ଢ଼େଙ୍କାନାଳ : ଢ଼େଙ୍କାନାଳ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସ୍ର ରହଣି ଦାବିରେ ରେଳରୋକ୍। ଆନ୍ଦୋଳନକାରୀମାନେ ଷ୍ଟେସନରେ ରାଜଧାନୀ ଏକ୍ସପ୍ରେସକୁ ଏକ ଘଣ୍ଟା ପାଇଁ ଅଟକାଇଥିଲେ। ରେଳରୋକ୍ରେ ଓକିଲ ସଂଘ ସହ ବହୁ ସଂଗଠନ ସାମିଲ ହୋଇଥିଲେ। ସମ୍ବଲପୁର ରୁଟ୍ରେ ଚାଲିଥିବା ରାଜଧାନୀ ଏକ୍ସପ୍ରେସକୁ ଢେଙ୍କାନାଳ ଷ୍ଟେସନରେ ରହଣି ପାଇଁ ବାରମ୍ବାର ଦାବି ହେଉଛି।
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ପଣ୍ଡିତ ଦିନ୍ ଦୟାଲ ଅନ୍ତୋଦୟ ଭବନର ପଂଚମ ମହଲାରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଏତେ ଭୟାବହ ରହିଛି ଯେ ନିଆଁ ଲିଭାଇବା ପାଇଁ ପ୍ରାୟ ୨୫ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଏବେବି ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ଏହି ଭବନରେ ଏୟାର ଫୋର୍ସ, ବନ ବିଭାଗ ସହ ପାନୀୟ ଜଳ ମନ୍ତ୍ରାଳୟ ଭଳି କେନ୍ଦ୍ର ସରକାରଙ୍କ […]
ବଲାଙ୍ଗିର : ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଚାଲିଛି। ଗତକାଲି ଅାସିଥିବା ଏହି ପାର୍ସଲ ବୋମାଟି ରାୟପୁରରୁ ଅାସିଥିବା ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିଅର ଦ୍ୱାରା ଏହା ରାୟପୁରରୁ ଅାସିଥିବା କଥା ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ କୋରିଅର ପକ୍ଷରୁ ପୋଲିସରେ ସୂଚନା ଦିଅାଯାଇଛି। ବୋମା ଭର୍ତ୍ତି ଏହି ପାର୍ସଲର ଓଜନ ଥିଲା ୨ କିଲୋ ୧୦ ଗ୍ରାମ। ଏହି ସୁରାକ୍ ମିଳିବା ପରେ ବୋମା […]
ନୂଆଦିଲ୍ଲୀ ( ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଦୁଇ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ବସିଥିବା ଦ୍ୱିତୀୟ ବୈଠକ ବି ବିଫଳ। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ଏ ନେଇ ସେମାନେ ଟ୍ରିବ୍ୟୁନାଲକୁ ଜଣାଇବେ। ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମଧ୍ୟ ବସିଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିନଥିଲା। ଗତ ୯ ତାରିଖରେ ଟ୍ରିବ୍ୟୁନାଲ୍ରେ ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନର ଶୁଣାଣି ଶେଷ ହୋଇଥିଲା। […]
ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇ ମାମଲାର କିଛିଦିନ ନପୂରୁଣୁ ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମନାକୁ ଆସିଛି। ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ (ଓବିସି)ରୁ ୩୯୦କୋଟି ଠକେଇ ଅଭିଯୋଗରେ, ସିବିଆଇ ଗୁରୁବାର ଦିଲ୍ଲୀର ଏକ ଜୁଏଲାରୀ ଆଉଟଲେଟ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘ ୬ ମାସ ପୂର୍ବରୁ ଏନେଇ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ପକ୍ଷରୁ ଏକ ଅଭିଯୋଗ କରାଯାଇଥିଲା। ସିବିଆଇ ଏହି ମାମଲାରେ କାରୋଲ ବାଗ ସ୍ଥିତ ଦ୍ୱାରକା ଦାସ ସେଠ୍ […]
ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ୍ରେ ବୋମା ଥିବା ନେଇ ଆଜି ସକାଳେ ଏକ ସୂଚନା ଆସିଥିଲା। ଟ୍ରେନ୍ର ସଂରକ୍ଷିତ ବଗି S-11ରେ ଦୁଇଟି ବାକ୍ସ ସନ୍ଦିଗ୍ଧ ଅବସ୍ଥାରେ ମିଳିବା ପରେ ଏହି ସୂଚନା ଆସିଥିଲା। ତେବେ ଜବତ କରାଯାଇଥିବା ୨ଟି ସନ୍ଦିଗ୍ଧ ବାକ୍ସ ରଙ୍ଗ ବାକ୍ସ ବୋଲି ରେଲୱେ ଅଧିକାରୀ ସ୍ପଷ୍ଟ କରିଛନ୍ତି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦୁଇଟିକୁ ଦେଖିବାକୁ ମିଳିଥିଲା। ତେବେ ବାକ୍ସ ଦୁଇଟିର କେହି ଦାବିଦାର […]
ନୂଆଦିଲ୍ଲୀ: ନିରବ ମୋଦିଙ୍କ ବ୍ୟବସାୟ ସହ ସଂପୃକ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ବିଭିନ୍ନ ସ୍ଥାନରେ ଚଢ଼ଉ ବେଳେ ପ୍ରାୟତଃ ୧୦ ହଜାରରୁ ଅଧିକ ବିଦେଶୀ ହାତବନ୍ଧା ଘଣ୍ଟା ଜବତ କରାଯାଇଛି। ଏହି ଘଣ୍ଟା ସବୁ ସମ୍ଭବତଃ ବ୍ୟବସାୟ ଉଦ୍ଦେଶ୍ୟରେ ବିଦେଶରୁ ଆମଦାନୀ କରାଯାଉଥିଲା ବୋଲି ସନ୍ଦେହ କରାଯାଉଛି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହୋଇଥିବା ଦୁର୍ନୀତି ଘଟଣାରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସଂପୃକ୍ତି ନେଇ ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ଚଢ଼ଉ […]
ଭୁବନେଶ୍ୱର: ମୁମ୍ବାଇ-ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସରେ ବୋମା ଆତଙ୍କ। ଟ୍ରେନ୍ର ସଂରକ୍ଷିତ ବଗି S-11ରୁ ଆରପିଏଫ୍ ୨ଟି ସନ୍ଦିଗ୍ଧ ବାକ୍ସ ଜବତ କରିଛି। ୱାରାଙ୍ଗଲ ଓ ଖମାମ୍ ଷ୍ଟେସନ ମଝି ମଧିରା ଷ୍ଟେସନରେ ଏହି ବାକ୍ସ ଦେଖିବାକୁ ମିଳିଥିଲା। ତେବେ ଏହି ବାକ୍ସର କେହି ଦାବିଦାର ନଥିବାରୁ ଏଥିରେ କଣ ରହିଛି ତାକୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଖବର ପାଇ ବୋମା ସ୍କ୍ୱାଡ୍ ଟିମ୍ ଟ୍ରେନ୍ରୁ ବାକ୍ସକୁ ବାହାର କରି ଯାଞ୍ଚ ଆରମ୍ଭ କରିଛି।
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।। ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥି ମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି।
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହୋଇଥିବା ବିଜେପୁର ଉପ-ନିର୍ବାଚନ ମତଦାନରେ ବାଧାପ୍ରାପ୍ତ ନେଇ ସୂଚନା ମିଳିଛି। ଭିଭିପାଟ୍ ମେସିନ୍ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଛି। ବିଜେପୁର ବ୍ଲକର ୮୮, ୧୦୨, ୧୪୧ ନଂ ବୁଥ୍ରେ ମେସିନ୍ ତ୍ରୁଟି ଯୋଗୁଁ ଏହି ସମସ୍ୟା ଦେଖାଯାଇଛି। ଭୋଟ୍ ଗ୍ରହଣର ଅଧ ଘଣ୍ଟାଏ ପରେ ଭିଭିପାଟ୍ରେ ତ୍ରୁଟି ଦେଖାଯାଇଥିଲା। ବରପାଲି ବ୍ଲକ ୨୦ ନଂ ବୁଥ୍ରେ ମେସିନ୍ରେ ବି ତ୍ରୁଟି ଅଭିଯୋଗ ହୋଇଛି। ନିର୍ବାଚନ […]
ବରଗଡ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବିଜେପୁର ଉପ-ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟଗ୍ରହଣ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ଅପରାହ୍ନ ୫ଟା ପଯର୍ୟନ୍ତ ଚାଲିବ।। ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର ବିଜେପୁର ପାଇଁ ପ୍ରତିନିଧି ବାଛିବେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ୨୮୧ଟି ମତଦାନ କେନ୍ଦ୍ର ହୋଇଛି। ଏଥି ମଧ୍ୟରୁ ୧୫୫ ବୁଥକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଏହି ବୁଥ୍ ଗୁଡିକରେ ରହିଛନ୍ତି କେନ୍ଦ୍ରରୁ ଆସିଥିବା ମାଇକ୍ରୋ ଅବଜରଭର। […]
ନୂଆଦିଲ୍ଲୀ: ମାର୍ଚ୍ଚ ୨୩ରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ୧୬ଟି ରାଜ୍ୟର ଖାଲି ପଡୁଥିବା ୫୮ଟି ଆସନ ପାଇଁ ଏହି ନିର୍ବାଚନ କରାଯିବ। ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ ସହ ନାମାଙ୍କନ ଦାଖଲର ଶେଷ ତାରିଖ ୧୨। ସେହିପରି ୧୩ ତାରିଖରେ ନାମାଙ୍କନପତ୍ରର ଯାଞ୍ଚ ଓ ୧୫ ତାରିଖ ନାମାଙ୍କନ ପ୍ରତ୍ୟାହାର ହେବ। ଓଡ଼ିଶାରୁ ରାଜ୍ୟସଭା ସାଂସଦ ଏ.ଭି. ସ୍ୱାମୀ, ଅନଙ୍ଗ ଉଦୟ ସିଂଦେଓ ଓ ଦିଲ୍ଲୀପ ତିର୍କୀଙ୍କ କାର୍ଯ୍ୟକାଳ […]
କଟକ: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ବନାବିରାରେ ଆକ୍ରମଣ ଘଟଣାରେ ଗତକାଲି ବିଳମ୍ବିତ ରାତିରେ କଟକ ବଡ଼ ମେଡ଼ିକାଲରେ ଆହତ ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂଙ୍କ ସମେତ ୪ ଜଣଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଡ୍ରାଇଭର ଦିଲେଶ୍ୱରଙ୍କ ମୁଣ୍ଡ ଓ ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ସଂକଟାପନ୍ନ ଅବସ୍ଥାରେ ଦିଲେଶ୍ୱରଙ୍କୁ ବୁର୍ଲା ମେଡିକାଲରୁ ଏସସିସିବିକୁ ସ୍ଥାନାନ୍ତର କରାଯାଇଥିଲା ତେବେ […]
କଟକ/ଭୁବନେଶ୍ୱର : ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରୁ ବିଭ୍ରାଟ ଦେଖାଦେଇଛି। ଆଜି ମାତୃଭାଷା ବିଷୟରେ ପରୀକ୍ଷା ଚାଲିଥିବା ବେଳେ ହ୍ୱାଟ୍ସଅପ୍ରେ ଘୁରି ବୁଲିଥିଲା ପ୍ରଶ୍ନପତ୍ର। କେନ୍ଦ୍ରାପଡ଼ା ଆଳି ବଜାରରୁ ଏହା ଭାଇରାଲ ହୋଇଥିଲା। ଚାହୁଁ ଚାହୁଁ ପ୍ରଶ୍ନପତ୍ର ହ୍ବାଟ୍ସ ଅାପ୍ ମାଧ୍ୟମରେ ସାରା ରାଜ୍ୟରେ ପହଞ୍ଚି ଯାଇଥିଲା। ଏହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ପିଲାଙ୍କୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ହିଁ ପ୍ରଥମ ଦିନର ପରୀକ୍ଷା ସରିଛି । ପ୍ରଶ୍ନପତ୍ର ଭଲ ଥିବା […]
ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ସୁପ୍ରିମ୍କୋର୍ଟରେ ଚାଲୁଥିବା ଏହି ମାମଲା ଉପରେ ଆଜି ଶୁଣାଣି ହେବ। ମଧ୍ୟସ୍ଥତା ଜରିଆରେ ହିନ୍ଦୁ ଓ ମୁସଲିମ୍ ପକ୍ଷକୁ ଆପୋଷ ବୁଝାମଣା କରିବାକୁ ନେଇ ଶୁଣାଣି କରିପାରନ୍ତି କୋର୍ଟ। ଏହି ମାମଲାରେ ଶୀଘ୍ର ଫଇସଲା ପାଇଁ ଅଦାଲତଙ୍କ ତତ୍ତ୍ୱବଧାନରେ ଜଣେ ମଧ୍ୟସ୍ଥିଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଦିଆଯାଇପାରେ। ଗତ ୨୬ ତାରିଖରେ ମାମଲାର ଶେଷ ଥର ପାଇଁ ଶୁଣାଣି ହୋଇଥିଲା। ସୁପ୍ରିମ୍କୋର୍ଟ ପ୍ରଧାନ […]
ବଲାଙ୍ଗିର : ବାହାଘର ଉପହାରରେ ଆସିଲା ମୃତ୍ୟୁ। ଉତ୍କଣ୍ଠାରେ ଖୋଲୁଥିଲେ ବାହାଘରର ଗିଫ୍ଟ ପ୍ୟାକେଟ୍ । ଭୟଙ୍କର ବିସ୍ଫୋରଣରେ ଚାଲିଗଲା ଗିଫ୍ଟ ପ୍ୟାକେଟ୍ ଖୋଲୁଥିବା ବର ଓ ତାଙ୍କ ଜେଜେମା’ଙ୍କ ଜୀବନ। ଆଉ ଏହା ସହ ନବବିବାହିତା ପତ୍ନୀଙ୍କ ଅବସ୍ଥା ବି ଗୁରୁତର। ବଲାଙ୍ଗିର ପାଟଣାଗଡ଼ ଅନ୍ତର୍ଗତ ବ୍ରହ୍ମପୁରା ଗାଁରେ ଘଟିଛି ଏହି ଦେହଥରା ଘଟଣା । ଗିଫ୍ଟ ପ୍ୟାକେଟ୍ରେ କିଏ ଓ କାହିଁକି ଷଡ଼ଯନ୍ତ୍ରର ବାରୁଦ ଖଞ୍ଜିଥିଲା ତାହା ଜଣାପଡ଼ିନି ଏଯାଏ । ପୋଲିସ ସାଇଣ୍ଟିଫିକ୍ […]
ଭୁବନେଶ୍ୱର : ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କୁ ଆକ୍ରମଣ ଘଟଣାକୁ ନେଇ ଓଡ଼ିଶା ରାଜନୀତି ସରଗରମ୍ । ଏପି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜର ପ୍ରତିକ୍ରିୟାରେ କହିଛନ୍ତି , ‘ଗଣତନ୍ତ୍ରରେ ଅପରାଧର କୌଣସି ସ୍ଥାନ ନାହିଁ । ଓଡ଼ିଶାର ଲୋକମାନେ ଶାନ୍ତିପ୍ରିୟ । ଏଭଳି କାପୁରୁଷୋଚିତ କାର୍ଯ୍ୟକୁ ମୁଁ ଦୃଢ଼ ନିନ୍ଦା କରୁଛି । ’ ସୂଚନା ଅନୁସାରେ , ଗତକାଲି ବିଳମ୍ବିତ ରାତିରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ […]