ସୁନ୍ଦରଗଡ଼: ପଥର ଖାଦାନରେ ଚାଲାଣକୁ ନେଇ ମୁହାଁମୁହିଁ ପେସା ଓ ସିପିଆଇଏମ୍। ସୁନ୍ଦରଗଡ଼ ବଣାଇ ରକ୍ସି ଖାଦାନ୍ ଅଞ୍ଚଳରେ ଦୁଇ ଗୋଷ୍ଠୀର ଶହ ଶହ କର୍ମୀ ଆଜି ମୁହାଁମୁହିଁ ହୋଇଥିଲେ। ପରିସ୍ଥିତି ଏପରି ଉପୁଜିଥିଲା କି ଦୁଇ ଗୋଷ୍ଠୀ ମଧ୍ୟରେ ପଥର ଓ ଲାଠି ମାଡ଼ ହୋଇଛି। ସିପିଆଇଏମ୍ କର୍ମୀମାନେ ପେସାଙ୍କ ପଥର ଫଳକକୁ ଭାଙ୍ଗି ଦେଇଥିବା ଜଣାପଡ଼ିଛି। ତେବେ ଏତେ ସଂଖ୍ୟକ ଲୋକଙ୍କ ଉପସ୍ଥିତି ଓ ଉତ୍ତେଜନା ପରେ ବି ଏସମ୍ପର୍କରେ ପୋଲିସ୍ ପାଖରେ କୌଣସି […]
ନୂଆଦିଲ୍ଲୀ: ଆପଣ ସାଧାରଣତଃ ରିକ୍ସା ଦେଖିଥିବେ। ରିକ୍ସା ଚାଳନା ପାଇଁ ମଣିଷ ଆବଶ୍ୟକ। କିନ୍ତୁ ନିକଟରେ ସୋଶାଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ଜଣେ ରୋବଟ୍ ରିକ୍ସା ଚଲାଉଥିବାର ଦେଖିବାକୁ ମିଳିଛି। ଆମେରିକୀୟ ଇଫେକ୍ଟ ଡିଜାଇନର୍ ତଥା ଟେଲିଭିଜନ ବ୍ୟକ୍ତିତ୍ୱ ଆଡାମ ସାଭେଜ୍ ତିନି ଚକିଆ ଯାତ୍ରୀବାହୀ ଯାନ ଟାଣିବା ପାଇଁ ଏକ ରୋବଟ୍କୁ ପରୀକ୍ଷା କରିଥିଲେ। ଯଦିଓ ଏହି ଭିଡିଓ ଫେବୃଆରୀରୁ ହୋଇଛି, କିନ୍ତୁ ଗତକାଲି ଆଇଏଏସ୍ ଅଫିସର ସୁପ୍ରିୟା ସାହୁ ଟ୍ୱିଟରରେ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବୋନସ୍ ଘୋଷଣା କଲେ କେନ୍ଦ୍ର ସରକାର। ଦେଶର ୩୦ ଲକ୍ଷ କର୍ମଚାରୀଙ୍କୁ ମିଳିବ ବୋନସ୍। ଏନେଇ ଆଜି ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏନେଇ ଅନୁମତି ମିଳିଛି। ଦଶହରା ପୂର୍ବରୁ ଏହି ବୋନସ୍ କର୍ମଚାରୀଙ୍କୁ ମିଳିବ। ଏଥିପାଇଁ କେନ୍ଦ୍ର ତହବିଲ୍ରୁ ଖର୍ଚ୍ଚ ହେବ ୩ ହଜାର ୭୩୭ କୋଟି ଟଙ୍କା। ରେଲ୍ୱେ, ପୋଷ୍ଟାଲ୍, ସେନା ସମେତ ଅଣଗଜେଟ୍ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହି ଫାଇଦା ମିଳିବ। ବିଜୟା ଦଶମୀ ପୂର୍ବରୁ ଏକାଥରେ […]
ଆବଶ୍ୟକୀୟ ସାମଗ୍ରୀ: ଚିକେନ୍ ଲେଗ୍ ପିସ୍, ପିଆଜ, ଲୁଣ, ଅଦା ରସୁଣ ପେଷ୍ଟ, ହଳଦୀ, ଲେମ୍ୱୁ, ଗୋଟା ଡାଲଚିନ, ଗୋଲମରିଚ ଗୁଣ୍ଡ, ଧନିଆ ଗୁଣ୍ଡ, ତେଲ, ଦହି, ଆଲମଣ୍ଡ, ଭଜା ପିଆଜ, କାଜୁ, ଧନିଆ ପତ୍ର, ଲଙ୍କା, ପୁଦିନା ପେଷ୍ଟ। How to make Sweety Chicken ପ୍ରସ୍ତୁତି ପ୍ରଣାଳୀ : ‘ସ୍ୱିଟି ଚିକେନ୍’ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ପୁଦିନା ପତ୍ର, ଧନିଆ ପତ୍ର, କଞ୍ଚା ଲଙ୍କା, ଭଜା ପିଆଜ ଓ ଆଲମଣ୍ଡକୁ ବାଟି ରଖନ୍ତୁ। […]
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ୱେଲ୍ ମାର୍କରେ ପରିଣତ ହୋଇଛି। ଆସନ୍ତାକାଲି ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଏହାର ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିବ। ଅତି ପ୍ରବଳ ବର୍ଷା ନେଇ ଗଂଜାମ ଓ ଗଜପତି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି […]
ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶ ବିଜୟୱାଡ଼ାସ୍ଥିତ ପ୍ରସିଦ୍ଧ କନକ ଦୁର୍ଗା ମନ୍ଦିର ନିକଟରେ ବୁଧବାର ଭୂସ୍ଖଳନ ହୋଇଛି। ଘଟଣାରେ ୪ ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି। ଏଥିରେ ଦୁଇଜଣ ସାନିଟାଇଜ୍ କରୁଥିବା କର୍ମଚାରୀ ବି ଫସି ରହିଥିବା କୁହାଯାଉଛି। ଉଦ୍ଧାରକାରୀ ଦଳ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ, ବିଜୟୱାଡାର ଇନ୍ଦ୍ର କୀଲଦ୍ରୀ ପାହାଡ଼ ଉପରେ ଅନେକ ବୋଲ୍ଡର ଗଡ଼ିଆସି କନକ ଦୁର୍ଗା ମନ୍ଦିରରେ ଛାତରେ […]
ନୂଆଦିଲ୍ଲୀ: ଆପଣ କେବେ ସୁନା ଗଛ ଦେଖିଛନ୍ତି? ନିକଟରେ ଖାଇ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଟ୍ୱିଟରରେ ଏହି ସୁନା ପତ୍ରଥିବା ଗଛ ଫଟୋ ଶେଆର କରିଛନ୍ତି। ଏହି ଫଟୋ ଶେଆର କରି ସେ ଲେଖିଛନ୍ତି, ୧୪୦୦ବର୍ଷ ପୁରୁଣା ଗଛରୁ ସୁନାର ପତ୍ର ଝଡୁଛି। ସେ ଟ୍ୱିଟରରେ ଗିଙ୍କୋ ବିଲୋକା ଗଛର ଫଟୋ ଶେଆର କରିଛନ୍ତି। ଗିଙ୍କୋ ବିଲୋବା ସାଧାରଣତଃ ଗିନ୍କୋ ନାଁରେ ପରିଚିତ। ଚୀନରେ ଥିବା ଏହି ଗଛରେ ଅନେକ ଔଷଧୀୟ ଗୁଣ ରହିଛି।ଏହି ଗଛର […]
ମୁମ୍ବାଇ: ମହାରାଷ୍ଟ୍ର ବିଜେପି ବରିଷ୍ଠ ନେତା ଏକନାଥ ଖଡ୍ସେ ଦଳରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ଦେବେନ୍ଦ୍ର ପଡ଼ନାଭିସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଦେବେନ୍ଦ୍ରଙ୍କ ପାଇଁ ସେ ଦଳ ଛାଡ଼ିଥିବା ଖଡ଼ସେ କହିଛନ୍ତି। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଖଡ଼ସେ କହିଛନ୍ତି, “ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଥିବା ବେଳେ ଜଣେ ମହିଳାଙ୍କ ମିଛ ନିର୍ଯାତନା ଅଭିଯୋଗରେ ସେ ମୋ ବିରୋଧରେ ମାମଲା କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ପରେ ପୁଣି ଏହି […]
ଗୁଣପୁର: ରାଜ୍ୟ ସରକାରଙ୍କ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ କୋରାପୁଟ ଜିଲ୍ଲା ଗୁଣପୁର ତହସିଲଦାର ଲକ୍ଷ୍ମୀନାରାୟଣ ସାବତଙ୍କୁ ନିଲମ୍ବନ କରାଯାଇଛି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଅନୁଯାୟୀ ତହସିଲଦାରଙ୍କୁ ନିଲମ୍ବନ କରିଛନ୍ତି ସରକାର । ଏହି ସମୟରେ ଲକ୍ଷ୍ମୀନାରାୟଣ ଜିଲ୍ଲା ମୁଖ୍ୟାଳୟରେ ରହିବେ। ସେ ରାୟଗଡ଼ା ଜିଲ୍ଲାପାଳଙ୍କ ବିନା ଅନୁମତିରେ ଜିଲ୍ଲା ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି।
ଫୁଲବାଣୀ(ତ୍ରିନାଥ ସାହୁ): ନଦୀ ନାଳ ଉପରେ ପୋଲ ନିର୍ମାଣ ପାଇଁ ସରକାରଙ୍କ ବହୁତ ଯୋଜନା ଚାଲିଛି । ଏମିତି କି ବିଗତ ବର୍ଷ ଗୁଡିକରେ ବିଭିନ୍ନ ଯୋଜନାରେ ବହୁତ ନଦୀ ନାଳ ଉପରେ ପୋଲ ମଧ୍ୟ ନିର୍ମାଣ କରାଯାଇଛି। କିନ୍ତୁ ନିର୍ମାଣଧୀନ ପୋଲ ଯଦି କୌଣସି କାରଣରୁ କ୍ଷତିଗ୍ରସ୍ତ ହେଉଛି କିମ୍ବା ଭାଙ୍ଗିଯାଉଛି ତେବେ ସେହି ପୋଲକୁ ବର୍ଷ ବର୍ଷ ଧରି ପୁନଃନିର୍ମାଣ କିମ୍ବା ମରାମତି କରାଯାଉନି। ତେଣୁ ନଦୀ ନାଳ ଭିତରେ ଲୋକମାନେ ବିପଦ ସଙ୍କୁଳ ଭାବେ […]
ଭୁବନେଶ୍ୱର: ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ପ୍ରତୀକାତ୍ମକ ପ୍ରତିବାଦ ଲାଗି ଆହ୍ୱାନ କରାଯାଇଛି। ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ସହ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଆହ୍ୱାନ କରାଯାଇଛି। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୬ଟା ୧୫ ମିନିଟ୍ ଯାଏଁ ବିଜୁଳି ନଜାଳିବାକୁ ଆହ୍ୱାନ କରାଯାଇଛି। କରୋନା ପରି ମହାମାରୀ ସମୟରେ ଲୋକଙ୍କ ଜୀବନ, ଜୀବିକା ବିପନ୍ନ ହୋଇ ପଡ଼ିଥିବା ବେଳେ ସେମାନଙ୍କ ଉପରେ ପଡ଼ିଛି ବିଦ୍ୟୁତ୍ ଛାଟ। ଲକ୍ଡାଉନ୍ ସମୟରେ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ (ଡ଼ିସକମ) ଗୁଡ଼ିକୁ […]
ଆବୁ ଧାବି: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ ଓ କୋଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସର ଅଧିନାୟକ ଇଅନ୍ ମୋର୍ଗାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଆରସିବି ପ୍ରଥମେ ବୋଲିଂ କରିବ। ଆଜିର ମ୍ୟାଚ୍ ପାଇଁ କୋଲକାତା ଦଳରେ ଦୁଇଟି ପରିବର୍ତ୍ତନ କରିଛି। ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ବାଣ୍ଟମଙ୍କୁ ସାମିଲ କରାଯାଇଥିବା ବେଳେ ଶିବମ ମାଭିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା […]
ସମ୍ବଲପୁର: ଜମିବାଡ଼ି ବିବାଦରୁ ରକ୍ତମୁଖା ପଡ଼ୋଶୀ ବିଭତ୍ସ କାଣ୍ଡ ଘଟାଇଛି। ଗୋଟିଏ ପରିବାରର ତିନିଜଣ- ମା, ଝିଅ ଓ ଜ୍ୱାଇଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ପଡ଼ୋଶୀ। ସମ୍ବଲପୁର କୁଚିଣ୍ଡା ଥାନା ଲପଡ଼ା ଗାଁର ଏ ଘଟଣାକୁ ନନେଇ ଚାଞ୍ଚଲ୍ୟ ଖେଳିଯାଇଛି। ମୃତକମାନେ ହେଲେ ମା ପିରୋବତୀ ବେହେରା, ଝିଅ ସାବିତ୍ରୀ ଓ ଜ୍ୱାଇଁ ଗିରିଧାରୀ ସାହୁ। ମିଳିଥିବା ସୂଚନା ଅନୁସାରେ, ଜମିବାଡ଼ି ବିବାଦରୁ ପିରୋବତୀଙ୍କ ପଡ଼ୋଶୀ ବାପପୁଅ ନବୀନ ଦେବୁରୀ ଓ ହେମାନନ୍ଦ ଦେହୁରୀ ଏହି […]
ନୂଆଦିଲ୍ଲୀ: କରୋନା ଚିକିତ୍ସାରୁ ବାଦ୍ ପଡ଼ିପାରେ ପ୍ଲାଜ୍ମା ଥେରାପି। ଏହାକୁ ଖୁବ୍ଶୀଘ୍ର ନ୍ୟାସନାଲ କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ରୁ ବାଦ୍ ଦିଆଯାଇପାରେ ବୋଲି କହିଛନ୍ତି ଆଇସିଏମ୍ଆର୍ ଡିଜି। ପ୍ଲାଜମା ଥେରାପିରେ ଆରୋଗ୍ୟ ଲାଭ କରିଥିବା କରୋନା ଆକ୍ରାନ୍ତଙ୍କ ଶରୀରରୁ ଆଣ୍ଟିବଡି ସଂଗ୍ରହ କରି ଗୁରୁତର କରୋନା ରୋଗୀଙ୍କ ଶରୀରରେ ପ୍ରବେଶ କରାଯାଉଥିଲା। ଏହା କରୋନା ଭୂତାଣୁକୁ ନଷ୍ଟ କରିବାରେ ସହାୟକ ହେବ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଉଥିଲା। ତେବେ ଏହି ଥେରାପି କେବଳ […]
ଭୁବନେଶ୍ୱର: ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୨୭୧୬ ଆକ୍ରାନ୍ତ। ସେଥିମଧ୍ୟର ଖୋର୍ଦ୍ଧାରୁ ସର୍ବାଧିକ ୫୮୬, ଷ୍ଟେଟ୍ପୁଲ୍ରୁ ୮୬ ଜଣ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସେହିପରି ସୁନ୍ଦରଗଡ଼-୨୧୬, ଅନୁଗୁଳ-୨୦୧, ମୟୂରଭଞ୍ଜରୁ ୧୫୬, କଟକ-୧୧୯, ନୂଆପଡ଼ା-୧୦୬, ବଲାଙ୍ଗିର-୧୦୫, ବରଗଡ଼ରୁ ୧୦୦ ସୁସ୍ଥ ହୋଇଥିବା ବେଳେ ସମ୍ବଲପୁର-୯୮, ଯାଜପୁର-୯୪, କେନ୍ଦ୍ରପଡ଼ା-୭୧, ଝାରସୁଗୁଡ଼ାରୁ ୭୦ ସୁସ୍ଥ ହୋଇଛନ୍ତି। 70 from Jharsuguda 66 from Dhenkanal 65 from […]
ବଲାଙ୍ଗିର: ଇଞ୍ଜିନିୟର ସାଜିଛନ୍ତି ଦିନ ମଜୁରିଆ। କରୋନା ପାଇଁ ଏବେ ୮ ମାସ ଧରି ଘରେ ବସିଛନ୍ତି ସମସ୍ତେ। କାମ ଧନ୍ଦା କିଛି ନାହିଁ ଚଳିବେ କେମିତି? ଏଭଳି ସ୍ଥିତିରେ ଶିକ୍ଷାଗତ ଯୋଗ୍ୟତାକୁ ପଛରେ ପକାଇ, ବଲାଙ୍ଗିରର ଜଣେ ଯୁବ ଇଂଜିନିୟର ଦିନ ମଜୁରିଆ ସାଜିଛନ୍ତି। ସେ ମନରେଗାରେ ମାଟି କାମ କରୁଥିବା ବେଳେ ପୂରା ଗ୍ରାଉଣ୍ଡରେ ଠାବ କରିଛନ୍ତି ଜିଲ୍ଲାପାଳ। ଗତକାଲି ବଲାଙ୍ଗିର ଜିଲ୍ଲାପାଳ ଦେଓଗାଁ ବ୍ଳକ ଜୁର୍ଲାକାନୀଠାରେ ମନରେଗାରେ ହେଉଥିବା ମାଟିକାମ ଦେଖିବାକୁ ଯାଇଥିଲେ। […]
ଭୁବନେଶ୍ୱର: କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଲା ସ୍ୱାସ୍ଥ୍ୟ ବିଭାଗ। ଆରୋଗ୍ୟ ହେବା ପରେ କିଭଳି ରହିବେ, କ‘ଣ କରିବେ ସେନେଇ ସ୍ୱାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି। କରୋନାରୁ ସୁସ୍ଥ ପରେ ଦେହବିନ୍ଧା, କଫ, ତଣ୍ଟି ବ୍ୟଥା ଲକ୍ଷଣ ଦେଖାଦେଇପାରେ। ନିଃଶ୍ୱାସପ୍ରଶ୍ୱାସରେ କଷ୍ଟ, ହୃଦଘାତ, ଘ୍ରାଣ ଓ ସ୍ୱାଦ ଶକ୍ତି ଚାଲିଯାଇପାରେ। ତେଣୁ କରୋନା ଆରୋଗ୍ୟମାନେ ମାସ୍କ ପିନ୍ଧିବେ, ହାତ ଧୋଇବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ପରାମର୍ଶ […]
ଭୁବନେଶ୍ୱର: ଜେଲ୍ ଗଲେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ। ରବିନ୍ଦ୍ରଙ୍କୁ ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇଲେ ଭିଜିଲାନ୍ସ କୋର୍ଟ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଆଜି ଭିଜିଲାନ୍ସ ରବୀନ୍ଦ୍ରଙ୍କୁ ଗିରଫ କରିଥିଲା। ରବୀନ୍ଦ୍ରଙ୍କ ପାଖରୁ ମୋଟ ୬ କୋଟି ୫୮ ଲକ୍ଷ ଟଙ୍କାର ସଂପତ୍ତି ମିଳିଥିଲା। ସେଥିରୁ ୫ କୋଟି ୨୧ ଲକ୍ଷ ଆୟ ବହିର୍ଭୂତ ସଂପତ୍ତି ଥିବା ଭିଜିଲାନ୍ସ କହିଥିଲା। ତାଙ୍କର ମୋଟ ଆୟର ୨୪୧% ବେଆଇନ ସଂପତ୍ତି […]
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ୱେଲ୍ ମାର୍କଡ୍ରେ ପରିଣତ ହେବା ପରେ ଆଜି ଏହା ଅବପାତର ରୂପ ନେଇପାରେ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ପଶ୍ଚିମ ଏବଂ କ୍ରମେ ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରିବ। ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ଅନେକ ସ୍ଥାନରେ ପ୍ରବଳ କିମ୍ବା […]
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ପାଇଁ ସମସ୍ୟା ବଢିଛି। ମୁମ୍ବାଇ ପୋଲିସ୍ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲିଙ୍କୁ ପଚରାଉଚରା ପାଇଁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ଓ ମଙ୍ଗଳବାର ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ପାଇଁ ମୁମ୍ବାଇ ପୋଲିସ ସମନ କରିଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଉଭୟଙ୍କ ନାଁରେ ବିଭିନ୍ନ ଧାରାରେ ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି। ଉଭୟଙ୍କ ବିରୋଧରେ ଆଇପିସି ଧାରା ୧୫୪ A, ୨୯୫ A, ୧୨୪ […]
ଭୁବନେଶ୍ୱର: ରାଜ୍ୟରେ ୪୩. ୫% କମିଛି ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା। ଏପ୍ରିଲରୁ ଜୁଲାଇ ମଧ୍ୟରେ ୪ ମାସ ଲକ୍ଡାଉନ୍ ଯୋଗୁ ଏମିତି ହୋଇଛି। ୨୦୧୯ରେ ଏପ୍ରିଲରୁ ଜୁଲାଇ ମଧ୍ୟରେ ଦୁର୍ଘଟଣାରେ ରାଜ୍ୟରେ ୧ ହଜାର ୮୫୩ ଜଣଙ୍କର ମୃତ୍ୟୁ ଘଟିଥିଲା। ମାତ୍ର ଚଳିତ ବର୍ଷ ଏପ୍ରିଲରୁ ଜୁଲାଇ ୨୦୨୦ ଭିତରେ ରାଜ୍ୟରେ ୧ ହଜାର ୪୮ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଏପ୍ରିଲ ମାସରେ […]
ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି। ଏ ସମୟରେ କରୋନାରୁ ଦୂରେଇ ରହିବା ପାଇଁ ମାସ୍କ ଏବଂ ସାନିଟାଇଜର ବ୍ୟବହାର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଉଥିବା ବେଳେ ଲୋକମାନେ ମଧ୍ୟ ନିଜକୁ ସଚେତନ ରଖିବାକୁ ଚେଷ୍ଟା କରୁଛନ୍ତି। ତେବେ କରୋନା ଆକ୍ରାନ୍ତ ହେବାପରେ କେମିତି ନିଜର ଯତ୍ନ ନେବେ ସେନେଇ ଲୋକମାନେ ଦ୍ୱନ୍ଦ୍ୱରେ ଥିବା ବେଳେ ପୋଷ୍ଟ କୋଭିଡ୍ ଆଡ୍ଭାଇଜରି ଜାରି କରିଛି ରାଜ୍ୟ ସ୍ୱାସ୍ଥ୍ୟ […]