/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742558142.jpg)
Kiara advani hiked her fees for yash starer film toxic
ଅଭିନେତ୍ରୀ କିଆରା ଆଡଭାନୀ ୧୧ ବର୍ଷ ଧରି ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଛନ୍ତି। ସେ ୨୦୧୪ ମସିହାରେ 'ଫଗ୍ଲି' ଚଳଚ୍ଚିତ୍ର ସହିତ ହିନ୍ଦୀ ସିନେମାରେ ପ୍ରବେଶ କରିଥିଲେ ଏବଂ ଦେଖୁ ଦେଖୁ ସେ ଜଣେ ଟପ୍ ହିରୋଇନ୍ ହୋଇଯାଇଥିଲେ।
କିଆରା ଆଡଭାନୀ ତାଙ୍କ କ୍ୟାରିୟରରେ 'ଏମ୍ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ', 'ଗୁଡ୍ ନ୍ୟୁଜ୍', 'ଭୁଲ୍ ଭୁଲୈୟା୨' ଏବଂ 'କବୀର ସିଂହ' ଭଳି ବ୍ଲକ୍ବଷ୍ଟର୍ ଚଳଚ୍ଚିତ୍ର ଦେଇଛନ୍ତି। ଖୁବ୍ ଶୀଘ୍ର ଏହି ଅଭିନେତ୍ରୀ ଫିଲ୍ମ 'ଟକ୍ସିକ୍'ରେ ନଜର ଆସିବେ, ଯେଉଁଥିପାଇଁ ସେ ନିର୍ମାତାଙ୍କ ଠାରୁ ଏକ ମୋଟା ଅଙ୍କର ଟଙ୍କା ନେଇ ଚର୍ଚ୍ଚାରେ ଅଛନ୍ତି।
ନିକଟରେ କିଆରା ଆଡଭାନୀଙ୍କୁ ରାମ ଚରଣଙ୍କ ତେଲୁଗୁ ଚଳଚ୍ଚିତ୍ର 'ଗେମ୍ ଚେଞ୍ଜର୍'ରେ ଦେଖିବାକୁ ମିଳିଥିଲା। ପ୍ରାୟ ୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଚଳଚ୍ଚିତ୍ର ପୂରା ଫ୍ଲପ୍ ହୋଇଥିଲା। ଅବଶ୍ୟ, ଏହା ପରେ ବି କିଆରା ଆଡଭାନଙ୍କ ଫିସ କମି ନାହିଁ, ବରଂ ଏହା ପ୍ରାୟ ଦ୍ୱିଗୁଣିତ ହୋଇଯାଇଛି। ଏହା ସହ ସେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି।
ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ରଣବୀର କପୁର; କହିଲେ ପବ୍ଲିକ୍ କରିବେ ଆକାଉଣ୍ଟ
ଫିସ୍ ହେଲା ଦ୍ୱିଗୁଣ:
ଏକ ରିପୋର୍ଟରୁ ଜଣାପଡିଛି ଯେ କିଆରା ଆଡଭାନୀ ୟଶ୍ଙ୍କ ଆଗାମୀ ଚଳଚ୍ଚିତ୍ର 'ଟକ୍ସିକ୍' ପାଇଁ ୧୫ କୋଟି ଟଙ୍କାର ବଡ ଫିସ୍ ନେଇଛନ୍ତି। ତାଙ୍କୁ 'ଗେମ୍ ଚେଞ୍ଜର' ପାଇଁ ପ୍ରାୟ ୫-୭ କୋଟି ଟଙ୍କା ଦିଆଯାଇଥିଲା। ଏବେ କିଆରା ଆଡଭାନୀଙ୍କ ଫିସ୍ ୨ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଯାହା ପ୍ରକୃତରେ ଏକ ବଡ କଥା। ତେବେ ୟଶ୍ଙ୍କ ଫିଲ୍ମ 'ଟକ୍ସିକ୍'ରେ ମୁଖ୍ୟ ଭୂମିକାରେ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ।
କିଆରା ଆଡଭାନୀ ବର୍ତ୍ତମାନ ଭାରତର ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ଯୋଗ ଦେଇଛନ୍ତି। ସେ କଙ୍ଗନା ରାଆୱତ, ଆଲିଆ ଭଟ୍ଟ, କରୀନା କପୁର ଖାନ, କ୍ୟାଟ୍ରିନା କୈଫ୍, ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଲିଗରେ ସ୍ଥାନ ପାଇଛନ୍ତି, ଯେଉଁମାନେ ଗୋଟିଏ ଫିଲ୍ମ ପାଇଁ ୧୨ କୋଟିରୁ ଅଧିକ ଟଙ୍କା ନେଉଛନ୍ତି।
କିଛି ଦିନ ଧରି ଦୀପିକା ପାଦୁକୋନ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ଭାବେ ଥିଲେ। ପୂର୍ବ ଫିଲ୍ମ 'କଲ୍କୀ ୨୮୯୮ ଏଡି'ରେ ପ୍ରଭାସଙ୍କ ସହ କାମ କରିଥିବାରୁ ସେ ପ୍ରାୟ ୨୦ କୋଟି ଟଙ୍କା ଚାର୍ଜ କରିଥିଲେ। କିନ୍ତୁ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କୁ ପଛରେ ପକାଇଦେଇଛନ୍ତି। ସେ ଏସ୍ଏସ୍ ରାଜାମୌଲି ଏବଂ ମହେଶ ବାବୁଙ୍କ SSMB29 ପାଇଁ ୩୦ କୋଟି ଟଙ୍କା ନେଇଛନ୍ତି।
ୟଶଙ୍କ 'ଟକ୍ସିକ୍: ଏ କେୟରୀ ଟେଲ୍ ଫର୍-ଅପ୍ସ' ହେଉଛି ଏକ ପିରିୟଡ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ର, ଯାହାକୁ ଗୀତା ମୋହନଦାସ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ୟଶ୍ ଏବଂ କିଆରା ଆଡଭାନୀଙ୍କ ବ୍ୟତୀତ ନୟନତାରା, ହୁମା କୁରେଶି, ତାରା ​​ସୂତାରିୟା ଏବଂ ଅକ୍ଷୟ ଓବରଏ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)