• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଦୁର୍ଘଟଣା ପାଇଁ ଅକାଳରେ ଲିଭିଗଲା ୧୮ ଜୀବନ । ଜୀବିକା ପାଇଁ ଯାଇ ଜୀବନ ଦେଇ ଫେରିଲେ । କର୍ମକ୍ଷେତ୍ରରୁ ଫେରିବା ବେଳେ ସତେ ଯେପରି ଆଁ କରି ରହିଥିଲା ମୃତ୍ୟୁ, ଗିଳି ଦେଇଗଲା । କିଏ ଜାଣିଥିଲା, ଏହା ସେମାନଙ୍କର ଶେଷ ଯାତ୍ରା ହେବ ବୋଲି । ଗୁଜୁରାଣ ମେଣ୍ଟାଇବାକୁ ସକାଳୁ ବାହାରି ଯାଇଥିଲେ କର୍ମକ୍ଷେତ୍ରକୁ ।

କିନ୍ତୁ ଫେରିବା ବେଳେ ଭେଟ ହେଲା କାଳ ସହ । ଘଟିଲା ଦୁର୍ଘଟଣା, ଚାଲିଗଲା ୧୮ ଜଣଙ୍କ ଜୀବନ । ଜୀବିକା ଯାତ୍ରା ପାଲଟିଲା ଶେଷ ଯାତ୍ରା । ଏପରି ଏକ ଭୟଙ୍କର ତଥା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଛତିଶଗଡ଼ କାୱର୍ଧାରେ । ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ଶ୍ରମିକମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଶ୍ରମିକଙ୍କୁ ନେଇ ଯାଉଥିବା ବେଳେ ପିକଅପ୍ ଭ୍ୟାନ୍ ଟି ଓଲଟି ପଡିଥିଲା । ଘଟଣାସ୍ଥଳରେ କାୱର୍ଧା ପୋଲିସ ପହଞ୍ଚି ତଦନ୍ତ କରିଛି ।

ଅଧିକ ପଢ଼ନ୍ତୁ: ଟୁରିଷ୍ଟ ବସ୍‌ରେ ଲାଗିଲା ନିଆଁ, ଚାଲିଗଲା ୯ ଜୀବନ

ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରାଯାଇନାହିଁ । ଆଉ କିଛି ଲୋକଙ୍କ ଏବେ ବି ଫସି ରହିଥିବା ସୂଚନା ମିଳିଛି । ତେବେ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ଼ ସରକାର । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା । ସୂଚନା ଅନୁସାରେ, କେନ୍ଦୁପତ୍ର ତୋଳି ଫେରିବା ସମୟରେ ଗାଡିଟି ଭାରସାମ୍ୟ ହରାଇ ଖସି ପଡିଥିଲା ।

ଫଳରେ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ତେବେ ମୃତ ବ୍ୟକ୍ତିଙ୍କ ମଧ୍ୟରେ ଅଧିକାଂଶ ମହିଳା ଥିବା ସୂଚନା ରହିଛି । ଘଟଣାସ୍ଥଳରେ ପୁଲିସ ଏବଂ ଉଦ୍ଧାରକାରୀ ଦଳ ପହଁଞ୍ଚି ପୀଡିତମାନଙ୍କୁ ଉଦ୍ଧାର କରିଥିଲେ । କୁକଦୁର ପୋଲିସ ଷ୍ଟେସନ ଅଧୀନରେ ଥିବା ବାହପାନି ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ୧୪ ଜଣ ମହିଳା ଥିବା ସୂଚନା ମିଳିଛି । ତେବେ ଏନେଇ ଅଧିକ ବିବରଣୀ ହସ୍ତଗତ ହୋଇନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now