ରର ପ୍ରଖର ସ୍ରୋତରେ ଭାସିଯିବା ବେଳେ ପାରାଦୀପ ବନ୍ଦର ମେରାଇନ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଜାହାଜର ମେଣ୍ଟେନାନ୍ସ କାମ କରିବା ବେଳେ ଏହି ୩ ନାବିକ ଏକ ରେସ୍କ୍ୟୁ ବୋଟ୍‌ ସହ ସମୁଦ୍ର ମଧ୍ୟକୁ ଖସି […]

001
ଆଜି ପବିତ୍ର ମହା ସପ୍ତମୀ; ଖାଁ ଖାଁ ଲାଗୁଛି ପୂଜା ମଣ୍ଡପ

କଟକ: ଆଜି ପବିତ୍ର ମହା ସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା। ସବୁ ପୂଜା ମଣ୍ଡପ ଖାଁ ଖାଁ । ନାହିଁ ଭକ୍ତଙ୍କ ଭିଡ। ମୃଣ୍ମୟୀ ପ୍ରତିମାଙ୍କର ଗତକାଲି ଥିଲା ଷଷ୍ଠୀ । ଆଜି ମହାସପ୍ତମୀରେ ପରମ୍ପରା ଅନୁଯାୟୀ, ଅଧିବାସ ଓ ବିଲ୍ୱବରଣ କରାଯାଇଛି । ଆଜି ମା’ଙ୍କର ଚକ୍ଷୁଦାନ ମଧ୍ୟ କରାଯିବ । ପରମ୍ପରା ଓ ରୀତିନୀତି ଅନୁସାରେ କଟକ ସହରର ସମସ୍ତ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲେ ବି […]

corona
ଆଜି ୩,୨୨୨ କରୋନା ପଜିଟିଭ୍‌ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର: ଆଜି ବି ରାଜ୍ୟରେ ୩ ହଜାର ଉପରକୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତକାଲି ରାଜ୍ୟରେ ୩,୦୮୭ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଆଜି ୩,୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩,୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା…

mall-1
ସପିଂ ମଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ: ମୁମ୍ବାଇର ଏକ ସପିଂ ମଲ୍‌ରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ନାଗପଡ଼ା ଅଞ୍ଚଳର ଇନ୍‌ଫିନିଟି ସପିଂ ମଲ୍‌ (Infinity mall fire)ରେ  ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି।  ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଏଯାଏ ନିଆଁକୁ ଆୟତ୍ତ କରାଯାଇ ପାରିନାହିଁ । ୮ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି […]

ମାଟ୍ରିକ୍‌ ସପ୍ଲିମେଣ୍ଟାରୀରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ: ୩୦ ମାର୍କରୁ ମିଳିଲା ୪୨

ନିଆଳି: ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷାରେ ତ୍ରୁଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ନିଆଳିର ଜଣେ ଛାତ୍ର ଏଭଳି ଅଭିଯୋଗ ଆଣିଛନ୍ତି। ନିଆଳି ବ୍ଲକ୍ ସିଠାଳୋ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ବିକାଶ ସ୍ୱାଇଁ ଏହି ଅଭିଯୋଗ ଆଣିଛନ୍ତି। କୋଭିଡ୍ ପାଇଁ ବିଜ୍ଞାନରେ ମୋଟ୍‌ ୮୦ ମାର୍କର ପରୀକ୍ଷା ହୋଇଥିଲା। ଅବ୍‌ଜେକ୍ଟିଭ୍‌ରେ ୫୦ ମାର୍କ ଓ ସବ୍‌ଜେକ୍ଟିଭ୍‌ରେ ୩୦ ମାର୍କର ପରୀକ୍ଷା ହୋଇଥିଲା। ହେଲେ ସବ୍‌ଜେକ୍ଟିଭ୍‌ରେ ବିକାଶଙ୍କୁ ୩୦ ମାର୍କରୁ ୪୨ ମାର୍କ ମିଳିଥିବା ବେଳେ […]

bihar election
ନା ଅଛି ମୋବାଇଲ୍‌ ନା ଚପଲ, ତଥାପି ନିର୍ବାଚନ ଲଢ଼ୁଛନ୍ତି ୭୨ ବର୍ଷୀୟ ବୃଦ୍ଧ

ପାଟନା: ବିହାର ବିଧାନସଭା ନିର୍ବାଚନରେ ଅନେକ ଆସନରେ ଧନ ଓ ବାହୁବଳର ଲଢ଼େଇ ଚାଲିଥିବା ବେଳେ, ଏମିତି ଅନେକ ପ୍ରାର୍ଥୀ ଅଛନ୍ତି ଯେଉଁମାନଙ୍କ ପାଖରେ ନିର୍ବାଚନ ଲଢ଼ିବା ପାଇଁ କିଛି ନାହିଁ। ନା ଅଛି ସେମାନଙ୍କ ପାଖରେ ଧନ ନା ବାହୁବଳ। ହେଲେ ସେମାନେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଲଖିସରାଇ ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଭରତ ମହତୋଙ୍କ ନିକଟରେ। ନା ତାଙ୍କ ପାଖରେ ଅଛି […]

corona
ଦିନକରେ ଆଖି ବୁଜିଲେ ୧୮ କରୋନା ରୋଗୀ

ଭୁବନେଶ୍ୱର: ଆଜି ରାଜ୍ୟରେ ୧୮ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ମୃତ୍ୟୁ ସଂଖ୍ୟା  ୧,୨୧୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୋଳ ଓ ଗଜପତିରେ ସର୍ବାଧିକ ୩ ଜଣ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ଭୁବନେଶ୍ୱରରୁ ୨ ଆକ୍ରାନ୍ତ ଆଖି ବୁଜିଛନ୍ତି। ସୂଚନା ଥାଉ କି, ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତ କିଛି ଦିନ ଧରି କମିବାରେ […]

corona
ଓଡ଼ିଶାରେ ତଳ ମୁହାଁ କରୋନା ଗ୍ରାଫ୍‌, ଦିନକରେ ୧,୭୯୩ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଦିନକରେ ଓଡ଼ିଶାରେ ୧,୭୯୩ ନୂଆ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୭୯୩ ଆକ୍ରାନ୍ତଙ୍କ ମଧ୍ୟରୁ ୧,୦୩୧ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୭୬୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭ରେ ପହଞ୍ଚିଛି।

khali
ବୟସ ୧୪, ଉଚ୍ଚତା ୭ ଫୁଟରୁ ଅଧିକ

ନୂଆଦିଲ୍ଲୀ: ଶରୀରର ଉଚ୍ଚତାକୁ ନେଇ କିଏ ବା ଚିନ୍ତିତ ନୁହେଁ। ହାଇଟ୍‌ ବଢାଇବା ପାଇଁ କେତେ ପରିଶ୍ରମ କରିବାକୁ ନ ପଡ଼ୁଛି ! ହେଲେ ଏଇ ବାଳକଙ୍କୁ ଦେଖ। ଏତେ ଉଚ୍ଚତା ! ମାତ୍ର ୧୪ ବର୍ଷ ବୟସରେ ୭ ଫୁଟ ୩ ଇଞ୍ଚ । ବାପ୍‌ରେ… ଦ୍ର ଗ୍ରେଟ ଖଲିଙ୍କ ଉଚ୍ଚତା( ୭ ଫୁଟ ୧ ଇଞ୍ଚ)ଠାରୁ ବି ଅଧିକ। ହଁ,  ଚୀନର ଏହି ବାଳକଙ୍କୁ ପୃଥିବୀର ଟଲେଷ୍ଟ ମେଲ ଟିନ୍‌ଏଜର ମାନ୍ୟତା ମିଳିଛି। ଚୀନ୍‌ର […]

ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଡ୍ରୟର୍‌ରୁ ମିଳିଲା ଲକ୍ଷାଧିକ ଟଙ୍କା

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ମିର୍‌ ରାଜା ଅଲ୍ଲୀଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଛି। ଚଢ଼ଉ ସମୟରେ ଭିଜିଲାନ୍ସ ଟିମ୍‌ ତାଙ୍କ ଡ୍ରୟର୍‌ରୁ ୨ ଲକ୍ଷ ୩୪ ହଜାର ୯ଶହ ଟଙ୍କା ଜବତ କରିଛି। ଏହାସହ ତାଙ୍କ କାର୍ଯ୍ୟାଳୟରେ ତନାଘନା କରିଛି ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ ଏହି ଚଢ଼ଉ ହୋଇଥିଲା। ମିର୍‌ ରାଜା ସରକାରୀ ଅଫିସରୁ ଘରକୁ ବାହାରୁଥିବା ବେଳେ ତାଙ୍କ ନାଁରେ ଅଭିଯୋଗ ପାଇ ଅଫିସରେ ପହଞ୍ଚିଥିଲା […]

cake-2
ଖଣ୍ଡାରେ କାଟିଲେ ବର୍ଥ ଡେ’ କେକ୍‌, ଘରୁ ଉଠାଇ ନେଲା ପୋଲିସ୍‌

ନାଗପୁର: ମହଙ୍ଗା ପଡ଼ିଲା ଖଣ୍ଡାରେ ବର୍ଥ ଡେ’ କେକ୍‌ କାଟିବା। ଖଣ୍ଡାରେ କେକ୍‌ କାଟିବା ଅଭିଯୋଗରେ ନାଗପୁର ପୋଲିସ୍‌ ଜଣେ ୧୯ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି। ଯୁବକ ଜଣକ ନିଜ ବର୍ଥ ଡେ’ରେ ଖଣ୍ଡା ସାହାଯ୍ୟରେ କେକ୍‌ କାଟିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା। ଏହାପରେ ପୋଲିସ୍‌ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ପୋଲିସ୍‌ ସୂଚନା ଅନୁସାରେ, ନିଖିଲ ପଟେଲ୍‌ ନାମକ ଏହି ଯୁବକ ଅକ୍ଟୋବର ୨୧ରେ ନିଜ ବର୍ଥ ଡେ’ ସେଲିବ୍ରେସନ୍‌ କରିଥିଲେ। […]