• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଓଡ଼ିଶାରେ ନିର୍ବାଚନୀ ହିଂସାକୁ ନେଇ ବିଜେଡିକୁ ବିଜେପିର ଦୋଷାରୋପ । ନିର୍ବାଚନୀ ହିଂସା ବେଙ୍ଗଲକୁ ଟପି ଗଲାଣି ବୋଲି କହିଲେ ସମୀର ମହାନ୍ତି । ବରଗଡ଼ ଜିଲ୍ଲା ସରସରାରେ ବିଜେଡି ନେତା ଟଙ୍କା ବାଣ୍ଟିବା ଅଭିଯୋଗ ହୋଇଛି । ବୁଥ ପାଖରେ ବିଜେପି କର୍ମୀ ବିଶ୍ୱନାଥ ମିର୍ଦ୍ଧାଙ୍କୁ ହତ୍ୟା ହୋଇଛି କହିଲେ ସମୀର । ଘାଇଲା ବାଘ ଭଳି ମଣିଷ ଖାଇବାକୁ ପଛାଉ ନାହାନ୍ତି ବିଜେଡି କର୍ମୀ ବୋଲି କହିଛନ୍ତି ସମୀର ।

ବ୍ୟକ୍ତିଗତ ଶତ୍ରୁତା କହି ସିଇଓ ଏହାକୁ ଏଡ଼ାଇ ଦେଉଛନ୍ତି । ମୁଷ୍ଟିମେୟ ଅଫିସର ବିଜେଡିକୁ ଜିତାଇବା ପାଇଁ କାମ କରୁଛନ୍ତି ବୋଲି ସମୀର ଅଭିଯୋଗ କରିଛନ୍ତି । ଭଞ୍ଜନଗର, କଣ୍ଟାମାଳ, ବିଜେପୁର, ପାଟଣାଗଡ଼ରେ ବିଜେଡି ଟଙ୍କା ବାଣ୍ଟିଛି ବୋଲି କହିଛନ୍ତି । ସେପଟେ ଆଜି ବରଗଡ଼ରେ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟିଛି । ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହତ୍ୟା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ବୁଥ୍ ଭିତରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜ

ଅଟୋ ଚାଳକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ବରଗଡ଼ ସଦର ଥାନା ସରସରା ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ମୃତକ ହେଲେ ଗାଁର ୩୫ ବର୍ଷୀୟ ବିଶ୍ୱନାଥ ମିର୍ଦ୍ଧା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାକଡରେ ପଡିଥିଲେ ବିଶ୍ୱନାଥ । ଭୋଟ୍ ପାଇଁ କିଛି ଭୋଟରଙ୍କୁ ଧରି ଅଟୋରେ ନେବା ବେଳେ ଗାଁ ମୁଣ୍ଡରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ବରଗଡ଼ ହସ୍ପିଟାଲ ନିଆଯାଇଥିଲା । କିନ୍ତୁ ସେଠାରେ ବିଶ୍ୱନାଥଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବରଗଡ଼ ଏସପି, ଉତ୍ତରାଞ୍ଚଳ ଆଇଜି ପହଞ୍ଚି ଖୋଳତାଡ଼ କରିଛନ୍ତି । ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନୀ ହିଂସା ନୁହେଁ ବରଂ ବ୍ୟକ୍ତିଗତ କାରଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା କହିଛନ୍ତି ।

ସେପଟେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଘଟିଛି । ବୁଥ୍ ଭିତରେ ବିଜେଡି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜ ଦେଖିବାକୁ ମିଳିଛି । ବୁଥ୍‌ ଭିତରେ ବିଜେଡି କର୍ମୀ ରିଗିଂ ଉଦ୍ୟମ କରୁଥିବା ଅଭିଯୋଗ ବେଳେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଛି । ତୁରୁମ ପଞ୍ଚାୟତ ବେରୁଆଁବାଡ଼ି ଗାଁର ୪୭ ନଂ ବୁଥରେ ଉତ୍ତେଜନା ଦେଖାଦେଇଛି । ବିଜେପି କର୍ମୀ ଅଟକାଇବା ବେଳେ ହାତାହାତି ଓ ଧସ୍ତାଧସ୍ତି ହୋଇଛନ୍ତି । ତେବେ ଖବର ପାଇବା ପରେ ତାରାସିଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ରାଉରକେଲାରେ ସାରଦାଙ୍କ ପାଇଁ ଉତ୍ତେଜନା, ବୁଥ୍‌ରେ ପଶି ଭୋଟରଙ୍କୁ କରୁଥିଲେ ପ୍ରଭାବିତ !

OTV is now on Whatsapp

Join and get latest news update delivered to you via whatsapp

Join Now