ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନୀଳଗିରି ଏନ୍ଏସି ଅଧିନ ମିରିଗିଣି ଗାଁରୁ ଉଦ୍ଧାର ହୋଇଛି ୧୫ ଫୁଟ୍ ଲମ୍ବର ଅହିରାଜ ସାପ। ସେହି ଗାଁର ବାବୁଲି ବେହେରାଙ୍କ ବାଡ଼ିରେ ଏହି ସାପ ଦେଖିବାକୁ ମିଳିଥିଲା। ସାପକୁ କୌଶଳ କ୍ରମେ ଧରି ବନବିଭାଗକୁ ଖବର ଦେଇଥିଲେ ବାବୁଲି ବେହେରା। ମିରିଗିଣି ଗାଁରେ ବାବୁଲି ବେହେରାଙ୍କ ଘରେ ପହଞ୍ଚି ସାପକୁ ଉଦ୍ଧାର କରିଥିଲେ ବନବିଭାଗ କର୍ତ୍ତୃପକ୍ଷ।
ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମର ପ୍ରକୋପ। ଗତକାଲି ୧୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଶୁକ୍ରବାର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା ଟିଟିଲାଗଡ । ଏଠାରେ ସର୍ବାଧିକ ତାପମାତ୍ରା ୪୩ ଦଶମିକ ୫ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି। ସେହିପରି ୪୨ ଦଶମିକ ୬ ଡିଗ୍ରୀ ତାପମାତ୍ରା ସହ ଦ୍ୱିତୀୟ ସ୍ଥାନରେ ରହିଛି ବଲାଙ୍ଗିର। ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୬ ଦଶମିକ ୬ ଡିଗ୍ରୀ ରହିଛି।
ନୂଆଦିଲ୍ଲୀ : ଜାତିସଂଘରେ ଭାରତର ବଡ଼ କୁଟନୈତିକ ବିଜୟ। ଜୈସ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା କରିଛି ମିଳିତ ଜାତିସଂଘର ସୁରକ୍ଷା ପରିଷଦ। ଚୀନ୍ ପ୍ରତିବନ୍ଧକ ହଟାଇବା ପରେ ଜୈସ୍ ମୁଖ୍ୟ ମାସୁଦକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଛି। ଏହାକୁ ନେଇ ଭାରତ ଜାତିସଂଘର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛି। ପୂର୍ବରୁ ଚୀନ ୪ଥର ଭିଟୋ ପ୍ରୟୋଗ କରି ମାସୁଦ ଆଝାରକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣାରୁ ରକ୍ଷା କରିଥିଲା। […]
ପୁରୀ : ୪ ଦିନର ବ୍ୟତିକ୍ରମ ଆଉ ବିଭ୍ରାଟର ଅନ୍ତ ଘଟିଛି। ବାହାରିଛି ମହାପ୍ରଭୁଙ୍କ ମହାପ୍ରସାଦ। ମହ ମହ ବାସୁଛି ଏବେ ରୋଷଶାଳା, ଆନନ୍ଦବଜାର, ବାଇଶିପାହାଚ ସବୁକିଛି। କାଳିଆ ସାଆନ୍ତ ବି ଆଶ୍ୱସ୍ଥ। ମହାପ୍ରସାଦ ଟିକିଏ ପାଇ ଭକ୍ତ ବି ଭାବବିହ୍ୱଳ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଏବଂ କଡ଼ା ତାଗିଦ୍ ପରେ ଆଜି ଶୃଙ୍ଖଳିତ ହୋଇଥିଲା ନୀତିକାନ୍ତି। ଏହାପରେ ଦିନ ୧୨ଟା ୩୦ ମିନିଟ୍ରେ ଭୋଗମଣ୍ଡପ ଉଠିବା ସହ ବାହାରିଥିଲା ମହାପ୍ରସାଦ। ଗତ ୧୬ ତାରିଖରେ ନୀତିକାନ୍ତିରେ ବିଳମ୍ବ […]
ଭୁବନେଶ୍ୱର : ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବାଲେଶ୍ୱରର ନୀଳଗିରି, ଭୁବନେଶ୍ୱରରୁ ଭବାନୀପାଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି କୁନିଝିଅ। ଭବାନୀପାଟଣାର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ସଂପର୍କୀୟ ଭିଣୋଇ। ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ିଚାଲିଥିବା ଏ ଅତ୍ୟାଚାରକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମୁଲତବୀ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରତିଦିନ ୬ ଜଣ […]
ଭୁବନେଶ୍ୱର : ବଲାଙ୍ଗିର ପାଟଣାଗଡ଼ର ପାର୍ସଲ ବୋମା ବିସ୍ଫୋରଣ ଘଟଣାର ପର୍ଦ୍ଦାଫାସ୍ ଖୁବ୍ ଶୀଘ୍ର ହେବ। ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ଘଟଣାରେ ପ୍ରଥମଥର ପାଇଁ ମୁହଁ ଖୋଲି ଆଜି ଏହି ସୂଚନା ଦେଇଛନ୍ତି। ଡିଜିପି କହିଛନ୍ତି, କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ତଦନ୍ତ ଚାଲିଛି। ପୋଲିସକୁ ମଧ୍ୟ ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଖୁବ୍ ଶୀଘ୍ର ରହସ୍ୟ ଉନ୍ମୋଚନ ହେବ ବୋଲି ଡିଜିପି ସୂଚନା ଦେଇଛନ୍ତି। ଏହି ଘଟଣାରେ ୨ଜଣଙ୍କର […]
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି । କାଳବୈଶାଖୀ ପ୍ରଭାବରେ ଆଜି ରାଜ୍ୟର ୫ ଜିଲ୍ଲା- କନ୍ଧମାଳ, ବୌଦ୍ଧ, ସୋନପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ବର୍ଷା ହେବ। ଘନଘନ ବଜ୍ରପାତ ମଧ୍ୟ ହେବ। ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି। ତେଣୁ ଘରୁ ନବାହାରିବା ପାଇଁ […]
ନୂଆଦିଲ୍ଲୀ: ମୋଷ୍ଟ ୱାଣ୍ଟେଡ୍ ଡନ୍ ଦାଉଦ୍ ଇବ୍ରାହିମ୍କୁ ଝଟ୍କା। ମୁମ୍ବାଇରେ ଥିବା ଦାଉଦ୍ର ସମ୍ପତ୍ତି ହେବ ଜବତ। ମୁମ୍ବାଇ ନାଗପଡ଼ାରେ ଥିବା କୋଟି କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିବେ ସରକାର। ଏନେଇ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇଛନ୍ତି। ଦାଉଦ୍ର ସମ୍ପତ୍ତିକୁ ଜବତ ନ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଦାଉଦ୍ର ମାଆ ଏବଂ ଭଉଣୀ ହସିନା ପାରକର୍। ତେବେ ଏହି ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ମୁମ୍ବାଇ ନାଗପଡ଼ାରେ ଦାଉଦ୍ର ମାଆ ଅମିନାଙ୍କ ନାଁରେ […]
ପୁରୀ: ୪ ଦିନର ଅପେକ୍ଷାର ଅନ୍ତ। ଶ୍ରୀମନ୍ଦିର ଆନନ୍ଦ ବଜାରରେ ଭକ୍ତ ପାଇଲେ ମହାପ୍ରସାଦ। ସଠିକ୍ ସମୟରେ ଠାକୁରଙ୍କ ନୀତିକାନ୍ତି ସାଙ୍ଗକୁ ଭୋଗ ମଣ୍ଡପ ଉଠିବା ପରେ ଆନନ୍ଦ ବଜାରରେ ଅବଢ଼ା ଖାଇ ଖୁସି ହୋଇଛନ୍ତି ଭକ୍ତ। ନୀତି ବିଭ୍ରାଟ ସାଙ୍ଗକୁ ସୁଆର ସେବାୟତଙ୍କ ଆନ୍ଦୋଳନ ଯୋଗୁଁ ଗତ ୧୬ ତାରିଖରୁ ଅବଢ଼ା ବାହାରୁନଥିଲା। ତେବେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ମହାପ୍ରଭୁଙ୍କ ସବୁ ନୀତିକାନ୍ତି ଠିକଠାକ୍ ହେବା ପରେ ସଠିକ୍ ସମୟରେ ମହାପ୍ରସାଦ ବାହାରିଛି। ଫଳରେ […]