ସମ୍ବଲପୁର: ସମ୍ବଲପୁର-ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ର ରେଙ୍ଗାଲି ନୂଆଖୁରି ଗାଁ ଟୋଲ ପ୍ଲାଜାରୁ ଟୋଲ ଆଦାୟ ବନ୍ଦ ଓ ଟୋଲ୍ଗେଟ୍ ଉଚ୍ଛେଦ କରିବା ଦାବିରେ ଏପ୍ରିଲ ୨ ତାରିଖରେ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ରାଜପଥ ବ୍ୟବହାରକାରୀ ସଂଘ ଏହି ବନ୍ଦ ଡାକରା ଦେଇଛି। ଶିକ୍ଷାନୁଷ୍ଠାନକୁ ବନ୍ଦରୁ ବାଦ୍ ଦିଆଯିବ। ସେହିପରି ଆମ୍ବୁଲାନ୍ସ, ସ୍କୁଲ ବସ୍କୁ ମଧ୍ୟ ବନ୍ଦରୁ ବାଦ୍ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ବରଗଡ଼ ଟୋଲ୍ […]
ଭୁବନେଶ୍ୱର: ସିବିଏସ୍ଇ ଦଶମ ଗଣିତର ପୁନଃ ପରୀକ୍ଷା ପ୍ରସଙ୍ଗ ନେଇ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଘୋଷଣା ପରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। କାରଣ ଯଦି ପୁନଃ ପରୀକ୍ଷା ହୁଏ, ତେବେ କେବଳ ଦିଲ୍ଲୀ ଓ ହରିୟାଣାରେ ପରୀକ୍ଷା ହେବ। ଅନ୍ୟ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍ ହୋଇନଥିବାରୁ ବାକି ରାଜ୍ୟରେ ପରୀକ୍ଷା ନ କରାଇବାକୁ ନିଷ୍ପତ୍ତି ନେଇଛି ସିବିଏସ୍ଇ। ସମ୍ଭବତଃ ଜୁଲାଇରେ ପରୀକ୍ଷା ହୋଇପାରେ। ୧୫ ଦିନ ଭିତରେ ଏ ସଂପର୍କରେ ନିଷ୍ପତ୍ତି ନିଆଯିବ। ସେପଟେ […]
ଭୁବନେଶ୍ୱର: ଆଜି କାଳବୈଶାଖୀ ଯୋଗୁ ତାତି କମିବାର ସମ୍ଭାବନା ରହିଛି। କିଛି ସ୍ଥାନରେ ଘଡ଼ଘଡ଼ି ସହିତ କୁଆପଥର ବୃଷ୍ଟି ହେବାର ମଧ୍ୟ ସମ୍ଭାବନା ଅଛି। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ରହିବ। ଆସନ୍ତା ଦୁଇ ଦିନ ଉପକୂଳ ଓ ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ଅଛି। ଓଡ଼ିଶାକୁ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ୫ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ରହିବ। ଏହାପରେ ପୁଣି ତାପମାତ୍ରା […]
ଆଠଗଡ଼ : କୂଅ ଭିତରକୁ କାର୍ ଓଲଟିବା ଫଳରେ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲା ଶଙ୍କରପୁର ଗାଁର ବିଶ୍ୱଜିତ୍ ସାହୁ। ଆଜି ସକାଳେ ଆଠଗଡ଼ ଥାନା ଇଚ୍ଛାପୁର ଗାଁରୁ ଜେନାପଦା ଯିବା ରାସ୍ତାରେ ବିଶ୍ୱଜିତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କୂଅ ଭିତରେ ପଶିଯାଇଥିଲେ। ଅଧଘଣ୍ଟା ଧରି କାରଟି କୂଅ ଭିତରେ ପଡି ରହିଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୂଅ ଭିତରୁ ବିଶ୍ୱଜିତ୍ଙ୍କୁ ଉଦ୍ଧାର କରି […]
ଭୁବନେଶ୍ୱର : ଗଲେ ବି.କେ ହରିପ୍ରସାଦ, ଆସିଲେ ଜିତେନ୍ଦ୍ର ସିଂ। ଓଡିଶା ପ୍ରଭାରୀ ଭାବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଜିତେନ୍ଦ୍ର ସିଂଙ୍କୁ ଓଡିଶା ଦାୟିତ୍ୱ ଦେଇଛନ୍ତି। ପଂଚାୟତ ନିର୍ବାଚନ, ବିଜେପୁର ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ତଥା ବାରମ୍ବାର ରାଜ୍ୟ ନେତାଙ୍କ ଅଭିଯୋଗ ପରେ ଶେଷରେ ବି.କେ ହରିପ୍ରସାଦଙ୍କୁ ପରିବର୍ତ୍ତନ କରାଗଲା ବୋଲି କୁହାଯାଉଛି। ସେପଟେ ଜିତେନ୍ଦ୍ର ସିଂ ହେଉଛନ୍ତି ରାହୁଲଙ୍କ ଟିମ୍ର ୟଙ୍ଗ ଚେହେରା। ପ୍ରସାଦଙ୍କୁ ହଟାଇବା ପାଇଁ ବିଧାୟକ ଗୋଷ୍ଠୀ ଦାବୀ କରିବା […]
ଭୁବନେଶ୍ୱର : ଓଡ଼ିଶାରେ ସିବିଏସ୍ଇ ଦଶମ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି। ଦିଲ୍ଲୀ ଓ ହରିୟାଣା ବ୍ୟତୀତ ଅନ୍ୟ କୌଣସି ରାଜ୍ୟରେ ଆଉ ଥରେ ହେବ ନାହିଁ ଦଶମ ଶ୍ରେଣୀ ଗଣିତ ପରୀକ୍ଷା। ତେବେ ପ୍ରଶ୍ନପତ୍ର ଲିକ୍ ଯୋଗୁଁ CBSE ଦ୍ୱାଦଶ ଶ୍ରେଣୀର ପୁନଃ ପରୀକ୍ଷା ସାରା ଦେଶରେ ହେବ। ଆଜି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହା ଘୋଷଣା ହୋଇଛି। ଏପ୍ରିଲ ୨୫ରେ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ବିଷୟରେ ସାରା ଦେଶରେ ପୁଣି ପରୀକ୍ଷା ହେବ। […]
ଭୁବନେଶ୍ୱର : ଆସୁଛି ବର୍ଷା ଓ ଝଡ଼ ତୋଫାନ୍। ଏହାର ପ୍ରଭାବ ରାଜ୍ୟର ୧୫ ଜିଲ୍ଲାରେ ଦେଖିବାକୁ ମିଳିବ। ଏହି ସମୟରେ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଆଜି ରାତି ୮ଟା ୧୫ ପର୍ଯ୍ୟନ୍ତ ସତର୍କତା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ଦିନ ଧରି ରାଜ୍ୟରେ ତାପମାତ୍ରା ବଢ଼ିବାରେ ଲାଗିଛି। ଯାହାଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଲୋକେ ଘରୁ ବାହାରି ପାରୁନଥିଲେ। ଦିନ ୧୨ଟା ବେଳକୁ ରାସ୍ତାଘାଟ ଶୂନ୍ସାନ୍ ହୋଇଯାଉଥିଲା। କିନ୍ତୁ […]
ଗଞ୍ଜାମ : କୃଷି ଋଣ ନାଁରେ ସାଧାରଣ ଗ୍ରାହକଙ୍କୁ ଠକେଇ। ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଛନ୍ତି ନିଜେ ବ୍ରାଞ୍ଚ୍ ମ୍ୟାନେଜର। ଗଞ୍ଜାମ ବୁଗୁଡ଼ା ବ୍ଲକ୍ କରଚୁଲି ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ପୂର୍ବତନ ବ୍ରାଞ୍ଚ୍ ମ୍ୟାନେଜର ୭ ଜଣଙ୍କ ନାଁରେ ଚୂନ ଲଗାଇ ଟଙ୍କା ଉଠାଇ ନେଇଥିବା ଅଭିଯୋଗ କରିଛନ୍ତି ଉଦୟପୁର ଗାଁର କିଛି ହିତାଧିକାରୀ। ଏମାନଙ୍କ କହିବା କଥା, ୨୦୧୫ରେ କୃଷି ଋଣ ଦେବା ବାହାନାରେ କିଛି ଗ୍ରାହକଙ୍କୁ ଡକ୍ୟୁମେଣ୍ଟ୍ ଦେବା ଲାଗି କହିଥିଲେ ନିର୍ମଦ […]
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ପଦନୀପାଳ ଦୀପାଞ୍ଚଳର ୩ଟି ଗାଁ ପଦନୀପାଳ, ଦୈତାରୀପୁର, ଡକଳମଡା ଶାସନକୁ ଚତୁଃପାର୍ଶରୁ ଘେରି ରହିଛି ଖରସ୍ରୋତା ଓ କାଣିନଦୀ। ଫଳରେ ଏଠାକାର ଲୋକମାନେ ବର୍ଷ ସାରା ବିତାଇଥାନ୍ତି ଜଳବନ୍ଦୀ ଜୀବନ। ଏ ନେଇ ସ୍ଥାନୀୟ ଲୋକେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ୨୦୦୯ ମସିହାରେ କମିଶନ ସ୍ଥାୟୀ ରାସ୍ତା ଓ ସେତୁ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ହେଲେ ସେତୁ କାମ ବିଭିନ୍ନ କାରଣ ପାଇଁ ଆଗେଇନଥିବା ବେଳେ ଏବେ […]
ନୂଆଦିଲ୍ଲୀ: CBSE ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ ପୋଲିସ SITର ଜାରି ରହିଛି ଛାନଭିନ୍। CBSE ପରୀକ୍ଷା ନିୟନ୍ତ୍ରକଙ୍କୁ ଦୀର୍ଘ ୪ ଘଣ୍ଟା ଧରି ଜେରା କରିଛି ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଟିମ୍। ପ୍ରଶ୍ନପତ୍ର ପିଛା ଛାତ୍ରଛାତ୍ରୀଙ୍କ ଠାରୁ ୩୫ ହଜାର ଟଙ୍କା ଲେଖାଏଁ ନେଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ପ୍ରଶ୍ନପତ୍ର ଲିକ୍ ମାମଲାରେ ଦିଲ୍ଲୀ CBSE କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଛାତ୍ରଛାତ୍ରୀ। ମାମଲାରେ ଗତକାଲି ପ୍ରାୟ ୨୫ ଜଣଙ୍କୁ ପଚରାଉଚରା କରିଥିଲା ପୋଲିସ। […]
ଫୁଲବାଣୀ: ଫୁଲବାଣୀ ମେଡିକାଲ ନିକଟ ମୁଣ୍ଡିଅସାହିରୁ ଆଜି ଏନ ନବଜାତ ଶିଶୁ କନ୍ୟାର ମୃତ ଦେହ ଠାବ କରାଯାଇଛି। ଶିଶୁ କନ୍ୟାର ମୃତ ଦେହକୁ କୁକୁର ମାନେ ଆଣି ପକାଇଥିବା ଦେଖିବାକୁ ମିଳିଛି। ସେହି ସାହିର ଜଣେ ମହିଳା କୁନି ଦିଗାଲ ମୃତ ଶିଶୁ ପଡିଥିବା ଦେଖି ପୋଲିକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି ଶିଶୁର ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି।
ପୁରୀ: ପୁରୀ ସଦର ଥନା ରେଣ୍ଡାଗଡ଼ ଗାଁ ନିକଟରୁ ୬ଟି ଅଷ୍ଟଧାତୁ ମୂର୍ତ୍ତି ଓ ପ୍ରଭା ଉଦ୍ଧାର। ଉଦ୍ଧାର ମୂର୍ତ୍ତି ଓ ପ୍ରଭା ରେଣ୍ଡାଗଡ ନୃସିଂହ ମଠର ବୋଲି ଜଣାପଡିଛି। ସୂଚନା ଅନୁସାରେ ଆଜି ସକାଳେ କିଛି ପିଲା ନଦୀ ବନ୍ଧ ନିକଟ ଆମ୍ବଗଛ ମୂଳେ ଏକ ବ୍ୟାଗ ପଡିଥିବା ଦେଖିଥିଲେ। ପରେ ବ୍ୟାଗ୍ରେ ମୂର୍ତ୍ତି ଥିବା ଦେଖି ସ୍ଥାନୀୟ ନୃସିଂହ ମଠକୁ ଖବର ଦେଇଥିଲେ। ଏହାପରେ ମଠ କର୍ମଚାରୀ ମୂର୍ତ୍ତି ଏବଂ ପ୍ରଭାକୁ ଦେଖିବା ପରେ […]
ବ୍ରହ୍ମପୁର: ବ୍ରହ୍ମପୁରର ନୂତନ ଏସ୍ପି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ପିନାକ ମିଶ୍ର। ଏହାପୂର୍ବରୁ ସେ ସୁନ୍ଦରଗଡ଼ ଏସ୍ପି ଥିଲେ। ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଶିଷ କୁମାର ସିଂଙ୍କୁ ପଦୋନ୍ନତି ଦିଆଯିବା ପରେ ତାଙ୍କ ସ୍ଥାନରେ ପିନାକ ମିଶ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଗତକାଲି କାର୍ଯ୍ୟରେ ଯୋଗଦେବା ପରେ ବ୍ରହ୍ମପୁର ପୋଲିସର ବରିଷ୍ଠ ଅଧିକାରୀ ମାନେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ସେ ବ୍ରହ୍ମପୁର ସହରରେ ପିପୁଲ୍ ଫ୍ରେଣ୍ଡ୍ଲି ପୋଲିସିଂ ବ୍ୟବସ୍ଥା ଏବଂ ଟ୍ରାଫିକ୍ ସମସ୍ୟାର ସମାଧାନ […]
ଭୁବନେଶ୍ୱର: ଆଜି ଏବଂ କାଲି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମିବ। ଯାଜପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଓ ଭଦ୍ରକର ବିଭିନ୍ନ ସ୍ଥାନରେ କାଳ ବୈଶାଖୀର ସମ୍ଭାବନା ରହିଛି। ତେଣୁ ଆଗକୁ ଗ୍ରୀଷ୍ମ ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ଏଭଳି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ହେବ। ବର୍ତ୍ତମାନ ଦକ୍ଷିଣ-ପଶ୍ଚିମ ଦିଗରୁ ବାୟୁ ପ୍ରବାହିତ ହେଉଛି। ପୁନର୍ବାର ୫ ତାରିଖ […]
ଭୁବନେଶ୍ୱର: ପୁଣି କଂଗ୍ରେସ ଛାଡିଲେ ନେତା। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ଗତକାଲି ତାଙ୍କ ଇସ୍ତଫାପତ୍ର AICC ଓ ପିସିସ ସଭାପତିଙ୍କ ନିକଟକୁ ପଠାଇଛନ୍ତି। ଦଳରେ ଚରମ ବିଶୃଙ୍ଖଳା ଦେଖା ଦେଇଥିବା ବେଳେ ହାଇକମାଣ୍ଡ ଏହାର ସମାଧାନ କରିବାକୁ ଚେଷ୍ଟା କରୁନାହାନ୍ତି ବୋଲି ସେ କ୍ଷୋଭର ସହ କହିଛନ୍ତି। ଏଥିସହ ତାଙ୍କର ଅଭିଜ୍ଞତାକୁ କଂଗ୍ରେସ ଦଳ କାମରେ ଲଗାଉନଥିବାରୁ ସେ ଇସ୍ତଫା ଦେଇଥିବା ଜଣାଇଛନ୍ତି। ଚନ୍ଦ୍ରଶେଖରଙ୍କ […]