ଜମ୍ମୁ-କଶ୍ମୀର : ଭାରତୀୟ ବାୟୁସେନାର MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଆଜି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍ ଅଂଚଳରେ ଉଡାଣ କରୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ହେଲିକପ୍ଟରଟି ଖସି ପଡ଼ିଛି। ସେଥିରେ ନିଆଁ ଲାଗି ଯିବାରୁ ପୂରା ଜଳି ଯାଇଛି। ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ୍ ପହଞ୍ଚିଛି ଏବଂ ୨ଟି ମୃତଦେହ ପଡ଼ିଥିବା ସ୍ଥାନୀୟ ପୁଲିସ୍ କହିଛି।
ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର ସୋଫିଆନ୍ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି। ଭାରତର ଅପରେସନ ବାଲାକୋଟ୍ ପରେ ୩ଜଣ ଆତଙ୍କବାଦୀ ସୀମା ପାର୍ କରି ପଶିଆସିଥିଲେ। ଏନେଇ ସୁରକ୍ଷାକର୍ମୀ ସୂଚନା ପାଇବା ପରେ ଭୋର ପ୍ରାୟ ୪ଟାରୁ ସେନା ପକ୍ଷରୁ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ଆତଙ୍କବାଦୀଙ୍କ ତରଫରୁ ଗୁଳିବିନିମୟ କରାଯାଇଥିଲା। ଯବାବରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଗୁଳିବିନିମୟ କରାଯାଇଥିଲା। ଏବେବି ସୋଫିଆନ୍ର ମିମାନ୍ଦର ଅଂଚଳରେ ସର୍ଚ୍ଚଅପରେସନ୍ […]
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ ଚାଲିଛି। ଦିନ ୧୨ଟା ସୁଦ୍ଧା ମୋଟ୍ ୨୫.୧୩ ପ୍ରତିଶତ ଭୋଟିଂ ହୋଇଛି। ପଶ୍ଚିମବଙ୍ଗରେ ୩୮.୨୬ ପ୍ରତିଶତ, ଦିଲ୍ଲୀରେ ୧୯.୫୫ ପ୍ରତିଶତ, ହରିୟାଣାରେ ୨୩.୨୬ ପ୍ରତିଶତ, ଉତ୍ତର ପ୍ରଦେଶରେ ୨୧.୭୫ ପ୍ରତିଶତ, ବିହାର ୨୦.୭, ଝାଡ଼ଖଣ୍ଡ ୩୧.୨୭ ଓ ମଧ୍ୟ ପ୍ରଦେଶ ୨୮.୨୫ ପ୍ରତିଶତ ମତଦାନ ହୋଇଛି।
ଚୀନ୍ : ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏବେ କୂଟନୈତିକ ସ୍ତରରେ ବି ପାକିସ୍ତାନକୁ ଘେରିବାକୁ ଭାରତର ଉଦ୍ୟମ। ଚୀନ୍ର ଉଜେନ୍ରେ ଆଜିଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ RIC ବା ରୁଷିଆ-ଇଣ୍ଡିଆ-ଚୀନ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇ ଅବଗତ କରାଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ। ସମ୍ମିଳନୀରେ ସୁଷମା ପୁଲଓ୍ୱାମା ଆକ୍ରମଣ ପ୍ରସଙ୍ଗ ଉଠାଇ ଭାରତ କାହିଁକି ଆତଙ୍କବାଦୀ ଶିବିର ଉପରେ ଏୟାର୍ ଷ୍ଟ୍ରାଇକ୍ କଲା ତାହା ଚୀନ୍ ଓ ରୁଷିଆର ବିଦେଶ […]
ଜମ୍ମୁ -କଶ୍ମୀର : ବାଲାକୋଟ୍ରେ ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଗତକାଲି ରାତିରୁ LOCରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷା ଜାରି ରହିଛି। ଜମ୍ମୁ ଓ କଶ୍ମୀରର ନୌସେରା ଓ ଅଖନୁର୍ ସେକ୍ଟରରେ ପାକିସ୍ତାନ ପଟୁ ବ୍ୟାପକ ଗୁଳିଗୋଳା ବର୍ଷା ସାଙ୍ଗକୁ ମୋର୍ଟାର ମାଡ଼ ବି ହେଉଛି ଅଖନୁର୍ରେ ଭାରତୀୟ ସେନାର ୫ ଜଣ ଯବାନ ଆହତ ହୋଇଛନ୍ତି। ପୁଞ୍ଛରେ ପାକ୍ ଗୁଳିରେ ୨ଟି ଘର ଜଳିଯାଇଛି। […]
ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ମତଦାନ ହେଉଛି। ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ଚାଲିଛି। ସକାଳ ୯ଟା ସୁଦ୍ଧା ବିହାରରେ ୯.୦୩ ପ୍ରତିଶତ ମତଦାନ ହୋଇଥିବା ବେଳେ ହରିୟାଣାରେ ୩.୭୪ ପ୍ରତିଶତ, ମଧ୍ୟ ପ୍ରଦେଶରେ ୪.୦୧, ଉତ୍ତର ପ୍ରଦେଶ ୬.୮୬, ପଶ୍ଚିମବଙ୍ଗରେ ୬.୫୮, ଝାଡ଼ଖଣ୍ଡରେ ୧୨.୪୫ ଓ ଦିଲ୍ଲୀରେ ୩.୭୪ ପ୍ରତିଶତ ଭୋଟିଂ ହୋଇଛି।
କୋଲକାତା: ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କୁ ଟିଏମସି ସମର୍ଥକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘାଟାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ତଥା ରାଜ୍ୟର ପୂର୍ବତନ ଆଇପିଏସ ଅଫିସର ଭାରତୀ ଘୋଷ ଏହି ଆକ୍ରମଣର ଶିକାର ହୋଇଛନ୍ତି। ସମସ୍ତ ବୁଥରେ କେନ୍ଦ୍ରୀୟ ସୁରକ୍ଷା ବଳୟ ନିୟୋଜିତ ହୋଇଥିବା ବେଳେ ଟିଏମସି କର୍ମୀ କିନ୍ତୁ ଏପରି କାଣ୍ଡ ଭିଆଇଛନ୍ତି। ଆଜି ଷଷ୍ଠ ପର୍ଯ୍ୟାୟ ପାଇଁ ନିର୍ବାଚନ ଚାଲିଥିବା ବେଳେ ଭାରତୀ ଘୋଷ ନିଜ ସଂସଦୀୟ କ୍ଷେତ୍ରର ଚନ୍ଦଖଲି ଅଞ୍ଚଳର କେଶପୁର […]
ଇସ୍ଲାମାବାଦ୍ : ଭାରତୀୟ ବାୟୁସେନା ଆକ୍ରମଣ ପରେ ରାଗରେ ପାକିସ୍ତାନ। ବଲିଉଡ ସିନେମା ରିଲିଜ୍ ଉପରେ ଜାରି କରିଛି କଟକଣା। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ। ପାକିସ୍ତାନ ଇଲେକ୍ଟ୍ରୋନିକ୍ ମିଡିଆ ରେଗୁଲେଟୋରୀ ଅଥରିଟି ବା PEMRAକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା ସେ ଉଲ୍ଲେଖ କରିଛନ୍ତି। ସେହିପରି ଭାରତୀୟ ବିଜ୍ଞାପନ ଉପରେ ବି ରୋକ୍ ଲଗାଇବାକୁ […]