ଯାଜପୁର: ପୁଣି ଅଲୋଡ଼ା ଶିଶୁକନ୍ୟା। ଯାଜପୁର ଜିଲ୍ଲା କୁଆଖିଆଥାନା ଅନ୍ତର୍ଗତ ସୁଆଁସାହିରେ ଜାତୀୟ ରାଜପଥ କଡ଼ରୁ ଉଦ୍ଧାର ହୋଇଛି ନବଜାତ ଶିଶୁକନ୍ୟା। ଶିଶୁଟିକୁ କେହି ଏକ କପଡ଼ାରେ ଗୁଡାଇ ରାସ୍ତାକଡ଼ରେ ରଖି ଚାଲିଯାଇଥିଲା। ଗତକାଲି ଅପରାହ୍ନରେ ସ୍ଥାନୀୟ ଅଞ୍ଚଳରେ ଜଣେ ମହିଳା ଶିଶୁଟିକୁ ଦେଖି ଘରକୁ ନେଇ ଆସିଥିଲେ। ଶିଶୁର ମୁହଁରେ କପଡ଼ା ଗୁଡ଼ାଇ ହୋଇଥିବା ଅବସ୍ଥାରେ ଉଦ୍ଧାର ହୋଇଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡିଛି। ସୂଚନାଥାଉ କି, ମାର୍ଚ୍ଚ ୨୨ରେ ଅନୁଗୁଳ ପାଲଲହଡ଼ା ଶିଳିଆମୁଣ୍ଡା […]