ନୂଆଦିଲ୍ଲୀ : ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍ କୁମାର ମହାନ୍ତିଙ୍କୁ ସମ୍ମାନଜନକ ଭାବା ଆଣବିକ ଗବେଷଣା କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଡକ୍ଟର ମହାନ୍ତିଙ୍କ ନିଯୁକ୍ତି ନେଇ ନିଯୁକ୍ତ ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଏହି ନିଷ୍ପତ୍ତି ନେଇଛି। ଅଜିତ୍ ମହାନ୍ତି ତିନି ବର୍ଷ ପାଇଁ ମୁମ୍ବାଇ ସ୍ଥିତ ଏହି ଗବେଷଣା କେନ୍ଦ୍ରର ଦାୟିତ୍ୱରେ ରହିବେ। ସେ ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ର ଫିଜିକ୍ସ ବିଭାଗ ଓ କୋଲକାତା ସ୍ଥିତ ସାହା ଇନଷ୍ଟିଟ୍ୟୁଟ୍ ଅଫ୍ […]
ଭୁବନେଶ୍ୱର: ଖ୍ୟାତନାମା ଅଭିନେତ୍ରୀ ଶ୍ରୀଦେବୀଙ୍କ ବିୟୋଗରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତାଙ୍କୁ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ସ୍ୟାଣ୍ଡ୍ ଆଣ୍ଡ ଆର୍ଟ ଅନୁଷ୍ଠାନ ପକ୍ଷରୁ ଶ୍ରୀଦେବୀଙ୍କ ସୁନ୍ଦର ବାଲୁକା ଚିତ୍ର କରାଯାଇ ତାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। Tribute to one of the brightest star of Indian cinema #Sridevi . My SandArt at Puri beach in Odisha with message "We […]
ପାରାଦୀପ: ପାରାଦୀପରେ ବାର୍ଡ ଫ୍ଲୁ ବ୍ୟାପିବା ପରେ କୁକୁଡ଼ା ମରା ଅଭିଯାନ ଆରମ୍ଭ ହୋଇଛି। ଗତକାଲି ପ୍ରଥମ ଦିନରେ ଦୁଇ ଶହ କୁକୁଡା ସହ ବହୁ ଅଣ୍ଡା ମାଟିରେ ପୋତାଯାଇଛି। କାଉ ଓ କୁକୁଡା ମଡକ ପରେ ରକ୍ତ ନମୁନା ସଂଗ୍ରହ କରାଯାଇ ଭୋପାଳ ପରୀକ୍ଷାଗାର ପଠାଯାଇଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଅଞ୍ଚଳର ଲୋକଙ୍କ ମଧ୍ୟରେ ଛନକା ପଶିଛି। ଅନ୍ୟପକ୍ଷରେ, ବାର୍ଡ ଫ୍ଲୁକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। […]
ଭୁବନେଶ୍ୱର: ଆଗାମୀ ରାଜ୍ୟସଭା ନିର୍ବାଚନ ନେଇ କାର୍ଡ ଖୋଲିଲା ବିଜେଡି। ଓଡ଼ିଶାରୁ ଖାଲି ପଡୁଥିବା ୩ଟି ସିଟ୍ ଲାଗି ବିଜେଡି ରାଜନୈତିକ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବ। ଆଜି ଦିଲ୍ଲୀରୁ ଫେରିବା ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଠିକ୍ ସମୟରେ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବ। ସେହିପରି ବିଜେପୁର ଉପ ନିର୍ବାଚନରେ ବୃହତ୍ତ ବ୍ୟବଧାନ ବିଜୟ ନେଇ ଆଶାବାଦୀ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ସଭା ନିର୍ବାଚନ ଲାଗି ମାର୍ଚ୍ଚ ୫ରେ ବିଜ୍ଞପ୍ତି ପ୍ରକାଶ […]
ବରଗଡ଼: ଗତକାଲି ବିଜେପୁର ଉପ-ନିର୍ବାଚନ ପାଇଁ ମତଦାନ ସରିବା ପରେ ଇଭିଏମ୍ ଭିତରେ ସିଲ୍ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ। ମତଦାନ ପରେ ଇଭିଏମ୍ ଗୁଡିକୁ ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ହୋଇଥିବା କାଉଣ୍ଟିଂ ସେଣ୍ଟରକୁ ନିଆଯାଇଛି। ଏକ କଂପାନୀ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର କଡ଼ା ପହରା ଭିତରେ ଷ୍ଟ୍ରଙ୍ଗ ରୁମରେ ଇଭିଏମ ଗୁଡିକୁ ରଖାଯାଇଛି। ଆସନ୍ତା ବୁଧବାରରେ ଭୋଟ ଗଣତି ହେବାକୁ ଥିବାବେଳେ ଫଳାଫଳ ମଧ୍ୟ ସେହିଦିନ ଘୋଷଣା କରାଯିବ। ବିଜେପୁର, ଗାଇସିଲାଟ ଓ ବରପାଲି ବ୍ଲକ ଓ […]
ନୂଆଦିଲ୍ଲୀ: ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜ୍ଞାନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଆଜି ଜାତୀୟ ବିଜ୍ଞାନ ଦିବସ ହୋଇଥିବାରୁ ମୋଦି କହିଛନ୍ତି, ମାନବ ସମାଜର ମଙ୍ଗଳ ପାଇଁ ବିଜ୍ଞାନର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଯୁବପୀଢ଼ି ସତ୍ୟ ଓ ଜ୍ଞାନର ଅନ୍ୱେଷଣରେ ପ୍ରେରିତ ହୁଅନ୍ତୁ। ଯୁବ ପୀଢ଼ି ବିଜ୍ଞାନର ସହାୟତାରେ ସମାଜର ସେବା କରିପାରିବେ। ମୋଦି ଆହୁରି ମଧ୍ୟ କହିଛନ୍ତି, ଡିଜାଷ୍ଟର ମ୍ୟାନେଜମେଣ୍ଟରେ ଭାରତ ପଡ଼ୋଶୀଙ୍କୁ ସହଯୋଗ କରୁଛି। ଗୋବର ଓ ଆବର୍ଜନାର […]
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସ୍ ତନାଘନା ଚଲାଇଛି। ପ୍ରାଥମିକ ତଦନ୍ତରୁ ପାର୍ସଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। ତାଙ୍କ ନାଁ ଆର.କେ. ଶର୍ମା। ଏହି ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ପାଇଁ ପୋଲିସ୍ ମୃତ ସୌମ୍ୟଶେଖରଙ୍କ ବାପାଙ୍କୁ ପଚରାଉଚରା ଆରମ୍ଭ କରିଦେଇଛି। ଏହି ଘଟଣାରେ ସୌମ୍ୟଶେଖର ଓ ତାଙ୍କ ଜେଜେମାଆଙ୍କ ମୃତ୍ୟୁ ଘଟିଛି। ସୌମ୍ୟଙ୍କ ପତ୍ନୀ ରୀନା ରାଣୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଆଜି ବୁର୍ଲାରୁ କଟକ ବଡ଼ ଡାକ୍ତରଖାନାକୁ […]
ଭୁବନେଶ୍ୱର: ସୁପର ସଣ୍ଡେରେ ଇଣ୍ଡିଆନ୍ ସୁପରଲିଗ୍ (ଆଇଏସଏଲ)ର ସୁପର ମ୍ୟାଚ୍। ସାମ୍ନା ସାମ୍ନି ହେବେ ଦୁଇ ଷ୍ଟିଲ୍ ଡର୍ବି ଟିମ୍ ଜାମସେଦପୁର ଫୁଟବଲ କ୍ଲବ ଏବଂ ବେଙ୍ଗାଲୁରୁ ଫୁଟବଲ କ୍ଲବ। କଳିଙ୍ଗ ଷ୍ଟାଡ଼ିୟମ ଜାମସେଦପୁରର ନୂଆକରି ହୋମ ଟର୍ଫ ହୋଇଛି। ପୂର୍ବରୁ ଆଏସ୍ଏଲ୍ରେ ଏହି ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଲିଗ ମ୍ୟାଚରେ ଜାମସେଦପୁର ୧-୦ ଗୋଲରେ ବିଜୟୀ ହୋଇଥିଲା। ତାର ପ୍ରତିଶୋଧ ନେବାକୁ ଆଜି ଚେଷ୍ଟା କରିବ ବେଙ୍ଗାଲୁରୁ । ଜାମସେଦପୁର ବର୍ତ୍ତମାନ ସୁଦ୍ଧା […]
ପାଟଣାଗଡ଼: ନୂଆ ଏକ ଜୀବନ ଆରମ୍ଭ ହେଉଥିଲା। ପାଦରେ ପାଦ ମିଶେଇ ସାରା ଜୀବନ ଆଗକୁ ବଢିବାର ସଂକଳ୍ପ କଢ଼ ମେଲୁଥିଲା। ଡେଣା ଝାଡୁଥିଲା କେତେ କେତେ ଅସୁମାରୀ ସ୍ୱପ୍ନ। ସୌମ୍ୟଶେଖର ଆଉ ରୀନାଙ୍କ ଏ ଯୋଡ଼ିକୁ ଯିଏ ଦେଖୁଥିଲା ଘଡ଼ିଏ ଚାହୁଁଥିଲା। ହେଲେ ଏ ଖୁସିକୁ ୫ ଦିନ ବି ପୂରିଲାନି। ସଦ୍ଦିଚ୍ଛା ଛଳରେ ଆସିଥିବା ମୃତ୍ୟୁର ଉପହାରରେ ଜଳିଗଲା ଜୀବନ। ଛାରଖାର ହୋଇଗଲା ସବୁ କିଛି। ଘଟଣାର ଦିନକ ପରେ ସାଇଣ୍ଟିଫିକ୍ ଟିମ୍, ସମ୍ବଲପୁର […]
ଭୁବନେଶ୍ୱର : ମାତୃଭାଷା ପ୍ରଶ୍ନପତ୍ର ହ୍ୱାଟ୍ସଆପ୍ରେ ଭାଇରାଲ୍ ହେବା ପରେ ଚେତା ପଶିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗର। ଆଗକୁ ଥିବା ପରୀକ୍ଷାରେ ଯେପରି ଭୁଲ୍ ନହେବ ସେନେଇ ବୋର୍ଡ ପକ୍ଷରୁ ଜାରି କରାଯାଇଛି ଗାଇଡ୍ ଲାଇନ୍। ଗତକାଲି କିନ୍ତୁ ପ୍ରଶ୍ନପତ୍ର ଲିକ୍କୁ ନେଇ ଉଭୟ ମନ୍ତ୍ରୀ ଓ ସଚିବ ଅସ୍ୱୀକାର କରିଥିଲେ। ଏପଟେ ବାକି ଥିବା ପରୀକ୍ଷାଗୁଡିକ କିପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ, ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ତିନି ସୂତ୍ରୀ ଗାଇଡ୍ […]
ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ସମାଧାନ ପାଇଁ କୋର୍ଟଙ୍କ ଦ୍ୱାରା ମଧ୍ୟସ୍ଥି ନିଯୁକ୍ତ କରାଯିବ କି ନାହିଁ ସେ ସଂପର୍କିତ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ସେହପରି ଯଦି ଆଲୋଚନା ପାଇଁ ମଧ୍ୟସ୍ଥି ନିଯୁକ୍ତ କରାଯାଏ, ଆପୋଷ ବୁଝାମଣାକୁ କୋର୍ଟ ନିଜେ ତତ୍ତ୍ୱାବଧାନ କରିବେ କି ନାହିଁ, ତା ଉପରେ ବି ରାୟ ସଂରକ୍ଷିତ ରଖିଛନ୍ତି। ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ହିନ୍ଦୁ ମହାସଭା, ଆପୋଷ ବୁଝାମଣାକୁ ବିରୋଧ କରୁଥିବା ବେଳେ ଅପରପକ୍ଷ […]
ଭୁବନେଶ୍ୱର: ରାଜନୈତିକ ହିଂସାରେ ଗଡ଼ିଲା ମୁଣ୍ଡ । ୨ଦିନ ଧରି ମୃତ୍ୟୁ ସହ ସଂଗ୍ରାମ ପରେ ଆଖିବୁଜିଲେ ସୋହେଲା ବନାବିରା ଆକ୍ରମଣର ଅନ୍ୟ ଜଣେ ଆହତ ଦିଲେଶ୍ୱର ସାହୁ। ବୁର୍ଲା ମେଡ଼ିକାଲରୁ କଟକ ଏସସିବିକୁ ସ୍ଥାନାନ୍ତରର କେଇ ମିନିଟ୍ ପରେ ଚାଲିଗଲା ଦିଲେଶ୍ୱରଙ୍କ ପ୍ରାଣବାୟୁ। ଆଉ ଏପଟେ ରାଜନୀତିର ଚକ୍ରବ୍ୟୁହରେ ସ୍ୱାମୀଙ୍କୁ ହରାଇଥିବା ପତ୍ନୀ ଆଖିର ଲୁହ ବୋଲ ମାନୁନି । ଫାଟିପଡ଼ୁଛି ଆତ୍ମୀୟସ୍ୱଜନଙ୍କ କୋହ। ଦିଲେଶ୍ୱରଙ୍କ ମୃତ୍ୟୁ ପରେ ପତ୍ନୀ ଆରତୀଙ୍କ ମୁଣ୍ଡ ଉପରେ ଏବେ […]
ପୁରୀ: ପୁରୀରେ ଚାଲିଛି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ‘ବାୟୋଅଫ’। ଉତ୍ସବର ତୃତୀୟ ଦିନର ଆକର୍ଷଣ ଥିଲା ଓଡିଆ ଚଳଚ୍ଚିତ୍ର ‘ଡଗମା’। ଆଜିର ସମାଜରେ ମଧ୍ୟ ଗ୍ରାମାଞ୍ଚଳର ଲୋକେ କିଭଳି ଅନ୍ଧବିଶ୍ୱାସର ଶିକାର ହୋଇ ଗୁଣି ଗାରେଡି, ଡାଆଣି ଓ ମଣିଷ ଦେହରେ ଠାକୁର ଲାଗିବା ଉପରେ ବିଶ୍ୱାସ କରନ୍ତି, ତାକୁ ନେଇ ଫିଲ୍ମଟି ପର୍ଯ୍ୟବେଶିତ ହୋଇଛି। ଏହି ଚଳଚିତ୍ରଟିକୁ ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଅଙ୍କିତ। ଏହାସହ ମହୋତ୍ସବରେ ବିଦେଶୀ ଚଳଚିତ୍ର ‘ଏକ୍ସଟ୍ରାଅଡିନାରୀ’, ଭୁବନେଶ୍ୱରରୁ ଅାନିମେସନ ଚଳଚିତ୍ର ପ୍ରମୂଖ ପ୍ରଦର୍ଶିତ […]
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ପରୀକ୍ଷକମାନେ ମୋବାଇଲ ବ୍ୟବହାର କରିପାରିବେନି। ଏନେଇ ଜାରି ହୋଇଛି କଟକଣା। କିନ୍ତୁ ଏହାକୁ କେତେକ ପରୀକ୍ଷାକେନ୍ଦ୍ରରେ ପାଳନ କରାଯାଉନଥିବା ନଜରକୁ ଅାସିଛି। ତେବେ ଏହାକୁ କଡାକଡି ପାଳନ କରିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଅାଯାଇଛି। ପରୀକ୍ଷକମାନେ କୌଣସି ପରିସ୍ଥିତିରେ ପରୀକ୍ଷା ହଲରେ ନିଜ ପାଖରେ ମୋବାଇଲ ରଖିପାରିବେ ନାହିଁ। ଏପରିକି ବନ୍ଦ ଥିବା ମୋବାଇଲ ପାଖରେ ମଧ୍ୟ ରଖିପାରିବେ ନାହିଁ। ପରୀକ୍ଷାର୍ଥୀମାନଙ୍କୁ ଚିହ୍ନଟ କରିବାକୁ ଅାସିଥିବା ଶିକ୍ଷକମାନେ […]
ଭୁବନେଶ୍ୱର: ଅାଜିଠାରୁ ୨ଦିନିଅା ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଡାକରା କ୍ରମେ ନବୀନ ଦିଲ୍ଲୀ ଯାଉଥିବା ସୂଚନା ମିଳିଛି। କାର୍ଯ୍ୟସୂଚି ଅନୁସାରେ, ଅାଜି ସଂଧ୍ୟା ୬ଟା୧୫ମିନିଟ୍ରେ ନବୀନ ରାଷ୍ଟ୍ରପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ତେବେ ରାଷ୍ଟ୍ରପତି କେଉଁ କାରଣ ପାଇଁ ନବୀନଙ୍କୁ ଦିଲ୍ଲୀ ଡକାଇଛନ୍ତି ଏବଂ ଉଭୟଙ୍କ ମଧ୍ୟରେ କେଉଁ ପ୍ରସଙ୍ଗ ନେଇ ଅାଲୋଚନା ହେବ ସେ ନେଇ କିଛି ସୂଚନା ମିଳିନି। ଅାସନ୍ତାକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ଫେରିବେ।
ବରଗଡ଼ : ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ। ନିଜ ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ସବୁଠି ଭୋଟରଙ୍କ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି। ବିଜେପୁର, ଗାଇସିଲାଟ, ବରପାଲି ବ୍ଲକ ଓ ବରପାଲି ଏନଏସିର ସବୁ ମତଦାନ କେନ୍ଦ୍ରରେ ଭୋଟରମାନେ ସାଙ୍ଗରେ ପରିଚୟପତ୍ର ଧରି ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ସକାଳ ୮ଟାରୁ ଅାରମ୍ଭ ହୋଇଥିବା ମତଦାନ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ। ଅପରାହ୍ନ ୩ଟା ସୁଦ୍ଧା ୫୫ପ୍ରତିଶତ ମତଦାନ ସୂଚନା ମିଳିଛି। ଭୋଟିଂ ଅାରମ୍ଭରୁ […]