Advertisment

ଚିନ୍ତାରେ ‘AI’ ଗଡ୍‌ଫାଦର, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଛଡ଼ାଇ ନେଉଛି ଅନେକ ଚାକିରି

ବାସ୍ତବରେ ଜିଓଫ୍ରେ ହିଣ୍ଟନ୍ କହିଛନ୍ତି ଯେ ବିଗତ କିଛି ଦିନ ହେବ ସେ ବହୁତ ଚିନ୍ତିତ ଅଛନ୍ତି କାରଣ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଅନେକ ଚାକିରି ଛଡାଇ ନେଇଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
AI Godfather Geoffrey Hinton

Artificial Intelligence

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗଡ୍‌ଫାଦର ଭାବେ ଜଣାଶୁଣା ଜିଫ୍ରେ ହିଣ୍ଟନ୍ ପୁଣି ଥରେ AIକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ହିଣ୍ଟନ୍‌ କହିଛନ୍ତି ଯେ AI ପାଇଁ ସେ ଚିନ୍ତିତ କାରଣ ଏହି ନୂତନ ଟେକ୍ନୋଲୋଜି ଅନେକ ଚାକିରି ଛଡ଼ାଇ ନେଉଛି । ସେ କହିଛନ୍ତି ଯେ ଆୟ ଅସମାନତା ଉପରେ AIର ପ୍ରଭାବକୁ ମୁକାବିଲା କରିବାର ଦାୟିତ୍ୱ ସରକାରଙ୍କ କାନ୍ଧରେ ରହିବ । AI ର ବହୁଳ ବ୍ୟବହାର ପରେ ଧନୀକ ଶ୍ରେଣୀର ଲୋକ ଅଧିକ ଧନୀ ହେଇଯିବେ ଆଉ ଚାକିରି ହରାଉଥିବା ଲୋକେ ଗରିବ ହେବାକୁ ଲାଗିବେ।

Advertisment

ବାସ୍ତବରେ ଜିଓଫ୍ରେ ହିଣ୍ଟନ୍ କହିଛନ୍ତି ଯେ ବିଗତ କିଛି ଦିନ ହେବ ସେ ବହୁତ ଚିନ୍ତିତ ଅଛନ୍ତି କାରଣ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲୋଜି ଅନେକ ଚାକିରି ଛଡାଇ ନେଇଛି । ତେବେ ଏହା ମଧ୍ୟ ସରକାରଙ୍କୁ ପ୍ରଭାବିତ କରିବାକୁ ଯାଉଛି । ଆୟ ଅସମାନତା ଉପରେ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସର ପ୍ରଭାବକୁ ମୁକାବିଲା କରିବା ପାଇଁ ସରକାରଙ୍କୁ ଯଥାଶୀଘ୍ର କିଛି କରିବାକୁ ପଡିବ ବୋଲି କହିଛନ୍ତି ଜିଓଫ୍ରେ ହିଣ୍ଟନ୍‌ ।

ଅଧିକ ପଢ଼ନ୍ତୁ: କିଏ ଛାଡ଼ିବ ଚାକିରି, ଆଗୁଆ ପୂର୍ବାନୁମାନ କରିବ AI

ଗତ ବର୍ଷ ପର୍ଯ୍ୟନ୍ତ ଗୁଗୁଲରେ କାର୍ଯ୍ୟ କରିଥିବା ହିଣ୍ଟନ୍ କହିଛନ୍ତି ଯେ AI ପ୍ରଡକ୍ଟିବିଟି ଏବଂ ୱେଲ୍ଥକୁ ଉନ୍ନତ କରିବ । ଟଙ୍କା ଧନୀମାନଙ୍କ ନିକଟକୁ ଯିବ । କିନ୍ତୁ ଯେଉଁମାନେ ଚାକିରି ହରାଇବେ ସେମାନଙ୍କ ପାଇଁ ଏହା ବଡ଼ ବିପଦ । ଯାହାକି ସମାଜ ପାଇଁ ଅତ୍ୟନ୍ତ ଖରାପ ହେବ । ସେ କହିଛନ୍ତି ଯେ ସରକାରଙ୍କୁ ଏକ ୟୁନିଭର୍ସିଆଲ ବେସିକ୍‌ ଇନ୍‌କମ୍‌ ସ୍ଥିର କରିବାକୁ ପଡିବ।

Advertisment

AI ର ବିପଦକୁ ନେଇ ଗୁଗୁଲ ଛାଡିଥିବା ହିଣ୍ଟନ୍ ବିବିସିକୁ କହିଛନ୍ତି, ଡାଉନିଂ ଷ୍ଟ୍ରିଟ୍‌ରେ ଲୋକମାନେ ମୋ ସହ ପରାମର୍ଶ କରିଥିଲେ ଏବଂ ମୁଁ ସେମାନଙ୍କୁ ପରାମର୍ଶ ଦେଇଥିଲି ଯେ ୟୁନିଭର୍ସିଆଲ ବେସିକ୍‌ ଇନ୍‌କମ୍‌ ଏକ ଭଲ ଉପାୟ । AI କାରଣରୁ ଚାକିରି ହରାଇବା ବିଷୟରେ ହିଣ୍ଟନ୍ ମଧ୍ୟ ଚେତାବନୀ ଦେଇଛନ୍ତି । ହିଣ୍ଟନ୍ ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ AI ଚାଟ୍‌ବୋଟ୍‌ସର କିଛି ବିପଦ ଅତ୍ୟନ୍ତ ଭୟାନକ ଅଟେ। ସେ କହିଛନ୍ତି ଯେ ଚାଟବୋଟ୍ ମାନବଙ୍କ ଅପେକ୍ଷା ଅଧିକ ବୁଦ୍ଧିମାନ ହୋଇପାରେ ଏବଂ ଭୁଲ୍ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏହାର ଭୁଲ୍ ବ୍ୟବହାର ସାଂଘାତିକ ସମସ୍ୟାକୁ ଡାକି ଆଣିବ ବୋଲି ସେ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ମସ୍କଙ୍କ ବଡ଼ ବୟାନ: ୨୦୨୬ ସୁଦ୍ଧା ମଣିଷଠୁ ଅଧିକ ବୁଦ୍ଧିମାନ ହେବ AI

Artificial Intelligence AI
Advertisment
Advertisment