କଟକ: କଟକ ସହରରେ ଜଣେ ଆସିଷ୍ଟାଣ୍ଟ୍ କମିଶନର ଅଫ୍ ପୋଲିସ୍ (ACP) ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ACP କରୋନା ପଜିଟିଭ ଚିହ୍ନଟ ନେଇ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ACP ଏବେ ହୋମ୍ କ୍ୱାରେଣ୍ଟିନ୍ରେ ଅଛନ୍ତି। ତେବେ ସମ୍ପୃକ୍ତ ACPଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସୂଚନା ମିଳିଛି। ସୂଚନାଥାଉ କି, ଗତକାଲି କଟକ ସହରରୁ ୧୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। […]
ଚିତ୍ତୁର: ଆନ୍ଧ୍ରପ୍ରଦେଶ ଚିତ୍ତୁରରେ ଏକ ମିଲ୍କ ଡାଏରୀ ୟୁନିଟ୍ରେ ଆମୋନିଆ ଗ୍ୟାସ୍ ଲିକ୍ ଯୋଗୁ ୧୪ଜଣ ଶ୍ରମିକ ଗୁରୁତର ହୋଇପଡ଼ିଛନ୍ତି। ସମସ୍ତ ଗୁରୁତର ମହିଳା ବୋଲି ଜଣାପଡ଼ିଛି। ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଗତକାଲି ଅପରାହ୍ଣ ୫ଟା ସମୟରେ ପୁଟ୍ଟଲ୍ପଟ୍ଟୁ ମଣ୍ଡଲ୍ର ବନ୍ଦାପଲ୍ଲୀରେ ଥିବା ଏକ ଡାଏରୀ ୟୁନିଟ୍ରେ ହଠାତ୍ ଆମୋନିଆ ଗ୍ୟାସ୍ ଲିକ୍ ହୋଇଥିଲା। ଫଳରେ ସେହି ସମୟରେ ପ୍ଲାଣ୍ଟ୍ରେ କାର୍ଯ୍ୟ କରୁଥିବା ୧୪ଜଣ ଶ୍ରମିକ […]
ଖୋର୍ଦ୍ଧା: ପୋଲିସ୍ ଉପସ୍ଥିତିରେ ବୋମାମାଡ଼ କରି ଚମ୍ପଟ ମାରିଲେ ଦୁର୍ବୃତ୍ତ। ଗତ ୧୧ ଓ ୧୮ ତାରିଖରେ ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦଳେପୁଟ ଗାଁର ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ମଧ୍ୟ ହୋଇଥିଲେ। ଏହି ବୋମାମାଡ଼ ଘଟଣା ପରେ ଉକ୍ତ ପରିବାରକୁ ପୋଲିସ୍ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ୪ ପୋଲିସ୍ କର୍ମୀ ରାତିରେ ଏହି ପରିବାରକୁ ସୁରକ୍ଷା ଦେଇ ଆସୁଥିଲେ। […]
ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେଉଛି କରୋନା ସ୍ଥିତି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୮,୮୯୮ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ୯୮୩ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରାୟ ହଜାର ଜଣ ଆକ୍ରାନ୍ତ ମୃତ୍ୟୁ ହେବା ପରେ ଏବେ କରୋନାଜନିତ ମୃତ୍ୟୁସଂଖ୍ୟା ୫୪ହଜାର ୮୪୯ରେ ପହଞ୍ଚିଛି। ଏହାସହ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୨୯ ଲକ୍ଷ ୫ ହଜାର ୮୨୪ରେ ପହଞ୍ଚିଛି। […]
ଭୁବନେଶ୍ୱର: ଏବେ ଆହୁରି କଡ଼ାକଡ଼ି ହେଲା ଟ୍ରାଫିକ୍ ନିୟମ। ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଣିକି ନିମ୍ନ ଲିଖିତ ନିୟମ ନ ମାନିଲେ ଡ୍ରାଇଭିଂ ଲାଇସେନ୍ସ(DL) ୩ ମାସ ପାଇଁ ବାତିଲ୍ ହେବ। ଧାର୍ଯ୍ୟ ନିୟମରୁ ଅଧିକ ବେଗରେ ଗାଡ଼ି ଚଳାଇଲେ DL ବାତିଲ୍। ରେଡ୍ ଲାଇଟ୍ କଟକଣା ନ ମାନି ଆଗକୁ ବଢ଼ିଲେ DL ବାତିଲ୍। ଓଭରଲୋଡିଂ କିମ୍ବା ମାଲ୍ବାହୀ ଗାଡ଼ିରେ ଯାତ୍ରୀ ନେଲେ DL ବାତିଲ୍। […]
ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମରୁ ୪, ଭୁବନେଶ୍ୱରରୁ ୨, ଅନୁଗୁଳ, କୋରାପୁଟ, ନୟାଗଡ଼ ଓ ସୋନପୁରରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୦ ଛୁଇଁଛି। ଅନ୍ୟପକ୍ଷରେ, ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୫୬ ହଜାର ୪୭୯ କରୋନା […]
କାଙ୍ଗ୍ରା: ଗାଡ଼ିରେ ଲିଫ୍ଟ ଦେବା ବାହାନାରେ ମହିଳାଙ୍କ ସହିତ ଦୁଷ୍କର୍ମ କଲେ ୭ ଅଭିଯୁକ୍ତ। ପ୍ରଥମେ ଏକ ଫାର୍ମରେ ଦୁଷ୍କର୍ମ କରିବା ପରେ ମହିଳାଙ୍କୁ ମେକ୍ଲୋଡ୍ଗଞ୍ଜର ଏକ ହୋଟେଲ୍କୁ ନେଇ ଯାଇ ପୁଣିଥରେ ଦୁଷ୍କର୍ମ କରିଥିଲେ ଦୁର୍ବୃତ୍ତ। ଗୁରୁବାର ଏଭଳି ଘଟଣା ଘଟିଛି ହିମାଚଳ ପ୍ରଦେଶର କାଙ୍ଗ୍ରାଠାରେ। ଘଟଣାରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗଗଲ ପୋଲିସ ଷ୍ଟେସନରେ ଏକ ମାମଲା ରୁଜ୍ଜୁ ହୋଇଛି। ପୀଡ଼ିତା ପୁଲିସକୁ କହିବାନୁଯାୟୀ, ସେ ବନୋଇ ଠାରେ ଏକ ବସ୍କୁ ଅପେକ୍ଷା କରିଥିଲେ। […]
ନୂଆଦିଲ୍ଲୀ: ଦ୍ୱେଷ ଉଦ୍ରେକକାରୀ ପୋଷ୍ଟ ମାମଲାରେ ଫେସବୁକକୁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ସଂପର୍କିତ ସଂସଦୀୟ କମିଟି ସମନ କରିଛି। କମିଟି ଆଗରେ ହାଜର ହୋଇ ଏନେଇ ପକ୍ଷ ରଖିବାକୁ କମିଟି ଅଧ୍ୟକ୍ଷ ଶଶୀ ଥରୁର ଫେସବୁକକୁ ସମନ କରିଛନ୍ତି। ଡିଜିଟାଲ୍ ପ୍ଲାଟଫର୍ମରେ ନାଗରିକ ସୁରକ୍ଷା ପ୍ରସଙ୍ଗରେ ପକ୍ଷ ରଖିବାକୁ ସମନରେ କୁହାଯାଇଛି। ବିଶେଷ କରି ମହିଳାଙ୍କ ସୁରକ୍ଷା ଉପରେ ଧ୍ୟାନ ଦିଆଯାଇଛି। ଫେସବୁକର ପ୍ରତିନିଧି ବ୍ୟତୀତ ଇଲେ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରାଳୟର ଅଧିକାରୀଙ୍କୁ ମଧ୍ୟ ସେପଟେମ୍ବର […]
ଚେନ୍ନାଇ: କରୋନା ଆକ୍ରାନ୍ତ ପ୍ରଖ୍ୟାତ ଗାୟକ ଏସପି ବାଲାସୁବ୍ରମଣ୍ୟମ(ଏସ୍ବିପି)ଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର। ଚେନ୍ନାଇର ଏମ୍ଜିଏମ୍ ହେଲ୍ଥ କେୟାର ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ତାଙ୍କୁ ଆଇସିୟୁର ଭେଣ୍ଟିଲେଟର୍ ଓ ଲାଇଫ୍ ସପୋର୍ଟ ସିଷ୍ଟମରେ ରଖାଯାଇଛି। ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ନେଇ ଏମଜିଏମ୍ ହେଲ୍ଥ କେୟାର ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ଏହି ଟିମ୍ ସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟର ପ୍ରତିଟି ଦିଗ […]
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୫୬ ହଜାର ୪୭୯ କରୋନା ଟେଷ୍ଟ ହୋଇଥିବା ବେଳେ ୨,୬୯୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୦ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୨,୬୯୮ ଆକ୍ରାନ୍ତଙ୍କ ମଧ୍ୟରୁ ୧,୬୭୫ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧,୦୨୩ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଖୋର୍ଦ୍ଧା (Khordha) ରୁ ସର୍ବାଧିକ ୪୭୫ ଜଣ ଚିହ୍ନଟ […]
ନୂଆଦିଲ୍ଲୀ: ଶତ୍ରୁର ମୁକାବିଲା ଲାଗି ଭାରତ ଏବେ ପ୍ରସ୍ତୁତ ରହିଛି। ପ୍ରଥମ ଥର ପାଇଁ ନିଜସ୍ୱ ଜ୍ଞାନକୌଶଳରେ ଘାତକ ଅସ୍ତ୍ର ପିନାକ ରକେଟ ପ୍ରସ୍ତୁତ କରିଛି ଭାରତ। ଡିଆରଡିଓ ପକ୍ଷରୁ ପୋଖରାନର ଏକ ଫାୟାରିଂ ରେଂଜରେ ଏହାର ପରୀକ୍ଷଣ କରାଯାଇଛି। ପରୀକ୍ଷାମୂଳକ ଭାବେ ୬ଟି ପିନାକ ରକେଟର ପରୀକ୍ଷା କରାଯିବା ପରେ ଏହା ନିର୍ଦ୍ଦିଷ୍ଟ ଟାର୍ଗେଟକୁ ଭେଦ କରିଥିଲା। ଯେ କୌଣସି ପାଗରେ ଏହି ଅତ୍ୟାଧୁନିକ ରକେଟ୍ ଶତ୍ରୁକୁ ଟାର୍ଗେଟ କରିପାରିବ। ପ୍ରଥମଥର ପାଇଁ ଘରୋଇ ନିର୍ମାତାଙ୍କ […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଏହି ସମୟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଏକ ହ୍ୱାଟ୍ସଆପ୍ ଚାଟ୍ ଭାଇରାଲ ହୋଇଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ମହେଶ ଭଟ୍ଟ ଓ ରିୟାଙ୍କ ମଧ୍ୟରେ ହ୍ୱାଟ୍ସଆପ୍ରେ ଏହି ବାର୍ତ୍ତାଳାପ ହୋଇଥିଲା। ଜୁନ୍ ୮ ତାରିଖରେ ସୁଶାନ୍ତଙ୍କ ଘର ଛାଡ଼ି ଯିବା ପରେ ମହେଶ ଭଟ୍ଟଙ୍କୁ ରିୟା ହ୍ୱାଟ୍ସଆପ୍ରେ ମେସେଜ୍ […]
ହାଇଦ୍ରାବାଦ: ତେଲେଙ୍ଗାନା ଶ୍ରୀସାଇଲାମର ହାଇଡ୍ରୋଇଲେକ୍ଟ୍ରିକ୍ ପାୱାର୍ ୟୁନିଟ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଗୁରୁବାର ରାତିରେ ଏହି ଅଗ୍ନିକାଣ୍ଡି ଘଟିଛି। ଏଥିରେ ୯ ଜଣ ଫସି ରହିଥିବା ସନ୍ଦେହ କରାଯାଉଛି। ଗୁରୁବାର ରାତି ପ୍ରାୟ ୧୦.୩୦ରେ ପାୱାର ଷ୍ଟେସନରେ ନିଆଁ ଲାଗିଯାଇଥିଲା। ଏହି ସମୟରେ ପ୍ରାୟ ୧୯ ଜଣ କାମ କରୁଥିଲେ। ମିଳିଥିବା ସଦ୍ୟ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୯ ଜଣ ଏବେବି ନିଖୋଜ ଅଛନ୍ତି। ଏହି ୯ ଜଣଙ୍କ ମଧ୍ୟରେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାର ପତି ରଞ୍ଜନ ଗୋଗୋଇ ଏକ ମାମଲାରେ ଭୁଲ୍ ରାୟ ଦେଇଥିବା ନେଇ ହୋଇଥିବା ଏକ ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ୨୦୧୮ରେ ପୂର୍ବତନ ସିଜେଆଇ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଏହି ଆବେଦନ ହୋଇଥିଲା। ଆଜି ଏହି ଆବେଦନର ଶୁଣାଣି କରି କୋର୍ଟ କହିଛନ୍ତି, ସିଜେଆଇ ରଞ୍ଜନ ଗୋଗୋଇ ଅବସର ନେଇସାରିଛନ୍ତି। ତେଣୁ ଏହି ଆବଦେନ ଏବେ ମୂଲ୍ୟହୀନ। କିନ୍ତୁ ଆବେଦନକର୍ତ୍ତାଙ୍କ ଯୁକ୍ତି ଥିଲା ଯେ ସେ ୨୦୧୮ରୁ ଏହି ଅଭିଯୋଗ […]
ଭୁବନେଶ୍ୱର: ୫୫ ହଜାର ଟଙ୍କାରେ ବିକ୍ରି ହେଲା ବିଦ୍ୟା ବାଲାନଙ୍କ ସମ୍ବଲପୁରୀ ଶାଢ଼ି। ଅନ୍ଲାଇନ୍ରେ ଏହି ଶାଢ଼ିକୁ ନିଲାମ କରାଯାଇଥିଲା। ୫୫ ହଜାର ଟଙ୍କାରେ ତାକୁ କିଣିଛନ୍ତି ଆଇଆଇଟି ଗୁଆହାଟୀର ଜଣେ ଛାତ୍ରୀ ଦେବାଂଶୀ ମିଶ୍ର। ତାଙ୍କ ଘର ଭଦ୍ରକରେ। ସେ ଗୁଆହାଟୀରେ ଆଇଆଇଟି ପଢୁଛନ୍ତି। ଶାଢ଼ି କିଣିସାରିବା ପରେ ବହୁତ ଖୁସୀ ଅଛନ୍ତି ଦିବ୍ୟାଂଶୀ। ଉତ୍କଳ ଅମ୍ରିତା ପକ୍ଷରୁ ଶାଢ଼ୀର ଅନଲାଇନ୍ ନିଲାମ ହୋଇଥିଲା। ନିଲାମରୁ ମିଳିଥିବା ସମସ୍ତ ଟଙ୍କା ଶାଢ଼ିର ପ୍ରକୃତ ବୁଣାକାର ଭାଗବତ […]
ଭୁବନେଶ୍ୱର: ଅଧଘଣ୍ଟାର ବର୍ଷାରେ ଜଳାର୍ଣ୍ଣବ ରାଜଧାନୀ । ଆଜି ଅପରାହ୍ନରେ ହଠାତ୍ ରାଜଧାନୀ ଭୁବନେଶ୍ୱର ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା । ଏହା ପରେ ହଠାତ୍ ମୁଷଳ ଧାରାରେ ବର୍ଷିଥିଲା । ସ୍ଥିତି ଏମିତି ହୋଇଥିଲା ଯେ ମାତ୍ର ଅଧ…
କଟକ: ଚଳିତ ବର୍ଷ କଟକରେ ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ମିଳିବ ନାହିଁ। କଟକ ଡିସିପି ପ୍ରତୀକ ସିଂହ ଆଜି ଏହା ସ୍ପଷ୍ଟ କରିଛନ୍ତି। ସାଂପ୍ରତିକ କରୋନା ପରିସ୍ଥିତି ଦେଖି ଅନୁମତି ଦିଆଯାଇପାରିବ ନାହିଁ ବୋଲି ଡିସିପି କହିଛନ୍ତି। ସୂଚନାଥାଉ କି, ସାର୍ବଜନୀନ ଗଣେଶ ପୂଜାକୁ ଅନୁମତି ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା। ବୁଢ଼ା ଗଣେଶ ପୂଜା କମିଟି ପକ୍ଷରୁ ଏହି ମାମଲା କରାଯାଇଥିଲା। ତେବେ କୋର୍ଟ ମାମଲାକୁ ଖାରଜ କରି ସ୍ଥାନୀୟ ପ୍ରଶାସନ ଉପରେ ନିଷ୍ପତ୍ତି […]
ମୁମ୍ବାଇ: ଭେଟେରାନ ଫିଲ୍ମ ଷ୍ଟାର ଦିଲ୍ଲୀପ କୁମାରଙ୍କ ଭାଇ ଅସଲମ ଖାନଙ୍କର ପରଲୋକ ହୋଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ। ଆଜି ସକାଳେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ଷ୍ଟାର୍ ଦିଲ୍ଲୀପ କୁମାର ଏନେଇ ଏକ ଟ୍ୱିଟ୍କୁ ରିଟ୍ୱିଟ୍ କରିବା ପରେ ଏହି ସୂଚନା ମିଳିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ଲୀଳବତୀ ହସ୍ଟିପିଟାଲ୍ରେ ଚିକିତ୍ସିତ ହେଉଥିଲେ। ତାଙ୍କ ସହିତ ତାଙ୍କ ବଡ଼ ଭାଇ ଇସାନ ଖାନ ମଧ୍ୟ […]
ମୁମ୍ବାଇ(ସୁରେଶ ଦାଶ): ଅଭିନେତା ସୁଶାନ୍ତ ସିଂହ ରାଜପୁତ୍ ମୃତ୍ୟୁ ମାମଲାର ଖୋଳତାଡ଼ ଆରମ୍ଭ କରିଛି CBIର ସ୍ପେଶାଲ୍ ଟିମ୍। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀଙ୍କୁ ସିବିଆଇ ପଚରାଉଚରା ଚଳାଇଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ମାମଲାର ତଦନ୍ତ ପାଇଁ ଶୌଭିକଙ୍କୁ ସିବିଆଇ ଟିମ୍ ଗେଷ୍ଟ ହାଉସ୍କୁ ଡକାଇଥିଲେ। ଏହାପରେ ତାଙ୍କୁ ସେଠାରେ ଅଟକ ରଖାଯାଇ ପଚରାଉଚରା ଚାଲିଥିବା ଜଣାପଡ଼ିଛି। ସୁଶାନ୍ତଙ୍କ ରୋଷେୟା ନିରଜଙ୍କୁ ମଧ୍ୟ ସିବିଆଇ ଟିମ୍ ପଚରାଉଚରା ଚଳାଇଥିବା ଜଣାପଡ଼ିଛି। ପୂର୍ବରୁ […]
ପାଟନା: ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ମୁଖ୍ୟ ଲାଲୁ ପ୍ରସାଦ ଯାଦଙ୍କ ସୁରକ୍ଷାରେ ମୁତୟନ ହୋଇଥିବା ୯ ଜଣ ସୁରକ୍ଷା କର୍ମୀଙ୍କୁ କରୋନା। ଶୁକ୍ରବାର ଲାଲୁଙ୍କ ସୁରକ୍ଷା କର୍ମୀଙ୍କର କୋଭିଡ-୧୯ ରିପୋର୍ଟ ପଜିଟିଭ ଆସିଛି। ୭୨ ବର୍ଷୀ ଲାଲୁ ବର୍ତ୍ତମାନ କେଲି ଡାଇରେକ୍ଟର ବଙ୍ଗଳାରେ ରହିଛନ୍ତି। ପୂର୍ବରୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ରାଞ୍ଚିସ୍ଥିତ ରାଜେନ୍ଦ୍ର ଇନ୍ଷ୍ଟିଟ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତରଖାନାରେ କୋଭିଡ୍ କେସ୍ ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରୁ କେଶି ବଙ୍ଗଲୋକୁ ପଠାଇଯାଇଥିଲା। […]