ଭୁବନେଶ୍ୱର: ଭୁବନେଶ୍ୱର କୁଆଖାଇ ନଦୀପଠାରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର ମୃତ ଯୁବକଙ୍କ ପରିଚୟ ମିଳିଲା। ତାଙ୍କ ନାମ ଉନ୍ମୁକ୍ତ ପାଢୀ। ତାଙ୍କ ଘର ଭୁବନେଶ୍ୱର ବିଜେବି ନଗରରେ ବୋଲି ଜଣାପଡିଛି। ସେ କଲିକତାରେ ଚାକିରୀ କରୁଥିଲେ, ଗତ କିଛି ମାସ ହେବ ଘରକୁ ଆସିଥିଲେ। ତାଙ୍କୁ ଅପହରଣ ପରେ ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ କେଉଁ ପରିସ୍ଥିତିରେ, କିଏ ତାଙ୍କୁ ହତ୍ୟା କଲା ସେନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି। […]