• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ପଛର କାରଣ କ’ଣ ? ସ୍ୱାଧିନ ପ୍ରାର୍ଥୀ ଶିବଶଙ୍କର ଓରଫ୍ ପିଣ୍ଟୁ ଦାଶ କାହିଁକି କଲେ ଆଟାକ୍ ? ଆକ୍ରମଣ ପଛରେ ବାସ୍ତବରେ ପିଣ୍ଟୁ ଦାଶ ନା ଆଉ କିଏ ? ସପ୍ତାହର ଚିକିତ୍ସା ପରେ ଭୁବନେଶ୍ୱର ଏମ୍ସରୁ ଆଜି ଡିସଚାର୍ଜ ହୋଇଥିବା ପ୍ରଦୀପ ରଖିଛନ୍ତି ବିସ୍ଫୋରକ ବୟାନ ।

କେମିତି ଷଡ଼ଯନ୍ତ୍ର ରଚି ବିଜେଡି କରିଥିଲା ଆକ୍ରମଣ, ଗୋଟି ଗୋଟି କରି ବଖାଣିଛନ୍ତି ପ୍ରଦୀପ । କହିଛନ୍ତି, ବ୍ରହ୍ମପୁର ଗୋଷାଣୀ ନୁଆଁଗାଁର ୧୩୨ ନମ୍ବର ବୁଥରେ ଇଭିଏମ୍ ଠିକରେ ସିଲ୍ ହେଲା ନା ନାହିଁ, ସେ ସଂପର୍କରେ ବୁଝିବା ବେଳେ ହଠାତ୍ ପିଣ୍ଟୁ ଦାଶ କରିଥିଲେ ଆକ୍ରମଣ। ଫଳରେ ଚେତା ହରାଇଥିଲେ ପ୍ରଦୀପ । ଆଉ ଚେତା ଫେରିଲାବେଳକୁ ଘଟଣାସ୍ଥଳରେ SDPO ବି ଥିଲେ ।

ଅଧିକ ପଢ଼ନ୍ତୁ: ବୁଥରେ ପୋଲିଂ ଟିମକୁ ତାଲା ପକାଇଦେଲେ ଗ୍ରାମବାସୀ

ପୋଲିସ ଥାଇ ଏଭଳି ଆକ୍ରମଣ ସଂପର୍କରେ ପ୍ରଦୀପ ଜଣେ ପୋଲିସ ଅଧିକାରୀଙ୍କୁ ପଚାରିଥିଲେ, କିନ୍ତୁ ସଂପୃକ୍ତ ପୋଲିସ ଅଧିକାରୀ ଜଣକ ଦାୟିତ୍ୱହୀନମନ୍ତବ୍ୟ ଦେଇଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ପ୍ରଦୀପଙ୍କ ଅଭିଯୋଗ ଯଦି ସତ ହୋଇଥାଏ, ତା’ହେଲେ କାହା ଦ୍ୱାରା ପ୍ରଭାବିତ ହୋଇ ଆକ୍ରମଣ କରିଥିଲେ ପିଣ୍ଟୁ ଦାଶ ?

ତା’ଉପରେ ବି ମନ୍ତବ୍ୟ ରଖିଛନ୍ତି ପ୍ରଦୀପ । କହିଛନ୍ତି,ବିଜେଡି ସହ ପିଣ୍ଟୁ ଦାଶଙ୍କ ରହିଛି ସଂପର୍କ । ପୂର୍ବରୁ ବିଜେପି ଟିକଟରେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ପିଣ୍ଟୁ ଦାଶ । କିନ୍ତୁ ସମ୍ଭବ ନହେବାରୁ ବିଜେଡି ସହ ସଲାସୁତୁରା ହୋଇ ସ୍ୱାଧିନ ଭାବେ ସେ ଲଢ଼ିଛନ୍ତି । ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀ ଏବଂ ଆସିକା ସିଟରେ ବିଜେଡିର ପରାଜୟ ସମ୍ଭାବନାକୁ ଦେଖି ପୋଲିସ ଉପସ୍ଥିତିରେ ଆକ୍ରମଣ କରାଯାଇଛି ।

ପିଣ୍ଟୁ ଦାଶଙ୍କ ମୋବାଇଲ୍ ଯାଞ୍ଚ କଲେ ସବୁ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି ପ୍ରଦୀପ । ତେବେ ପ୍ରଦୀପଙ୍କ ଅଭିଯୋଗ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ୨୫ ଅଗଷ୍ଟ, ୨୦୨୩ । ତତ୍କାଳୀନ 5T ସଚିବ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତ ସମୟରେ ପ୍ରଦୀପଙ୍କୁ ବିରୋଧର ଶୀକାର ହେବାକୁ ପଡ଼ିଥିଲା ।

ଏପରିକି ତାଙ୍କ ଗାଡ଼ିକୁ ଅଣ୍ଡା, ପଥର ସହ ବୋତଲ ମାଡ଼ କରାଯାଇଥିଲା । ଏବେ ଯେଉଁଦିନଠୁ ପଦ୍ମ ଧରିଛନ୍ତି ପ୍ରଦୀପ, ସେଦିନଠାରୁ ନବୀନ ଏବଂ ପାଣ୍ଡିଆନଙ୍କୁ ଶାଣିତ ଢଙ୍ଗରେ ନିଶାନା କରିଆସୁଛନ୍ତି । ବିଜେଡିର ଲେଖା ଛିଣ୍ଡେଇ ଦେବାର ଏଭଳି ହୁଙ୍କାର ପରଠୁ ଚର୍ଚ୍ଚାକୁ ଆସିଥିବା ପ୍ରଦୀପଙ୍କୁ ଗତ ୧୪ ତାରିଖରେ ହମଲା କରାଯାଇଥିଲା ।

ଏହାପଛରେ ପ୍ରଦୀପ ବିଜେଡିର ଷଡ଼ଯନ୍ତ୍ର ଅଭିଯୋଗ ଆଣିଥିବାବେଳେ ଅଭିଯୋଗକୁ ବିଜେଡି ଖଣ୍ଡନ କରିବା ସହ ଏହାକୁ ବ୍ୟକ୍ତିଗତ କାରଣ ବୋଲି କହିଛି ।

ଦେଖନ୍ତୁ ଭିଡିଓ | ପ୍ରଚାର ବେଳେ ହଟହଟ୍ଟା ହେଉଛନ୍ତି ବିଜେଡି ନେତା । ୫ ବର୍ଷରେ କଣ କରିଛ? ଯାହା କହିଥିଲ କାହିଁକି କଲନି?

OTV is now on Whatsapp

Join and get latest news update delivered to you via whatsapp

Join Now