ଭୁବନେଶ୍ୱର: ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଟ୍ୱିଟ୍ କରି ଓଡ଼ିଶାର ବିଧାୟକ ମନୋହରଙ୍କୁ ପ୍ରଶଂସା କରିଥିଲେ। ତେବେ ତାଙ୍କର ଏହି ଟ୍ୱିଟ୍ ଉପରେ ମୁଖ୍ୟମନ୍ତ୍ରୀ ରିଟ୍ୱିଟ୍ କରିଛନ୍ତି। Appreciate party MLA Manohar Randhari for leading by example with his commitment to agriculture and taking pride for his work […]
ଭୁବନେଶ୍ୱର: ଆଜି ଭୁବନେଶ୍ୱରରେ ୩୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୦୪ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୬୬ ଲୋକାଲ କଣ୍ଟାକ୍ଟ କେସ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ। ଆଜି ଚିହ୍ନଟ ହୋଇବା ପଜିଟିଭମାନଙ୍କ ମଧ୍ୟରୁ ବାଣୀବିହାର ପଥରବନ୍ଧରୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୀଳାଦ୍ରି ବିହାରରୁ ୬, ଡୁମୁଡୁମାରୁ ୫, ସରକନ୍ତରାରୁ ୫ ଚିହ୍ନଟ ହୋଇଛନ୍ତି। ସେହିଭଳି ନୀଳାଦ୍ରି ବିହାର ପଣ୍ଡା […]
କଟକ: କଟକ ସହରରୁ ଆଜି ଆଉ ୧୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୬୨ରୁ ୧୦୦ ଜଣ ଆକ୍ରାନ୍ତ କେବଳ କ୍ୱାରେଣ୍ଟିନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୬୨ ଲୋକାଲ କଣ୍ଟାକ୍ଟ କେସ୍ ରହିଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସିଏମ୍ସି। ତେବେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚାଉଳିଆଗଂଜ ତଳସାହିରୁ ଚିହ୍ନଟ ହୋଇଛନ୍ତି। ଏଠାରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଥୋରିଆ ସାହିରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହଭିଳ […]
କଟକ: ହୋମଗାର୍ଡମାନଙ୍କ ପାଇଁ ଖୁସି ଖବର। ହୋମଗାର୍ଡଙ୍କ ଭତ୍ତା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ। ଦୈନିକ ୫୩୩ ଟଙ୍କା ହିସାବରେ ପାରିଶ୍ରମିକ ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ୫୩୩ଟଙ୍କାକୁ ବୃଦ୍ଧି ସହ ପିଛିଲା ଭାବେ ଜାନୁଆରୀ ୨୦୨୦ରୁ ଲାଗୁ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟଙ୍କ ଜଣିକିଆ ଖଣ୍ଡପୀଠଙ୍କ ରାୟରେ ଆଶିଂକ ପରିବର୍ତ୍ତନ କରି ଡିଭିଜନ ବେଞ୍ଚ ଏହି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ଏ.କେ.ମିଶ୍ରଙ୍କ […]
ନୂଆଦିଲ୍ଲୀ: ମଣିପୁର ରାଜନୀତିରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ମଣିପୁରର ୫ ଜଣ ବିଧାୟକ କଂଗ୍ରେସ ଛାଡ଼ି ବିଜେପିରେ ମିଶିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ମୁଖ୍ୟାଳୟରେ ହୋଇଥିବା ମିଶ୍ରଣ ପର୍ବରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂଙ୍କ ଉପସ୍ଥିତିରେ ସାମିଲ ହୋଇଛନ୍ତି। ଏମାନେ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ମିଶିଛନ୍ତି। ଏମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଇବୋବି ସିଂହଙ୍କ ଭଣଜା ଓକ୍ରାମ ହିନରି ବି ରହିଛନ୍ତି। କଂଗ୍ରେସ ଦଳରେ ଅଣଦେଖା ଓ ବିଜେପି ପ୍ରତି […]
ବାଲେଶ୍ୱର: ବିପଦ ସଂକେତ ଟପିଛି ଜଳକା ନଦୀ। ଲଘୁଚାପ ଜନିତ ଲଗାଣ ବର୍ଷାରୁ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇଛି। ବାଲେଶ୍ୱର ବସ୍ତା ଅଂଚଳ ଦେଇ ଜଳକା ନଦୀ ପ୍ରବାହିତ ହୋଇଥିବାବେଳେ ନଦୀର ଉପର ମୁଣ୍ଡ ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଫଳରେ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି। ମଥାନୀ ଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଂକେତ ୫.୫ ମିଟର ଥିବାବେଳେ ୫.୭୦ […]
ନୂଆଦିଲ୍ଲୀ: କରୋନାଭାଇରସକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏବେ ଭାରତୀୟ ରେଲୱେ ମଧ୍ୟ କରୋନାକୁ ରୋକିବା ପାଇଁ ବଡ଼ ନିଷ୍ପତ୍ତି ନେଇଛି। ଭାରତୀୟ ରେଲୱେ ଏବେ ପ୍ଲାଟଫର୍ମ ଟିକେଟକୁ ୫୦ ଟଙ୍କାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ତେବେ କାହିଁକି ବଢ଼ିଲା ପ୍ଲାଟଫର୍ମ ଟିକେଟ୍। ଏହାର ଜବାବ ରଖିଛନ୍ତି ରେଲୱେ ବୋର୍ଡର ଚେୟାରମ୍ୟାନ୍ ବିନୋଦ କୁମାର ଯାଦବ। ତାଙ୍କ କହିବା ଅନୁଯାୟୀ, କରୋନା ମହାମାରୀ ସମୟରେ ସାମାଜିକ ଦୂରତା ବଜାୟ ରଖି ପାଇଁ ଏହି […]
ଭୁବନେଶ୍ୱର: ପୁଣି ଲଘୁଚାପ ବର୍ଷାରେ ବେହାଲ୍ ସାରା ରାଜ୍ୟ। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଲାଗି ରହିଛି ଲଗାଣ ବର୍ଷା। ମାଲକାନଗିରିରେ ଆଜି ସକାଳୁ ପୁଣିଥରେ ବର୍ଷା ଆରମ୍ଭ ହୋଇଛି। ପୂର୍ବ ତୁଳନାରେ ବର୍ଷା କମିଥିଲେ ମଧ୍ୟ ତଳିଆ ଅଂଚଳ ଜଳମଗ୍ନ ହୋଇରହିଛି। NH- ୩୨୬ ରାସ୍ତାର କାଙ୍କରକୋଣ୍ଡା ପୋଲ ବୁଡ଼ିଯିବାରୁ ପୁଣି ଥରେ ମାଲକାନଗିରି- କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏଣେ ପ୍ରବଳ ବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ। […]
ନୂଆଦିଲ୍ଲୀ: ନିକଟରେ ବାପା ହେବାର ସୌଭାଗ୍ୟ ଲାଭ କରିଥିବା ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ କ୍ରିକେଟରୁ ଲମ୍ବା ବ୍ରେକ୍ ପରେ ମଇଦାନକୁ ଫେରିଛନ୍ତି। ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବାକୁ ଥିବା ଆଇପିଏଲ୍ ପାଇଁ ପାଣ୍ଡ୍ୟା ନିଜ ଫ୍ରାଞ୍ଚାଇଜି ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ସହ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ମାସରେ ଆଇପିଏଲ୍ ହେବାର ଥିଲା, କିନ୍ତୁ କୋଭିଡ୍-୧୯ ମହାମାରୀ ଯୋଗୁ ଏହାକୁ ସ୍ଥଗିତ କରାଯାଇଥିଲା। ବୁଧବାର ହାର୍ଦ୍ଦିକ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ […]
ଭୁବନେଶ୍ୱର: ଅଗଷ୍ଟରେ କରୋନା ଉଗ୍ର ରୂପ ଧାରଣ କରିଛି। ମାସ ଆରମ୍ଭରୁ ବଢି ଚାଲିଛି ମୃତ୍ୟୁ ସଂଖ୍ୟା।ପ୍ରତିଦିନ ୯ରୁ ୧୦ ଜଣଙ୍କ ମୁଣ୍ଡ ନେଉଛି ମହାମାରୀ। ରାଜ୍ୟରେ ଏଯାଏଁ ୩୭୨ ଜଣଙ୍କର କୋଭିଡରେ ମୃତ୍ୟୁ ହୋଇଥିବା ବେଳେ ଅଣକୋଭିଡରେ ଯାଇଛି ୫୩ ଜଣଙ୍କ ଜୀବନ। ତେବେ ରାଜ୍ୟର ମୋଟ୍ ୩୭୨ ମଧ୍ୟରୁ କେବଳ ଅଗଷ୍ଟ ମାସର ୧୮ ଦିନରେ ୧୯୫ ଜଣଙ୍କ ମୃତ୍ୟୁ ହୋଇଛି। ଆଜି ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ଏମାନଙ୍କ ମଧ୍ୟରେ ଗଂଜାମର […]
ଭୁବନେଶ୍ୱର: କରୋନା ରୋଗୀଙ୍କ ପାଇଁ ଭୁବନେଶ୍ୱରରେ ପେଡ୍ ଆଇସୋଲେସନର ବ୍ୟବସ୍ଥା ହୋଇଛି। ବିଏମ୍ସି ପକ୍ଷରୁ ଏହି ପେଡ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସର୍ତ୍ତମୂଳକ ଭାବେ କରୋନା ରୋଗୀ ନିଜସ୍ୱ ଖର୍ଚ୍ଚରେ ପେଡ୍ ଆଇସୋଲେସନରେ ରହିପାରିବେ। ଏଥିପାଇଁ ପ୍ରଥମ ଦଫାରେ ୩ଟି ହୋଟେଲରେ ପେଡ୍ ଆଇସୋଲେସନ ବ୍ୟବସ୍ଥା ରହିଛି। କେବଳ ଲକ୍ଷଣହୀନ କରୋନା ପଜିଟିଭ୍ ବ୍ୟକ୍ତିଙ୍କୁ ପେଡ୍ ଆଇସୋଲେସନ ରହିବାକୁ ଅନୁମତି ମିଳିବ। ଜଣେ ରୋଗୀ ସର୍ବନିମ୍ନ ୧୦ ଦିନ ପେଡ୍ ଆଇସୋଲେସନରେ ରହିପାରିବେ। ପେଡ୍ ଆଇସୋଲେସନରେ ରହିବାକୁ […]
ଭୁବନେଶ୍ୱର; କୋଭିଡ଼ ହସ୍ପିଟାଲ ବୁଲି ତଦାରଖ କରିବେ ସ୍ୱତନ୍ତ୍ର ଟେକ୍ନିକାଲ ଟିମ୍। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଟେକ୍ନିକାଲ ଟିମ୍ରେ ସାପ୍ତାହିକ ଗସ୍ତ ସୂଚୀ ମେଡିକାଲ କଲେଜ ଡିନ୍ ସ୍ଥିର କରିବେ। କୋଭିଡ଼ ହସ୍ପିଟାଲର ଚିକିତ୍ସା, ଖାଦ୍ୟ, ପରିମଳ ବ୍ୟବସ୍ଥାର ତଦାରଖ କରିବ ଟିମ୍। ଏମିତିକି ମୃତଦେହର ସଂସ୍କାର କାର୍ଯ୍ୟ କିଭଳି କରାଯାଉଛି ଟିମ୍ ତାର ମଧ୍ୟ ତଦାରଖ କରିବେ।ଏଥିସହିତ ଚିକିତ୍ସା ଓ ମିଳୁଥିବା ସୁବିଧା ବିଷୟରେ ରୋଗୀଙ୍କୁ ପଚାରି ବୁଝିବ ଟିମ୍। […]
ଭୁବନେଶ୍ୱର: ଆଜି ରାଜ୍ୟରେ ୧୬୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୧୬୨୧ ସୁସ୍ଥଙ୍କ ମଧ୍ୟରୁ ଗଞ୍ଜାମରେ ସର୍ବାଧିକ ୩୨୪ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୨୬୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଜପତିରୁ ୧୨୭, କଟକରୁ ୧୧୦, ପୁରୀ ୮୫, କୋରାପୁଟ ୬୯, ନୂଆପଡ଼ା ୬୮, ବାଲେଶ୍ୱରରୁ ୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା […]
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସନ୍ନ୍ୟାସ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଆଇସିସିର ତିନୋଟି ଟ୍ରଫି ଉପରେ କବଜା କରିଥିବା ଦୁନିଆର ଏକମାତ୍ର କ୍ୟାପଟେନ୍ ଧୋନିଙ୍କର ସନ୍ନ୍ୟାସକୁ ନେଇ ଏବେ ସମସ୍ତେ ଚର୍ଚ୍ଚା କରୁଛନ୍ତି। ଏପରିକି ଧୋନିଙ୍କୁ ବିଦାୟୀ ମ୍ୟାଚ୍ ମିଳିବା ଦରକାର ବୋଲି ଅନେକେ ପ୍ରସ୍ତାବ ଦେଇଛନ୍ତି। ଏବେ ଏହିକ୍ରମରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ଷ୍ଟାର୍ ପେସ୍ ବୋଲର […]
ପୁରୀ: ୧୦ବର୍ଷ ପରେ କେତେ ଆଗେଇଛି ଶାମୁକା ପ୍ରକଳ୍ପ ? ପୁରୀରେ ପର୍ଯ୍ୟଟନର ବିଶାଳ ସମ୍ଭାବନାର ଗୋଲାପି ଚିତ୍ର ଦେଖାଇଥିବା ଏ ଯୋଜନା କାର୍ଯ୍ୟକାରୀ ହେଲେ କେତେ ସାକାର ହେବ ପୁରୀ ବାସିନ୍ଦାଙ୍କ ସ୍ୱପ୍ନ ? ଯାହାକୁ ନେଇ ସାରା ଓଡ଼ିଶା ବାସୀଙ୍କ ମନରେ ପ୍ରଶ୍ନ ଉଠିଛି। କାରଣ ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ଦେବାକୁ ନିଷ୍ପତ୍ତି ନେଇ ରାଜ୍ୟ ଟୁରିଜିମ୍ ବିଭାଗ ପୁରୀ ସିପସରୁବାଲି ମୌଜାରେ ପ୍ରାୟ ୯୭୨ ଏକର ଜମିରେ ଯେଉଁ […]
ନୂଆଦିଲ୍ଲୀ: ଦେଶରେ କରୋନା ତା’ର କାୟା ବିସ୍ତାର କରିବାରେ ଲାଗିଛି। କରୋନା ଯୋଗୁ ଦେଶରେ କିଛି କଟକଣା ଜାରି ରହିଥିବା ବେଳେ କିଛି କ୍ଷେତ୍ରରେ କୋହଳ ମଧ୍ୟ କରାଯାଇଛି। ଦେଶରେ ଏବେ ଅନଲକ୍-୩ ଚାଲିଥିବା ବେଳେ ଦିଲ୍ଲୀ ସରକାର ହୋଟେଲ୍ ଖୋଲିବାକୁ ଅନୁମତି ଦେଇଛନ୍ତି। ତେବେ ରାଜ୍ୟରେ ଜିମ୍ ଖୋଲିବା ଉପରେ କଟକଣା ଜାରି ରହିବ। ସରକାର ଟ୍ରାଏଲ୍ ଆଧାରରେ ସାପ୍ତାହିକ ବଜାରକୁ ଖୋଲିବାକୁ ମଧ୍ୟ ଅନୁମତି ଦେଇଛନ୍ତି। ଦିଲ୍ଲୀର ଡିଜାଷ୍ଟର୍ ମ୍ୟାନେଜମେଣ୍ଟ ଅଥରିଟିର ବୈଠକରେ ଏହି […]
ଶ୍ରୀନଗର: କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ପାରା ମିଲିଟାରୀ ଫୋର୍ସର ଯବାନ। ତୁରନ୍ତ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ଜାମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବା ପରେ ଏତେ ବଡ଼ ସଂଖ୍ୟାର ସୁରକ୍ଷା ବାହିନୀକୁ ଅପସାରଣ କରିବାର ଏହା ହେଉଛି ସବୁଠୁ ବଡ଼ ନିଷ୍ପତ୍ତି। ଗତ ମେ ମାସରେ ମଧ୍ୟ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ […]
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଦଳର ପୂର୍ବତନ ଗୋଲକିପର ଭାସ୍କର ମୈତୀଙ୍କର ବୁଧବାର ୬୭ ବର୍ଷ ବୟସରେ ପରଲୋକ ହୋଇଛି। ନଭି ମୁମ୍ବାଇଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ତାଙ୍କ ପତ୍ନୀ, ପୁଅ ଓ ଝିଅ ଉପସ୍ଥିତ ଥିଲେ। ଏ ନେଇ ତାଙ୍କ ପାରିବାରିବ ବନ୍ଧୁ ଶଶୀକାନ୍ତ ପ୍ରସାଦ କହିଛନ୍ତି, ବୁଧବାର ସନ୍ଧ୍ୟା ୬ଟା ବେଳେ ଏମଜିଏମ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଭାସ୍କରଙ୍କର ମସ୍କିଷ୍କ ରକ୍ତସ୍ରାବ କାରଣରୁ ଦେହାନ୍ତ ହୋଇଛି। AIFF […]
କେନ୍ଦ୍ରାପଡ଼ା: ମଝି ନଈରେ ପୋଲିସ-ଅଭିଯୁକ୍ତ ଛକାପଞ୍ଝା । ଏକ ମନ୍ଦିରରୁ ମୂର୍ତ୍ତି ଚୋରି ମାମଲାରେ ଅଭିଯୁକ୍ତକୁ ଧରିବାକୁ ଯାଇ ନାକେଦମ୍ ପୋଲିସ୍ । ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ । ନଈ ଭତରେ ପୋଲିସ-ଅଭିଯୁକ୍ତ ମଧ୍ୟରେ ଚାଲିଥିଲା ପହଁରା…