ନୂଆପଡ଼ା: ପୁଣି ମାଓ ପୋଷ୍ଟର। ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ନିଲାଜି ଓ କର୍ଲାଖମାର ଗାଁରେ ଶତାଧିକ ସଂଖ୍ୟାରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି। ମେନପୁର-ନୂଆପଡ଼ା ଡିଭିଜନାଲ କମିଟି ପକ୍ଷରୁ ଏହି ପୋଷ୍ଟର ମରାଯାଇଥିବା ଜଣାପଡିଛି। ପୋଷ୍ଟରରେ ମହିଳା ମାଓବାଦୀ ସୁମିତ୍ରା ଧରୁଆ, ମକରନ ପହରିଆ ଓ ଯୁସୁଫ ମହମ୍ମଦକୁ ମୁକ୍ତ କରିବାକୁ ଦାବି ହୋଇଛି। ମାଓବାଦୀ ନାଁରେ ପୋଲିସ ସାଧାରଣ ଜନତାଙ୍କୁ ହଇରାଣ କରୁଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ସସପ୍ତାହକ ତଳେ ଆତ୍ମସମର୍ପଣ କରିଥିବା ସୁମିତ୍ରା […]
ଭୁବନେଶ୍ୱର: ଖରା ଦିନ ଆସୁଣୁ ଜଙ୍ଗଲୀ ନିଆଁର ପ୍ରକୋପ। ଶିମିଳିପାଳ ଅଭୟାରଣ୍ୟ ଓ ନୟାଗଡ ସମେତ ରାଜ୍ୟ ବିଭିନ୍ନ ଜଙ୍ଗଲରେ ଲାଗିଛି ନିଆଁ। ଏଥିରେ କେବଳ ଗଛଲତା ଓ ଜୀବଜନ୍ତୁ ପ୍ରଭାବିତ ହେଉନାହାନ୍ତି ଆଖପାଖ ଅଞ୍ଚଳରେ ରହୁଥିବା ଲୋକେ ମଧ୍ୟ ଅସୁବିଧା ଭୋଗୁଛନ୍ତି। ଜଙ୍ଗଲୀ ନିଆଁରୁ ବାହାରୁଥିବା ଧୁଆଁ ଯୋଗୁଁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରୁଛି। ନିଆଁକୁ ନିୟନ୍ତ୍ରଣ ଲାଗି ଜଙ୍ଗଲ ବିଭାଗ ବିଭିନ୍ନ ପଦକ୍ଷେପ ନେଇଥିବା କହୁଥିଲେ ବି ଏଥିରେ ଖୁସି ନାହାନ୍ତି […]
ବ୍ରହ୍ମପୁର: ବାପାଙ୍କ ବ୍ୟବସାୟୀକ ଶତ୍ରୁତାକୁ ନେଇ ପୁଅକୁ ଅପହରଣ। ବକେୟା ଟଙ୍କାକୁ ନେଇ ଛାତ୍ରଙ୍କୁ ଅପହରଣ ୪ଦିନ ଧରି ନିର୍ଯାତନା ପରେ କୌଶଳକ୍ରମେ ଖସିଆସିଲେ ଛାତ୍ର। ଏଭଳି ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଗୁଡ଼ଇାପଲ୍ଲୀ ଗାଁରୁ। ସୂଚନା ଅନୁସାରେ ଗତ ୧୪ ତାରିଖରେ ଗାଁର ପ୍ରଦୀପ ସାହୁଙ୍କ ପୁଅ ଅଜୟ ସାହୁ ଗତ ୧୪ ତାରିଖରୁ ନିଖୋଜ ଥିଲେ। ଏନେଇ ଖୋଜାଖୋଜି କରି ନପାଇବା ପରେ କବିସୂର୍ଯ୍ୟନଗର ଥାନାରେ ଏତଲା ଦେଇଥିଲେ। ତେବେ ଗତକାଲି […]
ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ। ଏଥିପାଇଁ ଆଜି ବସୁଛି ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ। ଲମ୍ବା ବଜେଟ୍ ସେସନ୍ ପାଇଁ ବିରୋଧୀଙ୍କ ହାତରେ ବି ପ୍ରସଙ୍ଗର ଲମ୍ବା ତାଲିକା ରହିଛି। ଆଇନଶୃଙ୍ଖଳା ପରିସ୍ଥିତି, ଦୁଷ୍କର୍ମ, ଚାଷୀ ଆତ୍ମହତ୍ୟା, ଦୁର୍ନୀତି, ଧାନ ଦର ବୃଦ୍ଧି, ପାନୀୟ ଜଳ ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରିବ କଂଗ୍ରେସ। ଏନେଇ କଂଗ୍ରେସ ବିଧାୟକ ଦଳ ବୈଠକରେ ରଣନୀତି ସ୍ଥିର ହୋଇସାରିଛି। ସେପଟେ ବିଜେପି, […]
ନୂଆଦିଲ୍ଲୀ: ଆଜି ପାର୍ଲାମେଣ୍ଟରେ ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ YSR କଂଗ୍ରେସ। ଏହାପରେ TDP ଦେଇଥିବା ଅନାସ୍ଥା ନୋଟିସ୍ ଆସିବା ସମ୍ଭାବନା ରହିଛି। ଉଭୟ ଦଳ ସହ ତିକ୍ତତା ସତ୍ତ୍ୱେ ଅନାସ୍ଥା ନୋଟିସକୁ ସମର୍ଥନ କରିଛି କଂଗ୍ରେସ। ମମତା ବାନାର୍ଜୀଙ୍କ TMC ଓ ବାମମେଣ୍ଟ ସମେତ ଆଉ କିଛି ଦଳ ମଧ୍ୟ ନୋଟିସକୁ ସମର୍ଥନ ଘୋଷଣା କରିଛନ୍ତି। ଏପଟେ ମୋଦି ସରକାର ବିରୁଦ୍ଧରେ ଦିଆଯାଇଥିବା ଅନାସ୍ଥା ନୋଟିସକୁ ନେଇ ଦୋ ଛକିରେ ବିଜେଡି ଦଳ। […]
v
ଭୁବନେଶ୍ୱର: ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଚଳିତ ବର୍ଷ ଗେଟ୍ (Graduate Aptitude Test in Engineering)-୨୦୧୮ ପରୀକ୍ଷାରେ ଓଡ଼ିଶାର ଜ୍ୟୋତିରଞ୍ଜନ ବାରିକ ସାରା ଭାରତରେ ଟପ୍ପର ହୋଇ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟର ଛାତ୍ର ଜ୍ୟୋତିରଞ୍ଜନ ବାରିକ। ଜ୍ୟୋତିରଞ୍ଜନ ପରୀକ୍ଷାରେ agricultural engineering paper ରେ ସାମଗ୍ରିକ ଭାବେ ୯୫୯ମାର୍କ ରଖି ଟପ୍ପର ହୋଇଛନ୍ତି। ଜ୍ୟୋତିରଞ୍ଜନଙ୍କ ଘର କଟକ ଫୁଲନଖରାରେ। ଆଇଆଇଟି ଖଡ଼ଗପୁରରୁ soil […]
ଭୁବନେଶ୍ୱର: ସମ୍ବଲପୁରରେ ବିଜୁ ଏକ୍ସପ୍ରେସ୍ ୱେରେ ଥିବା ଟୋଲ୍ ଗେଟରୁ ଟୋଲ୍ ଆଦାୟ ବନ୍ଦ ଦାବିରେ ଜୋର ଧରିଲା ଆନ୍ଦୋଳନ। ଆଜି ସମ୍ବଲପୁର ପ୍ରଧାନପାଲି ନିକଟରେ ଥିବା ଟୋଲ୍ ଗେଟ୍ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସମ୍ବଲପୁର ନମ୍ବର ଥିବା ଗାଡିଗୁଡ଼ିକଠାରୁ ଟୋଲ୍ ଆଦାୟ ନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ଏଥିଯୋଗୁଁ ଉଭୟ ପଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୁତୟନ କରାଯିବା […]
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଉପ-କାରାଗାରରୁ ଚମ୍ପଟ ମାରିଥିବା ବିଚାରାଧୀନ କଏଦୀକୁ ଧରିବାକୁ ଚାଲିଛି ତନାଘନା। ଫେରାର କଏଦୀକୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସନ୍ଧାନୀ କୁକୁର ଓ ସିସିଟିଭିର ସହାୟତାରେ ଅନୁସନ୍ଧାନ ଚଳାଇଛି ପୋଲିସ। ମିର୍ଜାପୁର ଗାଁର ରଂଗାଧର ବିଶ୍ୱାଳ ଗତ ୨୦୧୨ ମସିହାରେ ଏକ ହତ୍ୟା ଅଭିଯୋଗରେ ଜେଲରେ ସଜା କାଟୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଜେଲ ପାଚେରୀ ଡେଇଁ ଚମ୍ପଟ ମାରିଥିଲା କଏଦୀ ରଙ୍ଗାଧର ବିଶ୍ୱାଳ। ଗାମୁଛା ଓ ପିନ୍ଧା ଲୁଗା ସହାୟତାରେ […]
ପୁରୀ: ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଚାରିଧାମ ସଂପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି କହିଛନ୍ତି, ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି। ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି। ପୁରୀକୁ […]
ନୂଆଦିଲ୍ଲୀ : ଓଡ଼ିଶାରେ ହେବ ତ୍ରିପୁରା ଭଳି ମ୍ୟାଜିକ୍। ଆଜି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓଡ଼ିଶାର ନିର୍ବାଚନ ଫଳାଫଳ ସାରା ଦେଶକୁ ଚମକେଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଜି ‘ମେଁ ଭି ଚୌକିଦାର’ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀର ଲୋକଙ୍କ ସହ କଥା ହେଲା ବେଳେ ପ୍ରଧାନମନ୍ତ୍ରୀ ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଜେପିକୁ ଦୁର୍ବଳ ମନେ କରାଯାଉଥିଲା। ଏଥର କିନ୍ତୁ ଫଳାଫଳ […]
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ଏମ୍ସିଏଚ୍ର ଟୀକାକରଣ ଗୃହରେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଛି। ଭୋର୍ ପ୍ରାୟ ସାଢ଼େ ୪ଟାରୁ ୫ଟା ଭିତରେ ଷ୍ଟାବଲାଇଜରରେ ସର୍ଟସର୍କିଟ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଲାଗିଯିବାରୁ ପ୍ରସୂତି ମହିଳା ପିଲାଙ୍କୁ ଧରି ବାହାରକୁ ଚାଲି ଆସିଥିଲେ। ଅଗ୍ନିଶମ କର୍ମଚାରୀ ଠିକ୍ ସମୟରେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି। ତେବେ ହସ୍ପିଟାଲ ପରିସରରେ ଏହାକୁ ନେଇ ଉତ୍ତେଜନା ଦେଖା ଦେଇଥିଲା।
ଜାମ୍ମୁ: ପାକିସ୍ତାନୀ ସେନାଙ୍କ ଗୁଳିମାଡ଼ରେ ଗୋଟିଏ ପରିବାରର ୫ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଜାମ୍ମୁ ଓ କାଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ବାଲାକୋଟ୍ ସେକ୍ଟରରେ ପାକିସ୍ତାନୀ ସେନାର ଗୁଳିମାଡ଼ରେ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ଜଣ ଆହତ ହୋଇଛନ୍ତି। ଆଜି ବଡ଼ି ଭୋରରୁ ପାକିସ୍ତାନ ସେନାଙ୍କ ଦ୍ୱାରା ପ୍ରଥମେ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା ଓ ପରେ ବାଲାକୋଟ୍ ସେକ୍ଟରରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଅନ୍ୟପକ୍ଷରେ, ପାକିସ୍ତାନୀ ସେନାର ଏଭଳି ଗୁଳିମାଡ଼ର ପାଲଟା ଜବାବ ଦେଇଛନ୍ତି ଭାରତୀୟ ସେନା।
ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଜେଲରେ ହେବ ଜେରା। କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟର ଏକ ଟିମ୍ ହାଁସଦାଙ୍କୁ ଜେରା କରିବ। ଏଥିପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟକୁ ଅନୁମତି ଦେଇଛନ୍ତି। କୋର୍ଟଙ୍କ ଅନୁମତି ମୂତାବକ, ଆସନ୍ତା ୨୦ ତାରିଖରେ କର୍ପୋରେଟ୍ ଆଫେୟାର୍ସ ମନ୍ତ୍ରାଳୟ ଜେରା କରିବ। ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ୨୦୧୪ ମସିହାରୁ ଗିରଫ ହୋଇ ଜେଲରେ ଅଛନ୍ତି ରାମଚନ୍ଦ୍ର ହାଁସଦା।
ବରଗଡ଼: ବରଗଡ଼ରେ ମାଓବାଦୀଙ୍କ ବର୍ବର କାଣ୍ଡ। ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଉଠାଇ ନେଇ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକ ଜଣକ ପାଇକମାଳ ଥାନା ସାଲେପାଲି ଗାଁର ବିଜୟ ସାହୁ। ଘଟଣାସ୍ଥଳରେ ମାଓବାଦୀମାନେ କିଛି ଲେଖାଥିବା ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଲେଖା ହୋଇଛି, ଗତବର୍ଷ ସେପଟେମ୍ବରରେ ୨ ଜଣ କମ୍ରେଡ କୌଣସି କାମରେ ଯାଇଥିବା ବେଳେ ବିଜୟ ପୋଲିସକୁ ଖବର ଦେବା ସହ ସେମାନଙ୍କୁ ଧରାଇ ଦେଇଥିଲେ। ତେଣୁ ଜନ ଅଦାଲତରେ ସେମାନଙ୍କୁ ମୃତ୍ୟୁଦଣ୍ଡ […]
ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଶ୍ରୀଜିଉଙ୍କୁ ଦର୍ଶନ ସାରି ଫେରିଛନ୍ତି। ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କଡ଼ା ସୁରକ୍ଷାରେ ସର୍କିଟ ହାଉସରୁ ଅାସି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। କୌଳିକ ପଣ୍ଡା ମଧ୍ୟ ତାଙ୍କୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ। ପୁରୀ ଜଗନ୍ନାଥ ଧାମ ସବୁବେଳେ ଦେଶର ପ୍ରଥମ […]
ଭୁବନେଶ୍ୱର : ରାଜଧାନୀରେ ଜଘନ୍ୟ କାଣ୍ଡ। ଗର୍ଭବତୀ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ। ପରକୀୟା ପ୍ରୀତି ସନ୍ଦେହରୁ ଏଭଳି ଜଘନ୍ୟ କାଣ୍ଡ ଘଟିଛି। ଏହି ଘଟଣା ଘଟିଛି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଟଦେଇ ବସ୍ତିରେ। ମିଳିଥିବା ସୂଚନା ଅନୁସାରେ,ପତ୍ନୀର ଚରିତ୍ରକୁ ସନ୍ଦେହ କରି ଅଭିଯୁକ୍ତ ସ୍ୱାମୀ ବିଭୀଷଣ ପ୍ରଥମେ ତଣ୍ଟି ଚିପି ମାରିଦେଇଥିଲା । ତା ପରେ ଛିଣ୍ଡା ଲୁଗା ପକାଇ ମୃତଦେହରେ ନିଆଁ ଲଗାଇଥିଲା। ପଡ଼ୋଶୀମାନେ ଏହି ନିଆଁକୁ ଦେଖିବା ପରେ ଘଟଣା ପଦାକୁ ଆସିଥିଲା। […]
କଟକ : ଅଦମ୍ୟ ଇଚ୍ଛାଶକ୍ତି ଓ କଠୋର ପରିଶ୍ରମ ଫଳରେ ଅସାଧ୍ୟ ବି ସାଧନ କରିହୁଏ। ଆଉ ଏହା ପ୍ରମାଣ କରି ଦେଖାଇଛନ୍ତି ୪ ଜଣ ଦିବ୍ୟାଙ୍ଗ ଖେଳାଳି। ସାଲେପୁର ପାଇଁ ଗୌରବ ଆଣିଥିବା ଏହି ୪ ଦିବ୍ୟାଙ୍ଗ ଖେଳାଳି ହେଲେ ବିଦ୍ୟାଧର ବେହେରା, ନାଗାର୍ଜୁନ ସେଠୀ, ପରମାନନ୍ଦ ମହାନ୍ତି ଓ କୃଷ୍ଣଚନ୍ଦ୍ର। ଆସନ୍ତା୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ହରିୟାଣାର ପଞ୍ଚକୁଲାରେ ହେବାକୁ ଥିବା ୧୮ତମ ପାରା ଆଥଲେଟିକ୍ ଚାମ୍ପିଅନସିପ୍ରେ ଏମାନେ ରାଜ୍ୟକୁ ପ୍ରତିନିଧିତ୍ୱ କରିବାକୁ ଯାଉଛନ୍ତି। […]
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର। ଏହା କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ନୁହେଁ ବରଂ ଏହା ଏକ ସୁବର୍ଣ୍ଣ ସୁଯୋଗ ମଧ୍ୟ । Railway Recruitment Board (RRB) ଗ୍ରୁପ ସି ଓ ଡି ବିଭାଗରେ ଖାଲି ପଡ଼ିଥିବା ୮୯ହଜାର ପଦବୀ ଲାଗି ଦରଖାସ୍ତ ଆହ୍ୱାନ କରୁଛି। ଏହି ପଦବୀ ଲାଗି ବର୍ତ୍ତମାନ ସୁଦ୍ଧା ୧.୫କୋଟି ଛାତ୍ରଛାତ୍ରୀ ଆବେଦନ କରି ସାରିଥିବା ଜଣାପଡ଼ିଛି। ଆରଆରବି […]
କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀ ଭବନ ଯାଇ ବୁଲି ଦେଖିଛନ୍ତି। ସେଠାରୁ ସେ ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଯାଇ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ୨ ପଦ କହି ବକ୍ତବ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପବିତ୍ର ମାଟି ଓ ଲୋକଙ୍କୁ ପ୍ରମାଣ ଜଣାଇବା ସହ ବିଜୁ ଜନ୍ମସ୍ଥାନକୁ ଉତ୍ସର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଆନନ୍ଦ […]