/odishatv-khabar/media/post_attachments/uploadimage/library/16_9/16_9_0/Israel_1716197967.jpg)
Israel
ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରଇସି। ରଇସିଙ୍କ ସମେତ ବୈଦେଶିକ ମନ୍ତ୍ରୀ ଅମିର ଅବଦୁଲ୍ଲାହିୟନଙ୍କ ମଧ୍ୟ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣା ସ୍ଥଳରୁ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଉଥିବା ନେଇ ଏକ ଫଟୋ ସାମ୍ନାକୁ ଆସିଛି। ତେବେ ଏହି ଦୁର୍ଘଟଣା ପଛରେ କାହାର ହାତ ରହିଛି ସେ ନେଇ ଏବେ ତଦନ୍ତ ଚାଲିଛି। ଏହା ଏକ ଷଡଯନ୍ତ୍ର ଓ ଏହା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଛି। ମାତ୍ର ଇସ୍ରାଏଲ୍ ଏହାକୁ ଅସ୍ୱୀକାର କରିଛି।
ରଇସିଙ୍କ ହେଲିକପ୍ଟରର ଦୁର୍ଘଟଣା ଏବେ ସନ୍ଦେହ ଘେରରେ। ତାଙ୍କ ମୃତ୍ୟୁ ସହ ଅନ୍ୟ ଅଧିକାରୀଙ୍କ ମୃତ୍ୟୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଅନିଶ୍ଚିତତା ଦେଖାଦେଇଛି। ଯାହାକି ସମଗ୍ର ମଧ୍ୟ ପୂର୍ବ ଉପରେ ପ୍ରଭାବ ପକାଇପାରେ। କେବଳ ସେତିକି ନୁହେଁ, ରଇସିଙ୍କ ମୃତ୍ୟୁ ଇରାନ ଉପରେ ଆଭ୍ୟନ୍ତରୀଣ ତଥା ବାହ୍ୟ ଶତ୍ରୁ କିମ୍ବା ଇସ୍ରାଏଲ ପରି ବାହ୍ୟ ଦେଶର ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠିଛି।
ଅଧିକ ପଢ଼ନ୍ତୁ: ଟୁରିଷ୍ଟ ବସ୍ରେ ଲାଗିଲା ନିଆଁ, ଚାଲିଗଲା ୯ ଜୀବନ
ଇକୋନୋମିଷ୍ଟର ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଦୁର୍ଘଟଣା ପଛରେ ଇସ୍ରାଏଲର ହାତ ଥିବା ସନ୍ଦେହ କରାଯାଉଛି। ବହୁ ପୂର୍ବରୁ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଶତ୍ରୁତା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି କିଛି ଇରାନୀୟ ଅନୁମାନ କରିଛନ୍ତି ଯେ ଏହି ଦୁର୍ଘଟଣା ପଛରେ ଇସ୍ରାଏଲ ରହିଥାଇପାରେ। ଦମ୍ମେସକରେ ଜଣେ ଇରାନ ଜେନେରାଲଙ୍କୁ ହତ୍ୟା କରିଥିଲେ ଇସ୍ରାଏଲ ସୈନ୍ୟ। ଏହାପରେ ଇରାନ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ଏଥି ସମେତ ସାମ୍ପ୍ରତିକ ଘଟଣା ପରେ ଏହା ଅନୁମାନ କରାଯାଉଛି ଯେ ଏହା ଇସ୍ରାଏଲର କାମ।
ତଥାପି, ବିଶେଷଜ୍ଞମାନେ ଇସ୍ରାଏଲର ଯୋଗଦାନ ନେଇ ସଠିକ୍ ଆକଳନ କରିପାରିନାହାନ୍ତି। ଯଦି ଏପରି ହୋଇଥାଏ ତେବେ ରାଷ୍ଟ୍ରପତିଙ୍କ ହତ୍ୟା ଏକ ପ୍ରତ୍ୟକ୍ଷ ଯୁଦ୍ଧକୁ ଆମନ୍ତ୍ରଣ କରିବ। ଇକୋନୋମିଷ୍ଟ ରିପୋର୍ଟ କରିଛି, "ଇସ୍ରାଏଲର ସମ୍ପୃକ୍ତି ଉପରେ ସନ୍ଦେହ କରିବାର ଅନେକ କାରଣ ରହିଛି। ଯଦିଓ ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କୁ କେବେ ହତ୍ୟା କରିବାର ନଜିର ନାହିଁ, ତଥାପି ଏହା ସତ ପ୍ରମାଣିତ ହେଲେ ଇରାନ୍ ନିଶ୍ଚୟ ପ୍ରତିକ୍ରିୟାଶୀଳ ହେବ।"
ସୂଚନାଯୋଗ୍ୟ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ହେଲିକପ୍ଟର ଆଜେରବୈଜାନରୁ ଫେରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଘନ କୁହୁଡ଼ି ହେତୁ ପାର୍ବତ୍ୟ ଅଞ୍ଚଳ ଦେଇ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାଜଧାନୀ ତେହେରାନଠାରୁ ପ୍ରାୟ ୬୦୦ କିଲୋମିଟର ଉତ୍ତର ଆଜେରବାଇଜାନ ଦେଶ ସୀମାରେ ଥିବା ସହର ଜୋଲଫା ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ରାଷ୍ଟ୍ରପତିଙ୍କ କନଭୟରେ ତିନୋଟି ହେଲିକପ୍ଟର ଅନ୍ତର୍ଭୁକ୍ତ ଥିଲା, ସେଥିମଧ୍ୟରୁ ଦୁଇଟି ସୁରକ୍ଷିତ ଭାବେ ଫେରିଥିଲେ। କିନ୍ତୁ ଯେଉଁ ହେଲିକପ୍ଟରରେ ରଇସି ରହିଥିଲେ ତାହାର ପତ୍ତା ମିଳିନଥିଲା ।
ଇରାନ୍ ଗଣମାଧ୍ୟମର ସୂଚନା ମୁତାବକ, ଉଦ୍ଧାରକାରୀ ଦଳ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଚିହ୍ନଟ କରିବା ସହ ମୃତଦେହ ଉଦ୍ଧାର କରିଛନ୍ତି। ହେଲିକପ୍ଟରରେ ଥିବା ରାଷ୍ଟ୍ରପତି ଇବ୍ରାହିମ ରଇସି ଓ ବୈଦେଶିକ ମନ୍ତ୍ରୀ ହୁସେନ୍ ଆମୀର ଅବଦୁଲ୍ଲାୟାନ୍, ପୂର୍ବ ଆଜେରବୈଇଜାନ ପ୍ରଦେଶର ରାଜ୍ୟପାଳ ମଲେକ ରହମାତି ଏବଂ ଧାର୍ମିକ ନେତା ମହମ୍ମଦ ଅଲିଙ୍କର ମଧ୍ୟ ମୃତ୍ୟୁ ହୋଇଥିବା କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)