• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଭାରତରେ ସନ୍ଦିଗ୍ଘ ଆତଙ୍କବାଦୀଙ୍କୁ ଠାବ କରାଯାଇଛି। ଗୁଜୁରାଟର ଅହମଦାବାଦରୁ ଧରା ପଡ଼ିଛନ୍ତି ଏହି ୪ ସନ୍ଦିଗ୍ଧ ISISI ଆତଙ୍କବାଦୀ । ଆଜି ଗୁଜୁରାଟର ଆଣ୍ଟି ଟେରର୍ ସ୍କ୍ୱାର୍ଡ ଆତଙ୍କବାଦୀମାନଙ୍କୁ ଅହମଦାବାଦ ବିମାନବନ୍ଦରରୁ ଗିରଫ କରିଛି । ବିମାନବନ୍ଦରକୁ ବୋମା ପକାଇ ଉଡ଼ାଇ ଦେବାର ଧମକ ମିଳିଥିଲା । କିଛିଦିନ ତଳେ ମିଳିଥିବା ଏହି ଧମକ ପାଇଁ ଆଜି ପୋଲିସ ୪ ସନ୍ଦିଗ୍ଧଙ୍କୁ ଗିରଫ କରିଛି ।

ତେବେ ଗିରଫ ହୋଇଥିବା ଆତଙ୍କବାଦୀମାନେ ଶ୍ରୀଲଙ୍କାର ନାଗରିକ ହୋଇଥିବା କୁହାଯାଇଛି । ତେବେ ଏନେଇ କିଛି ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ । ପୋଲିସ ଆତଙ୍କବାଦୀଙ୍କୁ ନେଇ ଖୋଳତାଡ଼ ଜାରି ରଖିଛି । ସେମାନେ କେଉଁଠାରୁ କିପରି ଭାବେ ଦେଶରେ ପ୍ରବେଶ କଲେ, ଧମକ ସତରେ କି ମିଛରେ ଦେଇଥିଲେ, ଏହା ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

ଅଧିକ ପଢ଼ନ୍ତୁ: ସାବଧାନ !! ପାକିସ୍ତାନରୁ ଆସୁଛି +92 ନମ୍ବରରୁ ହ୍ୱାଟ୍ସଆପ୍‌ କଲ୍

ତେବେ ଗୁଜୁରାଟ ଆତଙ୍କବାଦ ବିରୋଧୀ ସ୍କ୍ୱାର୍ଡ ବା (ଏଟିଏସ) ଆତଙ୍କବାଦୀମାନଙ୍କୁ ବିମାନ ବନ୍ଦରରେ ଅପେକ୍ଷା କରିଥିବା ବେଳେ ଗିରଫ କରିଥିଲେ । ତେବେ ଅପେକ୍ଷା କରିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ସୂଚନାଯୋଗ୍ୟ, ବିମାନବନ୍ଦରକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ମେ ୧୨ ଅପରାହ୍ନରେ ମିଳିଥିଲା । ସାଙ୍ଗେ ସାଙ୍ଗେ ବିମାନବନ୍ଦର କର୍ତ୍ତୃପକ୍ଷ ବମ୍ ସ୍କ୍ୱାର୍ଡ ନେଇ ଖୋଜାଖୋଜି ଆରମ୍ଭ କରିଥିଲେ ମଧ୍ୟ ପୋଲିସ ହାତରେ କିଛି ସୁରାକ୍ ବାଜି ନଥିଲା ।

ଇ-ମେଲ୍ ଟି ଏକ ଅଜ୍ଞାତ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଆସିଥିଲା । ମେଲ୍ ଟି ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅଫିସିଆଲ୍ ଆଇଡିରେ ଅପରାହ୍ନରେ ଆସିଥିଲା । ଏହା ପରେ ପୂରା ବିମାନବନ୍ଦରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିଲା । ପରେ ବମ୍ ସ୍କ୍ୱାର୍ଡଙ୍କ ଦ୍ୱାରା ସ୍କାନ୍ କରାଯାଇଥିଲେ ମଧ୍ୟ କୌଣସି ସନ୍ଦେହଜନକ ସାମଗ୍ରୀ ହସ୍ତଗତ ହୋଇନଥିଲା ।

OTV is now on Whatsapp

Join and get latest news update delivered to you via whatsapp

Join Now