କଟକ: କଟକରେ ପୁଣି ଏନକାଉଣ୍ଟର। ସଦରଥାନା ଅଞ୍ଚଳରେ କମିଶନରରେଟ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଏହି ଏନକାଉଣ୍ଟର କରିଛି। ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁଧାକର ପାତ୍ର ଓରଫ ଲିପୁ ଓ ମନୋଜ କୁମାର ମହାରଣା ଓରଫ ମଂଗୁ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଗୋଡରେ ବାଜିଛି ଗୁଳି। ସୂଚନା ଅନୁସାରେ, ଗୁରୁତର ଅବସ୍ଥାରେ ଉଭୟଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି। ଦୁର୍ଦ୍ଦାନ୍ତ ଅପରାଧି ମଂଗୁ ଓ ଲିପୁଠାରୁ ୨ଟି ବନ୍ଧୁକ ସହ ୧୫ଟି ଗୁଳି ଜବତ ହୋଇଛି। ପୂର୍ବରୁ […]
ଭୁବନେଶ୍ୱର : ମୋଦୀଙ୍କ ପ୍ରଭାରୀ ଅଫିସର୍ ବନାମ ନବୀନଙ୍କ ପର୍ଯ୍ୟବେକ୍ଷକ ଅଫିସର୍। ଏ ହେଉଛି ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ରିଜୋଲୁସନ୍। ଯେଉଁଥିରେ ରହିଛି ୩୨ ଜଣ ଅଫିସରଙ୍କ ତାଲିକା। ଯୋଜନା ଅନୁଯାୟୀ, ରାଜ୍ୟର ବିଭିନ୍ନ ଯୋଜନାର ତଦାରଖ ଲାଗି ରାଜ୍ୟ ସ୍ତରୀୟ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ ପ୍ୟାନେଲ୍ ରହିବ। ରାଜ୍ୟ ସରକାରଙ୍କ ସଫଳ ଯୋଜନାକୁ ଗ୍ରାଉଣ୍ଡରେ ସ୍ୱଚ୍ଛତାର ସହ କାର୍ଯ୍ୟକାରୀ କରିବା, ନିରପେକ୍ଷ ଭାବେ ମତାମତ ସଂଗ୍ରହ କରି ଲୋକଙ୍କ ଅସୁବିଧାକୁ ଦୂର କରିବାକୁ ଏହି […]
ଜଗତସିଂହପୁର : ଶାଶୁ ଉପରେ ଏସିଡ୍ ଫିଙ୍ଗି ଜ୍ୱାଇଁ ଫେରାର୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭାଲିଆପାଟଣାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୋଗ ଅନୁସାରେ କାକଟପୁର ଓଳଙ୍ଗର ଗାଁର ମାନସ ସ୍ୱାଇଁ ଓ ତାଙ୍କ ଶ୍ୱଶୂର ଘର ମଧ୍ୟରେ ପୂର୍ବରୁ କଳହ ଥିଲା। ତେବେ ପତ୍ନୀଙ୍କୁ ଆଣିବାକୁ ମାନସ ଶ୍ୱଶୂର ଘରକୁ ଯାଇଥିବା ବେଳେ ବଚସା ହେବାରୁ ସେ ତାଙ୍କ ଶାଶୁଙ୍କୁ ଏସିଡ୍ ମାଡ଼ କରି ଫେରାର୍ ହୋଇଯାଇଛନ୍ତି । ଏଥିରେ ତାଙ୍କ ବର୍ଷକର […]
ବିହାର : ବିହାରରେ ମହାମେଣ୍ଟ ପକ୍ଷରୁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ମୋଟ୍ ୪୦ ଆସନରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ୨୦ଟି ଆସନରେ ଲଢ଼ିବ। କଂଗ୍ରେସ ୯ଟି, ଉପେନ୍ଦ୍ର କୁଶଓ୍ୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୫ଟି ଓ ଜିତନରାମ ମାଞ୍ଝିଙ୍କ ଦଳ ୩ଟି ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି। ସେହିପରି ବିକାଶିଲ ଇନ୍ସାଫ୍ ପାର୍ଟି ତିନିଟି ଆସନରେ ଲଢ଼ିବାକୁ ଥିବାବେଳେ ଆରଜେଡି କୋଟାରୁ ସିପିଆଇ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ […]
ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣିର ସଂସ୍କାର ଜୁନିଅର କଲେଜରେ ଲଙ୍କାକାଣ୍ଡ। କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ। ଆସବାବ ପତ୍ର ଭାଙ୍ଗିବା ସହିତ କାଗଜପତ୍ର ଚିରି ଦେଇଛନ୍ତି। ଯୁକ୍ତ ଦୁଇ ପରୀକ୍ଷାରୁ ବଞ୍ଚିତ ହେବା ପରେ ଛାତ୍ରଛାତ୍ରୀମାନେ ଏପରି ହଙ୍ଗାମା କରିଛନ୍ତି। ଏ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷା ଦେବା ଲାଗି ୫୦ରୁ ଅଧିକ ଛାତ୍ରଛାତ୍ରୀ ଫର୍ମ ଫିଲ୍ଅପ୍ କରିଥିଲେ। କିନ୍ତୁ ଆସିନଥିଲା ଆଡ୍ମିଟ୍ କାର୍ଡ। ତେଣୁ ସେମାନେ ପରୀକ୍ଷା ଦେଇପାରିନଥିଲେ। […]
ବ୍ରହ୍ମପୁର : ବ୍ରହ୍ମପୁରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ପେଟ୍ରୋଲ ପମ୍ପ ବନ୍ଦକୁ କିଛି ପେଟ୍ରୋଲ ପମ୍ପ ମାଲିକଙ୍କ ସମର୍ଥନ। ଗତକାଲି ଦୁଇଟି ପେଟ୍ରୋଲ ପମ୍ପ ବନ୍ଦ ରହିଥିବାବେଳେ ଆଜି ଆଉ କିଛି ପେଟ୍ରୋଲ ପମ୍ପ ବନ୍ଦ ରହିଛି। ବିନା ହେଲମେଟରେ ପେଟ୍ରୋଲ ନଦେବାକୁ ନିକଟରେ ବ୍ରହ୍ମପୁର ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଥିଲେ। ତେବେ ଏହାପରେ ମଧ୍ୟ କିଛି ପେଟ୍ରୋଲ ପମ୍ପରେ ବିନା ହେଲମେଟରେ ପେଟ୍ରୋଲ ଦିଆଯାଉଥିବା ଦେଖିବାକୁ ମିଳିଥିଲା। ନିର୍ଦ୍ଦେଶରେ ଅବମାନନା କରାଯାଇଥିବାରୁ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୨ଟି […]
ଭୁବନେଶ୍ୱର : ଦିଲ୍ଲୀ ଏମ୍ସରୁ ଏବେ ଓଡ଼ିଶା ଫେରିବାକୁ ଚାହୁଁନାହାନ୍ତି ଜଗା କାଳିଆଙ୍କ ବାପା। ଜଗା କାଳିଆଙ୍କ ବାପା ଭୂୟାଁ କହଁର କହିଛନ୍ତି, ଜଗା ଭଲ ଅଛି ଖେଳାଖେଳି, ବୁଲାବୁଲି କରୁଛି। କିଛି ଅସୁବିଧା ନାହିଁ। କିନ୍ତୁ କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଏବେ ସୁଦ୍ଧା କୌଣସି ଆଖିଦୃଶିଆ ଉନ୍ନତି ହୋଇନାହିଁ। ଏବେ ବି ତାକୁ ଖାଦ୍ୟ ନଳୀ ଜରିଆରେ ତରଳ ଖାଦ୍ୟ ଦିଆଯାଉଛି। ଏଭଳି ଅବସ୍ଥାରେ ତାକୁ ସ୍ଥାନାନ୍ତର କଲେ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିପାରେ ବୋଲି ଆଶଙ୍କା କରିଛନ୍ତି ଭୂୟାଁ […]
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେଇଥିଲେ । ତେବେ ତାଙ୍କର ଏହି ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରିନଥିବା ଜଣାପଡ଼ିଛି। ଏନେଇ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷା ସନ୍ଧ୍ୟା ମହାପାତ୍ର ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି,“ ପ୍ରସାଦ ହରିଚନ୍ଦନ ୨୦୧୯ ନିର୍ବାଚନ ଯାଏଁ ସଭାପତି ପଦରେ ରହିବେ। ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବେ ପିସିସି ସଭାପତି ପରିବର୍ତ୍ତନ କରିବେନି।” ସନ୍ଧ୍ୟା ମହାପାତ୍ର କହିଛନ୍ତି,“ […]
ରାୟଗଡ଼ା: ତ୍ରିକୋଣୀୟ ପ୍ରେମକୁ ନେଇ ଅଭାବନୀୟ ଘଟଣା। ବିବାହ ପ୍ରସ୍ତାବରେ ରାଜି ନ ହେବାରୁ ପ୍ରେମିକାକୁ ଛୁରୀରେ ଆକ୍ରମଣ କଲା ପ୍ରେମିକ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ କାଣିପାଇ ଗାଁରେ। ସୂଚନା ଅନୁସାରେ, କାଣିପାଇ ଗାଁର ଜଣେ ଯୁବତୀଙ୍କୁ ବଳଦିଆ ଗାଁର ଯୁବକ କୁରୁମା ପ୍ରାସ୍କାକୁ ଭଲ ପାଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରାୟ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ପ୍ରେମିକା ଅନ୍ୟ ଜଣେ […]
ବାରିପଦା: କୁନି ପିଲାଙ୍କ ପାଇଁ ପାଠ ଯେ କେବଳ ବହିରେ ନୁହେଁ, ବରଂ ଆମ ପରିବେଶ, ସଂସ୍କୃତି ଆଉ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀରେ ମଧ୍ୟ ରହିଛି। ଏହା ପ୍ରମାଣିତ ହୋଇଛି ସ୍ୱଶିକ୍ଷଣ ପରି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ। ଏହି କାର୍ଯ୍ୟକ୍ରମ ସଫଳତା ପାଇବା ପରେ ଶିକ୍ଷାକ୍ଷେତ୍ରରେ ଉର୍ତ୍କଷତା ଲାଗି ୫୩ଟି ଦେଶକୁ ପଛରେ ପକାଇ ଅନ୍ତର୍ଜାତୀୟ କମନୱେଲ୍ଥରେ ପୁରସ୍କୃତ ହୋଇଛି ମୟୂରଭଞ୍ଜର ଏହି ସ୍ୱତନ୍ତ୍ର ପାଠ୍ୟକ୍ରମ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ବର୍ତ୍ତନ ଓ ରାଘପୁର […]
ପୁରୀ: ନିଆଁ ଲିଭାଇବା ପାଇଁ ପୋଖରୀକୁ ପାଣି ଆଣିବାକୁ ଯାଇ ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଚନ୍ଦନପୁର ଥାନା ଆରୋଳ ଗାଁରେ। ସୂଚନା ଅନୁସାରେ ଗତକାଲି ରାତିରେ ଗାଁର ରବି ଜେନାଙ୍କ ଘରେ ନିଆଁ ଲାଗିଯାଇଥିଲା। ନିଆଁ ଲିଭାଇବା ପାଇଁ ପଡ଼ୋଶୀ ସୁରେନ୍ଦ୍ର ପ୍ରଧାନଙ୍କ ପୁଅ ନବ ପ୍ରଧାନ ପାଣି ଆଣିବା ପାଇଁ ପୋଖରୀକୁ ଯାଇଥିଲେ। ତେବେ ପୋଖରୀରେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ବୁଡ଼ି ଯିବା ଫଳରେ ତାଙ୍କର […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ […]
ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୦୩-୦୪ ବର୍ଷରେ ରାଜ୍ୟରେ ୬୦ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୦୧୬-୧୭ବର୍ଷରେ ଏହା ବୃଦ୍ଧି ପାଇ ୫୨ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି। ଚଳିତ ବର୍ଷ ୩୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଲାଣି ଏବଂ ରବି ଧାନ ସଂଗ୍ରହ ପ୍ରକ୍ରିୟା ମେ ପହିଲାରୁ […]
କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ ପ୍ରକାଶ। ୨୦୧୬ ମସିହାରେ ହୋଇଥିବା ଏହି ପରୀକ୍ଷାରେ ୧୪୫ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ପରୀକ୍ଷାର୍ଥୀଙ୍କ ମଧ୍ୟରେ ଚିନ୍ମୟୀ ଦାଶ ଟପ୍ପର, ସଂକଳ୍ପ ସାହୁ ୨ୟ ଓ ଜ୍ଞାନରଂଜନ ବିଶ୍ୱାଳ ୩ୟ ସ୍ଥାନରେ ରହିଛନ୍ତି। ଓପିଏସ୍ସିର ୱେବସାଇଟ୍ http://opsc.gov.in ରେ ରେଜଲ୍ଟ ଉପଲବ୍ଧ ।
ନୂଆଦିଲ୍ଲୀ : କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ଯୋଗୁଁ ଦେଶର ବିଭିନ୍ନ ଅନୁଷ୍ଠାନର କ୍ଷତି ହୋଇଛି। ଗଣମାଧ୍ୟମ ଠାରୁ ପାର୍ଲାମେଣ୍ଟ, ଜବାନ ମାନଙ୍କ ଠାରୁ ବାକ୍ ସ୍ୱାଧୀନତା ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛି। ସମ୍ବିଧାନ, କୋର୍ଟ ମଧ୍ୟ ଏଥିରୁ ବାଦ ପଡିନାହିଁ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଭୋଟର ମାନଙ୍କୁ କଂଗ୍ରେସ ଶାସନ ବିଷୟରେ ଚେତାଇ ଦେଇଛନ୍ତି। ଗୋଟିଏ ପରିବାର ଯୋଗୁଁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଛି। […]
ପୁରୀ : ସରିଲାଣି କି ଶ୍ରୀମନ୍ଦିର ଜଗମୋହନ ମରାମତି ? କାମ ପ୍ରାୟ ଶେଷ ହୋଇଥିବା ନେଇ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ବରିଷ୍ଠ ସେବାୟତ। ଅଭିଯୋଗ କରିଛନ୍ତି ବର୍ତ୍ତମାନ ସୁଦ୍ଧା ଭଣ୍ଡାର ଘର, ଚାଙ୍ଗେଡ଼ା ଘର ଓ ଖଟ୍ଟ ଶେଜ ଘର ମରମତି କାମ ସମ୍ପୂର୍ଣ୍ଣ ହୋଇନାହିଁ। ତେଣୁ ଏଭଳି ସ୍ଥିତିରେ ମୁଖ୍ୟ ପ୍ରଶାସକ କେମିତି ଖୁବଶୀଘ୍ର ନାଟମଣ୍ଡପ ମରାମତି କାମ ଆରମ୍ଭ ହେବା ସହ ଭିତର […]
ଭୁବନେଶ୍ୱର : ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ଏପ୍ରିଲ ୨ରୁ ରାଜ୍ୟର ସବୁ ସ୍କୁଲ ସକାଳୁଆ ହେବ। ସକାଳ ସାଢେ ୬ଟାରୁ ସାଢେ୧୦ଟା ପର୍ଯ୍ୟନ୍ତ ସ୍କୁଲ ଚାଲିବ। କୌଣସି ପରିସ୍ଥିତିରେ ସ୍କୁଲ କାର୍ଯ୍ୟ ୧୧ଟା ଟପିବନି ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏଥିସହ ମାର୍ଚ୍ଚ ୩୧ ସୁଦ୍ଧା ସବୁ ପରୀକ୍ଷା ସାରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ମେ ୪ ତାରିଖରୁ ଖରାଛୁଟି ଆରମ୍ଭ ହେବ।
ମାଲକାନଗିରି: ଛତିଶଗଡ଼ କାଙ୍କେର ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ୨ ଯବାନ ସହିଦ ହୋଇଛନ୍ତି। ଏମାନେ ହେଲେ ଆସିଷ୍ଟାଣ୍ଟ କମାଣ୍ଡର ଗଜେନ୍ଦ୍ର ସିଂ ଓ କନଷ୍ଟେବଳ ଅମରେଶ କୁମାର। ଗଜେନ୍ଦ୍ରଙ୍କ ଘର ହରିୟାଣାର ହୋଇଥିବା ବେଳେ ଅମରେଶଙ୍କ ଘର ବିହାର ଅଞ୍ଚଳର ବୋଲି ସୂଚନା ମିଳିଛି। ଗତକାଲି କାଙ୍କେର ଜଙ୍ଗଲରେ ବିଏସଏଫ ଓ ଡିଭିଏଫ ମିଳିତ ଭାବେ କମ୍ବିଂ ଚଳାଇଥିବା ବେଳେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା […]
ପୁରୀ: ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ବନକଲାଗି ନୀତି ପାଇଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ। ଆଜି ଅପରାହ୍ନ ସାଢେ ୩ଟାରୁ ରାତି ୮ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ।