• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

rice
ଧାନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା

ରାଉରକେଲା : ରାଉରକେଲା ବିସ୍ରା ଥାନା ବାଗଡ଼େଗା ଛକରେ ଧାନ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା। ବାଇକ୍‌ରେ ଆସି ୩ଜଣ ଦୁର୍ବୃତ୍ତ ଗୁଳି କରି ଫେରାର ହୋଇ ଯାଇଛନ୍ତି। ଘଟଣାସ୍ଥଳରେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି ଏବଂ ଫେରାର ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ତଦନ୍ତ ଚଳାଇଛି।

  • Friday, 16 July 2021
pnb fraud
ପିଏନବି ଦୁର୍ନୀତି ମାମଲା: ଆଇସିଆଇସିଆଇ ଓ ଆକ୍ସିସ ବ୍ୟାଙ୍କର ମୁଖ୍ୟଙ୍କୁ ସମନ

ନୂଆଦିଲ୍ଲୀ: ପିଏନବିରେ ହୋଇଥିବା ପାଖାପାଖି୧୩ ହଜାର କୋଟି ଟଙ୍କାର ମହା ଦୁର୍ନୀତି ମାମଲାକୁ ନେଇ ଆଇସିଆଇସିଆଇ ବ୍ୟାଙ୍କର ସିଇଓ ତଥା ଏମଡି ଚନ୍ଦା କୋଚର ଏବଂ ଆକ୍ସିସ ବ୍ୟାଙ୍କ ମୁଖ୍ୟ ଶିଖା ଶର୍ମାଙ୍କୁ ଆଣ୍ଟି ଫ୍ରଡ୍ ଏଜେନ୍ସି, ଏସଏଫଆଇଓ(ସିରିୟସ ଫ୍ରଡ ଇନଭେଷ୍ଟିଗେସନ୍ ଅଫିସ) ଆଜି ସମନ ଜାରି କରିଛି। କୋଚର ଓ ଶର୍ମାଙ୍କୁ ଏସଏଫଆଇଓର ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟରେ ହାଜର  ହେବାପାଇଁ କୁହାଯାଇଛି। ତେବେ ବ୍ୟାଙ୍କର ଏହି ବରିଷ୍ଠ ଅଧିକାରୀଙ୍କୁ ଅଭିଯୁକ୍ତ ଭାବରେ ନୁହେଁ ବରଂ ପଚରାଉଚୁରା […]

  • Friday, 16 July 2021
moidi
ଚର୍ଚ୍ଚାରେ ବିଜେପିର ‘ମେଁ ଭି ଚୌକିଦାର’ କ୍ୟାମ୍ପେନ

ନୂଆଦିଲ୍ଲୀ : ୧୯ ଲୋକସଭା ନିର୍ବାଚନରେ ବିଜୟ ସହ ପୁଣି ଥରେ ଦିଲ୍ଲୀ ଗାଦି ଦଖଲ ପାଇଁ ଆକ୍ସନ ମୁଡ୍‌ରେ ବିଜେପି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ମେଁ ଭି ଚୌକିଦାର’ କ୍ୟାମ୍ପେନକୁ ଏବେ ଅଧିକ ଲୋକପ୍ରିୟ କରିବା ପାଇଁ ପ୍ରସ୍ତୁତ ହେଉଛି ବିଜେପି। ଘରେ ଘରେ ପ୍ରଧାନମନ୍ତ୍ରୀଙ୍କ କଥାକୁ ପହଞ୍ଚାଇବା ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରିଛି। ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମ ଜରିଆରେ ଜନତାଙ୍କୁ ସମ୍ବୋଧିତ […]

  • Friday, 16 July 2021
matric  paper viral
ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ

ଭୁବନେଶ୍ୱର: ମାତୃଭାଷା, ଗଣିତ ଓ ଇଂରାଜୀ ବିଷୟରେ ପ୍ରଶ୍ନପତ୍ର ଭାଇରାଲ ପରେ ପୁଣି ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଆଜି ଥିବା ବିଜ୍ଞାନ ପ୍ରଶ୍ନପତ୍ର କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ଭାଇରାଲ ହୋଇଥିବା ନେଇ ଅଭିଯୋଗ ଆସିଛି। ସକାଳ ୯ଟାରେ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ୯ଟା ୩୦ରେ ହ୍ୱାଟ୍ସଆପରେ ପ୍ରଶ୍ନପତ୍ର ଭାଇରାଲ ନେଇ ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ଭାଇରାଲକୁ ସଂପୂର୍ଣ୍ଣ ଗୁଜବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର।

  • Friday, 16 July 2021
karti chidambaram
କାର୍ତ୍ତି ଚିଦାମ୍ବରମଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନାକଲେ

ନୂଆଦିଲ୍ଲୀ: ପୁଣି ଆଉ ଏକ ବଡ଼ ଝଟକା ଲାଗିଛି ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ। ଦୁର୍ନୀତି ମାମଲାରେ ଗତ ସପ୍ତାହରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା କାର୍ତ୍ତିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଇଡ଼ି ଦ୍ୱାରା ସମ୍ଭାବ୍ୟ ଗିରଫର ଆଶଙ୍କା ନେଇ କାର୍ତ୍ତି ଅନ୍ତରୀଣ ସୁରକ୍ଷା ପାଇଁ ସୁପ୍ରିମେକାର୍ଟଙ୍କୁ ନିବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ। ଅନ୍ୟପକ୍ଷରେ, INX ମିଡ଼ିଆ ଲାଞ୍ଚ ମାମଲାରେ ଗିରଫ […]

  • Friday, 16 July 2021
conrad sangama
ମେଘାଳୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ କନରାଡ଼ ସାଙ୍ଗାମା ଶପଥ ନେଲେ

ସିଲଂ: ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି) ର ଅଧ୍ୟକ୍ଷ କନରାଡ଼ ସାଙ୍ଗାମା ଆଜି ମେଘାଳୟର ୧୨ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଗଙ୍ଗା ପ୍ରସାଦ ସାଙ୍ଗାମାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଥିଲେ। କନରାଡ଼ ସାଙ୍ଗାମା ସମେତ ୧୧ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ବିଜେପି ଅଧ୍ୟକ୍ଷ ଅମିତ ଶାହ, ଗୃହମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ପ୍ରମୁଖ ନେତା ଉପସ୍ଥିତ ଥିଲେ। ମେଘାଳୟରେ ୨ଟି ସିଟ୍ ବିଜେପିକୁ […]

  • Friday, 16 July 2021
lingaraj
ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ନିଆଁ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଲିଙ୍ଗରାଜ ମନ୍ଦିର ନିକଟ ମାର୍କେଟରେ ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡରେ ଏକ ପୂଜାସାମଗ୍ରୀ ଦୋକାନ ଜଳିଯାଇଛି। ୨ଟି ଦମକଳ ବାହିନୀ ଘଟଣାସ୍ଥଳରେ ନିଆଁ  ଲିଭାଉଛନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ସଟ୍‌ସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରଯାଉଛି। ଦୋକାନରେ ଘିଅ, ତେଲ ଓ କପୂର  ଥିବାରୁ ନିଆଁ  ଶୀଘ୍ର ବ୍ୟାପି ଯାଇଥିଲା। ପ୍ରାୟ ଲକ୍ଷାଧିକ ଟଙ୍କାର ପୂଜାସାମଗ୍ରୀ ଜଳିଯାଇଥିବା ଅନୁମାନ କରାଯାଉଛି।

  • Friday, 16 July 2021
toshali bhawan
ତୋଷାଳି ଭବନରେ ହୋଇପାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍

ଭୂବନେଶ୍ୱର: ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ ପାଇଁ ଜାଗା ଖୋଜା। ଭୁବନେଶ୍ୱର ତୋଷାଳି ଭବନରେ ହୋଇପାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କ୍ୟାମ୍ପସ୍।  ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଚିଠି କରାଯାଇଛି। ଭୁବନେଶ୍ୱରର ତୋଷାଳି ଭବନରେ ପୂର୍ବରୁ ଚାଲୁଥିବା ଆଇଆଇଟି ଭୁବନେଶ୍ୱର ସ୍ଥାନକୁ ଦିଆଯାଉ ବୋଲି ଚିଠିରେ ଏଥିରେ ଉଲ୍ଲେଖ ରହିଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ବୋଲି ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟ ଲାଗି ୫୦ […]

  • Friday, 16 July 2021
MSME trade fair
ରାଜଧାନୀରେ MSME ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଉଦଘାଟିତ

ଭୁବନେଶ୍ୱର: ଇଡକୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହେଲା ଓଡିଶା ଏମଏସଏମଇ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା।  ଏହି ବାଣିଜ୍ୟ ମେଳାରେ ରାଜ୍ୟ ସହିତ ବିଦେଶର ୩୦ଟି ଶିଳ୍ପସଂସ୍ଥା ମାନେ ଯୋଗଦେଇଛନ୍ତି। ଚଳିତ ବର୍ଷ ପ୍ରଥମ କରି ଇରାନ, ବାଂଲାଦେଶ ଓ ଦକ୍ଷିଣ କୋରିଆ ଓ ଜର୍ମାନ ପ୍ରଭୃତି ଦେଶରୁ ପ୍ରାୟ ୩୦ ଟି ଶିଳ୍ପସଂସ୍ଥା ଯୋଗଦେଇଛନ୍ତି।  ଏଥିରେ ୬ ଟି ପାଭିଲିଅନ ରେ ନିର୍ମିତ ପ୍ରାୟ ୩୫୦ ଟି ଷ୍ଟଲ ରେ ଏମଏସଏମଇ ଶିଳ୍ପୋଦ୍ୟୋଗୀ ଓ ଷ୍ଟାର୍ଟଅପ ମାନେ […]

  • Friday, 16 July 2021
marriage
ଶେଷରେ ମଦୁଆ ବରକୁ ମଙ୍ଗୁଳା କନ୍ୟା ବାହା ହେବାକୁ ରାଜି ହେଲା

ରାଉରକେଲା: ରାଉରକେଲା ସାରନଗରୀ ଅଞ୍ଚଳରେ ମଦୁଆ ବରକୁ ମଙ୍ଗୁଳା କନ୍ୟା ବାହା ହେବାକୁ ମନା କରିବା ପ୍ରସଙ୍ଗରେ ନୂଆ ମୋଡ଼। ଥାନାରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ ଶେଷରେ ଥାନାରେ ମାଳା ଅଦଳବଦଳ କରିଛନ୍ତି ବରକନ୍ୟା। କିଛି ସାମାଜିକ କର୍ମୀ ଓ ଉଭୟ ପରିବାର ବସି ବିବାଦର ସମାଧାନ କରିବା ସହ ଥାନାରେ ଉଭୟଙ୍କ ବାହାଘର କରିଥିବା କନ୍ୟାଙ୍କ ଭାଇ ଶମ୍ଭୁନାଥ ପଣ୍ଡା ସୂଚନା ଦେଇଛନ୍ତି। ଏପରିକି ଆଜି ପୁଅ ଘର ପକ୍ଷରୁ ହେବାକୁ ଥିବା […]

  • Friday, 16 July 2021
koraput medical college
କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚିଲା ଅକ୍ସିଜେନ୍

କୋରାପୁଟ: କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ପହଞ୍ଚିଲା ଅକ୍ସିଜେନ୍। ଗତକାଲି ରାତିରେ ବିଶାଖାପାଟଣାରୁ ଅକ୍ସିଜେନ ସିଲିଣ୍ଡର ଆସି ପହଞ୍ଚିଥିବା ସୂଚନା ମିଳିଛି। ପୁରା ଦକ୍ଷିଣ ଓଡ଼ିଶାର ଆରୋଗ୍ୟ କେନ୍ଦ୍ର ଭାବେ ପରିଚିତ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଅକ୍ସିଜେନ୍ ଅଭାବ ନେଇ ଗତକାଲି ଓଟିଭିରେ ଖବର ପ୍ରସାରଣ ହୋଇଥିଲା। ଏମିତିକି ଅକ୍ସିଜେନ୍ ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା। ସେପଟେ ଗତ […]

  • Friday, 16 July 2021
pramod sawant
ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ଗୋଆର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ପାଣାଜି : ଗୋଆ ବିଧାନସଭାର ବାଚସ୍ପତି ପ୍ରମୋଦ ସାଓ୍ୱନ୍ତ ହୋଇପାରନ୍ତି ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ପ୍ରମୋଦଙ୍କୁ ତାଙ୍କ ଉତ୍ତରାଧିକାରୀ ଦାୟିତ୍ୱ ମିଳିପାରେ। ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ରାତିରେ ପ୍ରମୋଦ ସାଓ୍ୱନ୍ତ ଶପଥ ନେଇପାରନ୍ତି। ୨ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବା ସମ୍ଭାବନା ରହିଛି। ବିଜେପିର ୨ ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟିର ସୁଧିନ ଧାଓ୍ୱଲକର ଓ ଗୋଆ ଫରଓ୍ୱାର୍ଡ ପାର୍ଟିର ବିଜୟ ସରଦେସାଇଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପଦ ମିଳିପାରେ। […]

  • Friday, 16 July 2021
gift blast
ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା : ବର୍ଷକ ତଳୁ ସୌମ୍ୟଶେଖରଙ୍କ ପାଖକୁ ଆସିଥିଲା ହତ୍ୟା ଧମକ

ପାଟଣାଗଡ଼ : ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା। ବର୍ଷକ ତଳୁ ବର ସୌମ୍ୟଶେଖରଙ୍କ ପାଖକୁ ଆସିଥିଲା ହତ୍ୟା ଧମକ। ବିବାହ ଠିକ୍ ହୋଇଥିବା ଯୁବତୀ ରୀମାଙ୍କୁ ବାହା ହେଲେ ଫଳାଫଳ ଭୟାନକ ହେବ ବୋଲି ଫୋନରେ କେହି ଅଜଣା ବ୍ୟକ୍ତି ସୌମ୍ୟ ଶେଖରକୁ ଧମକ ଦେଇଥିଲେ। ପୋଲିସର ଖୋଳତାଡ଼ ବେଳେ ତାଙ୍କ ସଂପର୍କୀୟ ଭଣଜା ପପୁ ଏହି ସୂଚନା ଦେଇଛି। ଗତକାଲି ରାତିରେ ପୋଲିସ ପପୁଙ୍କୁ ଘଟଣା ସଂପର୍କରେ ପଚରା ଉଚରା କରିଥିଲା। ବାହାଘରର […]

  • Friday, 16 July 2021
ravina
ଲିଙ୍ଗରାଜ ମନ୍ଦିରରେ ମସ୍ତ ମସ୍ତ ଗର୍ଲ ରବିନା ଟଣ୍ଡନଙ୍କ ବିୟୁଟି ଟିପ୍ସ: ବିଜ୍ଞାପନ ସୁଟିଂ ବେଳର ଭିଜୁଆଲ୍ ଭାଇରାଲ୍

ଭୁବନେଶ୍ୱର : ରବିନାଙ୍କ ରୂପଚର୍ଯ୍ୟା ଟିପ୍ସ। ତା ପୁଣି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସରରେ। ଯେଉଁଠିକୁ କ୍ୟାମେରା ଓ ମୋବାଇଲ୍ ବ୍ୟାନ, ଠିକ୍ ସେହି ସ୍ଥାନରେ ଚାଲିଛି ଖୁଲମ୍‌ଖୁଲା ସୁଟିଂ। ଭକ୍ତ, ପୋଲିସ୍ ଓ ସେବାୟତ, ସମସ୍ତେ ଦେଖୁଛନ୍ତି, ହେଲେ କାହାରି ଯେମିତି ରୋକିବାକୁ ଯୁ ନାହିଁ। ପାର୍ବତୀ ମନ୍ଦିର ମୁଖାଶାଳା ଆଗରେ ପାଖାପାଖି ୩ ମିନିଟ୍ ଯାଏଁ ଏଭଳି ରୂପଚର୍ଯ୍ୟା ଟିପ୍ସ ଦେଉଥିଲେ ରବୀନା। ଯାହାକୁ ଜଣେ ସହଯୋଗୀ ମୋବାଇଲ୍‌ରେ କଏଦ କରୁଥିଲେ। ଯାହାକି ଏବେ […]

  • Friday, 16 July 2021
karti
INX ଲାଞ୍ଚ ମାମଲା : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଗଲେ କାର୍ତ୍ତି ଚିଦାମ୍ବରମ୍

ନୂଆ ଦିଲ୍ଲୀ : ଇଡି ଓ ସିବିଆଇ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍। ସେ ଅଭିଯୋଗ କରିଛନ୍ତି,ଏତଲା ହୋଇନଥିଲେ ବି ଅନ୍ୟ ମାମଲାରେ ତାଙ୍କୁ ଫସାଇବାକୁ ଚେଷ୍ଟା କରୁଛନ୍ତି ଇଡି ଓ ସିବିଆଇ। ଯେହେତୁ INX ମାମଲାରେ ତାଙ୍କ ନାଁରେ ଏତଲା ହୋଇଛି ଓ ସେହି ମାମଲାରେ ତାଙ୍କୁ ଗିରଫ କରାଯାଇଛି, କେବଳ ଏହି ମାମଲାରେ ହିଁ ତାଙ୍କୁ ପଚରା ଉଚରା କରାଯିବା ଉଚିତ।  ତାହା ନ […]

  • Friday, 16 July 2021
marriage
ବର ଓ ବରଯାତ୍ରୀ ମଦ୍ୟପାନ କରିବା ପଡିଲା ମହଙ୍ଗା : ବାହା ହେବାକୁ ମନା କଲେ କନ୍ୟା

ରାଉରକେଲା : ରାଉରକେଲା ସାରନଗରରେ ଅଭାବନୀୟ କାଣ୍ଡ। ଏକ ବାହାଘରରେ ବର ଓ ବରଯାତ୍ରୀ ମଦ୍ୟପାନ କରିବାରୁ ଝାମେଲା। ଶେଷରେ ସେହି ବରକୁ ବାହା ହେବାକୁ ମନା କଲେ କନ୍ୟା।  ଟାଙ୍ଗରପାଲ୍ଲି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବନ୍ଧମୁଣ୍ଡାର ଶଙ୍କର ପଣ୍ଡା ଗତକାଲି ସାରନଗରକୁ ବାହାହେବା ପାଇଁ ଯାଇଥିଲେ। କିନ୍ତୁ ବର ଓ ବରଯାତ୍ରୀ ମଦ୍ୟପାନ କରି ଆସିଥିବାରୁ ବାହାଘର ପୂର୍ବରୁ ବାନ୍ତି କରିଥିଲେ। ଏହାପରେ ଭୋଜି ଖାଇବାକୁ ନେଇ ଝଗଡ଼ା ହେବାରୁ ବରପକ୍ଷ ଲୋକେ କନ୍ୟାଙ୍କ […]

  • Friday, 16 July 2021
ssc
SSC ପରୀକ୍ଷାରେ ଦୁର୍ନୀତି ଅଭିଯୋଗ :  ସିବିଆଇ ତଦନ୍ତ ଦାବି କଲେ ପରୀକ୍ଷାର୍ଥୀ

ନୂଆ ଦିଲ୍ଲୀ : ଷ୍ଟାଫ୍‌ ସିଲେକ୍ସନ କମିଶନ ପରୀକ୍ଷାରେ ହୋଇଥିବା ଦୁର୍ନୀତି ଅଭିଯୋଗର ସିବିଆଇ ତଦନ୍ତ ଦାବି। ଏଥିପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ଏହା ସହିତ ଛାତ୍ରଛାତ୍ରୀମାନେ ଆଉ ଥରେ ପରୀକ୍ଷା କରାଇବାକୁ ଦାବି କରିଛନ୍ତି। ପରୀକ୍ଷାର୍ଥୀମାନେ ଷ୍ଟାଫ୍‌ ସିଲେକ୍ସନ କମିଶନ ଅଫିସ ଆଗରେ ଧାରଣା ମଧ୍ୟ ଦେଇଛନ୍ତି।  ଫେବ୍ରୁଆରି ୨୭ ତାରିଖରୁ ଦିଲ୍ଲୀରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରୁଛନ୍ତି। ଫେବ୍ରୁଆରି୨୧ରେ ହୋଇଥିବା ପରୀକ୍ଷାରେ ବ୍ୟାପକ ଅନିୟମିତା ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

  • Friday, 16 July 2021
parliament-kTNE-621x414@LiveMint-1
ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ମାର୍ଚ୍ଚ ୨୩ ତାରିଖରେ ହୋଇପାରେ ନିର୍ବାଚନ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଖାଲି ପଡୁଥିବା ୩ଟି ରାଜ୍ୟସଭା ଆସନ ପାଇଁ ଓଡ଼ିଶା ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇପାରିବ। ୧୩ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ପରେ ୧୫ ତାରିଖ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର କରାଯାଇପାରିବ ଏବଂ ଆବଶ୍ୟକ ହେଲେ ମାର୍ଚ୍ଚ ୨୩ ତାରିଖରେ ନିର୍ବାଚନ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଓଡ଼ିଶାରୁ […]

  • Friday, 16 July 2021
parikar
ମନୋହର ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ

ପାଣାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ମିରାମାର ବିଚ୍‌ରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ପ୍ରଦାନ କରାଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ପାରିକରଙ୍କ ପାର୍ଥୀବ ଶରୀର ପାଞ୍ଜିମ ସ୍ଥିତ ରାଜ୍ୟ ବିଜେପି ମୁଖ୍ୟାଳୟରୁ ଏକ ଶୋଭାଯାତ୍ରାରେ କଳା ଏକାଡେମୀକୁ ନିଆଯାଇଥିଲା। ସେଠାରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା। ପାରିକରଙ୍କ ଅନ୍ତିମ ଦର୍ଶନ ପାଇଁ ଅନେକ ନେତା, ମନ୍ତ୍ରୀ, ଶୁଭେଚ୍ଛୁ, ସମର୍ଥକଙ୍କ ଭିଡ଼ ଲାଗି ରହିଥିଲା। ନିଜର ପ୍ରିୟ ଜନନାୟକଙ୍କ ଅନ୍ତିମ […]

  • Friday, 16 July 2021
sridevi
ଓସ୍କାର ପୁରସ୍କାର ୨୦୧୮ ସମାରୋହରେ ଶ୍ରୀଦେବୀ ଓ ଶଶି କପୁରଙ୍କୁ ସ୍ମରଣ

ନୂଆଦିଲ୍ଲୀ: ଦିବଂଗତ ବଲିଉଡ଼ ତାରକା ଶଶି କପୁର ଓ ଶ୍ରୀଦେବୀଙ୍କୁ ଓସ୍କାରର ୯୦ତମ ଏକାଡ଼େମୀ ପୁରସ୍କାର ସମାରୋହରେ ସ୍ମରଣ କରାଯିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ମେମୋରିୟମ୍ ମୋଣ୍ଟେଜରେ ଅନୁଷ୍ଠିତ ହୋଇଥିବା ଏହି ସମାରୋହରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗତ ବର୍ଷ ପରଲୋକ ଘଟିଥିବା ଅନ୍ୟ କଳାକାରମାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବଲିଉଡ଼ ଫିଲ୍ମ ବ୍ୟତୀତ ଶଶି କପୁର ଆହୁରି ଅନେକ ଫିଲ୍ମ ଯଥା ‘ଦ ହାଉସ ହୋଲଡର’, ‘ସେକ୍ସପିୟର୍ ୱାଲାଃ’, ‘ହିଟ୍ ଆଣ୍ଡ ଡଷ୍ଟ’ ଭଳି […]

  • Friday, 16 July 2021
misa bharti
ମନି ଲଣ୍ଡରିଂ ମାମଲାରେ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ଏକ ସ୍ପେଶାଲ କୋର୍ଟ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଝିଅ ମିସା ଭାରତୀ ଓ ତାଙ୍କ ସ୍ୱାମୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ମିସା ଭାରତୀ ଓ ତାଙ୍କ ସ୍ୱାମୀ ଶୈଳେଶ କୁମାରଙ୍କ ବିରୋଧରେ ସମନ ଜାରି ପରେ ସେମାନେ ଆଜି କୋର୍ଟରେ ହାଜର ହୋଇଥିଲେ। ଜାମିନ ବଦଳରେ ସେମାନଙ୍କୁ ବନ୍ଧକ ସ୍ୱରୂପ ପ୍ରତ୍ୟେକ ୨ ଲକ୍ଷ ଟଙ୍କାର ଏକ ପର୍ସନାଲ ବଣ୍ଡ ସହ କୋର୍ଟର ବିନା ଅନୁମତିରେ […]

  • Friday, 16 July 2021