• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

kumb
କୁମ୍ଭମେଳାରେ ଅଗ୍ନିକାଣ୍ଡ

ପ୍ରୟାଗରାଜ୍‌ : କୁମ୍ଭମେଳାରେ ଅଘଟଣ। ପ୍ରୟାଗରାଜ୍‌ରେ ଚାଲିଥିବା କୁମ୍ଭମେଳାର ଗୋଟିଏ ଭାଗରେ ଅଗ୍ନିକାଣ୍ଡ। ମିଳିଥିବା ସୂଚନା ମୁତାବକ ନିଆଁ ଲାଗିଯିବା ଫଳରେ ଦୁଇଟି ଟେଣ୍ଟ ପୋଡ଼ି ଯାଇଛି। ଆଂଶିକ ଭାବେ ଲାଗିଥିବା ଏହି ଅଗ୍ନିକାଣ୍ଡରେ ବିଶେଷ କ୍ଷୟକ୍ଷତି ହୋଇନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ସେପଟେ କୁମ୍ଭମେଳାରେ ବଢ଼ିବାରେ ଲଗିଛି ଶ୍ରଦ୍ଧାଳୁଙ୍କ ଭିଡ଼। ଗତକାଲି ସାହି ସ୍ନାନ ଥିବାରୁ ଲୋକେ ବୁଡ଼ ପକାଇଛନ୍ତି। ତେବେ ଆଜି ବି ବହୁ ସଂଖ୍ୟାରେ ଲୋକ କୁମ୍ଭକୁ […]

  • Friday, 16 July 2021
mally
ବିଜୟ ମାଲ୍ୟାଙ୍କୁ ଭାରତ ଅଣାଯିବା ଲାଗି ରାସ୍ତା ପରିଷ୍କାର

ଲଣ୍ଡନ : ବିଜୟ ମାଲ୍ୟାଙ୍କୁ ଭାରତକୁ ଅଣାଯିବା ଲାଗି ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନ୍ ସରକାରଙ୍କ ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଲ୍ୟାଙ୍କ ପ୍ରତ୍ୟର୍ପଣକୁ ମଂଜୁରୀ ପ୍ରଦାନ କରିଛନ୍ତି। ସରକାରଙ୍କ ନିଷ୍ପତ୍ତି ବିରୋଧରେ ୧୪ ଦିନ ମଧ୍ୟରେ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିପାରିବେ ମାଲ୍ୟା। ମାଲ୍ୟାଙ୍କ ବିରୋଧରେ ବ୍ୟାଙ୍କ ଋଣ ପରିଶୋଧ ନକରିବା ଅଭିଯୋଗ ରହିଛି। ୯ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ନଶୁଝି ଭାରତ ଛାଡ଼ି ବ୍ରିଟେନ ପଳାଇଛନ୍ତି ବିଜୟ ମାଲ୍ୟା।  

  • Friday, 16 July 2021
z5
ଭୋଟ୍‌ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ

ପାଟନା: ବିହାରର ନୱାଦା ନିର୍ବାଚନମଣ୍ଡଳୀର ୨୭୦ ନମ୍ବର ବୁଥ୍‌ରେ ଭୋଟ୍ ଗ୍ରହଣ ଚାଲିଥିବା ବେଳେ ଗୋଷ୍ଠୀ ସଂଘର୍ଷ ହୋଇଛି। ଆର୍‌ଜେଡି ଓ ଏନ୍‌ଡିଏ ସମର୍ଥକଙ୍କ ମଧ୍ୟରେ ପିଟାପିଟି ହୋଇଛି। ଏଥିରେ ଜଣେ ବ୍ୟକ୍ତି ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୁଲିସ୍‌ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି। ଏନ୍‌ଡିଏର ଅଂଶୀଦାର ଲୋକ ଜନଶକ୍ତି ପାର୍ଟିରୁ ଚନ୍ଦନ କୁମାର ଏଠାରୁ ପ୍ରାର୍ଥୀ ହୋଇଥିବାବେଳେ ଆର୍‌ଜେଡି ନେତ୍ରୀ ବିଭା ଦେବୀ ମଇଦାନରେ ଅଛନ୍ତି।

  • Friday, 16 July 2021
new cbi chief
ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ଋଷିକୁମାର ଶୁକ୍ଲା

ନୂଆଦିଲ୍ଲୀ :  ଆଜି ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଋଷିକୁମାର ଶୁକ୍ଲା। ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ଦାୟିତ୍ୱ ନେଇଛନ୍ତି ଋଷିକୁମାର। ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କ ଠାରୁ ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି ସେ। ଗତ ସପ୍ତାହରେ ସିବିଆଇ ମୁଖ୍ୟ ଭାବେ ମଧ୍ୟପ୍ରଦେଶ ପୁଲିସ୍‌ ଡିଜିଙ୍କୁ ନିଯୁକ୍ତି ମିଳିଥିଲା। ୧୯୮୩ ବ୍ୟାଚ୍‌ର ଆଇପିଏସ୍‌ ଋଷି କୁମାରଙ୍କୁ ସିବିଆଇ ନିର୍ଦ୍ଦେଶକ ପଦବୀରେ ନିଯୁକ୍ତ ଲାଗି ଚୟନ କରିଥିଲେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ […]

  • Friday, 16 July 2021
cbi
କୋଲକାତାରେ ସିବିଆଇ ଟିମ୍ ହଟହଟା

କୋଲକାତା: କୋଲକାତାରେ ହଟହଟା ସିବିଆଇ ଅଧିକାରୀ। ଚିଟ୍‌ଫଣ୍ଡ ମାମଲା ନେଇ ପୁଲିସ୍ କମିଶନର ରାଜୀବ କୁମାରଙ୍କ ବାସଭବନକୁ ଯିବା ବେଳେ ଅଟକାଇଲା ପୁଲିସ୍‌। ଏହାକୁ ନେଇ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ସିବିଆଇ ଅଧିକାରୀଙ୍କୁ ଅଟକ ରଖି ଥାନାକୁ ନେଇଯାଇଥିଲା ପୁଲିସ୍‌। ଘଟଣା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ୍‌ କମିଶନରଙ୍କ ଘରେ ପହଞ୍ଚିଥିଲେ। ରୋଜ୍‌ଭ୍ୟାଲି ଓ ଶାରଦା ଚିଟଫଣ୍ଡ ମାମଲାରେ ତଦନ୍ତ ପାଇଁ ସିବିଆଇ ପୁଲିସ୍‌ କମିଶନରଙ୍କ ଘରୁ ଯାଇଥିବା ଜଣାପଡ଼ିଛି। ଏହି […]

  • Friday, 16 July 2021
std
ଭାରତୀୟ ଛାତ୍ରଛାତ୍ରୀଙ୍କ ଗିରଫ ନେଇ ଉଦ୍‌ବେଗ ପ୍ରକାଶ କଲା ଭାରତୀୟ ଦୂତାବାସ

ନୂଆଦିଲ୍ଲୀ : ଆମେରିକାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଗିରଫ ନେଇ ଉଦ୍‌ବେଗ ପ୍ରକାଶ କରିଛି ଭାରତୀୟ ଦୂତାବାସ। ଛାତ୍ରଛାତ୍ରୀମାନଙ୍କୁ ସହାୟତା ପାଇଁ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ପଦକ୍ଷେପ ନିଆଯାଉଛି। ଉଲ୍ଲେଖନୀୟ ଯେ, ଦୁଇଦିନ ତଳେ ୧୨୯ଜଣ ଭାରତୀୟଙ୍କୁ ଗିରଫ କରାଯାଇଥିଲା।  ନକଲି ବିଶ୍ୱବିଦ୍ୟାଳୟରେ ନାମଲେଖା ଅଭିଯୋଗର ତଦନ୍ତ କରି ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ଜାଣିଶୁଣି ଏଭଳି ଭାବେ ବିଶ୍ୱ ବିଦ୍ୟାଳୟରେ ନାମଲେଖାଇଥିଲେ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ସେପଟେ ଛାତ୍ରଛାତ୍ରୀମାନଙ୍କୁ ଠକି ଦିଆଯାଇଛି ବୋଲି […]

  • Friday, 16 July 2021
v2
ପ୍ରଥମ ପର୍ଯ୍ୟାୟରେ ହାଇପ୍ରୋଫାଇଲ୍‌ ନେତାଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ କିଛି ହାଇପ୍ରୋଫାଇଲ୍‌ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ। ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ନାଗପୁର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ନୀତିନ ଗଡ଼କରୀ ରହିଛନ୍ତି। ନୀତିନ ଗଡ଼କରୀଙ୍କ ସହ କଡ଼ା ଟକ୍କର ଦେବାକୁ କଂଗ୍ରେସର ନାନା ପାଟୋଲ ରହିଛନ୍ତି। ସେହିଭଳି ଗାଜିଆବାଦ ଲୋକସଭା ଆସନରେ ବିଜେପିର ଅନ୍ୟତମ ହାଇପ୍ରୋଫାଇଲ୍‌ ନେତା ଜେନେରାଲ ଭି.କେ. ସିଂହ ରହିଛନ୍ତି। ସେହିଭଳି ଗୟା ନିର୍ବାଚନମଣ୍ଡଳୀରେ ହାମ୍ ନେତା ଜିତନ ରାମ ମାଂଝୀ ବି ମଇଦାନରେ ଅଛନ୍ତି। ସେହିପରି ଜାମୁଇ […]

  • Friday, 16 July 2021
amerika
ଆମେରିକାରେ ୧୨୯ଜଣ ଭାରତୀୟ ଛାତ୍ରଛାତ୍ରୀ ଗିରଫ

ନୂଆଦିଲ୍ଲୀ : ଆମେରିକାରେ ନକଲି ବିଶ୍ୱବିଦ୍ୟାଳୟରେ ନାମଲେଖା ଅଭିଯୋଗରେ ୧୨୯ଜଣ ଭାରତୀୟଙ୍କୁ ଗିରଫ କରାଯାଇଛି। ଏକ ବିଶ୍ୱ ବିଦ୍ୟାଳୟରେ ନାମ ଲେଖା ଅଭିଯୋଗର ତଦନ୍ତ କରି ଆମେରିକା ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଛାତ୍ରଛାତ୍ରୀମାନେ ଜାଣିଶୁଣି ଏଭଳି ଭାବେ ବିଶ୍ୱବିଦ୍ୟାଳୟରେ ନାମଲେଖାଇଥିଲେ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ସେପଟେ ଛାତ୍ରଛାତ୍ରୀମାନଙ୍କୁ ଠକି ଦିଆଯାଯାଇଛି ବୋଲି ସେମାନଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। ତେବେ ଗିରଫ ହୋଇଥିବା ଭାରତୀୟ ନାଗରିକଙ୍କୁ ସହାୟତା ପାଇଁ ପ୍ରାଥମିକତା ଭିତ୍ତିରେ ବୈଦେଶିକ ମନ୍ତ୍ରାଳୟ […]

  • Friday, 16 July 2021
cbi
ଆଇପିଏସ୍‌ ଅଧିକାରୀ ଋଷି ଶୁକ୍ଳା ହେଲେ ସିବିଆଇର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ପୁଲିସ୍‌ ଡିଜି ଋଷି କୁମାର ଶୁକ୍ଳାଙ୍କୁ ସିବିଆଇର ପରବର୍ତ୍ତୀ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ଏହି ନିଷ୍ପତ୍ତି ନେଇଛି। ୧୯୮୩ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଧିକାରୀଙ୍କ କାର୍ଯ୍ୟକାଳ ଦୁଇବର୍ଷ ରହିବ। ଋଷି ଶୁକ୍ଳା ହେଉଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ପୁଲିସ ଡିଜି। ସିବିଆଇର ବିଶ୍ୱସନୀୟତା ଫେରାଇ ଆଣିବା ତାଙ୍କ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ରହିବ। ଜାନୁୟାରୀ ୧୦ରୁ ସିବିଆଇର ନିର୍ଦ୍ଦେଶକ ପଦ ଖାଲି ପଡିଥିଲା। ନିର୍ଦ୍ଦେଶକ […]

  • Friday, 16 July 2021
a3
ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଓ ୧୭୫ ବିଧାନସଭା ଆସନ ପାଇଁ ଚାଲିଛି ମତଦାନ

ହାଇଦ୍ରାବାଦ: ଆଜି ଆନ୍ଧ୍ରପ୍ରଦେଶର ୨୫ ଲୋକସଭା ଆସନ ଓ ୧୭୫ ବିଧାନସଭା ଆସନରେ ମତଦାନ ଚାଲିଛି। ରାଜ୍ୟର ୨୫ଟି ଲୋକସଭା ଆସନ ପାଇଁ ମୋଟ୍ ୩୧୯ ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ରାଜ୍ୟରେ ଏଥର ମୁଖ୍ୟତଃ ତେଲୁଗୁ ଦେଶମ ପାର୍ଟି ଓ ଓ୍ୱାଇଏସ୍ଆର କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେଉଛି। ରାଜ୍ୟରେ କ୍ଷମତାସୀନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ରାଜଶେଖର ରେଡ୍ଡିଙ୍କ ପୁଅ ତଥା ଓ୍ୱାଇଏସ୍ଆର କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡି କଡ଼ା ଟକ୍କର ଦେଉଛନ୍ତି। […]

  • Friday, 16 July 2021
a1
୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ମତଦାନ ଜାରି

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟରେ ୨୦ଟି ରାଜ୍ୟର ୯୧ ଲୋକସଭା ଆସନରେ ମତଦାନ ହେଉଛି। ୧୪ କୋଟି ୨୦ ଲକ୍ଷ ୫୪ ହଜାର ମତଦାତା ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଓଡ଼ିଶାର ୪ଟି ଆସନ ବାଦ୍ ଆନ୍ଧ୍ରପ୍ରଦେଶର ୨୫, ଉତ୍ତରପ୍ରଦେଶର ୮, ଉତ୍ତରାଖଣ୍ଡର ୫, ଅରୁଣାଚଳ ପ୍ରଦେଶର ୨, ଆସାମର ୫, ବିହାରର ୪, ଛତିଶଗଡ଼ର ୧, ଜାମ୍ମୁ ଓ କାଶ୍ମୀରର ୨, ମହାରାଷ୍ଟ୍ରର ୭, ମେଘାଳୟର ୨, ମଣିପୁରର ୧, ମିଜୋରାମର ୧, ନାଗାଲାଣ୍ଡର […]

  • Friday, 16 July 2021
cbi -1
ଆଜି ବି ବଛା ହୋଇପାରିଲେନି ସିବିଆଇ ନିର୍ଦ୍ଦେଶକ

ନୂଆଦିଲ୍ଲୀ : ଆଜି ବି ବଛା ହୋଇପାରିଲେନି ସିବିଆଇ ନିର୍ଦ୍ଦେଶକ। ଆଜି ସିଲେକ୍ସନ କମିଟିର ଦ୍ୱିତୀୟ ବୈଠକ ବସିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଏହି ବୈଠକ ବସିଥିଲା। କିନ୍ତୁ କୌଣସି ନିଷ୍କର୍ସ ବାହାରିପାରିନଥିବାବେଳେ ଆସନ୍ତା ସପ୍ତାହରେ ପୁଣି ବୈଠକ ବସିବ। କମିଟିରେ ସର୍ବବୃହତ ବିରୋଧୀ ଦଳର ନେତା ମଲ୍ଲିକାର୍ଜୁନ ଖର୍ଗେ ଏବଂ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ସହ ଆଲୋଚନା କରିଥିଲେ ମୋଦି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସର୍ଟ ଲିଷ୍ଟ କରାଯାଇଥିବା ୭୯ […]

  • Friday, 16 July 2021
encounter
୪ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୪ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୁଲୱାମାର ଲସିପୋରାରେ ଆତଙ୍କବାଦୀମାନେ ଲୁଚିଥିବା ଖବର ପାଇ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା। ଆତଙ୍କବାଦୀମାନେ ଗୁଳିମାଡ଼ କରିବାରୁ ସୁରକ୍ଷାକର୍ମୀମାନେ ଏହାର ଜବାବ୍‌ ଦେଇଥିଲେ। ଏନ୍‌କାଉଣ୍ଟରରେ ନିହତ ଆତଙ୍କବାଦୀମାନେ ଲସ୍କର-ଇ-ତୋଇବା ସଂଗଠନ ପାଇଁ କାମ କରୁଥିବା ସୂଚନା ମିଳିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଭୋର ୪ଟାରୁ ଆରମ୍ଭ ହୋଇଥିବା ଏହି ସର୍ଚ୍ଚ ଅପରେସନ୍‌ରେ ୫୫ରାଷ୍ଟ୍ରୀୟ […]

  • Friday, 16 July 2021
w2
ଅତ୍ୟାଧୁନିକ ଏମିସାଟ୍‌ର ଉତ୍‌କ୍ଷେପଣ ଆଜି

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ପକ୍ଷରୁ ଆଜି ଅତ୍ୟାଧୁନିକ ଏମିସାଟ୍‌ ସାଟେଲାଇଟ୍ ଉତ୍‌କ୍ଷେପଣ କରାଯିବ। ଏହି ସାଟେଲାଇଟ୍‌ ଇଲେକଟ୍ରୋନିକ୍ ସୂଚନା ଆଧାରରେ ଶତ୍ରୁପକ୍ଷର ରାଡାର ଉପରେ ତୀକ୍ଷଣ ନଜର ରଖିବ। ଆଜି ଶ୍ରୀହରି କୋଟାସ୍ଥିତ ସତୀଶ ଧାୱନ ସ୍ପେସ୍‌ ସେଣ୍ଟରରୁ ଏହାର ଉତ୍‌କ୍ଷେପଣ କରାଯିବ। ଏଥିପାଇଁ ଗତକାଲି ସକାଳ ୬ଟା ୨୭ରୁ ଅବଗଣନା ଆରମ୍ଭ ହୋଇଛି। ୪୩୬ କେଜି ଓଜନ ବିଶିଷ୍ଟ ଏମିସାଟ୍ ସାଟେଲାଇଟ୍ ସହ ୨୮ଟି ବିଦେଶୀ ସାଟେଲାଇଟ୍ ମଧ୍ୟ ଉତ୍‌କ୍ଷେପଣ କରାଯିବ। […]

  • Friday, 16 July 2021
pilot killed
ମିରାଜ-୨୦୦୦ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ହିନ୍ଦୁସ୍ଥାନ ଏରୋନଟିକ୍ସ  ଲିମିଟିଡେ( HAL) ଏୟାରପୋର୍ଟରେ ମିରାଜ୍-୨୦୦୦ ଏୟାରକ୍ରାଫ୍ଟ  ଦୁର୍ଘଟଣାଗ୍ରସ୍ତ। ଏଥିରେ ଦୁଇ ଜଣ ପାଇଲଟଙ୍କ ମୃତ୍ୟୁ ହୋଇଛି। ଏୟାରକ୍ରାଫ୍ଟଟି କିଛି ଦିନ ପୂର୍ବରୁ ହାଲ୍ ପକ୍ଷରୁ ନବୀକରଣ ଓ ବିକଶିତ କରାଯାଇଥିଲା। ଆଜି ଏହାର ପରୀକ୍ଷାମୂଳକ ଉଡ଼ାଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସକାଳେ ୟମାଲୁରୁ ଏୟାରପୋର୍ଟରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣର କିଛି ସମୟ ଭିତରେ ଜଣେ ପାଇଲଟ୍ ଏୟାରକ୍ରାଫ୍ଟରୁ ଛିଟକି ଯାଇଥିବାବେଳେ ଜଣେ ଭିତରେ ରହିଥିଲେ। ଗଭୀର ଆଘାତ […]

  • Friday, 16 July 2021
p chidambaerm
ଅନ୍ତରୀଣ ବଜେଟକୁ ବିରୋଧୀ କଂଗ୍ରେସର ସମାଲୋଚନା

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଜେଟକୁ କଂଗ୍ରେସ ସମାଲୋଚନା କରିଛି। ନିର୍ବାଚନ ପୂର୍ବରୁ ସିଧାସଳଖ କୃଷକଙ୍କୁ ଲାଞ୍ଚ ଦେବା ଲାଗି ସରକାର ବ୍ୟବସ୍ଥା କରିଥିବା ପୂର୍ବତନ ଅର୍ଥ ମନ୍ତ୍ରୀ ପି. ଚିଦାମ୍ବରମ କହିଛନ୍ତି। ସେପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ, ଦିନକୁ ୧୭ ଟଙ୍କା ଚାଷୀଙ୍କୁ ଦିଆଯିବା ହାସ୍ୟାସ୍ପଦ। ତା ଛଡ଼ା ଆଜିର ବଜେଟକୁ ସରକାର ଯେଉଁ ସର୍ଜିକାଲ ଷ୍ଟ୍ରାଇକ୍‌ ବୋଲି କହୁଛନ୍ତି। ଆଉ ଦୁଇ ମାସ ପରେ […]

  • Friday, 16 July 2021