ସିଲଂ: ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ର ଅଧ୍ୟକ୍ଷ କନରାଡ଼ ସାଙ୍ଗାମା ଆଜି ମେଘାଳୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଙ୍ଗା ପ୍ରସାଦ ସାଙ୍ଗାମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲେ। କନରାଡ଼ ସାଙ୍ଗାମା ସମେତ ୧୧ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ। ମେଘାଳୟରେ ୨ଟି ସିଟ୍ ବିଜେପିକୁ […]
ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ଏକ ପୂଜାସାମଗ୍ରୀ ଦୋକାନ ଜଳିଯାଇଛି। ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ ଲିଭାଉଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସଟ୍ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରଯାଉଛି। ଦୋକାନରେ ଘିଅ, ତେଲ ଓ କପୂର ଥିବାରୁ ନିଆଁ ଶୀଘ୍ର ବ୍ୟାପି ଯାଇଥିଲା। ପ୍ରାୟ ଲକ୍ଷାଧିକ ଟଙ୍କାର ପୂଜାସାମଗ୍ରୀ ଜଳିଯାଇଥିବା ଅନୁମାନ କରାଯାଉଛି।
ଭୂବନେଶ୍ୱର: ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଜାଗା ଖୋଜା। ଭୁବନେଶ୍ୱର ତୋଷାଳି ଭବନରେ ହୋଇପାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି କରାଯାଇଛି। ଭୁବନେଶ୍ୱରର ତୋଷାଳି ଭବନରେ ପୂର୍ବରୁ ଚାଲୁଥିବା ଆଇଆଇଟି ଭୁବନେଶ୍ୱର ସ୍ଥାନକୁ ଦିଆଯାଉ ବୋଲି ଚିଠିରେ ଏଥିରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟ ଲାଗି ୫୦ […]
ଭୁବନେଶ୍ୱର: ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଓଡିଶା ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା। ଏହି ବାଣିଜ୍ୟ ମେଳାରେ ରାଜ୍ୟ ସହିତ ବିଦେଶର ୩୦ଟି ଶିଳ୍ପସଂସ୍ଥା ମାନେ ଯୋଗଦେଇଛନ୍ତି। ଚଳିତ ବର୍ଷ ପ୍ରଥମ କରି ଇରାନ, ବାଂଲାଦେଶ ଓ ଦକ୍ଷିଣ କୋରିଆ ଓ ଜର୍ମାନ ପ୍ରଭୃତି ଦେଶରୁ ପ୍ରାୟ ୩୦ ଟି ଶିଳ୍ପସଂସ୍ଥା ଯୋଗଦେଇଛନ୍ତି। ଏଥିରେ ୬ ଟି ପାଭିଲିଅନ ରେ ନିର୍ମିତ ପ୍ରାୟ ୩୫୦ ଟି ଷ୍ଟଲ ରେ ଏମଏସଏମଇ ଶିଳ୍ପୋଦ୍ୟୋଗୀ ଓ ଷ୍ଟାର୍ଟଅପ ମାନେ […]
ରାଉରକେଲା: ରାଉରକେଲା ସାରନଗରୀ ଅଞ୍ଚଳରେ ମଦୁଆ ବରକୁ ମଙ୍ଗୁଳା କନ୍ୟା ବାହା ହେବାକୁ ମନା କରିବା ପ୍ରସଙ୍ଗରେ ନୂଆ ମୋଡ଼। ଥାନାରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ ଶେଷରେ ଥାନାରେ ମାଳା ଅଦଳବଦଳ କରିଛନ୍ତି ବରକନ୍ୟା। କିଛି ସାମାଜିକ କର୍ମୀ ଓ ଉଭୟ ପରିବାର ବସି ବିବାଦର ସମାଧାନ କରିବା ସହ ଥାନାରେ ଉଭୟଙ୍କ ବାହାଘର କରିଥିବା କନ୍ୟାଙ୍କ ଭାଇ ଶମ୍ଭୁନାଥ ପଣ୍ଡା ସୂଚନା ଦେଇଛନ୍ତି। ଏପରିକି ଆଜି ପୁଅ ଘର ପକ୍ଷରୁ ହେବାକୁ ଥିବା […]
କୋରାପୁଟ: କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚିଲା ଅକ୍ସିଜେନ୍। ଗତକାଲି ରାତିରେ ବିଶାଖାପାଟଣାରୁ ଅକ୍ସିଜେନ ସିଲିଣ୍ଡର ଆସି ପହଞ୍ଚିଥିବା ସୂଚନା ମିଳିଛି। ପୁରା ଦକ୍ଷିଣ ଓଡ଼ିଶାର ଆରୋଗ୍ୟ କେନ୍ଦ୍ର ଭାବେ ପରିଚିତ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବ ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏମିତିକି ଅକ୍ସିଜେନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ସେପଟେ ଗତ […]
ପାଣାଜି : ଗୋଆ ବିଧାନସଭାର ବାଚସ୍ପତି ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦଙ୍କୁ ତାଙ୍କ ଉତ୍ତରାଧିକାରୀ ଦାୟିତ୍ୱ ମିଳିପାରେ। ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ରାତିରେ ପ୍ରମୋଦ ସାଓ୍ୱନ୍ତ ଶପଥ ନେଇପାରନ୍ତି। ୨ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ବିଜେପିର ୨ ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସୁଧିନ ଧାଓ୍ୱଲକର ଓ ଗୋଆ ଫରଓ୍ୱାର୍ଡ ପାର୍ଟିର ବିଜୟ ସରଦେସାଇଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିପାରେ। […]
ପାଟଣାଗଡ଼ : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା। ବର୍ଷକ ତଳୁ ବର ସୌମ୍ୟଶେଖରଙ୍କ ପାଖକୁ ଆସିଥିଲା ହତ୍ୟା ଧମକ। ବିବାହ ଠିକ୍ ହୋଇଥିବା ଯୁବତୀ ରୀମାଙ୍କୁ ବାହା ହେଲେ ଫଳାଫଳ ଭୟାନକ ହେବ ବୋଲି ଫୋନରେ କେହି ଅଜଣା ବ୍ୟକ୍ତି ସୌମ୍ୟ ଶେଖରକୁ ଧମକ ଦେଇଥିଲେ। ପୋଲିସର ଖୋଳତାଡ଼ ବେଳେ ତାଙ୍କ ସଂପର୍କୀୟ ଭଣଜା ପପୁ ଏହି ସୂଚନା ଦେଇଛି। ଗତକାଲି ରାତିରେ ପୋଲିସ ପପୁଙ୍କୁ ଘଟଣା ସଂପର୍କରେ ପଚରା ଉଚରା କରିଥିଲା। ବାହାଘରର […]
ଭୁବନେଶ୍ୱର : ରବିନାଙ୍କ ରୂପଚର୍ଯ୍ୟା ଟିପ୍ସ। ତା ପୁଣି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ। ଯେଉଁଠିକୁ କ୍ୟାମେରା ଓ ମୋବାଇଲ୍ ବ୍ୟାନ, ଠିକ୍ ସେହି ସ୍ଥାନରେ ଚାଲିଛି ଖୁଲମ୍ଖୁଲା ସୁଟିଂ। ଭକ୍ତ, ପୋଲିସ୍ ଓ ସେବାୟତ, ସମସ୍ତେ ଦେଖୁଛନ୍ତି, ହେଲେ କାହାରି ଯେମିତି ରୋକିବାକୁ ଯୁ ନାହିଁ। ପାର୍ବତୀ ମନ୍ଦିର ମୁଖାଶାଳା ଆଗରେ ପାଖାପାଖି ୩ ମିନିଟ୍ ଯାଏଁ ଏଭଳି ରୂପଚର୍ଯ୍ୟା ଟିପ୍ସ ଦେଉଥିଲେ ରବୀନା। ଯାହାକୁ ଜଣେ ସହଯୋଗୀ ମୋବାଇଲ୍ରେ କଏଦ କରୁଥିଲେ। ଯାହାକି ଏବେ […]
ନୂଆ ଦିଲ୍ଲୀ : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍। ସେ ଅଭିଯୋଗ କରିଛନ୍ତି,ଏତଲା ହୋଇନଥିଲେ ବି ଅନ୍ୟ ମାମଲାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ଇଡି ଓ ସିବିଆଇ। ଯେହେତୁ INX ମାମଲାରେ ତାଙ୍କ ନାଁରେ ଏତଲା ହୋଇଛି ଓ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି, କେବଳ ଏହି ମାମଲାରେ ହିଁ ତାଙ୍କୁ ପଚରା ଉଚରା କରାଯିବା ଉଚିତ। ତାହା ନ […]
ରାଉରକେଲା : ରାଉରକେଲା ସାରନଗରରେ ଅଭାବନୀୟ କାଣ୍ଡ। ଏକ ବାହାଘରରେ ବର ଓ ବରଯାତ୍ରୀ ମଦ୍ୟପାନ କରିବାରୁ ଝାମେଲା। ଶେଷରେ ସେହି ବରକୁ ବାହା ହେବାକୁ ମନା କଲେ କନ୍ୟା। ଟାଙ୍ଗରପାଲ୍ଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବନ୍ଧମୁଣ୍ଡାର ଶଙ୍କର ପଣ୍ଡା ଗତକାଲି ସାରନଗରକୁ ବାହାହେବା ପାଇଁ ଯାଇଥିଲେ। କିନ୍ତୁ ବର ଓ ବରଯାତ୍ରୀ ମଦ୍ୟପାନ କରି ଆସିଥିବାରୁ ବାହାଘର ପୂର୍ବରୁ ବାନ୍ତି କରିଥିଲେ। ଏହାପରେ ଭୋଜି ଖାଇବାକୁ ନେଇ ଝଗଡ଼ା ହେବାରୁ ବରପକ୍ଷ ଲୋକେ କନ୍ୟାଙ୍କ […]
ନୂଆ ଦିଲ୍ଲୀ : ଷ୍ଟାଫ୍ ସିଲେକ୍ସନ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଦାବି। ଏଥିପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏହା ସହିତ ଛାତ୍ରଛାତ୍ରୀମାନେ ଆଉ ଥରେ ପରୀକ୍ଷା କରାଇବାକୁ ଦାବି କରିଛନ୍ତି। ପରୀକ୍ଷାର୍ଥୀମାନେ ଷ୍ଟାଫ୍ ସିଲେକ୍ସନ କମିଶନ ଅଫିସ ଆଗରେ ଧାରଣା ମଧ୍ୟ ଦେଇଛନ୍ତି। ଫେବ୍ରୁଆରି ୨୭ ତାରିଖରୁ ଦିଲ୍ଲୀରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଫେବ୍ରୁଆରି୨୧ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଖାଲି ପଡୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ। ୧୩ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ପରେ ୧୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ ଏବଂ ଆବଶ୍ୟକ ହେଲେ ମାର୍ଚ୍ଚ ୨୩ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଓଡ଼ିଶାରୁ […]
ପାଣାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମିରାମାର ବିଚ୍ରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପାରିକରଙ୍କ ପାର୍ଥୀବ ଶରୀର ପାଞ୍ଜିମ ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରୁ ଏକ ଶୋଭାଯାତ୍ରାରେ କଳା ଏକାଡେମୀକୁ ନିଆଯାଇଥିଲା। ସେଠାରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ପାରିକରଙ୍କ ଅନ୍ତିମ ଦର୍ଶନ ପାଇଁ ଅନେକ ନେତା, ମନ୍ତ୍ରୀ, ଶୁଭେଚ୍ଛୁ, ସମର୍ଥକଙ୍କ ଭିଡ଼ ଲାଗି ରହିଥିଲା। ନିଜର ପ୍ରିୟ ଜନନାୟକଙ୍କ ଅନ୍ତିମ […]
ନୂଆଦିଲ୍ଲୀ: ଦିବଂଗତ ବଲିଉଡ଼ ତାରକା ଶଶି କପୁର ଓ ଶ୍ରୀଦେବୀଙ୍କୁ ଓସ୍କାରର ୯୦ତମ ଏକାଡ଼େମୀ ପୁରସ୍କାର ସମାରୋହରେ ସ୍ମରଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମେମୋରିୟମ୍ ମୋଣ୍ଟେଜରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗତ ବର୍ଷ ପରଲୋକ ଘଟିଥିବା ଅନ୍ୟ କଳାକାରମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବଲିଉଡ଼ ଫିଲ୍ମ ବ୍ୟତୀତ ଶଶି କପୁର ଆହୁରି ଅନେକ ଫିଲ୍ମ ଯଥା ‘ଦ ହାଉସ ହୋଲଡର’, ‘ସେକ୍ସପିୟର୍ ୱାଲାଃ’, ‘ହିଟ୍ ଆଣ୍ଡ ଡଷ୍ଟ’ ଭଳି […]
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମିସା ଭାରତୀ ଓ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କ ବିରୋଧରେ ସମନ ଜାରି ପରେ ସେମାନେ ଆଜି କୋର୍ଟରେ ହାଜର ହୋଇଥିଲେ। ଜାମିନ ବଦଳରେ ସେମାନଙ୍କୁ ବନ୍ଧକ ସ୍ୱରୂପ ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ଏକ ପର୍ସନାଲ ବଣ୍ଡ ସହ କୋର୍ଟର ବିନା ଅନୁମତିରେ […]
ଭୁବନେଶ୍ୱର: ୬ ବର୍ଷ ପୁରଣ କରିଥିବା ସମସ୍ତ ଠିକା ଶିକ୍ଷା ସହାୟକ ମାନଙ୍କୁ ନିୟମିତ କରିବା ପାଇଁ ଓଡିଶା ପ୍ରାଥମିକ ଶିକ୍ଷକ ସଂଘ ଦାବି କରିଛି। ଶିକ୍ଷା ସହାୟକ ଭାବେ ୩ ବର୍ଷ କାର୍ଯ୍ୟ କଲେ କନିଷ୍ଠଶିକ୍ଷକ ଓ କନିଷ୍ଠଶିକ୍ଷକ ଭାବେ ୩ ବର୍ଷ କାମ କଲେ ନିୟମିତ ଶିକ୍ଷକ ହେବ ବୋଲି ନିୟମ ଥିଲେ ମଧ୍ୟ ସରକାର ଏହି ନିୟମ କୁ ପାଳନ କରୁନାହାନ୍ତି। ଏହା ସହିତ ୬ ବର୍ଷ ଠିକା ଭାବେ କାର୍ଯ୍ୟ କରିଥିବା […]
ନୂଆଦିଲ୍ଲୀ: ନାଗାଲାଣ୍ଡ ଓ ତ୍ରିପୁରା ଭଳି ମେଘାଳୟରେ ବି ସରକାର ଗଠନ କରିବାକୁ ଯାଉଛି NDA। ନିର୍ବାଚନରେ ଅଧିକ ସିଟରେ କଂଗ୍ରେସର ବିଜୟ ସତ୍ତ୍ୱେ BJP ସମର୍ଥନରେ ମେଘାଳୟରେ ସରକାର ଗଢିବ NPP। NPP ନେତା କନ୍ରାଡ୍ ସାଙ୍ଗମା ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ନେଇ ଦାବି ଜଣାଇଛନ୍ତି NPPକୁ BJP, UDP ଓ HSPDP ସମର୍ଥନ ଜଣାଇଥିବା ନେଇ ଦାବି ରଖିଛନ୍ତି। ଆସନ୍ତା ୬ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ କନ୍ରାଡ୍ ସାଙ୍ଗାମା ଶପଥ ନେଇପାରନ୍ତି। ମେଘାଳୟ ବିଧାନସଭା […]
ଭୁବନେଶ୍ୱର: ବିଜେପୁରରେ ବିଜେଡି ଭୋଟ କିଣି ଜିତିଛି ବୋଲି ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେପୁର ବିଜୟ ଜିଣା ନୁହେଁ ବରଂ କିଣାଯାଇଛି ବୋଲି କହିଛନ୍ତି ଜୁଏଲ। ଜୁଏଲଙ୍କ ଜବାବରେ କୃଷିମନ୍ତ୍ରୀ କହିଛନ୍ତି, ଆମେ ୫୦୦ ଦେଲେ ବିଜେପି ୨ ହଜାର ଟଙ୍କା ଦେଇଛି। ବିଜେଡିକୁ SBI ଓ ବିଜେପିକୁ RBI ସହ ତୁଳନା କରି ମହାରଥୀ ଏହା କହିଛନ୍ତି। ତେବେ ଦଳ ଭୋଟରଙ୍କୁ କଣ ୫୦୦ ଟଙ୍କା ଦେଇଛି ବୋଲି ପ୍ରଶ୍ନ ପରେ ମହାରଥୀ […]
ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷାଅ। ଏଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ମାଟିକ୍ର ପ୍ରଶ୍ନପତ୍ର ଭାଇରାଲ୍ ପରେ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଏବେ ସତର୍କ ପଦକ୍ଷେପ ନେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ମୋବାଇଲକୁ କଡ଼ାକଡ଼ି ବାରଣ କରାଯାଇଛି। ଏପରିକି ପ୍ରଶ୍ନପତ୍ର ଖୋଲା ହେବା ସମୟରେ ବିଦ୍ୟାଳୟର କୌଣସି କର୍ମଚାରୀ ଏବଂ ଶିକ୍ଷକମାନେ ମଧ୍ୟ ପାଖରେ ମୋବାଇଲ୍ ରଖିପାରିବେ ନାହିଁ । ଚଳିଚ […]
ପାଣାଜି : ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର। ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କର ବିୟୋଗ ସଂପର୍କରେ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ଟୁଇଟ୍ କରିଛନ୍ତି। ଦୀର୍ଘ ଦିନ ହେଲା ପାନ୍କ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିଲେ ପାରିକର। କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହୋଇଥିଲା। Extremely sorry to hear of the passing of Shri Manohar Parrikar, Chief Minister of Goa, […]